ବାଜୁ କୁରୁଙ୍ଗ

ଉଇକିପିଡ଼ିଆ‌ରୁ
ଏକ କେଧାନ ମଳୟ ପାରମ୍ପରିକ ବାଜୁ କୁରୁଙ୍ଗ ପିନ୍ଧିଥିବା ମହିଳା

ବାଜୁ କୁରୁଙ୍ଗ (Jawi: باجو كوروڠ) ଏକ ପାରମ୍ପରିକ ମଳୟ (ଜାତୀୟ ସମୂହ) ପୋଶାକ ଅଟେ ଯାହା ଶିଥିଳ ରୂପେ "ଶଲଗ୍ନ ପୋଶାକ" ରୂପେ ଅନୁବାଦିତ ହୋଇଥାଏ । ଏହି ପ୍ରକାରର ପୋଶାକ ମାଲେସିୟାର (ରାଷ୍ଟ୍ରୀୟ ପୋଷାକ) ଋପେ ଜଣା ଯାଇଥାଏ ।[୧][୨]

ଇଣ୍ଡୋନେସିଆରେ , ଏହା ଏହି ସାଂସ୍କୃତିକ ଏବଂ ଜାତୀୟ ରୂପେ ବିବିଧ ଦେଶ (ବିଶେଷ ରୂପେ ସୁମାତ୍ରା ଦ୍ୱୀପରେ - ଯେଉଁଠାରେ ବହୁ ଜାତୀୟ ମଳୟ ଏବଂ ମିନାଙ୍ଗକାବାଉ ମହିଳା ପିନ୍ଧନ୍ତି) ପରି ବହୁ ଖେତ୍ରିୟ କପଡ଼ା ରହିଛି । ଏହା ସିଙ୍ଗାପୁର ଏବଂ ଥାଇଲାଣ୍ଡ ମଧ୍ୟ ମିଳିଥାଏ ।

ଇତିହାସ[ସମ୍ପାଦନା]

ଆରମ୍ଭରୁ ବାଜୁ କୁରୁଙ୍ଗ ଲମ୍ବା ଏବଂ ପରାଜିତ ଥିଲା । ଏହା 19ବିଂ ଶଦିର ଶେଷରେ ସୁଲତାନଙ୍କଦ୍ୱାରା ଲୋକପ୍ରିୟ ହୋଇଥିଲା ।[୩][୪]

ଏହା କୁହାଯାଏକି, 1970 ଦଶକ ଏବଂ 1980 ଦଶକରେ ମାଲେସିଆର ଇସ୍ଲାମୀକରଣ ଅନୁସାରେ ବାଜୁ କୁରୁଙ୍ଗ ଆଧୁନିକ ମଲେସିଆରେ ସମୃଦ୍ଧ କରିଥିଲା ।

୧୯୫୦ ମସିହାରେ ବାଜୁ କୁରୁଙ୍ଗ ପିନ୍ଧୁଥିବା ମଳୟ ମହିଳା ମାନେ

ପୁରୁଷମାନଙ୍କ ପାଇଁ ବାଜୁ କୁରୁଙ୍ଗ[ସମ୍ପାଦନା]

ସିକକ ମୁଜଙ୍ଗ ସାର୍ଟରେ ସାଧାରଣତଃ ତିନୋଟି ପକେଟ ଥାଏ । ତଳେ ଦୁଇଟି ଏବଂ ଉପରେ ଗୋଟେ । ଟେଲୁଗ ବେଲଗା ସାର୍ଟ ସାମାନ୍ୟ ରୂପେ କେବଳ ଦୁଇଟି ପକେଟ ତଳେ ରହିଥାଏ । ବାଜୁ ମେଳାୟୁ ଲମ୍ବା ଆସ୍ତିନ ସହିତ ଏକ ଢିଲା ଫିଟିଙ୍ଗ ସାର୍ଟ ରହିଥାଏ, ଯାହା ଲମ୍ବା ପକେଟ ସହିତ ପିନ୍ଧା ଯାଇଥାଏ । ଏହା ସାଧାରଣତଃ ପାରମ୍ପରିକ ରୂପେ ତିନି ଚଉଠ ଲମ୍ବା କିମ୍ବା ପୂର୍ଣ୍ଣ ସାରଙ୍ଗ ଶୈଳୀ ଯୁକ୍ତ କପଡ଼ା ହୋଇଥାଏ ଯାହା ବୁଣା ହୋଇଥିବା ପଦାର୍ଥରେ ତିଆରି ହୋଇଥାଏ ।

ମହିଳା ମାନଙ୍କ ପାଇଁ ବାଜୁ କୁରୁଙ୍ଗ[ସମ୍ପାଦନା]

ବାଜୁ କୁରୁଙ୍ଗ ଏକ ଢିଲା ଢାଲ ପୂର୍ଣ୍ଣ ପୋଷାକ ଅଟେ, ଯେଉଁଥିରେ ସ୍କର୍ଟ ଓ ବ୍ଲାଉଜ ସାମିଲ ରହିଥାଏ । ସ୍କର୍ଟ ଏକ ଲମ୍ବା କପଡ଼ାରୁ ତିଆରି ହୋଇଥାଏ, ଯାହା ଏକ ତରଫରୁ କୁଞ୍ଚ ରହିଥାଏ; ବ୍ଲାଉଜ କୋଲାୟରହିତ ହୋଇଥାଏ ଓ ଲମ୍ବା ଏକ ଆସ୍ତିନ ଅଟେ ।[୫] ଏହା କେବେ କେବେ ରେଶମରୁ ମଧ୍ୟ ତିଆରି ହୋଇଥାଏ । ସଧାରଣତଃ ଏହା ଜାପାନ, ଦକ୍ଷିଣ କୋରିଆ, ଚୀନ, ତାଇୱାନ, ତୁର୍କୀ କିମ୍ବା ଭାରତରୁ ଆସିଥାଏ କିମ୍ବା ମାଲେସିଆ ରାଜ୍ୟର ତେରନଗାନୁ କିମ୍ବା କେଲନ୍ତାନରୁ ଆସିଥାଏ ।[୬] ଆଧୁନିକ ବାଜୁ କୁରୁଙ୍ଗ ସାଧାରଣତଃ ଜିବନ୍ତ ରଙ୍ଗ ଓ ଜ୍ୟାମିତୀୟ ପ୍ୟାଟର୍ନର ବ୍ୟବହାର ହୋଇଥାଏ । ପରମ୍ପରାବାଦୀ ମାଲେସିଆର ପୂର୍ବ ରାଜ୍ୟ ଟେରେଗାନୁ ଏବଂ କେଲନ୍ତନରୁ କପଡ଼ା ପସନ୍ଦ କରାଯାଇଥାଏ, ଯେଉଁଠାରେ ବାଟିକ ଏବଂ ଅନ୍ୟ ହାତରୁ ତିଆରି କରାଯାଇଥିବା କପଡ଼ା ଏବେ ମଧ୍ୟ ମଜବୁଦ ରହିଛି । ଉତ୍ତର ମାଲେସିଆରେ ଅଧିକ ଋଢିବାଦୀ ରାଜ୍ୟରେ ପ୍ରାୟତଃ ଏକ ମହିଳା ଏକ ସ୍କାର୍ଫ ସହିତ ଏକ ବାଜୁ କୁରୁଙ୍ଗ ପିନ୍ଧିଥାନ୍ତି ।[୭]

ବାଜୁ କୁରୁଙ୍ଗ କାରଣରୁ ଆଶିଂକ ଋପେ ମହିଳା ସିଭିଲ ସେବକ ମାନଙ୍କ ପାଇଁ ଡ୍ରେସର ଅନୁମୋଦିତ ଶୈଳି ମାନଙ୍କ ମଧ୍ୟରୁ ଗୋଟିଏ ଅଟେ ଏବଂ ମହିଳା ବିଦ୍ୟାଳୟର ଛାତ୍ର ମାନଙ୍କ ପାଇଁ ୟୁନିଫର୍ମର ସ୍ୱିକୃତି ଶୈଳିରୁ ଗୋଟିଏ ଅଟେ । ଏହାର ଶୃଙ୍ଘର ବିକ୍ରୀ ସଧାରଣତଃ ମୁସଲିମ କ୍ୟାଲେଣ୍ଡରରେ ରମଜାନ ମାସରେ ହୋଇଥାଏ । ଏହା ମଧ୍ୟ ମହିଳା ବିନା-ମଳୟଦ୍ୱାରା ପିନ୍ଧା ଯାଇଥାଏ ।

ଆଧାର[ସମ୍ପାଦନା]

  1. "Royal and Palace Cutoms:Dresses For Ceremonies And Functions". Perpustakaan Negara Malaysia. Retrieved 20 July 2010.
  2. "Pakaian Tradisi". Kementerian Kebudayaan, Belia dan Sukan of Brunei. Archived from the original on 4 April 2010. Retrieved 20 July 2010.
  3. Syida Lizta Amirul Ihsan (16 September 2009). "Trends: For all occasions". New Straits Times. Archived from the original on 15 May 2010. Retrieved 15 January 2010.
  4. http://bajukurungfactories.blogspot.com/
  5. Sandborg 1993, pp. 195–196
  6. Fuller, Thomas (2 March 2000). "In Era of T-shirts, Kurung Survives : Malaysians' Garment of Choice". New York Times. Archived from the original on 11 May 2011. Retrieved 15 January 2010.
  7. Frisk 2009, pp. 90–91