ବାବା ହରଭଜନ ସିଂହ

ଉଇକିପିଡ଼ିଆ‌ରୁ
ବାବା ହରଭଜନ ସିଂହ ମନ୍ଦିର ଭିତରର ଦୃଶ୍ୟ ।
ବାବା ହରଭଜନ ସିଂହ ମନ୍ଦିରର ବାହାର ପାଖର ଦୃଶ୍ୟ

କ୍ୟାପ୍ଟେନ "ବାବା" ହରଭଜନ ସିଂହ (୩୦ ଅଗଷ୍ଟ ୧୯୪୬ - ୪ ଅକ୍ଟୋବର ୧୯୬୮)[୧] ଜଣେ ପୂର୍ବତନ ଭାରତୀୟ ସୈନିକ । ଭାରତୀୟ ସୈନିକମାନଙ୍କଦ୍ୱାରା ତାଙ୍କୁ "ନାଥୁଲାର ନାୟକ" (Hero of Nathula) ସମ୍ମାନରେ ସମ୍ମାନିତ କରାଯାଇଛି ଏବଂ ତାଙ୍କ ସ୍ମରଣରେ ଏକ ମନ୍ଦିର ନିର୍ମାଣ କରାଯାଇଛି । ହରଭଜନ ସିଂହଙ୍କୁ ସୈନିକମାନେ ବାବା ଭାବରେ ସମ୍ବୋଧନ କରନ୍ତି । ପୂର୍ବ ହିମାଳୟର ଉଚ୍ଚ ଇଲାକାମାନଙ୍କରେ ସୁରକ୍ଷା ଦାୟିତ୍ୱରେ ଥିବା ସୈନିକମାନଙ୍କର ରକ୍ଷା ବାବା ହରଭଜନ ସିଂହଙ୍କର ଆତ୍ମା କରିଥାଏ ବୋଲି ବିଶ୍ୱାସ ରହିଛି । ତାଙ୍କର ଅନେକ ବିଶ୍ୱସ୍ତ ଅନୁଗତ ଭାରତୀୟ ସୈନ୍ୟବାହିନୀରେ ବିଭିନ୍ନ ସୀମାରେ ଦାୟିତ୍ୱରେ ଅଛନ୍ତି । ଅନେକ ସାଧୁମାନଙ୍କ ମତରେ ଯେଉଁମାନେ ବାବା ହରଭଜନ ସିଂହଙ୍କ ଆରଧନା କରନ୍ତି, ସେ ତାଙ୍କ ଉପରେ ସଦା କୃପା ରଖିଥାନ୍ତି ।

ପ୍ରାରମ୍ଭିକ ଜୀବନ ଓ ସୈନିକ ଭାବରେ କାର୍ଯ୍ୟ[ସମ୍ପାଦନା]

ବାବା ହରଭଜନ ସିଂହ ୩୦ ଅଗଷ୍ଟ ୧୯୪୬ରେ ଏକ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେତେବେଳେ ତାଙ୍କର ଜନ୍ମିତ ଗାଁର ନାମ ଥିଲା ସଦ୍ରନା, ଯାହାକି ବ୍ରିଟିଶ-ଭାରତ ଅଧିନରେ ଥିବା ପଞ୍ଜାବର ଗୁଜ୍ଜାରାବାଲା ଜିଲ୍ଲାରେ ଥିଲା ଏବଂ ଏବେ ଏହା ପଞ୍ଜାବର ତରଣ ଜିଲ୍ଲାରେ ବଥେଭାଇନି ନାମରେ ଅବସ୍ଥିତ । ହରଭଜନ ସିଂହ ତାଙ୍କ ଗାଁ ସ୍କୁଲରୁ ପଢ଼ା ଆରମ୍ଭ କରିଥିଲେ ଏବଂ ପରେ ୧୯୫୫ରେ ପଞ୍ଜବାର ପଟ୍ଟିରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲରୁ ମେଟ୍ରିକ ପାଶ କରିଥିଲେ । ସେ ଜଣେ ସୈନିକ ଭାବରେ ପ୍ରଥମେ ଅମୃତସରରେ ପଞ୍ଜାବ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଏହାପରେ ୩୦ ଜୁନ ୧୯୬୫ ମସିହାରେ ତାଙ୍କୁ ଏକ କମିଶନ ଦିଆଯାଇଥିଲା ଏବଂ ସେ ୧୪ ରାଜୁପୁତ ରେଜିମେଣ୍ଟ ଯୋଗଦେଇଥିଲେ । ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ତାଙ୍କର କମିଶନ‌କୁ ୧୪ରୁ ୧୮କୁ ବଢ଼ାଇଦିଆଯାଇଥିଲା । ଏହି କମିଶନ ସ‌ହିତ ସେ ୪ ଅକ୍ଟୋବର ୧୯୬୮ ଯାଏଁ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସିକିମରେ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ ଏବଂ ସମ୍ବନ୍ଧିତ କୀମ୍ବଦନ୍ତି[ସମ୍ପାଦନା]

୧୯୬୮ ମସିହାରେ ସେ ସିକିମର ପୂର୍ବାଞ୍ଚଳରେ ନାଥୁଲାଲ ପାଖାପଖି ଅଞ୍ଚଳରେ ଶହିଦ ହୋଇଥିଲେ । ହରଭଜନ ସିଂହ ମାତ୍ର ୨୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ । ତାଙ୍କ ମୃତ୍ୟୁ ସେଠାରେ କାର୍ଯ୍ୟରତ ସୈନିକ ଏବଂ ଆଖପାଖର ଗାଁ ଲୋକ ତ‌ଥା ପିପୁଲ୍ସ ଲିବେରାଲ ଆର୍ମି (PLA), ସମସ୍ତଙ୍କ ପାଇଁ ଏକ କିମ୍ବଦନ୍ତୀ ହୋଇରହିଛି । ଏହି କିମ୍ବଦନ୍ତୀ ଅନୁସାରେ ସେ ସିକିମ ଓ ତିବ୍ୱତ ମଧ୍ୟରେ ଥିବା ଭାରତ-ଚାଇନା ସୀମାର ସୁରକ୍ଷା କରନ୍ତି ।[୩]

ବାବା ହରଭଜନ ସିଂହ ତିବ୍ୱତ ଓ ସିକିମ ମଧ୍ୟରେ ଥିବା ଏକ ପର୍ବତର ୪,୪୦୦ ମିଟର ଉଚ୍ଚରେ ଥିବା ନାଥୁଲା ନାମକ ଜାଗାରେ ଏକ ଯୁଦ୍ଧରେ ଶହିଦ ହୋଇଥିବା କଥା ଅଧିକାରୀକ ତ‌ଥ୍ୟ ଅନୁସାରେ ଜଣାଯାଏ । ଏହି ସ୍ଥାନରେ ୧୯୬୫ ମସିହାରେ ଭାରତ ଓ ଚାଇନା ମଧ୍ୟରେ ଯୁଦ୍ଧ ହୋଇଥିଲା । ୨୬ ଜାନୁଆରୀ ୧୯୬୯ରେ ବାବା ହରଭଜନ ସିଂହଙ୍କୁ ତାଙ୍କ ବୀରତ୍ୱ ଏବଂ ଶହୀଦ ହୋଇଥିବା ପାଇଁ ମହାବୀର ଚକ୍ର ପଦକଦ୍ୱାରା ସମ୍ମାନିତ କରାଯାଇଥିଲା ।

ବାବା ହରଭଜନ ସିଂହ ମନ୍ଦିରରେ ଥିବା ଫଳକ

ଏକ କିମ୍ବଦନ୍ତୀ ଅନୁସାରେ, ହରଭଜନ ସିଂହ ଏକ ବରଫପାତରେ ପୋତି ହୋଇ ମୃତ୍ୟବରଣ କରିଥିଲେ । ସେତେବେଳେ ସେ ଦୂରରେ ଥିବା ଏକ ମିଲିଟାରୀ କ୍ୟାମ୍ପକୁ କିଛି ଦରକାରୀ ଦ୍ରବ୍ୟ ନେଇ ଯାଉଥିବା ଦଳର ମୁଖ୍ୟ ଭାବରେ ଯାଉଥିଲେ । ଏହି ଦୁର୍ଘଟଣାର ତିନିଦିନ ପରେ ତାଙ୍କର ମୃତଦେହ ଏକ ବରଫ ପାହାଡ଼ ତଳୁ ଉଦ୍ଧାର କରାଯାଇଥିଲା । ଏହାପରେ ସମ୍ପୂର୍ଣ୍ଣ ମିଲିଟାରୀ ପ୍ରଥା ଅନୁସାରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ଏହି କିମ୍ବଦନ୍ତୀ ଅନୁସାରେ ତାଙ୍କର ମୃତଦେହକୁ ଖୋଜୁଥିବା ସୈନିକଙ୍କୁ ସେ ସ୍ୱପ୍ନରେ ତାଙ୍କର ମୃତଦେହ ପୋତିହୋଇଥିବା ସ୍ଥାନ ବିଷୟରେ ଜଣାଇଥିଲେ ଏବଂ ସେହି ସ୍ଥାନରେ ହିଁ ତାଙ୍କର ମୃତଦେହ ଉଦ୍ଧା କରାଯାଇଥିଲା । କିଛି ଭାରତୀୟ ସୈନିକଙ୍କ ଅନୁସାରେ ବାବା ହରଭଜନ ସିଂହ ଭାରତ ଏବଂ ଚାଇନାର ଯୁଦ୍ଧ ସମୟରେ ଅତିକମରେ ତିନିଦିନ ପୂର୍ବରୁ ଆଗୁଆ ସୂଚନା ଦେଇଥାନ୍ତି । ନାଥୁଲାରେ ଭାରତ ଓ ଚାଇନା ଦୁଇଦେଶ ମଧ୍ୟରେ ପତାକା ବୈଠକ ସମୟରେ ଚାଇନା ତରଫରୁ ବାବା ହରଭଜନ ସିଂହଙ୍କ ସମ୍ମାନାର୍ଥେ ତାଙ୍କ ପାଇଁ ମଧ୍ୟ ଏକ ଚୌକିର ବ୍ୟବସ୍ଥା କରାଯାଇଥାଏ ।

କିଛି ସାଧାରଣ ବିଶ୍ୱାସ ଅନୁସାରେ, ଯଦି କୌଣସି ସୈନିକ ସ୍ୱଚ୍ଛ ଏବଂ ସଠିକ ପୋଷାକ ପରିଧାନ କରିନଥାନ୍ତି, ତାଙ୍କୁ ବାବା ହରଭଜନ ସିଂହଙ୍କଦ୍ୱାରା ଶକ୍ତ ଚାପୁଡ଼ା ପଡ଼ିଥାଏ । ପ୍ରଦର୍ଶିତ ପାଇଁ ଥିବା ତାଙ୍କର ପୋଷାକ ଅନ୍ୟ କାହାଦ୍ୱାରା ସଫା କରାଯାଇନଥାଏ, ତାକୁ କେବଳ ସେ ହିଁ ପରିଷ୍କାର କରିଥାନ୍ତି ।

ଉତ୍ତର ଦାୟିତ୍ୱ[ସମ୍ପାଦନା]

ତାଙ୍କୁ ସନ୍ଥ ବାବା ରୂପେ ସଭିଏଁ ଜାଣନ୍ତି ।[୪] ପ୍ରତ୍ୟେକ ବର୍ଷ ୧୧ ସେପ୍ଟେମ୍ବରରେ ଏକ ଜିପ୍ଦ୍ୱାରା ତାଙ୍କର ନିଜର ଆସବାପତ୍ର ନିକଟବର୍ତ୍ତୀ ରେଳ ଷ୍ଟେସନ‌ ନୂଆ ଜଳପାଇଗୁରିକୁ ପଠାଯାଏ, ଯେଉଁଠାରୁ ସେମାନେ ଏକ ଟ୍ରେନ ସାହାଯ୍ୟରେ ପଞ୍ଜାବର କପୁରଥଲା ଜିଲ୍ଲାରେ ଥିବା ତାଙ୍କ ଗାଁ କୁକାକୁ ପଠାଯାଇଥାଏ । ଭାରତୀୟ ରେଳସେବା ଅନୁସାରେ ଖାଲି ଥିବା ସ୍ଥାନ‌କୁ ପ୍ରତୀକ୍ଷାରେ ଥିବା ଯାତ୍ରୀ ବା ପ୍ରଥମ ଆସିଥିବା ଯାତ୍ରୀକୁ ଦିଆଯାଇଥାଏ, ମାତ୍ର ବାବା ହରଭଜନ ସିଂହଙ୍କ ପାଇଁ ରିଜର୍ଭ କରାଯାଇଥିବା ସ୍ଥାନ ଆଉ କାହାକୁ ଦିଆଯାଏ ନାହିଁ । ପ୍ରତ୍ୟେକ ବର୍ଷ ତାଙ୍କ ଯାତ୍ରା ସମୟରେ ତାଙ୍କ ସ‌ହିତ ତାଙ୍କ ଘରକୁ ତିନିଜଣ ସୈନିକ ତାଙ୍କର ପରିଚାରିକା ଭାବରେ ଯାଇଥାନ୍ତି । ନାଥୁଲାରେ ନିଯୁକ୍ତ ଥିବା ସୈନିକମାନଙ୍କଦ୍ୱାରା ସେମାନଙ୍କର ପାରିଶ୍ରମିକରୁ କିଛି ଅଂଶ ବାବା ହରଭଜନ ସିଂହଙ୍କ ମାଆଙ୍କ ପାଖକୁ ପଠାଯାଇଥାଏ ।[୫][୬]

ଆଧାର[ସମ୍ପାଦନା]

  1. "Baba harbhjan temple Sikkim History In Hindi : बाबा हरभजन सिंह मंदिर - सिक्किम - इस मृत सैनिक की आत्मा आज भी करती है देश की रक्षा". ajabgjab.com. 2 June 2014. Retrieved 15 January 2017.
  2. The Tribune, Chandigarh, India - Punjab
  3. "The Hero Of Nathula Pass – Spirit Of Baba Harbhajan Singh That Guards India's Border". indiatimes.com (in ଇଂରାଜୀ). Retrieved 2017-07-24.
  4. "Baba Harbhajan Singh: A Dead Soldier still on duty". youtube.com. 4 July 2015. Retrieved 15 January 2017.
  5. "The soul sentinel".
  6. "Harbhajan Singh of Upper Sikkim". Archived from the original on 7 August 2006.