ବାଙ୍ଗରା ଦେବୀ

ଉଇକିପିଡ଼ିଆ‌ରୁ


ଇତିହାସ[ସମ୍ପାଦନା]

ପୂର୍ବ କାଳରେ ମାଲକାନଗିରି କୋରୁକୋଣ୍ଡା ନକିଟରେ ଥିବା ସବୁଳୟାଠାରେ ଗୋଟଏି ରାଜ୍ୟର ରାଜଧାନୀ ଥିଲା । ଏହି ରାଜ୍ୟର ରାଜାମାନେ ସ୍ୱାଧୀନ ପ୍ରିୟ ଥିଲେ, କାହାର ଅଧୀନତାକୁ ସ୍ୱୀକାର କରୁ ନଥିଲେ । ସେ ରାଜ୍ୟର ରାଜା ଥିଲେ ଅର୍ଜୁନ ମଲ୍ଲିକ । ସେ ଜୟପୁର ରାଜାଙ୍କର ଅଧୀନତା ନକରିବାରୁ ତାଙ୍କୁ ହତ୍ୟା କରାଗଲା । ନୂଆ ରାଜାଙ୍କ ନାମ ହେଲା, ମଲ୍ଲିକ ମର୍ଦ୍ଦନ କୃଷ୍ଣ । ସେ ମଲ୍ଲିକ ମର୍ଦ୍ଦନ ଗିରି ନାମକ ଉଆସ ତିଆରି କରି ଦେବଡଙ୍ଗରରେ ରହିଲେ । ଶୁଣାଯାଏ- ସେହି ଉଆସ ନାମରେ ରାଜ୍ୟର ନାମ ମାଲକାନଗିରି ହୋଇଗଲା । ଏହି ରାଜ୍ୟକୁ ଚାରିଟି ମୁଠାରେ ବିଭକ୍ତ କରାଯାଇଥିଲା । ଏହି ବିଂଶର ଶେଷ ରାଜା ପରମାନନ୍ଦ ପାତ୍ରଙ୍କ ମୃତ୍ୟୁ ପରେ ତାଙ୍କର ଝିଅ ରାଜକୁମାରୀ ବାଙ୍ଗରା ଦେବୀ ରାଜ୍ୟର ପରୋକ୍ଷ ଶାସନ ଦାୟିତ୍ୱରେ ଥିବା ସମୟରେ ୧୮୪୮ ମସହିାରେ ଇଂରେଜମାନେ ଜୟପୁର ରାଜ୍ୟର ପ୍ରତ୍ୟକ୍ଷ ଶାସନ ଭାର ଗ୍ରହଣ କଲେ । ଜଣେ ଇଂରେଜ ଏଜେଣ୍ଟ ସୋମଲେଟ ସାହେବ ଜୟପରୁରେ ରହିଲେ । ତାଙ୍କ ପରେ ରୀଡ ସାହେବ ଏଜେଣ୍ଟ ଥିବା ସମୟରେ ପ୍ରଜା ଓ ଜମିଦାରମାନେ ଅସନ୍ତୋଷ ପ୍ରକାଶ କଲେ । ସେମାନେ ଇଂରେଜମାନଙ୍କ ବିରୁଦ୍ଧରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଯୁଦ୍ଧ ଘୋଷଣା କରିଥିଲେ । ରାଜକୁମାରୀ ବାଙ୍ଗରା ଦେବୀଙ୍କ ମନ୍ତ୍ରୀ ଏରମା ରାଜୁଙ୍କ ସାହାଯ୍ୟରେ ଷଡଯନ୍ତ୍ର ଆରମ୍ଭ ହେଲା । ୧୮୫୫ ମସିହାରେ ମେରଅିା ଏଜେଣ୍ଟ କ୍ୟାପ୍ଟେନ ମେକନେଲ ଦଳବଳ ଧରିବାଙ୍ଗରା ଦେବୀଙ୍କ ଉଆସରେ ପହଞ୍ଚିଲେ । ବାଙ୍ଗରା ଦେବୀଙ୍କର ଅଳ୍ପ ସଂଖ୍ୟକ ସୈନ୍ୟ ବନ୍ଧୁକଧାରୀ ଇଂରେଜ ସୈନ୍ୟଙ୍କୁ ଦେଖି ଲୁଚିଲେ । ବଳିପଥ୍ରାକୁ ବନ୍ଦ କରବିା ପାଇ ନିଦ୍ଦେର୍ଶ ଦେଇ କ୍ୟାପ୍ଟେନଫେରି ଆସିବା ପରେ ବାଙ୍ଗରା ଦେବୀ ବିଭିନ୍ନ ଅଞ୍ଚଳର ପ୍ରଜା ଓ ବିଦ୍ରୋହୀଙ୍କ ସହତି ମଶିି ବିଦ୍ରୋହ ଆରମ୍ଭ କଲେ । ଚନ୍ତିାପାଲଠିାରେ ଇଂରେଜ ବାହିନୀ ସହିତ ତାଙ୍କର ସଂଗ୍ରାମ ଚାଲିଲା । ବାଙ୍ଗରା ଦେବୀ ଏଥିରେ ପରାସ୍ତ ହୋଇ ଭବିଷ୍ୟତରେ ଆଉ ବିଦ୍ରୋହ କରିବେ ନାହ ବୋଲି ଚୁକ୍ତବିଦ୍ଧ ହେଲେ । ଏହି ପରାଜୟ ଓ ସନ୍ଧି ଫଳରେ ମାଲକାନଗିରି ଇଂରେଜମାନଙ୍କ ଅଧୀନକୁ ଆସିଗଲା । ତଥାପି କେତେଜଣ ବିଦ୍ରୋହୀ ଜଙ୍ଗଲରେ ଲୁଚିରହି ଇଂରେଜମାନଙ୍କ ବିରୋଧରେ ସଂଗ୍ରାମ ଚଳାଇଥିଲେ । ବାଙ୍ଗରା ଦେବୀଙ୍କର ପ୍ରମୁଖ ସହଯୋଗୀ ତାମା ଦୋରା ପୁଣି ସଙ୍ଗଠନକୁ ସୁଦୃଢ କରି ସଂଗ୍ରାମୀମାନଙ୍କୁ ଏକତ୍ର କରିଥିଲେ । ଏହି ସମୟରେ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ କୋୟା ସମାଜ ଇଂରେଜମାନଙ୍କ କୋପଦୃଷ୍ଟିରୁ ରକ୍ଷା ପାଇବା ଉଦ୍ଦେଶ୍ୟରେ ଜଣେ ତେରବର୍ଷର ଯବୁତୀକୁ ବଳିଦେଇଦେଲେ । ଏଣେ ଅନ୍ଧବିଶ୍ୱାସ ଗୁଣିଆ ବୋଲି ଭାବି ଚାରିଜଣ ଉଆସବାସୀଙ୍କୁ ମଧ୍ୟ ସତୀ ନଦୀରେ ବୁଡାଇ ଦେଲେ । ଇଂରେଜମାନଙ୍କ ନିକଟରେ ଏହି ଖବର ପହଞ୍ଚିବାରୁ ପୁଣି ରୀଡ ସାହେବ ମାଲକାନଗିରିରେ ପହଞ୍ଚି ବାଙ୍ଗରା ଦେବୀଙ୍କୁ କ୍ଷମତାଚ୍ୟୁତ କରିଦେଲେ । ବାଙ୍ଗରା ଦେବୀଙ୍କୁ ପଣୁିଥରେ ଶାସନ ଗାଦିରେ ବସାଇବା ଉଦ୍ଦେଶ୍ୟରେ ତାମା ଦୋରା ବିଦ୍ରୋହ ଆରମ୍ଭ କରିଦେଲେ । ଥାନାରେ ଥିବା ପୁଲିସଙ୍କୁ ହତ୍ୟା କଲେ । ୧୮୭୯ ମସହିାରେ ଇଂରେଜ ଏଜେଣ୍ଟ ବିଦ୍ରୋହ ଦମନ ଆରମ୍ଭ କରିଦେଲେ । ମୋଟୁ ଦିଗରୁ ଆସିଥିବା ପୁଲିସ ଫଉଜ ବିଦ୍ରୋହୀମାନଙ୍କ ଆକ୍ରମଣକୁ ସମ୍ମୁଖୀନ ହୋଇନପାରି ଫେରି ଯାଇଥିଲେ । ତାମାଦୋରା ଓ ବାଙ୍ଗରା ଦେବୀ କୋୟା ବିଦ୍ରୋହୀମାନଙ୍କ ସହଯୋଗରେ ରାଜଗାଦିରେ ଅଭଷିକ୍ତି ହେଲେ ।

୧୮୮୦ ମସିହା ଜୁଲାଇ ମାସରେ ପୁଣି ଥରେ ଇଂରେଜ ସୈନ୍ୟ ଓ ବିଦ୍ରୋହୀମାନଙ୍କ ମଧ୍ୟରେ ଭୟଙ୍କର ସଂଗ୍ରାମ ହେଲା । ତାମାଦୋରା ପରାସ୍ତ ହୋଇ ଜଙ୍ଗଲରେ ଲୁଚିଲେ । ଇଂରେଜମାନଙ୍କ ବିରୋଧରେ ଚାଲୁଥିବା ସଂଗ୍ରାମ ଧୀରେ ଧୀରେ ନିସ୍ତେଜ ହୋଇ ପଡିଲା । ତାମା ଦୋରା ନିହତ ହେଲେ । ରାଣୀ ବାଙ୍ଗରା ଦେବୀ ଅସହାୟ ଅବସ୍ଥାରେ ଦୁଶ୍ଚିନ୍ତା ଓ ବୃଦ୍ଧାବସ୍ଥା କାରଣରୁ ଦେହତ୍ୟାଗ କଲେ । କୋୟା ଜାତିର ଏହି ବୀରା ରମଣୀ ସ୍ୱାଧୀନତା ପାଇଁ ଯେଉଁ ସାହସ ଓ ଶକ୍ତି ପ୍ରଦର୍ଶନ କରିମହାଶକ୍ତଶିାଳୀ ଇଂରେଜ ବାହନିୀ ସହତି ଲଢିଥିଲେ, ତାହା ଯୁଗଯୁଗ ପାଇଁ ଇତିହାସରେ ଲିପିବଦ୍ଧ ହୋଇ ରହିଥିବ ।[୧]

ଆଧାର[ସମ୍ପାଦନା]

  1. ନାୟକ, କୃତ୍ତିବାସ. "ସଂଗ୍ରାମୀ ବୀରା ବାଙ୍ଗରା ଦେବୀ" (PDF). ଉତ୍କଳ ପ୍ରସଙ୍ଗ (january 2015). Retrieved 12 March 2015.