Jump to content

ଫ୍ରାନ୍ସିସ ଡି'ବ୍ରିଟୋ

ଉଇକିପିଡ଼ିଆ‌ରୁ
ଫ୍ରାନ୍ସିସ ଡି'ବ୍ରିଟୋ
ଜନ୍ମ(1943-12-04)୪ ଡିସେମ୍ବର ୧୯୪୩
ମୃତ୍ୟୁ୨୫ ଜୁଲାଇ ୨୦୨୪(2024-07-25) (ବୟସ ୮୦)
ବସାଇ, ପାଳଘର ଜିଲ୍ଲା, କୋଙ୍କଣ ଡିଭିଜନ୍, ମହାରାଷ୍ଟ୍ର, ଭାରତ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ପୂଜକ, ଲେଖକ, ପରିବେଶବିତ୍

ଫ୍ରାନ୍ସିସ ଡି'ବ୍ରିଟୋ (୪ ଡିସେମ୍ବର ୧୯୪୩ – ୨୫ ଜୁଲାଇ ୨୦୨୪) ଜଣେ ଭାରତୀୟ କ୍ୟାଥଲିକ୍ ପୂଜକ, ଲେଖକ ଓ ପରିବେଶବିତ୍ ।[] ସେ ମହାରାଷ୍ଟ୍ରର ଲୋକ ।[] ସେ ସୁବୋଧ ବାଇବେଲର ଲେଖକ ଥିଲେ, ଯାହା ମରାଠୀରେ ବାଇବେଲର ଅନୁବାଦ ଥିଲା ।[][][]

ଜୀବନୀ

[ସମ୍ପାଦନା]

୧୯୪୩ ମସିହାର ଡିସେମ୍ବର ୪ ତାରିଖରେ ସେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ସାହିତ୍ୟକୃତି ପାଇଁ ତାଙ୍କୁ ଜ୍ଞାନୋବା-ତୁକାରାମ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।୨୦୦୭ ମସିହାରେ ଗଠିତ ଏହି ପୁରସ୍କାରରେ ସେ ପ୍ରଥମ ବିଜେତା ଥିଲେ । ୨୦୧୩ ମସିହାରେ ସେ ଶ୍ରେଷ୍ଠ ଅନୁବାଦ ପାଇଁ ରାଜ୍ୟ ସାହିତ୍ୟ ପୁରସ୍କାର ପାଇଥିଲେ । ପରବର୍ଷ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[]

୨୨ ସେପ୍ଟେମ୍ବର ୨୦୧୯ରେ, ସେ ସର୍ବସମ୍ମତି କ୍ରମେ ୧୦ ଜାନୁଆରୀ ୨୦୨୦ରେ ଓସମାନାବାଦରେ ଅନୁଷ୍ଠିତ ହେବାକୁ ଥିବା ୯୩ତମ ଅଖିଳ ଭାରତୀୟ ମରାଠୀ ସାହିତ୍ୟ ସମ୍ମିଳନୀର (ସାହିତ୍ୟ ସଭା) ସଭାପତି ଭାବରେ ନିର୍ବାଚିତ ହୋଇଥିଲେ ।[]

ମୃତ୍ୟୁ

[ସମ୍ପାଦନା]

୨୦୦୪ ମସିହାର ଜୁଲାଇ ୨୫ ତାରିଖରେ ୮୧ ବର୍ଷ ବୟସରେ ପାଲଘର ଜିଲ୍ଲାର ବସାଇଠାରେ ସେ ମୃତ୍ୟୁବରଣ କରିଥିଲେ ।[]

  1. "Francis D'Britto". National Geographic. National Geographic Society. 187 (6): 62.
  2. "Christian priest honoured with Dnyanoba-Tukaram Puraskar". Daily News and Analysis. Retrieved 29 July 2015.
  3. Nair, Manoj. "Vasai priest writes Bible's easy-to-follow Marathi adaptation". Mumbai Mirror. The Times Group. Retrieved 29 July 2015.
  4. ୪.୦ ୪.୧ Dabre, Rachita (25 September 2019). "Vasai priest elected president of Marathi Sahitya Sammelan". The Hindu – via www.thehindu.com.
  5. "मराठी साहित्य संमेलनाध्यक्षपदी फादर फ्रान्सिस दिब्रिटो | Father Francis D'britto". tv9marathi.com (in ମରାଠୀ). 22 September 2019.
  6. "९३ व्या अखिल भारतीय मराठी साहित्य संमेलनाच्या अध्यक्ष पदी फादर फ्रान्सिस दिब्रिटो यांची निवड". maharashtradesha.com (in ମରାଠୀ). 22 September 2019.
  7. Correspondent, dna (28 July 2015). "Christian priest honoured with Dnyanoba-Tukaram Puraskar". DNA India.
  8. Catholic priest Father Francis D’Britto, who penned Bible's Marathi adaptation passes away The Hindu