ବାମ୍ବା ବାକ୍ୟା

ଉଇକିପିଡ଼ିଆ‌ରୁ
ବାମ୍ବା ବାକ୍ୟା
ଜନ୍ମ ସମୟରେ ନାମବାକ୍କିୟାରାଜ
ଜନ୍ମ(1980-10-31)୩୧ ଅକ୍ଟୋବର ୧୯୮୦
ମୃତ୍ୟୁ୨ ସେପ୍ଟେମ୍ବର ୨୦୨୨(2022-09-02) (ବୟସ ୪୧)
ଚେନ୍ନାଇ, ତାମିଲନାଡ଼ୁ, ଭାରତ
ପେଷା
  • ପ୍ରଚ୍ଛଦପଟ ଗାୟକ
  • ସଙ୍ଗୀତକାର

ବାକ୍କିୟାରାଜ (୩୧ ଅକ୍ଟୋବର ୧୯୮୦ - ୨ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଗାୟକ, ଯିଏକି ତାଙ୍କ ମଞ୍ଚ ନାମ ବାମ୍ବା ବାକ୍ୟା ଭାବରେ ଜଣେ ଜଣା ।[୧] ସେ ପ୍ରଚ୍ଛଦପଟରେ ଗାୟକ ଭାବରେ କାର୍ଯ୍ୟ କରିବା ସହିତ ସଙ୍ଗୀତକର ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଜଣାଶୁଣା ଭାରତୀୟ ସଙ୍ଗୀତକାର ଏ. ଆର. ରହମାନଙ୍କ ସହିତ କିଛି ଚଳଚ୍ଚିତ୍ରରେ ସହଯୋଗୀ ସଙ୍ଗୀତକାର ଭାବରେ କାର୍ଯ୍ୟ କରିଥିଲେ ।[୨] ଦକ୍ଷିଣ ଆଫ୍ରିକାର ଲୋକପ୍ରିୟ ସଙ୍ଗୀତକାର ବାମ୍ବାଙ୍କ ପରି ତାଙ୍କ ଗୀତ ଗାଇବାକୁ ଏ. ଆର. ରହମାନ କହିବା ପରେ ସେ ତାଙ୍କ ମଞ୍ଚନାମ ବାମ୍ବା ବାକ୍ୟା ରଖିଥିଲେ । ସେ ତାଙ୍କର ଅନନ୍ୟ ବାରିଟୋନ୍ ପାଇଁ ପ୍ରସିଦ୍ଧିଲାଭ କରିଥିଲେ ।[୩]

୨୦୧୦ ମସିହାରେ ସେ ରହମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଏକ ତାମିଲ କଥାଚିତ୍ର ରାବଣରେ 'କେଦାକ୍କରୀ' ନାମକ ଗୀତ ଗାଇଥିଲେ, ସେତେବେଳେ ତାଙ୍କ ନାମ ବାକ୍କିୟାରାଜ ଥିଲା ।

ପେଷା[ସମ୍ପାଦନା]

ସେ ୨୦୧୮ ମସିହାରେ ଏସ୍. ଶଙ୍କରଙ୍କ ନିର୍ଦ୍ଦେଶିତ ବହୁଭାଷୀ କଥାଚିତ୍ର ୨.୦ରେ ପ୍ରଥମଥର ପାଇଁ ଏକାକୀ ଏକ ଗୀତର ପ୍ରଚ୍ଛଦପଟ ଗାୟକ ଭାବରେ କାର୍ଯ୍ୟ କରିଥିଲେ । କଥାଚିତ୍ର ଜଗତରେ କାର୍ଯ୍ୟ କରିବା ପୂର୍ବରୁ ସେ ମୁଖ୍ୟତଃ ଭକ୍ତି ଗୀତ ଗାଉଥିଲେ ।[୪] ତାଙ୍କର ଅକାଳ ବିୟୋଗ ପୂର୍ବରୁ ସେ ମଣି ରତ୍ନମ୍‌ଙ୍କ ଐତିହାସିକ ଚଳଚ୍ଚିତ୍ର ପୋନିୟିନ୍ ସେଲଭନ୍: ୧ ପାଇଁ ମଧ୍ୟ ସ୍ୱର ଦେଇଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

୨୦୨୨ ମସିହାର ସେପ୍ଟେମ୍ବର ୨ ତାରିଖରେ ସେ ହୃଦ୍‌ଘାତରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ ।[୩] ଛାତିରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚେନ୍ନାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।[୫] ମୃତ୍ୟୁବେଳକୁ ତାଙ୍କୁ ୪୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Tamil playback singer Bamba Bakya passes away at 41 in Chennai". The Economic Times. Retrieved 2022-09-03.
  2. ୨.୦ ୨.୧ "Bamba Bakya who sang opening lines of 'Ponni Nadhi' from 'Ponniyin Selvan' passes away". The New Indian Express. Retrieved 2022-09-02.
  3. ୩.୦ ୩.୧ Bureau, The Hindu (2022-09-02). "Singer Bamba Bakya passes away at 41". The Hindu (in Indian English). ISSN 0971-751X. Retrieved 2022-09-02.
  4. "'Simtaangaran' singer Bamba Bakya passes away, he was 41". The News Minute (in ଇଂରାଜୀ). 2022-09-02. Retrieved 2022-09-02.[permanent dead link]
  5. "Singer Bamba Bakya, known for songs Pullinangal and Simtaangaran, dies at 41". The Indian Express (in ଇଂରାଜୀ). 2022-09-02. Retrieved 2022-09-02.[permanent dead link]

ବାହାର ଲିଙ୍କ୍[ସମ୍ପାଦନା]