ବାଦାମବାଡ଼ି ବସଷ୍ଟାଣ୍ଡ

ଉଇକିପିଡ଼ିଆ‌ରୁ

ବାଦାମବାଡ଼ି ବସଷ୍ଟାଣ୍ଡ, କଟକର ବାଦାମବାଡ଼ି ବା ଶଙ୍କରପୁରଠାରେ ଥିବା ଏକ ସରକାରୀ ବସଷ୍ଟାଣ୍ଡ ।[୧][୨] ଏହା ୧୯୭୨ ମସିହାରେ ସ୍ଥାପନା କରାଯାଇଥିଲା ଓ ୨୦୨୩ ମସିହା ସେପ୍ଟେମ୍ବର ୧୬ତାରିଖ ଦିନ ଖାନନଗରଠାରେ ନୂତନ ନେତାଜୀ ବସ ଟର୍ମିନାଲ (ସିଏନବିଟି) ଉଦଘାଟିତ ହେବା ପରେ, ଏଠାରେ ବସ ରହଣୀ ବନ୍ଦ ହୋଇଥିଲା ।[୩][୪]

ବାଦାମବାଡ଼ି ବସଷ୍ଟାଣ୍ଡ ସାମନା ରାସ୍ତା

ଇତିହାସ[ସମ୍ପାଦନା]

୧୯୭୨ ମସିହାରେ ତତକାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ସମୟରେ ଏହି ବାଦାମବାଡ଼ି ବସଷ୍ଟାଣ୍ଡର ସ୍ଥାପନା କରାଯାଇଥିଲା । ଏହି ବସଷ୍ଟାଣ୍ଡ ନିର୍ମାଣ ପୂର୍ବରୁ ଚାନ୍ଦିନଚୌକଠାରେ କଟକର ବସଷ୍ଟାଣ୍ଡ ଥିଲା । ପ୍ରଥମେ ବାଦାମବାଡ଼ି ବସଷ୍ଟାଣ୍ଡରେ କେବଳ ସରକାରୀ ବସ ରହୁଥିଲା । ୧୯୮୩ ମସିହାରୁ ବେସରକାରୀ ବସକୁ ମଧ୍ୟ ଏଠାରେ ରହିବାକୁ ଅନୁମତି ମିଳିଥିଲା । ୧୯୯୨ ମସିହାରେ ଏହି ବସଷ୍ଟାଣ୍ଡର ବିପରୀତ ଦିଗରେ ରାସ୍ତା ଆରପଟେ ପାରାଦୀପ ଓ ଅନୁଗୁଳ ବସଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା । ୧୯୯୫ ମସିହାରେ ଭୁବନେଶ୍ବର ପାଇଁ ମାଷ୍ଟର କ୍ୟାଣ୍ଟିନ ବସଷ୍ଟାଣ୍ଡ୍‌ ଓ ୧୯୯୮ରେ ପୁରୀ ବସଷ୍ଟାଣ୍ଡ ଆରମ୍ଭ କରାଯାଇଥିଲା ।

ସୁବିଧା ସୁଯୋଗ[ସମ୍ପାଦନା]

ବାଦାମବାଡ଼ି ବସଷ୍ଟାଣ୍ଡ୍‌ରୁ ରାଜ୍ୟ ତଥା ରାଜ୍ୟ ବାହାରକୁ ପ୍ରତିଦିନ ୧୧ଶହରୁ ଅଧିକ ଘରୋଇ ଓ ସରକାରୀ ବସ ଚଳପ୍ରଚଳ କରିଥାଏ । ଏଠାରୁ ୭ଶହରୁ ଅଧିକ ଘରୋଇ ଓ ସରକାରୀ ବସ ଯିବା ଆସିବା କରେ । ପାରଦୀପ-ଅନୁଗୁଳ ଷ୍ଟାଣ୍ଡରୁ ୧୭୦ରୁ ଅଧିକ, ପୁରୀ ଷ୍ଟାଣ୍ଡରୁ ୬୦ରୁ ଅଧିକ ବସ ଓ ମାଷ୍ଟରକ୍ୟାଣ୍ଟିନ୍‌ ଷ୍ଟାଣ୍ଡରୁ ୯୦ରୁ ଅଧିକ ବସ୍‌ ପ୍ରତିଦିନ ଯିବା ଆସିବା କରିଥାଏ । ବାଦାମବାଡ଼ିର ଏହି ୪ଟି ବସଷ୍ଟାଣ୍ଡକୁ ପ୍ରତିଦିନ ୨ ଲକ୍ଷରୁ ଅଧିକ ଯାତ୍ରୀ ଆସିଥାନ୍ତି । ୪ଟି ଷ୍ଟାଣ୍ଡ ମଧ୍ୟରେ ୨ ଶହରୁ ଅଧିକ ବ୍ୟବସାୟୀ ବେପାର କରୁଥିବା ବେଳେ ଷ୍ଟାଣ୍ଡ ବାହାରେ ୫ ଶହରୁ ଅଧିକ ଦୋକାନୀ ସେମାନଙ୍କ ବ୍ୟବସାୟ କରିଥାନ୍ତି ।[୫]

ଆଧାର[ସମ୍ପାଦନା]

  1. Nidra Naik. A Lot Like Love & Other Short Stories.
  2. Sahadev Sahoo (2017). Concubine. Frog Books. ISBN 978-93-52019-30-4.
  3. "ନେତାଜୀ ବସ ଟର୍ମିନାଲରୁ ଗଡ଼ିବ ବସ୍: ଆଜିଠାରୁ ବନ୍ଦ ହେବ ବାଦାମବାଡ଼ି ସମେତ ୪ ବସ୍‌ଷ୍ଟାଣ୍ଡ, ଜାଣନ୍ତୁ କେଉଁ ବସ୍‌ କେଉଁ ପଟେ ଯିବ…." www.thesakala.in. ସକାଳ. Retrieved 20 September 2023.
  4. "କଟକକୁ ମିଳିଲା ନୂଆ ବସଷ୍ଟାଣ୍ଡ, କଣ ହେବ ବାଦାମବାଡ଼ି.... Read more at: odia.oneindia.com/odisha/what-will-happen-to-badambadi-bus-stand-025511.html?story=2". www.odia.oneindia.com. oneindia.com. Archived from the original on 20 September 2023. Retrieved 20 September 2023.
  5. "୫୧ ବର୍ଷର ଅଧ୍ୟାୟରେ ଅନ୍ତ : ଆଉ ଶୁଭିବନି 'ଚାଲିଲା ଗାଡ଼ି ବାଦାମବାଡ଼ି…'". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 20 September 2023. Retrieved 20 September 2023.