ବଡପାଲନୀ ଆନ୍ଦଭର ମନ୍ଦିର

Coordinates: 13°03′10″N 80°12′49″E / 13.05278°N 80.21361°E / 13.05278; 80.21361
ଉଇକିପିଡ଼ିଆ‌ରୁ
ବଡପାଲନୀ ଆନ୍ଦଭର ମନ୍ଦିର
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
Districtଚେନ୍ନଇ
ଦେବାଦେବୀVadapalani Aandavar (Lord Muruga)
Location
ସ୍ଥାନVadapalani
Stateତାମିଲ ନାଡୁ
Countryଭାରତ
ବଡପାଲନୀ ଆନ୍ଦଭର ମନ୍ଦିର is located in Chennai
ବଡପାଲନୀ ଆନ୍ଦଭର ମନ୍ଦିର
Location in Chennai
ଭୌଗଳିକ ଅବସ୍ଥିତି13°03′10″N 80°12′49″E / 13.05278°N 80.21361°E / 13.05278; 80.21361
Architecture
TypeDravidian architecture
Completed1865

ବଡପାଲନୀ ଆନ୍ଦଭର ମନ୍ଦିର ଏକ ହିନ୍ଦୁ ମନ୍ଦିର ଯାହା ପ୍ରଭୁ ମୁରୁଗାନଙ୍କୁ ସମର୍ପିତ ହୋଇଛି । ଏହା ଭାରତର ତାମିଳନାଡ଼ୁ ପ୍ରଦେଶରେ ଥିବା ଚେନ୍ନଇ ସହରରେ ଅବସ୍ଥିତ ।[୧] ଏହି ମନ୍ଦିରର ପୁନରବିନ୍ୟାସ ୧୯୨୦ ମସିହାରେ ହୋଇଥିଲା ଓ ଏକ ରାଜଗୋପୁରମ ସେହି ସମୟରେ ତିଆରି ହୋଇଥିଲା । ଏହି ମନ୍ଦିରଟି ସମୟକ୍ରମେ ଅଧିକ ଲୋକପ୍ରିୟ ହେଉଛି ବିଶେଷତଃ ଚଳଚ୍ଚିତ୍ର କଳାକାରଙ୍କ ଯୋଗୁ ।[୨]

ଇତିହାସ[ସମ୍ପାଦନା]

Main Entrance to the Temple from the Inner Ring Road

ଆନ୍ନାସ୍ୱାମୀ ନାୟକର ନାମକ ଜଣେ ବଡ଼ ଭକ୍ତ ୧୯ଶ ଶତାବ୍ଦୀର ଶେଷ ଭାଗରେ ଏହି ମନ୍ଦିର ତୋଳେଇଥିଲେ । ସେ ଏକ ନିଷ୍ଠାପର ମୁରୁଗାନ ଭକ୍ତ ଥିଲେ । ଗୋଟିଏ ଛୋଟ କୁଡ଼ିଆ କରି ତାହା ମଧ୍ୟରେ ଏକ ମୁରୁଗାନ ଛବି ରଖି ପୂଜା କରୁଥିଲେ । ସେ ନିଜେ ଗୋଟିଏ ପେଟ ରୋଗୀ ହୋଇ ମଧ୍ୟ ଅନ୍ୟାନ୍ୟ ମୁରୁଗାନ ମନ୍ଦିରକୁ ଯାତ୍ରା କରିଥିଲେ, ତାହା ମଧ୍ୟ ଚୋର ଓ ଖରାପ ପାଗକୁ ନ ଡରି । ଦିନେ ସେ ସ୍ୱପ୍ନରେ ଜଣେ ସାଧୁଙ୍କୁ ଦେଖିଲେ ଯିଏ କହିଲେ ତାଙ୍କ ଘର ପୂଜା ପାଇଁ ସଠିକ । ସେ ପୂଜା କରିବାକୁ ଲାଗିଲେ । ଜଣେ ପଲନି ସାଧୁଙ୍କ ଉପଦେଶ ଅନୁସାରେ ସେ ମୁରୁଗାନଙ୍କ ମନ୍ଦିରରେ ଥିବା ତିରୁତ୍ତାନିଙ୍କୁ ନିଜ ଜିଭ କାଟି ଅର୍ପଣ କରିବା ପରେ ତାଙ୍କ ରୋଗ ଭଲ ହୋଇଗଲା ।

ଏକଦା ସେ ଦକ୍ଷିଣ ପାଲନୀ ମନ୍ଦିର ପରିଦର୍ଶନ କରିସାରି ସିଡ଼ିରେ ଓହ୍ଲେଇବା ବେଳେ ଏକ ସୁନ୍ଦର ମୁରୁଗାନଙ୍କ ଚିତ୍ରପଟ ଦେଖିଲେ । ତାକୁ କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିଲା । ତା ପରଦିନ ଦୋକାନୀ ନିଜେ ଆନାସ୍ୱାମୀ ପାଖକୁ ଆସି ସେହି ଚିତ୍ରଟି ତାଙ୍କୁ ଦେଇ କହିଲା, “ମୁରୁଗା ସ୍ୱପ୍ନରେ ଏହା ଦେବାକୁ କହିଛନ୍ତି” । ସେହି ଚିତ୍ର ଧରି ଆନ୍ନା ଘରକୁ ଫେରିଆସି ପରିବାର ସଦସ୍ୟଙ୍କୁ ଅନ୍ୟତ୍ର ଚାଲିଯିବା ପାଇଁ କହିଲେ । ଇତି ମଧ୍ୟରେ ତାଙ୍କର ଏକ ସ୍ୱର୍ଗୀୟ ଶକ୍ତି ଦେହରେ ଆସିଥିବା ଅନୁଭବ କଲେ । ସେ ସତ୍ୟ କଥା କହିବାକୁ ଲାଗିଲେ ଓ ଅନ୍ୟମାନଙ୍କ ସମସ୍ୟାର ସମାଧାନ କରିବାକୁ ଲାଗିଲେ । ତାଙ୍କର ଉତ୍ତରାଧିକାରୀ ନାୟକରଙ୍କ ଇଚ୍ଛା ପୂରଣ କରିବାକୁ ସେହି ସ୍ଥାନରେ ଏକ ମନ୍ଦିର ତିଆରି କରିବାକୁ ସମ୍ମତି ଦେଲେ ।

ଆନ୍ନାସ୍ୱାମୀ ମନ୍ଦିର ତିଆରି ପରିଚାଳନା କରିଥିଲେ ଓ ବଡପାଲନୀ ଆନ୍ଦଭରଙ୍କ ପବିତ୍ର ମୂର୍ତ୍ତି କରିବାକୁ ଚେଟଟିୟାର ବ୍ୟବସ୍ଥା କରିଥିଲେ । ୧୮୬୫ ମସିହାରେ ମନ୍ଦିର ତିଆରି ଆରମ୍ଭ କରାଗଲା । ସମୟକ୍ରମେ ଶିଷ୍ୟ ତାଙ୍କ ସ୍ଥାନ ଗ୍ରହଣ କଲେ । ଶିଷ୍ୟ ମଧ୍ୟ ଅନ୍ୟମାନଙ୍କ ସମସ୍ୟାର ସମାଧାନ କରିବାକୁ ଲାଗିଲେ । ପ୍ରତିମୂର୍ତ୍ତି ତିଆରି ଶେଷ ହେଲା ଓ ତାଙ୍କୁ ସ୍ଥାପନ କରି କୁମ୍ଭଅଭିଷେକ କଲେ । ମନ୍ଦିରର କର୍ମ ଓ ପୂଜା ପାଇଁ ଭକ୍ତଙ୍କର ଦାନ ବ୍ୟବହାର କରାଗଲା ।

ରତିନାସ୍ୱାମୀ ଚେଟଟିୟାର ଭକ୍ତଙ୍କୁ ଉକ୍ତ ମନ୍ଦିରକୁ ବଡପାଳନୀ ମନ୍ଦିର ନାମରେ ଡାକିବାକୁ କହିଲେ । ତାଙ୍କର ମଧ୍ୟ ସ୍ୱର୍ଗୀୟ ଅନୁଭୂତି ଜାତ ହେଲା । କ୍ରମାନୁସାରେ ଶିଷ୍ୟ ଅନୁସାରେ ପୂଜା ଚାଲିଲା ।

ମନ୍ଦିରର ସ୍ଥାପତ୍ୟ[ସମ୍ପାଦନା]

ଦକ୍ଷିଣ ଭାରତୀୟ ପରମ୍ପରାକ୍ରମେ ମନ୍ଦିର ତିଆରି ହେଲା । ପ୍ରବେଶ ପଥରେ ରାଜଗୋପୁରମ ସ୍ଥାନରେ ସ୍କନ୍ଧ ପୁରାଣର ଅନେକ କିମ୍ବଦନ୍ତୀ ଲିଖିତ ହୋଇଥିଲା । ମୁଖ୍ୟ ଦେବତା ସହ ପଲାଣି ପ୍ରତିମୂର୍ତ୍ତିର ସାମଞ୍ଜସ୍ୟ ରହିଲା ।

ମନ୍ଦିର ପରିସରରେ ଅନେକ ଛୋଟ ଛୋଟ ମନ୍ଦିରରେ ମିନାକ୍ଷୀ ଆମ୍ମା, କାଳୀ ଭୈରବ ଇତ୍ୟାଦିଙ୍କ ପ୍ରତିମୂର୍ତ୍ତି ରଖାଗଲା । ଅଙ୍ଗାରନଙ୍କ ଏକ ଅଲଗା ମନ୍ଦିର ଅଛି । ପୂର୍ବ ଗମ୍ବୁଜରେ ୧୦୮ ଭାରତ ନାଟ୍ୟମର ମୁଦ୍ରା ଅଙ୍କିତ ହୋଇଛି । ସେଠାରେ ଏକ ବଡ଼ ହଲ ଅଛି ଓ ବିବାହ ଆଦି ସେଠାରେ ସମ୍ପନ୍ନ ହୁଏ । ମୁରୁଗାନଙ୍କର ଏକ ସ୍ୱର୍ଣ୍ଣାଭ ରଥ ଅଛି । ମନ୍ଦିର ସାମନାର ଜଳାଶୟ ଅଛି । ଥଳ ବୃକ୍ଷରେ (ଡିମିରି) ଲୋକମାନେ ସନ୍ତାନ ପାଇବା ନିମନ୍ତେ ସୂତା ବାନ୍ଧନ୍ତି ।

ପରିଚାଳନା[ସମ୍ପାଦନା]

ତାମିଲ ନାଡୁ ସରକାରର ହିନ୍ଦୁ ରେଲିଜିଅସ ଆଣ୍ଡ ଚାରିତେବଲ ଏଣ୍ଡାଓମେଣ୍ଟ ସଂସ୍ଥା ଏହି ମନ୍ଦିରର ପ୍ରଶାସନ ଓ ପରିଚାଳନା କରନ୍ତି ।[୩]

ଏହା ମଧ୍ୟ ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Subburaj, V (1 December 2006). [ବଡପାଲନୀ ଆନ୍ଦଭର ମନ୍ଦିର at Google Books Tourist Guide to Chennai]. Sura Books. pp. 14–. ISBN 978-81-7478-040-9. {{cite book}}: Check |url= value (help)
  2. King, Anthony D. (1984). [ବଡପାଲନୀ ଆନ୍ଦଭର ମନ୍ଦିର at Google Books Buildings and Society: Essays on the Social Development of the Built Environment]. Routledge & Kegan Paul. pp. 143–. ISBN 978-0-7102-0234-5. {{cite book}}: Check |url= value (help)
  3. Hindu Religious and Charitable Endowments Act, 1959

ବାହ୍ୟ ଲିଙ୍କ[ସମ୍ପାଦନା]