ବରପାଲି ପାଇଖାନା

ବରପାଲି ପାଇଖାନା (ଇଂରାଜୀରେ pit latrine ବା pit toilet) ଏକ ପ୍ରକାର ପାଇଖାନା ଯେଉଁଠାରେ ମାଟି ଖୋଳାଯାଇଥିବା ଏକ ବରପାଲିରେ ମାନବ ମଳ ସଂଗୃହିତ ହୁଏ । ସେଠାରେ ଜଳ ଆଦୌ ବ୍ୟବହାର ହୁଏ ନାହିଁ ବା ୧ରୁ ୩ ଲିଟର ପାଣି ଢାଳି ସଫା କରାଯାଏ । [୨] ଖୋଲା ପାଇଖାନା ବା ପଡ଼ିଆରେ ମଳ ତ୍ୟାଗ ଅପେକ୍ଷା ଏହି ପାଇଖାନା ବ୍ୟବହାର କଲେ ଅନେକ ରୋଗ ବ୍ୟାପିବା ବନ୍ଦ ହୁଏ । [୩][୪] ବରପାଲି ଭିତରେ ମଳ ଥିବାରୁ ମାଛିଦ୍ୱାରା ବ୍ୟାଧିଜନକ ରୋଗାଣୁ ଇତ୍ୟାଦି ବ୍ୟାପିପାରେ ନାହିଁ । [୩] ରୋଗାଣୁ ଓ ଅନ୍ତନଳୀ କୀଟ ଗୁଡ଼ିକ ସଂକ୍ରମଣକାରୀ ତରଳ ଝାଡ଼ା ବ୍ୟାପିବାର ମୂଖ୍ୟ କାରଣ ।[୪] ସନ ୨୦୧୧ରେ ୫ ବର୍ଷରୁ କମ୍ ବୟସ ପିଲାଙ୍କ ମୃତ୍ୟୁ ସଂଖ୍ୟା ୦.୭ ନିୟୁତ ଥିଲା ଓ ୨୫୦ ନିୟୁତ ସ୍କୁଲ ଦିବସ ନଷ୍ଟ ହୋଇଥିଲା । [୪][୫] ବରପାଲି ପାଇଖାନା ସ୍ୱଳ୍ପ ଖର୍ଚ୍ଚରେ ତିଆରି ହୁଏ ଓ ଏହାଦ୍ୱାର ମଳ ଓ ମାନବ ମଧ୍ୟରେ ଫରକ ସୃଷ୍ଟି ହୁଏ । [୩]
ବରପାଲି ପାଇଖାନାର ତିନୋଟି ଭାଗ ଥାଏ: ଭୂମିରେ ଗୋଟିଏ ଗାତ, ଗାତ ଉପରେ ଗୋଟିଏ ବଡ଼ କଣା ଥିବା ଫଳକ ବା ସ୍ଲାବ ଓ ଛାତ । [୨] ଗାତର ଦୈର୍ଘ୍ୟ ଅତି କମ୍ରେ ୩ ମିଟର ବା ୧୦ ଫୁଟ ଏବଂ ବ୍ୟାସ ୧ମିଟର ବା ୩.୨ ଫୁଟ । [୨] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶ ଅନୁସାରେ ଏହି ପାଇଖାନା ଘରଠାରୁ ଯୁକ୍ତିଯୁକ୍ତ ଦୂରତାରେ କରାଯିବ ଯେପରିକି ସହଜରେ ସେଠାକୁ ଯାଇହେବ ତଥା ସେଠାରୁ ଦୁର୍ଗନ୍ଧ ଆସି ପାଇବ ନାହିଁ । [୩] ସେଠାରୁ ଭୂତଳ ଜଳ ବା ଭୂପୃଷ୍ଠ ଜଳ ଯଥେଷ୍ଟ ଦୂରରେ ଥିବା ଆବଶ୍ୟକ ଯେପରି ଜଳ ଅପମିଶ୍ରିତ ନ ହେବ । ଗାତ ଉପରେ ଥିବା ସ୍ଲାବରେ ଥିବା କଣାରେ ପିଲା ଖସି ନ ପଡ଼ିବା ନିମନ୍ତେ ତାହାର ବ୍ୟାସ ୯.୮ ଇଞ୍ଚରୁ ବେଶୀ ହେବ ନାହିଁ । ଗାତ ଭିତରକୁ ଆଲୋକ ନ ପଡ଼ିବା ବ୍ୟବସ୍ଥା ଦରକାର ଫଳରେ ମାଛି ହେବେ ନାହିଁ । ବ୍ୟବହାର ନ ହେବା ସମୟରେ ଗାତକୁ ଘୋଡ଼େଇ ରଖିବା ଦରକାର । [୩] ଗାତଟି ପୁରି ଆସି ୦.୫ ବା ୧.୬ ଗଭୀର ହେଲେ ତାହାର ମଳ ନିଷ୍କାସନ ବ୍ୟବସ୍ଥା କରାଯାଏ ବା ତାହାକୁ ପୋତି ଅନ୍ୟ ଯାଗାରେ ନୂଆ ପାଇଖାନା ତିଆରି କରାଯାଏ । [୬] ଗାତ ମଧ୍ୟସ୍ଥ ଜମାଟ ମଳ ନିଷ୍କାସନ ବ୍ୟବସ୍ଥା କଷ୍ଟକର ଓ ଜଟିଳ । ଉପଯୁକ୍ତ ଉପାୟରେ ନ କଲେ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ସମସ୍ୟା ରହେ ।
ଗୋଟିଏ ମୌଳିକ ବରପାଲି ଅନେକ ଉପାୟରେ ଉନ୍ନତ କରାଯାଏ । ବାୟୁ ଚଳାଚଳ ନଳୀଟିଏ ଗାତ ମଧ୍ୟରେ ପୁରେଇ ଦିଆଯାଏ ଯେପରିକି ତାହାର ଅନ୍ୟ ମୁଣ୍ଡଟି ବହୁତ ଉପରେ ରହିବ । ଏହାଦ୍ୱାରା ବାଯୁ ଚଳନ ହେବ ଓ ଦୁର୍ଗନ୍ଧ ହେବନାହିଁ । ଫାଇବର୍ ଗ୍ଲାସର ଜାଲି ନଳୀ ମୁଣ୍ଡରେ ଦେଲେ ମାଛି ପ୍ରବେଶ କରିପାରିବା ନାହିଁ । ସ୍କାବର କଣା ନ ଘୋଡ଼େଇଲେ ମଧ୍ୟ ଚଳିବ । [୬] ଏହି ସ୍ଲାବଟିକୁ ସିମେଣ୍ଟ ଦେଇ ଚଟାଣ ତିଆରି କଲେ ଉପର ପାଣି ଗାତକୁ ଗଡ଼ିଯିବ ଓ ଆକୃତିଟି ମଝଭୁତ ହେବ । [୨][୬]
ସନ ୨୦୧୩ରେ ପ୍ରାୟ ୧.୭୭ ବିଲିଅନ ଲୋକ ବରପାଲି ବ୍ୟବହର କରିଛନ୍ତି । [୭] ବିକଶିତ ଦେଶ, ଗ୍ରାମୀଣ ଇଲାକା ଓ ଜନଶୂନ୍ୟ ସ୍ଥାନମାନଙ୍କରେ ଏହି ପାଇଖାନା ଅଛି । ସନ ୨୦୧୧ରେ ପ୍ରାୟ ୨.୫ ବିଲିଅନ ଲୋକଙ୍କରା ପାଇଖାନା ସୁବିଧା ନ ଥିଲା ଓ ଏକ ବିଲିଅନ ଲୋକ ଖୋଲା ପଡ଼ିଆରେ ମଳତ୍ୟାଗ କରୁଥିଲେ । [୮] ଦକ୍ଷିଣ ଏସିଆ ଓ ସବ୍ସାହାରା ଇଲାକାରେ ସବୁଠାରୁ କମ୍ ପାଇଖାନା ବ୍ୟବସ୍ଥା ଅଛି । [୮] ବିକଶିତ ଦେଶମାନଙ୍କରେ ବରପାଲି ତିଆରି ଖର୍ଚ୍ଚ ଗୋଟିକୁ ୨୫ରୁ ୬୦ ଆମେରିକୀୟ ଡଲାର । [୯] ଏହାର ରକ୍ଷଣାବେକ୍ଷନ ଖର୍ଚ୍ଚ ବାର୍ଷିକ ୧.୫ରୁ ୪ ଡଲାର ଯାହା ହିସାବକୁ ନିଆଯାଏ ନାହିଁ । [୧୦] ଭାରତର କେତେକ ଗ୍ରାମୀଣ ଇଲାକାରେ ପାଇଖାନା ନାହିଁ ତ କନ୍ୟା ନାହିଁ ସ୍ଲୋଗନ ମହିଳାମାନେ ଦେଇ ପାଇଖାନା ନ ଥିବା ଘରେ ବିବାହ କରିବାକୁ ମନା କରି ପାଇଖାନା ବ୍ୟବହାର କରିବାକୁ ଉତ୍ସାହିତ କରୁଛନ୍ତି । [୧୧][୧୨]
ଆଧାର[ସମ୍ପାଦନା]
- ↑ WEDC. Latrine slabs: an engineer’s guide, WEDC Guide 005 (PDF). Water, Engineering and Development Centre The John Pickford Building School of Civil and Building Engineering Loughborough University. p. 22. ISBN 978 1 84380 143 6.
- ↑ ୨.୦ ୨.୧ ୨.୨ ୨.୩ Tilley, E., Ulrich, L., Lüthi, C., Reymond, Ph. and Zurbrügg, C. (2014). Compendium of Sanitation Systems and Technologies (2 ed.). Dübendorf, Switzerland: Swiss Federal Institute of Aquatic Science and Technology (Eawag). ISBN 9783906484570.
{{cite book}}
: CS1 maint: multiple names: authors list (link) - ↑ ୩.୦ ୩.୧ ୩.୨ ୩.୩ ୩.୪ "Simple pit latrine (fact sheet 3.4)". who.int. 1996. Retrieved 15 August 2014.
- ↑ ୪.୦ ୪.୧ ୪.୨ "Call to action on sanitation" (pdf). United Nations. Retrieved 15 August 2014.
- ↑ Walker, CL; Rudan, I; Liu, L; Nair, H; Theodoratou, E; Bhutta, ZA; O'Brien, KL; Campbell, H; Black, RE (Apr 20, 2013). "Global burden of childhood pneumonia and diarrhoea". Lancet. 381 (9875): 1405–16. doi:10.1016/s0140-6736(13)60222-6. PMID 23582727.
- ↑ ୬.୦ ୬.୧ ୬.୨ François Brikké (2003). Linking technology choice with operation and maintenance in the context of community water supply and sanitation (PDF). World Health Organization. p. 108. ISBN 9241562153.
- ↑ Graham, JP; Polizzotto, ML (May 2013). "Pit latrines and their impacts on groundwater quality: a systematic review". Environmental health perspectives. 121 (5): 521–30. doi:10.1289/ehp.1206028. PMID 23518813.
- ↑ ୮.୦ ୮.୧ Progress on sanitation and drinking-water - 2014 update (pdf). WHO. 2014. pp. 16–20. ISBN 9789241507240.
- ↑ Selendy, Janine M. H. (2011). Water and sanitation-related diseases and the environment challenges, interventions, and preventive measures. Hoboken, N.J.: Wiley-Blackwell. p. 25. ISBN 9781118148600.
- ↑ Sanitation and Hygiene in Africa Where Do We Stand?. Intl Water Assn. 2013. p. 161. ISBN 9781780405414.
- ↑ Global Problems, Smart Solutions: Costs and Benefits. Cambridge University Press. 2013. p. 623. ISBN 9781107435247.
- ↑ Stopnitzky, Yaniv (12 December 2011). "Haryana's scarce women tell potential suitors: "No loo, no I do"". Development Impact. Blog of World Bank. Retrieved 17 November 2014.