ବସଂତି ବିଷ୍ଟ

ଉଇକିପିଡ଼ିଆ ରୁ
Jump to navigation Jump to search
ବସଂତି ବିଷ୍ଟ‌
ପଦ୍ମଶ୍ରୀ ଡ.(ସମ୍ମାନ) ବସଂନ୍ତି ବିଷ୍ଟ
बसंती बिष्ट
ଜନ୍ମ ଓ ଜନ୍ମସ୍ଥାନ୧୯୫୩
ଜାତୀୟତାଭାରତୀୟ
କାର୍ଯ୍ୟକାଳ୧୯୯୮- ବର୍ତ୍ତମାନ ପର୍ଯ୍ୟନ୍ତ
ପ୍ରସିଦ୍ଧିଉତ୍ତରାଖଣ୍ଡ ଲୋକ ଗାୟକ; ଆକାଶବାଣୀ/ ଦୂରଦର୍ଶନର "ଏ" ଗ୍ରେଡ କଳାକାର; ଉତ୍ତରାଖଣ୍ଡ 'ଜାଗର' ଲୋକର ପ୍ରଥମ ପେଷାଦାର ମହିଳା ଗାୟିକା ।
ପୈତୃକ ବାସସ୍ଥାନଲୁୱାନି, ଦେୱାଲ ତ‌ହସିଲ, ଚାମୋଲି (Chamoli), ଉତ୍ତରାଖଣ୍ଡ
ପୁରସ୍କାରପଦ୍ମଶ୍ରୀ (୨୦୧୭), ରାଷ୍ଟ୍ରୀୟ ମତୋଶ୍ରୀ ଦେବୀ ଅହିଲ୍ୟ ସମ୍ମାନ ।

ବସଂତି ବିଷ୍ଟ (ଇଂରାଜୀ ଭାଷାରେ Basanti Bisht (ଜନ୍ମ:୧୯୫୩) ଉତ୍ତରାଖଣ୍ଡର ଜଣେ ବିଖ୍ୟାତ ଲୋକ ଗାୟିକା ଓ ଉତ୍ତରାଖଣ୍ଡ 'ଜାଗର' ଲୋକ ସଂଗୀତର ପ୍ରଥମ ପେଷାଦାର ମହିଳା ଗାୟିକା । ଜାଗର ଗାୟନରେ ଦେବତାମାନଙ୍କୁ ପ୍ରର୍ଥନା କରାଯାଏ ଓ ଏହା ପରମ୍ପରା କ୍ରମେ ପୁରୁଷମାନେ କରନ୍ତି । ଏହି ପରମ୍ପରାକୁ ବସଂତି ଭାଙ୍ଗିଦେଇଥିଲେ ଓ ଅଧୁନା ଏହା ଏକ ଜଣାଶୁଣା ସ୍ୱର ହୋଇରହିଛି ଓ ଏହି ପରମ୍ପରାଗତ ସଂଗୀତକୁ ସାଉତି ରଖିଛନ୍ତି । ସନ ୨୦୧୭ରେ ବସଂତିଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । [୧][୨]

ପ୍ରାକ୍ ଜୀବନ[ସମ୍ପାଦନା]

ସନ ୧୯୫୩ରେ ଉତ୍ତରାଖଣ୍ଡ ଚାମୋଲିର ଲୁୱାନି ଗ୍ରାମରେ ବସଂତି ବିଷ୍ଟ ଜନ୍ମ ଗ୍ରହଣ କରିଥିଲେ । ପନ୍ଦର ବର୍ଷ ବୟସରେ ସେ ଜଣେ ପଦାତିକ ସୈନିକଙ୍କୁ ବିବାହ କରିଥିଲେ ଓ ଜୀବନର ଅଧିକାଂଶ ସମୟ ଘରୋଇ ମହିଳା ଭାବରେ ବିତେଇଥିଲେ । ବ‌ହୁତ ପରେ ପଞ୍ଜାବର ଜଳନ୍ଦର ସ‌ହରରେ ସେ ସଙ୍ଗୀତ ଶିକ୍ଷା ଲାଭ କରି ପେଷାଦାର ଗାୟିକା ହୋଇଥିଲେ । ପିଲା ଦିନୁ କିନ୍ତୁ ସେ ଗାଉଥିଲେ । ତାଙ୍କର ମାତାଙ୍କଠାରୁ ସେ ଜାଗର ଗୀତ ଶୁଣି ବଡ଼ ହୋଇଥିଲେ ।

“ମୁଁ ମାଆଙ୍କ ସାଥିରେ ମିଶି ଗାଉଥିଲି ଯିଏ ଘର କାମ କରୁଥିଲା ବେଳେ ଗାଉଥିଲେ । ଗ୍ରାମରେ ପାଳନ କରାଯାଉଥିବା ବିଭିନ୍ନ ମେଳା ଓ ପର୍ବମାନଙ୍କରେ ସେହି ଧରଣର ସଙ୍ଗୀତ ଶୁଣି ମୋର ତାହା ପ୍ରତି ଆନ୍ତରିକତା ଗଭୀର ଭାବରେ ବୃଦ୍ଧି ପାଇଲା ।”
—ବସଂତି ବିଷ୍ଟ‌, ନିଜର ସଙ୍ଗୀତ ଯାତ୍ରା ବିଷୟରେ ବସଂତି ବିଷ୍ଟ‌ଙ୍କର ନିଷ୍କପଟ କଥୋପକଥନ
- ଦି ହିନ୍ଦୁ ଖବରକାଗଜ

ଘରଠାରୁ ଏକ ମାଇଲ ଦୂରରେ ଥିବା ସ୍ଥାନୀୟ ଗାଁ ସ୍କୁଲରେ ସେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ଏହା ପରବର୍ତ୍ତୀ ପାଠର ସ୍କୁଲ ଗାଁ ପାଖରେ ନଥିବାରୁ ସେ ପାଦରେ ଚାଲି ଚାଲି ଅଧିକ ବାଟ ଯାଇପାରିଲେନି । [୩]

ସଙ୍ଗୀତ ପେଷା[ସମ୍ପାଦନା]

ପ୍ରାୟ ୪୦ ବର୍ଷ ବୟସ ପର୍ଯ୍ୟନ୍ତ ସେ ଗୃହ କର୍ମରେ ବ୍ୟସ୍ତ ରହିବା ପରେ ତାଙ୍କର ସଙ୍ଗୀତ ପେଷା ଆରମ୍ଭ କରିଥିଲେ । ତାଙ୍କ ସ୍ୱାମୀଙ୍କ ସ‌ହିତ ବଦଳି ହୋଇ ଜଳନ୍ଦର ଯିବା ପରେ ସେଠାକାର ପ୍ରାଚୀନ କଳା କେନ୍ଦ୍ରରେ ଶିକ୍ଷା ଲାଭ କରିବାକୁ ଇଚ୍ଛୁକ ଥିଲେ ମଧ୍ୟ ଅନ୍ୟ ଛାତ୍ର ଛାତ୍ରୀମାନଙ୍କ ଅପେକ୍ଷା ଅଧିକ ବୟସ ହୋଇଯାଇଥିବାରୁ ଲଜ୍ଜା ଅନୁଭବ କଲେ । ତାଙ୍କର ଝିଅର ଶିକ୍ଷକ ତାଙ୍କୁ ହାରମୋନିଅମ ବାଦନ କରିବା ଶିକ୍ଷା ଦେଇଥିଲେ ।[୩] ଜନ ସାଧାରଣଙ୍କ ଆଗରେ ଏହା ପରେ ସେ ଭଜନ, ସିନେମା ଗୀତ ଇତ୍ୟାଦି ଗାଇବା ଆରମ୍ଭ କରିଥିଲେ । ତାଙ୍କର ସ୍ୱାମୀ ଅବସର ଗ୍ରହଣ କରିବା ପରେ ସେ ଡେରାଡୁନରେ ବାସ କଲେ ଓ ସନ ୧୯୯୬ରେ ନ‌ଜିବାବାଦରେ (Najibabad) ଅଲ ଇଣ୍ଡିଆ ରେଡିଓ (All India Radio) ଷ୍ଟେସନରେ ଯୋଗଦାନ କରିଥିଲେ । ଆକାଶବାଣୀରେ ସେ 'ଏ' ଗ୍ରେଡର କଳାକାର ଥିଲେ ।

ସମୟ କ୍ରମେ ସେ ଅନୁଭବ କଲେ, ତାଙ୍କ ମାତା ଓ ଗ୍ରାମର ବୟସ୍କ ଲୋକଙ୍କଠାରୁ ବଂଶାନୁକ୍ରମିକ ଭାବରେ ଶିକ୍ଷା ଲାଭ କରିଥିବା ସଙ୍ଗୀତ ଏକ ଅତୁଳନୀୟ ସଙ୍ଗୀତ । ଭଗବାନଙ୍କୁ ପ୍ରାର୍ଥନା ଓ ପ୍ରଶଂସା କରିବା ଉଦ୍ଦେଶ୍ୟରେ ଗ୍ରାମ‌ବାସୀମାନେ ରାତିସାରା ଜାଗର ଗାୟନ ଜାରି ରଖୁଥିଲେ । ଉତ୍ତରାଖଣ୍ଡର ସେହି ପରମ୍ପରାଗତ ପୁରାତନ ଲୋକ ସଙ୍ଗୀତ ଆଉ କେହି ଗାଉନଥିବାରୁ ବସଂତି ନିଜେ ସେହି ପୁରୁଣା ଗୀତ ଗୁଡ଼ିକ ଖୋଜି ବାହାର କରି ସେହି ପୁରୁଣା ସ୍ୱରରେ ଗାଇବା ଆରମ୍ଭ କଲେ ।

ବସଂତି ବିଷ୍ଟଙ୍କର ଗୀତ ଶୈଳୀରେ ନାସିକା ସ୍ୱର ସାମାନ୍ୟ ଅଧିକ ଥିବା ଜଣାଯାଏ । ଧୀରେ ଗାୟନ କରାଯାଉଥିବା ସେହି ଗୀତରେ ଉତ୍ତରାଖଣ୍ଡର ପାହାଡ଼ି ଶେଳୀ ପରିଲକ୍ଷିତ ହୁଏ ।

ପାରିବାରିକ ଜୀବନ[ସମ୍ପାଦନା]

ତାଙ୍କ ସ୍ୱାମୀ ଭାରତୀୟ ସେନା ବାହିନୀର ନାୟକ ପୋଷ୍ଟରୁ ଅବସର ଗ୍ରହଣ କରିଥିଲେ । ତାଙ୍କର ପୁଅ ଭାରତୀୟ ବାୟୁ ସେନା ୱିଙ୍ଗ କମାଣ୍ଡର ଥିଲେ ଏବଂ କ୍ୟାପଟେନ ଭାବରେ ଅବସର ଗ୍ରହଣ କରିଥିବା ତାଙ୍କ ଝିଅଙ୍କର ସ୍ୱାମୀ ଭାରତୀୟ ସେନା ବାହିନୀରେ କର୍ଣ୍ଣେଲ ଥିଲେ ।

ପୁରସ୍କାର[ସମ୍ପାଦନା]

  • ଅହିଲ୍ୟା ଦେବୀ ସମ୍ମାନ - ମଧ୍ୟ ପ୍ରଦେଶ ସରକାର (୨୦୧୬-୨୦୧୭)
  • ପଦ୍ମଶ୍ରୀ (୨୦୧୭)
  • ନାରୀ ଶକ୍ତିଟିଲୁ ରାଉତେଲି (Naari ShaktiTeelu Rauteli) - ଉତ୍ତରାଖଣ୍ଡ ସରକାର ।

ଆଧାର[ସମ୍ପାଦନା]

  1. https://timesofindia.indiatimes.com/city/dehradun/only-woman-jaagar-singer-basanti-bisht-picked-for-padma-shri/articleshow/56784859.cms
  2. http://www.thehindu.com/entertainment/music/voice-from-the-hills/article23979140.ece
  3. ୩.୦ ୩.୧ Khanna, Shailaja (2018-05-25). "Basanti Bisht gets candid on her musical journey". The Hindu (in ଇଂରାଜୀ). ISSN 0971-751X. Retrieved 2018-06-20.