ବକାସୁର

ଉଇକିପିଡ଼ିଆ‌ରୁ

ବକାସୁର ହେଉଛି ମହାଭାରତରେ ବର୍ଣ୍ଣିତ ଏକ ରାକ୍ଷସ । ଏ ରାକ୍ଷସର ଦୌରାତ୍ମ୍ୟରୁ ରକ୍ଷା ପାଇବା ନିମନ୍ତେ ଏକଚକ୍ରା ଗ୍ରାମବାସୀମାନେ ତାହା ନିକଟକୁ ପ୍ରତିଦିନ ତାହାର ଭୋଜନାର୍ଥ ପ୍ରଚୁର ଖାଦ୍ୟ ଦ୍ରବ୍ୟ ସହ ଜଣେ ମନୁଷ୍ୟକୁ ପଠାଇବାପାଇଁ ତା ସଙ୍ଗେ ଜବାବ କରି ସେହି ଅନୁସାରେ ପ୍ରତିଦିନ ପାଳି କରି ଗୋଟିଏ ଲୋକକୁ ପଠାଉ ଥିଲେ । ଏ ଅସୁର ଉକ୍ତ ପ୍ରେରିତ ଖାଦ୍ୟଦ୍ରବ୍ୟକୁ ଓ ମନୁଷ୍ୟଟିକୁ ଖାଇଦେଇ ତାର ପ୍ରତିଶ୍ରୁତି ମୁତାବକ ଜନପଦ ନିକଟକୁ ଆସୁ ନ ଥିଲା । ପାଣ୍ଡବମାନେ ଜତୁଗୃହଦାହ ପରେ ବାରଣାବନ୍ତ ନଗରୀରୁ ପଳାଇ ଯାଇ ଏକଚକ୍ରା ନଗରୀରେ କୌଣସି ଏକ ବ୍ୟକ୍ତିର ଗୃହରେ ଅବସ୍ଥାନ କରୁଥିବା ସମୟରେ ସେହି ପରିବାରର ଗୋଟିଏ ଲୋକର ବକାସୁର ନିକଟକୁ ଯିବାର ପାଳି ପଡ଼ିଲା । ତେଣୁ ପରିବାରରେ କ୍ରନ୍ଦନ ରୋଳ ଉଠିଲା । ପାଣ୍ଡବ ମାତା କୁନ୍ତୀ ଏଥିର କାରଣ ଅବଗତ ହୋଇ ଆପଣାର ମଧ୍ୟମ ପୁତ୍ର ଭୀମଙ୍କର ପରାକ୍ରମ ବିଷୟର ଉତ୍ତମରୂପେ ଜାଣି ସେଦିନ ପ୍ରେରିତ ଖାଦ୍ୟଦ୍ରବ୍ୟ ସଙ୍ଗେ ସେହି ପରିବାରର ମନୁଷ୍ୟକୁ ନ ପଠାଇ ତା ପରିବର୍ତ୍ତେ ଭୀମଙ୍କୁ ଅସୁର ନିକଟକୁ ଯିବାକୁ ଆଦେଶ ଦେଲେ ଓ ତଦନୁସାରେ ଭୀମ ଅସୁର ନିକଟକୁ ଯାଇ ତା ସଙ୍ଗେ ଯୁଦ୍ଧ କରି, ତାହାର ପ୍ରାଣନାଶ କରି, ଏକଚକ୍ରା ନଗରୀକୁ ରାକ୍ଷସ ଦାଉରୁ ମୁକ୍ତ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 75.