ବଙ୍ଗଳାଦେଶ ମନ୍ତ୍ରୀସଭା

ଉଇକିପିଡ଼ିଆ ରୁ
Jump to navigation Jump to search

ବଙ୍ଗଳାଦେଶ ୱେଷ୍ଟମିନିଷ୍ଟର ଶୈଳୀରେ ଗଢା ଏକ ଐକିକ ସଂସଦୀୟ ଗଣତନ୍ତ୍ର । ଏହାର ସମ୍ବିଧାନ ଅନୁଯାୟୀ ଏହା ସାର୍ବଜନୀନ ମତାଧିକାର ବିଶିଷ୍ଠ ଗଣତନ୍ତ୍ର । ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି ଓ ସରକାରଙ୍କ ମୁଖ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ, ଯିଏ ରାଷ୍ଟ୍ରପତିଙ୍କଦ୍ୱାରା ପ୍ରତି ପାଞ୍ଚ ବର୍ଷରେ ସରକାର ଗଠନ ପାଇଁ ଆମନ୍ତ୍ରିତ ହୁଅନ୍ତି।

ସଂରଚନା[ସମ୍ପାଦନା]

ବଙ୍ଗଳାଦେଶର ସରକାର ୱେଷ୍ଟମିନିଷ୍ଟର ବ୍ୟବସ୍ଥାର ଆଦର୍ଶରେ ଗଠିତ। ଏହାର ମୁଖ୍ୟତଃ କାର୍ଯ୍ୟନିର୍ବାହୀ, ସଂସଦ ଏବଂ ନ୍ୟାୟପାଳିକାକୁ ନେଇ ଗଠିତ। ଯେଉଁଥିରେ ସମସ୍ତ କ୍ଷମତା ପ୍ରଧାନମନ୍ତ୍ରୀ,ଜାତୀୟ ସଂସଦ ଏବଂ ସର୍ବୋଚ୍ଚ ନ୍ୟାୟାଳୟରେ ସମ୍ବିଧାନଦ୍ୱାରା ନ୍ୟସ୍ତ ହୋଇଛି। ଏହା ଏକ ଐକିକ ସଂସଦୀୟ ଗଣତନ୍ତ୍ର ।ସଂସଦୀୟ ନିର୍ବାଚନ ସାର୍ବଜନୀନ ମତାଧିକାର ଭିତ୍ତିରେ ସଙ୍ଗଠିତ ହୁଏ । ରାଷ୍ଟ୍ରମୁଖ୍ୟ ହେଉଛନ୍ତି ରାଷ୍ଟ୍ରପତି ଓ ସରକାରଙ୍କ ମୁଖ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ, ଯିଏ ରାଷ୍ଟ୍ରପତିଙ୍କଦ୍ୱାରା ପ୍ରତି ପାଞ୍ଚ ବର୍ଷରେ ସରକାର ଗଠନ ପାଇଁ ଆମନ୍ତ୍ରିତ ହୁଅନ୍ତି।

ରାଷ୍ଟ୍ରମୁଖ୍ୟ[ସମ୍ପାଦନା]

ଶେଖ ମୁଜିବୁର ରହମାନ , ବଙ୍ଗଳାଦେଶର ପ୍ରଥମ ରାଷ୍ଟ୍ରପତି ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ

ବଙ୍ଗଳାଦେଶର ରାଷ୍ଟ୍ରପତି ହେଉଛନ୍ତି ଆନୁଷ୍ଠାନିକ ମୁଖ୍ୟ । ରାଷ୍ଟ୍ରପତି ସଂସଦଦ୍ୱାରା ନିର୍ବାଚିତ ହୁଅନ୍ତି ଏବଂ ତାଙ୍କର ପାଞ୍ଚ ବର୍ଷ କାର୍ଯ୍ୟକାଳ | ସମ୍ବିଧାନ ଅନୁଯାୟୀ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ କାର୍ଯ୍ୟ କରନ୍ତି। ରାଷ୍ଟ୍ରପତି ହେଉଛନ୍ତି ବଙ୍ଗଳାଦେଶ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଏବଂ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି। । ସଂସଦଦ୍ୱାରା ଗୃହୀତ ହୋଇଥିବା ବିଲ୍ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ପରେ ଆଇନରେ ପରିଣତ ହୁଏ |[୧]

କାର୍ଯ୍ୟନିର୍ବାହୀ ଶାଖା[ସମ୍ପାଦନା]

ବଙ୍ଗଳାଦେଶର ସରକାରଙ୍କ ମୁଖ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏକ ମନ୍ତ୍ରି ମଣ୍ଡଳ କାର୍ଯ୍ୟ କରେ। ସଂସଦୀୟ ସରକାରର କାର୍ଯ୍ୟକାଳ ପାଞ୍ଚ ବର୍ଷ। ପାରମ୍ପାରିକ ସଂସଦୀୟ ବ୍ୟବସ୍ଥାରେ କାର୍ଯ୍ୟନିର୍ବାହୀ ଶାଖାର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ହେଉଛି କ୍ୟାବିନେଟ୍। ବଙ୍ଗଳାଦେଶ ସିଭିଲ ସର୍ଭିସ କ୍ୟାବିନେଟକୁ ସରକାର ଚଳାଇବାରେ ସାହାଯ୍ୟ କରିଥାଏ। କ୍ୟାବିନେଟ ମନ୍ତ୍ରୀମାନେ ସରକାରୀ ବିଭାଗର ମୁଖ୍ୟ , ଯଥା ପ୍ରତିରକ୍ଷା ବିଭାଗ ମନ୍ତ୍ରୀ ପ୍ରତିରକ୍ଷା ବିଭାଗର ମୁଖ୍ୟ | ସମସ୍ତ ମନ୍ତ୍ରୀ ମିଳିତ ଭାବରେ ସମାନ ସ୍ତରରେ କାର୍ଯ୍ୟ କରନ୍ତି ଏବଂ ସମାନ କ୍ଷମତାର ଅଧିକାରି ।[୨]

ବୈଧାନିକ ଶାଖା[ସମ୍ପାଦନା]

ବଙ୍ଗଳାଦେଶର ଜାତୀୟ ସଂସଦ

ଜାତୀୟ ସଂସଦ (ଜାତୀୟ ସଭା) ହେଉଛି ଏକକ ଗୃହ ସଂସଦ। ଏଥିରେ ୩୫୦ ସଦସ୍ୟ (ସାଂସଦ) ଅଛନ୍ତି । ଯେଉଁଥିରେ ବହୁମତଦ୍ୱାରା ନିର୍ବାଚିତ ୩୦୦ ସାଂସଦ ଏବଂ ମହିଳା ସଶକ୍ତିକରଣ ପାଇଁ ସଂରକ୍ଷିତ ଆସନରେ ନିଯୁକ୍ତ ୫୦ ସାଂସଦ ଅଛନ୍ତି। ମହିଳାମାନଙ୍କ ପାଇଁ ସଂରକ୍ଷିତ ଅବଶିଷ୍ଟ ୫୦ ସଦସ୍ୟ , ୩୦୦ ସଦସ୍ୟଙ୍କ ଭୋଟ୍ଦ୍ୱାରା ଆନୁପାତିକ ଆଧାରରେ ପରିବେଷିତ ହୋଇଥାଏ | ଏହି ମହିଳାମାନଙ୍କ ପାଇଁ ସଂରକ୍ଷିତ ଅଷ୍ଟମ ସଂସଦ ସମୟରେ ୩୦ରୁ ୪୫ ଏବଂ ନବମ ସଂସଦ ସମୟରେ ୪୫ରୁ ୫୦କୁ ବୃଦ୍ଧି ପାଇଛି । [୩] ବଙ୍ଗଳାଦେଶ ସମ୍ବିଧାନର ଧାରା ୭୦ ଅନୁଯାୟୀ ସାଂସଦମାନେ ସେମାନଙ୍କ ଦଳ ବିରୋଧରେ ଭୋଟ୍ ଦେବାକୁ ବାରଣ । ତଥାପି, ସାଂସଦମାନଙ୍କଦ୍ୱାରା ସ୍ୱାଧୀନ ଭାବେ ପ୍ରସ୍ତାବିତ ଅନେକ ଚିଠାକୁ ଆଇନରେ ପରିଣତ କରାଯାଇଛି | ବାଚସ୍ପତି ଜାତୀୟ ସଂସଦରେ ଅଧ୍ୟକ୍ଷତା କରିଛନ୍ତି। ଜଣେ ଉପ ବାଚସ୍ପତି ମଧ୍ୟ ଅଛନ୍ତି। ଯେତେବେଳେ ଜଣେ ରାଷ୍ଟ୍ରପତି କର୍ତ୍ତବ୍ୟ ସମ୍ପାଦନ କରିବାରେ ଅସମର୍ଥ (ଯଥା ଅସୁସ୍ଥତା ହେତୁ), ବାଚସ୍ପତି କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରନ୍ତି ଏବଂ ଉପ ବାଚସ୍ପତି କାର୍ଯ୍ୟକାରୀ ବାଚସ୍ପତି ଭାବରେ କାର୍ଯ୍ୟ କରନ୍ତି।

ନ୍ୟାୟପାଳିକା ଶାଖା[ସମ୍ପାଦନା]

ବଙ୍ଗଳାଦେଶର ସର୍ବୋଚ୍ଚ ନ୍ୟାୟାଳୟ

ବଙ୍ଗଳାଦେଶର ନ୍ୟାୟପାଳିକାର ଶୀର୍ଷରେ ରହିଛି ସର୍ବୋଚ୍ଚ ନ୍ୟାୟାଳୟ ହେଉଛି । ସର୍ବୋଚ୍ଚ ନ୍ୟାୟାଳୟ ତଳେ ପରେ ହାଇକୋର୍ଟ ଏବଂ ଆପିଲ୍ ଡିଭିଜନ୍। ନ୍ୟାୟପାଳିକାର ମୁଖ୍ୟ ହେଉଛନ୍ତି ବଙ୍ଗଳାଦେଶର ପ୍ରଧାନ ବିଚାରପତି। ନ୍ୟାୟିକ ସମୀକ୍ଷାରେ ଅଦାଲତର ବ୍ୟାପକ ଅଧିକାର ରହିଛି ଏବଂ ନ୍ୟାୟିକ ଉଦାହରଣ ସମ୍ବିଧାନର ଧାରା ୧୧୧ଦ୍ୱାରା ସମର୍ଥିତ | ନ୍ୟାୟପାଳିକାରେ ଜିଲ୍ଲା ଏବଂ ମହାନଗର ନ୍ୟାୟାଳୟ ଅନ୍ତର୍ଭୁକ୍ତ, ଯାହାକୁ ଦେଓ୍ବାନୀ ଏବଂ ଅପରାଧିକ କୋର୍ଟରେ ବିଭକ୍ତ କରାଯାଇଛି | ବଙ୍ଗଳାଦେଶ ନ୍ୟାୟିକ ସେବା ଆୟୋଗ , ଏକ ସ୍ୱାଧୀନ ସଂସ୍ଥା , ଯାହାକି ନ୍ୟାୟିକ ନିଯୁକ୍ତି, ବେତନ ଏବଂ ଅନୁଶାସନ ପାଇଁ ଉତ୍ତରଦାୟୀ |[୪]

ଆଧାର[ସମ୍ପାଦନା]

  1. "Sectors". Commonwealth of Nations. 2020-11-04. Retrieved 2020-11-04.
  2. "Sectors". Commonwealth of Nations. 2020-11-04. Retrieved 2020-11-04.
  3. "Bangladesh election: PM Sheikh Hasina wins landslide in disputed vote". BBC News. 2018-12-31. Retrieved 2020-11-04.
  4. Commissioner, United Nations High. "Bangladesh: Supreme Court". Refworld. Retrieved 2020-11-04.