ବାବା ଧନସାର

ଉଇକିପିଡ଼ିଆ‌ରୁ
ବାବା  ଧନସାର 

ବାବା  ଧନସାର  ଏକ ତୀର୍ଥ ସ୍ଥଳୀ । ଭାରତୀୟ ରାଜ୍ୟ ଜମ୍ମୁ ଓ କାଶ୍ମୀରର ରେଆସି ଜିଲ୍ଲାର ରେଆସିଠାରୁ କାତରା ରାସ୍ତାରେ 17 କିଲୋମିଟର ଦୂରରେ ଅବସ୍ଥିତ ।[୧] ରାଜପଥରୁ 200 ମିଟର ପଦରେ ଗଲେ ଏହି ସ୍ଥାନରେ ପହଞ୍ଚି ହୁଏ । ପୁରାଣରେ କଥିତ ଅଛି ଯେ ଭଗବାନ ଶିବ ଅମରନାଥ ପର୍ବତକୁ ପାର୍ବତୀଙ୍କୁ ଭେଟି ଯିବା ବେଳେ ତାଙ୍କର ସର୍ପରାଜ ସେଶନାଗଙ୍କୁ ଅନନ୍ତ ନାଗ ସ୍ଥାନରେ ଛାଡି ଯାଇଥିଲେ । ଶେଷନାଗ ମନୀଷା ରୂପ ଧରି ବାସୁଦେବ ଭାବରେ ରହିଥିଲେ । ଧନସାର ତାଙ୍କର ଏକ ପୁତ୍ର । ଧନସାର ଏକ ସନ୍ଥ ଥିଲେ । 

ଲୋକ ପ୍ରବାଦ ରହିଛି , କରୁଅ ଝିଳରେ ଏକ ଦୈତ୍ୟ ରହି କରୁଆ ଲୋକଙ୍କ ଉପରେ ବହୁ ଅତ୍ୟାଚାର କରୁଥିଲା । ବାବା  ଧନସାରଙ୍କ ପାଖରେ ଲୋକମାନେ ସାହାଜ୍ଯ ପାଇଁ ଯିବାରୁ ବାବା ଭଗବାନ ଶିବଙ୍କୁ ପ୍ରାର୍ଥନା କଲେ ।ଶିବ ସେଠାରେ ପ୍ରକଟ ହୋଇ ଦୈତ୍ୟକୁ ନିଧନ କରିଥିଲେ । ଧନସାରଙ୍କ ମନ୍ଦିର ଓ ଶିବଙ୍କ ଗୁମ୍ଫା ଉପାସନାର ପିଠ ହେଇ ରହିଲା ।  ହ୍ରଦକୁ ପବିତ୍ରମାନେ କରି ସେଠାରେ ଗାଧେଇବା ବାରଣ କରାଯାଇଥାଏ । କିନ୍ତୁ ତଳ ମୁଣ୍ଡରେ ଭକ୍ତମାନେ ସ୍ନାନ କରିପାରନ୍ତି । ମହଶିବରାତ୍ରି ଦିନ ଏଠାରେ ବଡ଼ ଧାରଣର ମେଳା ହେଇଥାଏ । 

ଆଧାର [ସମ୍ପାଦନା]

  1. Impact of terrorism on Jammu and Kashmir tourism.