ଫକୀର ଚନ୍ଦ୍ର ପରିଡ଼ା

ଉଇକିପିଡ଼ିଆ‌ରୁ
ଚନ୍ଦ୍ରଶେଖର ରାଓ
Born (1942-11-15) ୧୫ ନଭେମ୍ବର ୧୯୪୨ (ବୟସ ୮୧)
Nationalityଭାରତୀୟ
Parentନବଘନ ପରିଡା
Websitehttp://www.fcparida.com/index.html

ଫକୀର ଚନ୍ଦ୍ର ପରିଡା, କଟକ ଜିଲ୍ଲାର କୁମ୍ଭାରସାହିର ଜନ୍ମିତ ଜଣେ ମୂର୍ତ୍ତିକାର । ହରିଦ୍ୱାରରେ ରହୁଥିବା ଏହି ମୂର୍ତ୍ତିକାର ଭାରତବର୍ଷର ବିଭିନ୍ନ ପ୍ରାନ୍ତରେ ବହୁ କଳାକୃତି ପ୍ରସ୍ତୁତ କରିସାରିଛନ୍ତି ।[୧]

ଫକୀର ଚନ୍ଦ୍ର, ୧୯୪୨ମସିହା ନଭେମ୍ବର ୧୫ତାରିଖରେ କଟକ ଜିଲ୍ଲା କୁମ୍ଭାରସାହିର ଏକ ମୂର୍ତ୍ତିକାର ପରିବାରରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ପାଠପଢ଼ାରେ ମନ ଲାଗୁନଥିଲା ଓ ତୃତୀୟଶ୍ରେଣୀରୁ ପାଠପଢ଼ା ଛାଡିଥିଲେ । ଆଠ ବର୍ଷ ବୟସରୁ ମୂର୍ତ୍ତି ପ୍ରତି ମନ ବଳାଇଥଲେ । ପିତା ଓ ପରିବାରରେ ଅନ୍ୟମାନଙ୍କଠାରୁ ମୂର୍ତ୍ତିକଳା ଶିକ୍ଷା କରିଥିଲେ । ଛୋଟବଡ଼ ମୂର୍ତ୍ତି ନିର୍ମାଣକରି କିଛି ବର୍ଷ ମଧ୍ୟରେ ଶିଳ୍ପୀ କୁମ୍ଭାରସାହିର ଜଣାଶୁଣା ଶିଳ୍ପୀ ଭାବେ ପରିଚିତି ପାଇଥିଲେ । ୧୬ବର୍ଷ ଧରି କୁମ୍ଭାରସାହିରରେ ରହି ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ଓ ପ୍ରତିମୂର୍ତ୍ତି ନିର୍ମାଣ କରିଥଲେ । ପରବର୍ତ୍ତୀ ସମୟରେ ସେ ହରିଦ୍ୱାର ଯାଇ ସେଠାରେ ରହିଲେ । ୧୯୯୨ମସିହାରେ ହରିଦ୍ୱାରଠାରେ ଥିବା ଜୟରାମ ଆଶ୍ରମରେ ୫୦ X ୧୫ଫୁଟ 'ସମୁଦ୍ର ମନ୍ଥନ' କଳାକୃତି ନିର୍ମାଣ କରି ଲୋକଲୋଚନକୁ ଆସିଥିଲେ । କ୍ରମେ ତାଙ୍କ ଲୋକପ୍ରିୟତା ବଢିଲା ଓ ଦେଶର ଅନ୍ୟ ପ୍ରାନ୍ତରୁ ତାଙ୍କୁ କାମ ମିଳିଲା । ବର୍ତ୍ତମାନ ଫକୀର ଚନ୍ଦ୍ର ହରିଦ୍ୱାରର ଭୂପତବାଲାଠାରେ ପରିଡା ମୂର୍ତ୍ତି କଳା କେନ୍ଦ୍ର ସ୍ଥାପନା କରି, ଷ୍ଟିଲ, ବ୍ରାସ ଓ ବ୍ରୋଞ୍ଜ ଭଳି ବିଭିନ୍ନ ସାମଗ୍ରୀରେ କଳାକୃତି ତିଆରି କରୁଛନ୍ତି । ଏହି କାମରେ ତାଙ୍କ ଚାରି ପୁଅ ମଧ୍ୟ ସହଯୋଗ କରନ୍ତି ।

କଳାକୃତି[ସମ୍ପାଦନା]

  • ହରିଦ୍ୱାର ଜୟରାମ ଆଶ୍ରମରେ ଥିବା ସମୁଦ୍ର ମନ୍ଥନ କଳାକୃତି - ୧୯୯୨
  • ଦିଲ୍ଲୀ ସଂସଦ ଭବନରେ ଥିବା ମହାରଣା ପ୍ରତାପଙ୍କ ବ୍ରୋଞ୍ଜ ପ୍ରତିମୂର୍ତ୍ତି - ୨୦୦୭[୨]
  • ଉଦୟପୁର ବିମାନ ବନ୍ଦରଠାରେ ଥିବା ମହାରଣା ପ୍ରତାପଙ୍କ ପ୍ରତିମୂର୍ତ୍ତି[୩]
  • ହିମାଚଳରେ ଝାନ୍ସି ରାଣୀ ଲକ୍ଷ୍ମୀବାଈଙ୍କ ପ୍ରତିମୂର୍ତ୍ତି[୪]

ଆଧାର[ସମ୍ପାଦନା]

  1. http://www.tribuneindia.com/2010/20101119/himachal.htm#6
  2. "ହରିଦ୍ୱାରରେ କଟକର କଳା". ପ୍ରମେୟ ୧୭/୦୯/୨୦୧୫ ପୃଷ୍ଠା ୧୫. Retrieved 17 September 2015.[permanent dead link]
  3. http://www.eternalmewar.in/media/newsletter/templates/2009/nl93/Vol93_2.html
  4. http://nvonews.com/himachal-cm-unveils-statue-of-jhansi-ki-rani-laxmi-bai/