ଫୋଟନ୍‌

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
Photon
Lasers.jpeg
Photons emitted in a coherent beam from a laser
ଗଠନ Elementary particle
ପରିସଂଖ୍ୟାନ Bosonic
ସମ୍ପର୍କ Electromagnetic
ପ୍ରତୀକ γ, hν, or ħω
Theorized Albert Einstein
ବସ୍ତୁତ୍ଵ 0
<×୧୦−୧୮eV/c2[୧]
Mean lifetime Stable[୧]
ବୈଦୁତିକ ଚାର୍ଜ 0
<×୧୦−୩୫e[୧]
Spin 1
Parity −1[୧]
C parity −1[୧]
Condensed I(JPC)=0,1(1−−)[୧]

ଆଲୋକର ମୌଳିକ କଣିକାକୁ ଫୋଟନ୍ କୁହାଯାଏ ।

ନାମକରଣ[ସମ୍ପାଦନା]

ଇତିହାସ[ସମ୍ପାଦନା]

ନିଉଟନ୍ ଓ ହାଇଜେନ୍‌ସ୍‌ଙ୍କ ଧାରଣା[ସମ୍ପାଦନା]

ଆଲୋକ ହେଉଛି ଶକ୍ତିର ଏକ ପ୍ରବାହା ଶକ୍ତିର ପ୍ରବାହକୁ ତରଙ୍ଗ କୁହାଯାଏ । ତେଣୁ ଆଲୋକକୁ ଏକ ତରଙ୍ଗ କହିବା ଯୁକ୍ତିଯୁକ୍ତ । ତେବେ ସାର୍ ଆଇଜାକ୍ ନିଉଟନ୍ ବିଶ୍ଵାସ କରୁଥିଲେ ଯେ ଆଲୋକ କେତେକ କଣିକାକୁ ନେଇ ଗଠିତ । ଦର୍ପଣ ଉପରେ ଆଲୋକ ପଡ଼ିଲେ ପ୍ରତିଫଳିତ (Reflection ) ହେବା ଓ ବାୟୁ ମାଧ୍ୟମରୁ କାଚ ମାଧ୍ୟମକୁ ଆଲୋକ ପ୍ରବେଶ କଲେ ବଙ୍କେଇ ଯିବା (ପ୍ରତିସରଣ - Reflection) ଭଳି ଆଲୋକୀୟ ପରିଘଟଣାଗୁଡ଼ିକୁ ମଧ୍ୟ ନିଉଟନ୍ ବୁଝେଇ ପାରିଲ । ଆଲୋକ ଉପରେ ନିଉଟନ୍‌ଙ୍କର ଗୁରୁତ୍ତ୍ଵପୂର୍ଣ୍ଣ ଗବେଷଣା ବିଷୟରେ ତାଙ୍କର "ଅପ୍‌ଟିକ୍ସ' (Optiks ) ପୁସ୍ତକରେ ସେ ଲେଖିଛନ୍ତି । ନିଉଟନ୍‌ଙ୍କର ସମସାମୟିକ ପଦାର୍ଥ ବିଜ୍ଞାନୀ ଖ୍ରୀଷ୍ଟିଆନ୍ ହାଇଜେନ୍‌ସ୍ (Christiaan Huygens ) କିନ୍ତୁ ଆଲୋକକୁ ଭିନ୍ନ ରୂପରେ ଦେଖୁଥିଲ । ସେ ଆଲୋକକୁ ତରଙ୍ଗ ବୋଲି କହୁଥିଲେ । ସେ ଭାବୁଥିଲେ ଯେ ଶବ୍ଦ ଭଳି ଆଲୋକ ଏକ ଯାନ୍ତ୍ରିକ ତରଙ୍ଗ, ଯାହାକି ଇଥର୍ (Ether ) ମାଧ୍ୟମରେ ପ୍ରବାହିତ ହୋଇଥାଏ । କିନ୍ତୁ, ସେତେବେଳେ ନିଉଟନ୍‌ଙ୍କ କଥାକୁ ଲୋକେ ଗୁରୁତ୍ଵ ଦେଉଥିଲେ । ପ୍ରାୟ ୧୦୦ ବର୍ଷ ପରେ ବୈଜ୍ଞାନିକ ଥମାସ୍ ୟଙ୍ଗ୍ (Thomas Young ) ନିଜର ଗୁରୁତ୍ବପୂର୍ଣ୍ଣ ଦ୍ଵି-ରେଖାଛିଦ୍ର (Double-Slit ) ପରୀକ୍ଷା ମାଧ୍ୟମରେ ପ୍ରମାଣ କରିଦେଲେ ଯେ ଆଲୋକ ଏକ ତରଙ୍ଗ ।[୨]

ଆଲୋକର କଣିକା ରୂପ - ଫୋଟନ୍[ସମ୍ପାଦନା]

ପ୍ରଥମରୁ ଆଲୋକକୁ କେବଳ ତରଙ୍ଗ ବୋଲି କୁହାଯାଉଥିଲା । ମାତ୍ର କେତେଗୁଡ଼ିଏ ପରିସ୍ଥିତିରେ ଆଲୋକର ତରଙ୍ଗ ଗୁଣ ଆମକୁ ସନ୍ତୁଷ୍ଟ କରିପାରିଲା ନାହିଁ । ସେମିତିକା ଏକ ପରିଘଟଣା ହେଉଛି "ଆଲୋକ-ବିଦ୍ୟୁତ୍ ପ୍ରଭାବ" (Photoelectric Effect ) । ୧୯୦୦ ମସିହାରେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ଫିଲିପ୍ ଏଡୁଆର୍ଡ୍ ଏଣ୍ଟନ୍ ଲେନାର୍ଡ (Philipp Eduard Anton Lenard ) ଜାଣିବାକୁ ପାଇଲେ ଯେ କୌଣସି ଧାତବପୃଷ୍ଠ ଉପରେ ନୀଳ ଓ ବାଇଗଣୀ ପ୍ରଭୃତି ରଙ୍ଗର ଆଲୋକ ପଡ଼ିଲେ ଧାତବପୃଷ୍ଠରୁ ଇଲେକ୍‌ଟ୍ରୋନ୍ କଣିକାମାନ ବାହାରକୁ ବାହାରି ଆସୁଛନ୍ତି । ଏହାକୁ "ଆଲୋକ-ବିଦ୍ୟୁତ୍ ପ୍ରଭାବ" କୁହାଗଲା । ଅବଶ୍ୟ ୧୩ ବର୍ଷ ପୂର୍ବରୁ ୧୮୮୭ ମସିହାରେ ଜର୍ମାନୀର ପଦାର୍ଥ ବିଜ୍ଞାନୀ ହେନେରିକ୍ ରୁଡୋଲ୍‌ଫ୍ ହର୍ଜ୍ (Heinrich Rudolf Hertz ) ଏଭଳି ପରିଘଟଣା ପ୍ରଥମେ ଲକ୍ଷ୍ୟ କରିଥିଲେ । ସେ ସମୟରେ ଆଲୋକର ତରଙ୍ଗୀୟ ଗୁଣ ଉପରେ ବୈଜ୍ଞାନିକମାନେ ବିଶ୍ଵାସ କରୁଥିଲେ, ଯାହାକି ଏହି ପରିଘଟଣାକୁ ସଫଳତାର ସହିତ ବୁଝେଇ ପାରିଲା ନାହିାଁ ବରଂ ଆଲୋକର କଣିକା ରୂପ ଦ୍ଵାରା ଆଇନ୍‌ଷ୍ଟାଇନ୍ ଏହାର ସଫଳ ବ୍ୟାଖ୍ୟା କରିପାରିଥିଲେ । ୧୯୦୫ ମସିହାରେ "ଆଲୋକ-ବିଦ୍ୟୁତ୍ ପ୍ରଭାବ'କୁ ବୁଝାଇବାକୁ ଯାଇ ଆଇନ୍‌ଷ୍ଟାଇନ୍ ସ୍ପଷ୍ଟ କରିଦେଲେ ଯେ, ଆଲୋକ ଏଠାରେ ତରଙ୍ଗ ପରି ନୁହଁ ବରଂ କଣିକା ପରି ବ୍ୟବହାର କରେ । ଏହି କଣିକାକୁ ଫୋଟନ୍ କୁହାଯାଏ । ଫୋଟନ୍ ହେଉଛି ଶକ୍ତିର କ୍ଷୁଦ୍ରାତିକ୍ଷୁଦ୍ର ପୁଡ଼ିଆ (Quantum) ।[୨]

ତରଙ୍ଗ-କଣିକା ଦ୍ଵେତ ମତବାଦ[ସମ୍ପାଦନା]

ଆଲୋକ ଉଭୟ ତରଙ୍ଗ ଓ କଣିକା ପରି ବ୍ୟବହାର କରିଥାଏ । ପଦାର୍ଥର ପରମାଣୁ ଏହି ଫୋଟନ୍ କଣିକାକୁ ଶୋଷିପାରେ ଏବଂ ବିକିରଣ ରୂପରେ ବାହାରକୁ ଛାଡ଼ିପାରେ । ପରମାଣୁ ଭିତରେ ଇଲେକ୍‌ଟ୍ରୋନ୍‌ ଗୁଡ଼ିକ ବୁଲୁଥାଆନ୍ତି । ଇଲେକ୍‌ଟ୍ରୋନ୍‌ର ନିଜର ଶକ୍ତି ଥାଏ । ଫୋଟନ୍ କଣିକାର ମଧ୍ୟ ଶକ୍ତି ରହିଛି । ପରମାଣୁ ଉପରେ ଆଲୋକ ପଡ଼ିଲେ ପରମାଣୁର ଇଲେକ୍‌ଟ୍ରୋନ୍ ଫୋଟନ୍ କଣିକାକୁ ଶୋଷିିନିଏ । ଫୋଟନ୍ କଣିକାକୁ ଶୋଷିବା ପରେ ଇଲେକ୍‌ଟ୍ରନ୍‌ର ଶକ୍ତି ବଢ଼ିଯାଏ । ଅପର ପକ୍ଷରେ ଇଲେକ୍‌ଟ୍ରନ୍‌ରୁ ଫୋଟନ୍ କଣିକା ବାହାରି ଆସିଲେ ଏହାର ଶକ୍ତି ହ୍ରାସ ପାଏ ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ Amsler, C. (Particle Data Group); Amsler; Doser; Antonelli; Asner; Babu; Baer; Band; Barnett; Bergren; Beringer; Bernardi; Bertl; Bichsel; Biebel; Bloch; Blucher; Blusk; Cahn; Carena; Caso; Ceccucci; Chakraborty; Chen; Chivukula; Cowan; Dahl; d'Ambrosio; Damour et al. (2008 +2009 partial update). "Review of Particle Physics: Gauge and Higgs bosons" (PDF). Physics Letters B 667: 1. Bibcode:2008PhLB..667....1P. doi:10.1016/j.physletb.2008.07.018.  Check date values in: |date= (help)
  2. ୨.୦ ୨.୧ କମଳକାନ୍ତ ଜେନା (ସେପ୍ଟେମ୍ବର ୨୦୧୨). "ଆଲୋକକଣିକା - ଫୋଟୋନ୍". ବିଜ୍ଞାନ ଦିଗନ୍ତ. ୯ମ ସଂଖ୍ୟା: ୧୨.  Check date values in: |date= (help)

ଅଧିକ ତଥ୍ୟ[ସମ୍ପାଦନା]

By date of publication:

Education with single photons: