Jump to content

ବାପି ହାଁସ୍‌ଦା

ଉଇକିପିଡ଼ିଆ‌ରୁ
ବାପି ହାଁସ୍‌ଦା
Bapi Hansda
ବ୍ୟକ୍ତିଗତ ତଥ୍ୟ
ଜାତୀୟତାଭାରତୀୟ
ଜନ୍ମ (2006-07-26) ୨୬ ଜୁଲାଇ ୨୦୦୬ (ବୟସ ୧୮)
ସକ୍ରିୟ ବର୍ଷ୨୦୧୯ରୁ ଅଦ୍ୟାବଧି
Sport
କ୍ରୀଡ଼ାଦୌଡ଼କୁଦ

ବାପି ହାଁସ୍‌ଦା ( ଜନ୍ମ : ୨୬ ଜୁଲାଇ ୨୦୦୬) ଜଣେ ଭାରତୀୟ ଧାବକ ।[][] ସେ ୪୦୦ ମି, ୪୦୦ ମି ବାଧାଦୌଡ଼, ୪୦୦ ମି ରିଲେ ରେସ ଆଦି ବିଭାଗରେ ପ୍ରତିଦ୍ୱନ୍ଦିତା କରନ୍ତି । ୨୦୨୩ ମସିହାରେ ୪୦୦ ମିଟର ବାଧାଦୌଡରେ ସେ ୫୧.୯୦ ସେକେଣ୍ଡର ସମୟ ନେଇ ୧୮ ବର୍ଷରୁ କମ୍‌ ବୟସ ବର୍ଗରେ ବିଶ୍ୱର ଦ୍ରୁତତମ ବାଧାଦୌଡ ଧାବକ ଭାବରେ ରେକର୍ଡ଼ ଅର୍ଜନ କରିଥିଲେ ।[] ୨୦୨୪ ମସିହାରେ ଅନୁଷ୍ଠିତ ହେଉଥିବା ୨୦ବର୍ଷରୁ କମ ବିଶ୍ୱ ଦୌଡ଼କୁଦ ପ୍ରତିଯୋଗିତାରେ ସେ ଭାରତୀୟ ଦଳରେ ସାମିଲ ହୋଇଥିଲେ ।

ଖେଳ ଜୀବନ

[ସମ୍ପାଦନା]

ବାପି ୨୦୧୯ରେ କଳିଙ୍ଗ ଷ୍ଟାଡ଼ିଅମସ୍ଥିତ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ଉଚ୍ଚ ଗୁଣବତ୍ତା କେନ୍ଦ୍ରରେ(ଏଚପିସି - ହାଇ ପରଫରମାନ୍ସ ସେଣ୍ଟର) ଯୋଗ ଦେଇଥିଲେ । ସେ ଆରମ୍ଭରୁ ୮୦୦ ମିଟରରେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ପରବର୍ତ୍ତୀ ସମୟରେ ସେ ଏଚପିସିର ମୁଖ୍ୟ ପ୍ରଶିକ୍ଷକ ମାର୍ଟିନ ‌ଓୱେନ୍ସଙ୍କ ପରାମର୍ଶରେ ୪୦୦ ମିଟର ବାଧାଦୌଡ଼ ଓ ଦୌଡ଼ରେ ଖେଳିଥିଲେ । ୨୦୨୩ ମସିହା ମାର୍ଚ୍ଚରେ ଉଡୁପିରେ ଆୟୋଜିତ ହୋଇଥିବା ଅଷ୍ଟାଦଶ ଜାତୀୟ ‌ଯୁବ ଦୌଡ଼କୁଦ ପ୍ରତିଯୋଗିତାରେ ସେ ୪୦୦ ମିଟର ବାଧାଦୌଡ଼ରେ ବିଜେତା ହୋଇଥିଲେ । ସେ ହିଟ୍‌ରେ ୫୧.୯୦ ସେକେଣ୍ଡ ଓ ଫାଇନାଲ୍‌ରେ ୫୧.୯୫ ସେକେଣ୍ଡରେ ରେସ୍‌ ଶେଷ କରିଥିଲେ । ୨୦୨୩ ମସିହା ଅପ୍ରେଲ ମାସରେ ସେ ପ୍ରଥମ ଭାରତୀୟ ଭାବେ ୨୦୨୩ ଏସୀୟ ଯୁବ ଦୌଡ଼କୁଦ ପ୍ରତିଯୋଗିତା (ଉଜବେକିସ୍ତାନ)ରେ ରୌପ୍ୟ ଜିତି ଇତିହାସ ରଚିଥିଲେ । ପୋର୍ଟ ଅଫ୍‌ ସ୍ପେନ୍‌ରେ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ୪୦୦ ମିଟର ବାଧାଦୌଡ଼ ଫାଇନାଲ୍‌ରେ ପହଞ୍ଚିଥିଲେ । ୨୦୨୪ ମସିହାରେ ଲକ୍ଷ୍ନୌରେ ଆୟୋଜିତ ୨୦ ବର୍ଷରୁ କମ୍‌ ଜାତୀୟ ଫେଡେରେସନ କପ୍‌ରେ ୪୦୦ ମିଟର ଦୌଡ଼ରେ ବ୍ୟକ୍ତିଗତ ଶ୍ରେଷ୍ଠ ସମୟ ୪୬.୯୦ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ । ୨୦୨୪ ମସିହା ଜୁନ ମାସରେ ବିଳାସପୁରଠାରେ ଅନୁଷ୍ଠିତ ହୋଇଥିବା ୧୮ ବର୍ଷରୁ କମ୍‌ ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ବାପି ୨୦୦୬ ମସିହାରେ ବାଲେଶ୍ୱର ଜିଲ୍ଲାର ବସ୍ତାଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନ ତାଙ୍କର ଦାରିଦ୍ର‍୍ୟରେ ବିତିଥିଲା । ୫ ଭାଇଭଉଣୀଙ୍କ ମଧ୍ୟରେ ବାପି ଥିଲେ ସର୍ବକନିଷ୍ଠ । ୨୦୦୮ ମସିହାରେ ତାଙ୍କ ପିତାଙ୍କ ପରଲୋକ ଘଟିଥିଲା । ତାଙ୍କର ବଡ଼ ଭାଇ ରେଳ ଷ୍ଟେସନରେ ଝାଡ଼ୁଦାର କାର୍ଯ୍ୟ କରନ୍ତି । ସ୍ୱଳ୍ପ ଆୟ ମଧ୍ୟରେ ସେ ବାପିଙ୍କର ଟ୍ରେନିଂ ଖର୍ଚ୍ଚ ଉଠାଉଥିଲେ । ୨୦୧୯ ମସିହାରେ ଓଡ଼ିଶା ରିଲାଏନ୍ସ ଫାଉଣ୍ଡେସନ ଆଥ୍‌ଲେଟିକ୍ସ ଉଚ୍ଚ ଗୁଣବତ୍ତା କେନ୍ଦ୍ରରେ ଯୋଗଦେବା ପରେ ବାପିଙ୍କ ଖେଳରେ ବ୍ୟାପକ ଉନ୍ନତି ଆସିଥିଲା ।[]

  1. "Bapi HANSDA". worldathletics.org. 1 January 1996. Retrieved 27 August 2024.
  2. Digital, Sambad (24 January 2024). "୮୮ ଖେଳାଳିଙ୍କୁ ୧୯.୬ ଲକ୍ଷ ପ୍ରୋତ୍ସାହନ". Sambad. Retrieved 27 August 2024.
  3. Muduli, Satarupa (24 March 2023). "ବାପି ହାଁସଦାଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ". Dharitri Odia News. Retrieved 27 August 2024.
  4. Kanta, Surya (27 August 2024). "ଭାରତୀୟ ଦଳରେ ଯୋଗଦେଲେ ବାପି". Sambad. Retrieved 27 August 2024.
  5. Chettiar, Ronald (2 May 2023). "Who is Bapi Hansda? The rising star of Indian athletics". Olympics.com. Retrieved 27 August 2024.