ବନ୍ୟା

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Contemporary picture of the flood that struck the North Sea coast of Germany and Denmark in October 1634.
People seeking refuge from flood in Java. ca. 1865–1876.
Flooding of a creek due to heavy monsoonal rain and high tide in Darwin, Northern Territory, Australia.
Jeddah Flood, covering King Abdullah Street in Saudi Arabia.
Flooding near Key West, Florida, United States from Hurricane Wilma's storm surge in October 2005.
Flooding in a street of Natal, Rio Grande do Norte, Brazil in April 2013.
Flash flooding caused by heavy rain falling in a short amount of time.
Dozens of villages were inundated when rain pushed the rivers of northwestern Bangladesh over their banks in early October 2005. The Moderate Resolution Imaging Spectroradiometer (MODIS) on NASA's Terra satellite captured the top image of the flooded Ghaghat and Atrai Rivers on October 12, 2005. The deep blue of the rivers is spread across the countryside in the flood image.

ବନ୍ୟା ନାମ ଦିଆଯାଏ ଯେତେବେଳେ ଜଳ ସୀମା ବ‌ହିର୍ଭୁତ ହୋଇ ସାଧାରଣ ଶୁଖିଲା ଭୂମିକୁ ଜଳ ପ୍ଲାବନ କରେ ।[୧] ୟୁରୋପିଆନ୍ ୟୁନିଅନ୍ ଫ୍ଲଡ଼ ଡାରେକ୍ଟିଭ୍‌ର ସଂଜ୍ଞା ଅନୁସାରେ 'ସାଧାରଣ ଅଣପ୍ଳାବିତ ଭୂମି ଜଳଦ୍ୱାରା ପ୍ଲାବିତ ହେଲେ ବନ୍ୟା କୁହାଯାଏ ।[୨] ସମୁଦ୍ର ଲହରୀର ଅନ୍ତଃ-ପ୍ରହାହକୁ ମଧ୍ୟ ପ୍ରବ‌ହ‌ମାନ ଜଳ ଭାବରେ ଗ୍ରହଣ କରାଯାଏ । ଜଳାଶୟ ମଧ୍ୟରେ ନ‌ଦୀହ୍ରଦ ଅନ୍ତର୍ଭୁକ୍ତ ଯେଉଁଠାରେ ଜଳ ବନ୍ଧ ଭାଙ୍ଗି ବା କୂଳ ଲଙ୍ଘନ କରି କିଛି ଜଳ ତାହାର ସୀମା ବ‌ହିର୍ଭୁତ ହୁଏ[୩] କିମ୍ବା ବର୍ଷା ଜଳ ଜମି ସୀମା ଲଙ୍ଘନ କରିଲେ ବନ୍ୟା ହୁଏ । ଋତୁ ପରିବର୍ତ୍ତନ ଅନୁସାରେ ବରଫ ତରଳି ବା ଭୂସ୍ଖଳନ ହୋଇ ହ୍ରଦ ବା ଅନ୍ୟ ଜଳାଶୟର ଜଳ ମାତ୍ରା ବଢ଼ିଲେ ମଧ୍ୟ ସମ୍ପତ୍ତି ବା ଗୃହପାଳିତ ପଶୁମାନଙ୍କର କ୍ଷୟକ୍ଷତି ନ ହେଲେ ବନ୍ୟା ହିସାବରେ ଗଣନା କରାଯାଏ ନାହିଁ ।

ନ‌ଦୀର ଜଳ ଧାରଣ କ୍ଷମତାଠାରୁ ଅଧିକ ଜଳ ପ୍ରବାହ ହେଲେ, ବିଶେଷତଃ ନ‌ଦୀ ବାଙ୍କ ସ୍ଥାନ ଥିଲେ ବା ଅଙ୍କାବଙ୍କା ପ୍ରବାହ ଥିଲେ ବନ୍ୟା ସମ୍ଭାବନା ହୁଏ । ବନ୍ୟା ପ୍ଳାବନ ସ୍ଥାନମାନଙ୍କରେ ଘର ଓ ବ୍ୟବସାୟ ଥିଲେ କ୍ଷତିଗ୍ରସ୍ତ ହୁଏ । ବନ୍ୟା ସମୟରେ ସ୍ଥାନ ତ୍ୟାଗ କରିଦେଲେ କ୍ଷତି ଟଳିଯାଏ । ଲୋକମାନେ ନ‌ଦୀ ପାଖରେ ବାସ କରିବାର କାରଣ; ସେହି ସ୍ଥାନ ଗୁଡ଼ିକ ସମତଳ ଓ ଉର୍ବର ଓ ଏହାକୁ ପଥ ହିସାବରେ ବ୍ୟବ‌ହାର କରି ସୁବିଧାରେ ଯିବା ଆସିବା କରନ୍ତି ତ‌ଥା କଳକାରଖାନା ବେପାର ଓ କିଣାବିକା ହୁଏ ।

ବନ୍ୟା ଧୀରେ ବା ଶୀଘ୍ର(flash flood) ହୋଇପାରେ । ଏହା ବିଶେଷ ବର୍ଷା ଲକ୍ଷଣ ନ ଥାଇ କିଛି ମିନିଟ ମଧ୍ୟରେ ହୋଇପାରେ । ଅଧିକନ୍ତୁ ବନ୍ୟା ସ୍ଥାନୀୟ ହୋଇପାରେ କିମ୍ବା ବିରାଟ ଧରଣର ହୋଇପାରେ ।

ଶବ୍ଦ ଉତ୍ପତ୍ତି[ସମ୍ପାଦନା]

ଇଂରାଜୀରେ ବନ୍ୟାକୁ ଫ୍ଲଡ଼୍(flood) କୁହାଯାଏ ଯାହା ପୁରୁଣା ଇଂରାଜୀ ଶବ୍ଦ flodରୁ ନିଆଯାଇଛି (ତୁଳନା - ଜର୍ମାନୀ ଭାଷାରେ Flut, ଡଚ୍ ଭାଷାରେ vloed ଆସିଛି flow, floatରୁ; ଲାଟିନ୍ ଭାଷାରେ fluctus, flumen). ଅନେକ ଜାତିର ସଂସ୍କୃତିରେ ଭଗବାନ ସଭ୍ୟତାକୁ ନଷ୍ଟ କରି ପୁନର୍ନିମାଣ କରିବାକୁ ଏହାକୁ ପଠାଇବା କଥା ଲେଖାଅଛି ।

କାରଣ ଓ ପ୍ରକାର[ସମ୍ପାଦନା]

ବର୍ଷାକୃତ[ସମ୍ପାଦନା]

ସମତଳ ସ୍ଥାନ ଓ ନିମ୍ନ ବା ତଳିଆ ଜଳ‌ଯୁକ୍ତ ଅଞ୍ଚଳର ଅଧିକ ଜଳ ଧାରଣ ଶକ୍ତି ନ ଥାଏ ଓ ଏଠାରୁ ଜଳ ଶୀଘ୍ର ନିଷ୍କାସିତ ହୋଇ ପାରେନାହିଁ । କଙ୍କ୍ରିଟ୍ ଓ ବରଫାବୃତ ସ୍ଥାନରେ ଜଳ ଶୋଷଣ ହୋଇପାରେ ନାହିଁ । ଏହି କାରଣରୁ ଏଠାରେ ବର୍ଷା ହେଲେ ଶିଘ୍ର ବନ୍ୟା ହୁଏ ।

କୌଣସି ସ୍ଥାନରେ ପ୍ରବଳ ବର୍ଷା ହେଲେ ଓ ଏହି ସ୍ଥାନର ଜଳ ନିଷ୍କାସନ କ୍ଷମତା ନ ଥିଲେ ଫ୍ଲାସ ବନ୍ୟା ହୁଏ । କ୍ଷେତମାନଙ୍କରେ ଅଧିକ ବର୍ଷା ହେଲେ କାଦୁଆ ବନ୍ୟା ହୁଏ ଓ ମାଟି ଜଳରେ ଭାଷିଯାଏ ।

ନ‌ଦୀକୃତ[ସମ୍ପାଦନା]

ନ‌ଦୀମାନଙ୍କରେ ଜଳ ପତନ ବିଭିନ୍ନ ହାରରେ କିଛି ମିନିଟରୁ କିଛି ସପ୍ତାହ ମଧ୍ୟରେ ଜଳ ଉତ୍ସରୁ ଜଳ ପ୍ରବାହ ପରିମାଣ ଅନୁସାରେ ବଢ଼ିଯାଏ । ଅଧିକ ବର୍ଷା ହେଲେ, ବରଫ ତରଳିଲେ, ମୌସୁମୀ ଆସିଲେ ଝଡ଼ ହେଲେ ବନ୍ୟା ହୁଏ । ଜଳ ନିଷ୍କାସନ ପଥରେ ଭୂସ୍ଖଳନ, ଭଗ୍ନ ପଦାର୍ଥ ଓ ବରଫ ଜମି ରହିଲେ ମଧ୍ୟ ବନ୍ୟା ହୁଏ । ବନ୍ଧ ନିର୍ମାଣ ସମୟରେ ମଧ୍ୟ ନିମ୍ନ ଭାଗ ଜଳମଗ୍ନ ହେବା ସମ୍ଭାବନା ଥାଏ ।

ମୁହାଁଣ ଓ ସମୁଦ୍ର ତଟ[ସମ୍ପାଦନା]

ମୁହାଁଣ‌ଠାରେ ସାମୁଦ୍ରିକ ଢେଉ ସ‌ହ ପବନ ଓ ନିମ୍ନ ବାୟୁ ଚାପ ମିଶିଯାଇ ବନ୍ୟା କରାଏ ଓ ତାହା ସ‌ହିତ ନ‌ଦୀରେ ଉଜାଣି ଜଳରାଶି ବନ୍ୟା ବିତ୍ପାତ କରେ ।
ସାମୁଦ୍ରିକ ଝଡ଼, ସୁନାମି କିମ୍ବା ଟ୍ରପିକାଲ ତୋଫାନ ହେଲେ ସମୁଦ୍ର ଜଳ ବନ୍ଧ ଲଙ୍ଘି ଆସି ବନ୍ୟା କରାଏ । ଟ୍ରପିକାଲ ହେଉ ବା ନନ୍-ଟ୍ରପିକାଲ ଝଡ଼ ହେଉ ଏହି ଗୃପରେ ନିଆଯାଏ ।

ଶହରୀ ବନ୍ୟା[ସମ୍ପାଦନା]

ଶହରମାନଙ୍କରେ ଖୁନ୍ଦି ହୋଇ ଅନେକ ଘର ତୋଳାହେବାରୁ ଓ ଉପ‌ଯୁକ୍ତ ନାଳ ଅଭାବ ଯୋଗୁ ବର୍ଷା ସମୟରେ ଜଳ ନିଷ୍କାସନ ନ ହୋଇ ପାର ବନ୍ୟା ହୁଏ । କେତେକ ସମୟରେ ବରଫ ତରଳିବା ଯୋଗୁ ବା ଅତ୍ୟଧିକ ସାମୟିକ ବର୍ଷା ଯୋଗୁ ହେଉ, କୌଣସି ଜଳାଶୟ ପାଖରେ ନ ଥାଇ ମଧ୍ୟ ଶହରୀ ବନ୍ୟା ହୁଏ ।[୪] ନାଳ ମଧ୍ୟ ଦେଇ, ପାଇଖାନା ଦେଇ, ଜଳ କାନ୍ଥ ମଧ୍ୟ ଦେଇ ଝରେଇ ଘରେ ଜଳ ପ୍ରବେଶ କରେ ।
ଶତାବ୍ଦୀ ଶତାବ୍ଦୀ ଧରି ଶହରରେ ବନ୍ୟା ହେଉଥିଲେ ମଧ୍ୟ ଅଧୁନା ଏହାର କାରଣ ସମ୍ପର୍କରେ ଗବେଷଣା ଚାଲିଛି ।[୫] କେତେକ ଗବେଷକ ସ୍ରୋତ ପ୍ରବାହ ଓ ରାସ୍ତା ଉପରେ ଜଳ ନିଷ୍କାସନ ବ୍ୟବସ୍ଥକୁ ଅନୁଶୀଳନ କରିଛନ୍ତି ।[୬] ଆଉ କେତେକ ସୁବିଧାରେ ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଆଲୋକପାତ କରିଛନ୍ତି ।[୭] ସେ ଯାହାହେଉ କୁଇନ୍ସଲ୍ୟାଣ୍ଡ ବନ୍ୟା ପରେ ହୋଇଥିବା ଅନୁଶୀଳନରେ ଦେଖାଯାଇଛି ଯେ ସ୍ରୋତ ପ୍ରବାହ, ଜଳ ଗଭୀରତା, କିମ୍ବା ନିର୍ଦ୍ଦିଷ୍ଟ ଗତି ଜଳ ଗଭୀରତା ପ୍ରଭାବ ପକେଇବା ନିମନ୍ତେ ଦାୟୀ କରିହେବନି ।[୫] ଅନେକ ମଇଳା ଗଦା ଜମାହୋଇ ଜଳ ପ୍ରବାହର ଗତିକୁ ଧିମା କରିଦେବା କଥା ଏହି ଅନୁଶୀଳନ ବିଚାରକୁ ନେଇନାହିଁ ।[୭]

ବିନାଶକାରୀ ବନ୍ୟା[ସମ୍ପାଦନା]

ଆଧାର[ସମ୍ପାଦନା]

  1. MSN Encarta Dictionary. Flood. Retrieved on 2006-12-28. Archived 2009-10-31.
  2. Directive 2007/60/EC Chapter 1 Article2. eur-lex.europa.eu. Retrieved on 2012-06-12.
  3. Glossary of Meteorology (June 2000). Flood. Retrieved on 2009-01-09.
  4. Center for Neighborhood Technology, Chicago IL. "The Prevalence and Cost of Urban Flooding." May 2013
  5. ୫.୦ ୫.୧ Brown, Richard; Chanson, Hubert; McIntosh, Dave; Madhani, Jay (2011). "Turbulent Velocity and Suspended Sediment Concentration Measurements in an Urban Environment of the Brisbane River Flood Plain at Gardens Point on 12–13 January 2011". Hydraulic Model Report No. CH83/11 (Brisbane, Australia: The University of Queensland, School of Civil Engineering) (CH83/11): 120 pp. ISBN 978-1-74272-027-2. 
  6. Werner, MGF; Hunter, NM; Bates, PD (2006). "Identifiability of Distributed Floodplain Roughness Values in Flood Extent Estimation". Journal of Hydrology (314): 139–157. 
  7. ୭.୦ ୭.୧ Chanson, H., Brown, R., McIntosh, D. (୨୦୧୪). Human body stability in floodwaters: the ୨୦୧୧ flood in Brisbane CBD. Proceedings of the ୫th IAHR International Symposium on Hydraulic Structures (ISHS୨୦୧୪), ୨୫–୨୭ June ୨୦୧୪, Brisbane, Australia, H. CHANSON and L. TOOMBES Editors, ୯ pages (DOI: ୧୦.୧୪୨୬୪/uql.୨୦୧୪.୪୮). ISBN ୯୭୮-୧-୭୪୨୭୨-୧୧୫-୬. doi:୧୦.୧୪୨୬୪/uql.୨୦୧୪.୪୮. 

ବାହାର କଡ଼ି[ସମ୍ପାଦନା]