ବଙ୍ଗଳା ଉଇକିପିଡ଼ିଆ
Screenshot | |
ୟୁ.ଆର.ଏଲ | bn |
---|---|
ବ୍ୟବସାୟିକ | ନାହିଁ |
ସାଇଟର ପ୍ରକାର | ଇଣ୍ଟରେନେଟରେ ଥିବା ଜ୍ଞାନକୋଷ |
ମିଳୁଥିବା ଭାଷା | ବଙ୍ଗଳା |
ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ଏବେକାର ସ୍ଥିତି | ଅନ୍ଲାଇନ୍ |
ବଙ୍ଗଳା ଉଇକିପିଡ଼ିଆ ବା ବାଂଲା ଉଇକିପିଡ଼ିଆ (ବଙ୍ଗଳା: বাংলা উইকিপিডিয়া) ହେଉଛି ଉଇକିମିଡ଼ିଆ ଫାଉଣ୍ଡେସନ ପରିଚାଳିତ ଉଇକିପିଡ଼ିଆର ବଙ୍ଗଳା ଭାଷା ସଂସ୍କରଣ, ଯାହାକି ଏକ ମାଗଣା ଅନଲାଇନ୍ ଏନ୍ସାଇକ୍ଲୋପିଡ଼ିଆ । ଜାନୁଆରୀ ୨୭, ୨୦୦୪ରେ ଆରମ୍ଭ ହୋଇଥିବା ଏହି ଉଇକିପିଡ଼ିଆ ଅକ୍ଟୋବର ୨୦୦୬ରେ ୧୦,୦୦୦ ପ୍ରସଙ୍ଗ ଅତିକ୍ରମ କରି ଦ୍ୱିତୀୟ ଦକ୍ଷିଣ-ଏସୀୟ ଭାଷୀ ଉଇକିପିଡ଼ିଆ ହୋଇଥିଲା ।[୧] ୨୫ ଡିସେମ୍ବର, ୨୦୨୦ରେ ଏହି ଉଇକିପିଡ଼ିଆରେ ୧ ଲକ୍ଷରୁ ଅଧିକ ପ୍ରସଙ୍ଗ ଅଧିକ ଲେଖାଯାଇଥିଲା ।[୨] ୨୦୧୮ ମସିହାରେ, ବଙ୍ଗାଳୀ ଉଇକିପିଡ଼ିଆକୁ ବିଶ୍ୱସ୍ତରୀରେ ୧ କୋଟି ୯୦ ଲକ୍ଷରୁ ଅଧିକ ଥର ଖୋଲାଯାଇଥିବା ଖୋଲାଯାଇଥିଲା ।[୩][୪] ହାରାହାରି, ଏହି ସାଇଟ୍ ଦିନକୁ ୫ଲକ୍ଷରୁ ଅଧିକ ଥର ଦେଖାଯାଉଥିଲା ।[୪]
ଜୁନ୍ ୨୦୨୦ ସୁଦ୍ଧା, ବଙ୍ଗାଳୀ ଉଇକିପିଡ଼ିଆ ହେଉଛି ଏକମାତ୍ର ଅନଲାଇନ୍ ମାଗଣା ଏନସାଇକ୍ଲୋପିଡ଼ିଆ ଯାହାକି ବଙ୍ଗଳା ଭାଷାରେ ଲେଖାଯାଇଛି । ଏହା ମଧ୍ୟ ଇଣ୍ଟରନେଟରେ ସବୁଠାରୁ ବଡ଼ ବଙ୍ଗୀୟ ବିଷୟବସ୍ତୁ ସମ୍ବନ୍ଧୀୟ ସାଇଟ ମଧ୍ୟରୁ ଅନ୍ୟତମ । ବଙ୍ଗାଳୀ ଉଇକିପିଡ଼ିଆର ମୋବାଇଲ୍ ସଂସ୍କରଣ ୨୦୧୦ ମସିହାରେ ଉନ୍ମୋଚନ ହୋଇଥିଲା ।[୫]
ଏହି ଉଇକିପିଡ଼ିଆରେ ବଙ୍ଗାଳୀ ସ୍କ୍ରିପ୍ଟ ଟୁଲ୍ ପାଇଁ ଏକ ଫୋନେଟିକ୍ ଲାଟିନ୍ କି-ବୋର୍ଡ଼ ଅଛି, ଯାହାଦ୍ୱାରା କୌଣସି ସଫ୍ଟୱେର୍ ଡାଉନଲୋଡ୍ ନକରି ଲାଟିନ୍ ବର୍ଣ୍ଣମାଳାର କି-ପ୍ୟାଡ୍ ବ୍ୟବହାର କରି ସିଧାସଳଖ ବଙ୍ଗଳା ଟାଇପ୍ କରାଯାଇପାରିବ । ଏହି ଉଇକିପିଡ଼ିଆ ଗୋଷ୍ଠୀଦ୍ୱାରା ଉଇକିବାର୍ତ୍ତା ନାମକ ଏକ ସମ୍ବାଦ ପ୍ରକାଶ ପାଉଛି ।
ଆଧାର
[ସମ୍ପାଦନା]- ↑ Noronha, Frederick (September 30, 2006). "Bengali Wikipedia crosses 10,000 articles". Indo-Asian News Service. Monsters and Critics. Archived from the original on 26 December 2013. Retrieved 25 December 2013.
- ↑ "A decade of Bangla Wikipedia An open call". The Daily Star (Bangladesh). March 17, 2014. Archived from the original on 23 March 2014. Retrieved 15 April 2014.
- ↑ বাংলা উইকিপিডিয়ার ১৫ বছর. Jugantor (in Bengali). Retrieved 28 January 2019.
- ↑ ୪.୦ ୪.୧ ১৯ কোটিবার দেখা হয়েছে বাংলা উইকিপিডিয়া. Tech Shohor (in Bengali). Archived from the original on 29 June 2021. Retrieved 26 January 2019.
- ↑ এবার মোবাইল ফোনে বাংলা উইকিপিডিয়া. Prothom Alo (in Bengali). Archived from the original on 2019-04-30. Retrieved 26 January 2019.