ପ୍ଲେସେଣ୍ଟା ଆକ୍ରେଟା

ଉଇକିପିଡ଼ିଆ‌ରୁ
Placenta accreta spectrum
Placenta accreta, morbidly adherent placenta[୧]
Types of placenta accreta
ବିଭାଗObstetrics
ବିପଦ କାରକPrior C-sections, high number of pregnancies, older age, uterine surgery, pelvic irradiation[୨]
ରୋଗ ନିର୍ଣ୍ଣୟ ପଦ୍ଧତିBased on ultrasound[୨]
ଚିକିତ୍ସାC-section at 34 to 36 weeks, blood transfusion, hysterectomy[୨]
ପୁନଃପୌନିକ1 in 272 pregnancies[୧]

ପ୍ଲେସେଣ୍ଟା ଆକ୍ରେଟା କୁହାଯାଏ ଯେତେବେଳେ ଜରାୟୁ କାନ୍ଥରେ ଥିବା ମାଂସପେଶୀ ସ୍ତରରେ ଅସ୍ୱାଭାବିକ ଭାବରେ ପ୍ଲାସେଣ୍ଟା ସଂଯୁକ୍ତ ହୋଇଯାଏ । [୨] ସାଧରଣତଃ ଏହା ଜଟିଳ ହେଲେ ପ୍ରସବପର ରକ୍ତସ୍ରାବ ହୁଏ ଓ ଅନ୍ୟାନ୍ୟ ସମ୍ଭାବ୍ୟ ଜଟିଳତାରେ ଡିସସେମିନେଟେଡ ଇଣ୍ଟ୍ରାଭାସ୍କୁଲାର କୋଆଗୁଲୋପାଥି (DIC) ଏବଂ ମୂତ୍ରାଶୟ ଆଘାତ ହୋଇପାରେ । [୨] ଶିଶୁର ମଧ୍ୟ ଖରାପ ପରିଣାମ ହେବାର ଆଶଙ୍କା ଅଧିକ ଥାଏ | [୨]

ବିପଦ କାରଣଗୁଡ଼ିକ ମଧ୍ୟରେ ପୂର୍ବ ସିଜରିଆନ ସେକସନ, ବହୁ ସଂଖ୍ୟକ ଗର୍ଭଧାରଣ, ବୃଦ୍ଧାବସ୍ଥା, ଗର୍ଭାଶୟ ଅସ୍ତ୍ରୋପଚାର ଏବଂ ପେଲଭିକ୍ ବିକିରଣ ଅନ୍ତର୍ଭୁକ୍ତ | [୨] ମାଂସପେଶୀ ସ୍ତରରେ ସଂଲଗ୍ନ ଗଭୀରତା ହିସାବକୁ ନେଇ ରୋଗର ତିନୋଟି ବର୍ଗ ବା ଗ୍ରେଡ୍ ବ୍ୟାଖ୍ୟା କରାଯାଇଥାଏ: ଆକ୍ରେଟା, ଇନକ୍ରିଟା, ଏବଂ ପରକ୍ରେଟା | [୨] ଆକ୍ରେଟାରେ ମାୟୋମେଟ୍ରିଅମ ସ‌ହିତ କୋରିଓନିକ ଭିଲାଇ ସଂଯୁକ୍ତ ହୋଇଥାଏ, କିନ୍ତୁ ଇନ‌କ୍ରିଟାରେ ମାୟୋମେଟ୍ରିଅମ ଭିତରକୁ ପ୍ଲାସେଣ୍ଟା ପ୍ରବେଶ କରିଥାଏ, ପରକ୍ରିଟାରେ ଜରାୟୁ ବାହାରେ ସଂଯୁକ୍ତ ହୋଇଥାଏ । [୩] ଅଲଟ୍ରାସାଉଣ୍ଡ କରି ରୋଗ ନିର୍ଣ୍ଣୟ କରାଯାଏ ଓ ବେଳେବେଳେ ମାଗନେଟିକ ରେଜୋନାନ୍ସ ବ୍ୟବହୃତ ହୋଇପାରେ | [୨]

ଚିକିତ୍ସାରେ ପ୍ରାୟ ୩୪ରୁ ୩୬ ସପ୍ତାହରେ ସିଜରିଆନ ସେକସନ କରି ପ୍ରସବ କରେଇଦିଆଯାଏ । [୨] ପର୍ଯ୍ୟାପ୍ତ ପରିମାଣର ରକ୍ତ ଦେବା ଆବଶ୍ୟକ ହୁଏ ।[୨] ଯଦି ପ୍ଲାସେଣ୍ଟା ନ ବାହାରେ, ତେବେ ହିଷ୍ଟେରେକ୍ଟୋମି କରିବାକୁ ଉପଦେଶ ଦିଆଯାଏ କିନ୍ତୁ କେତେକ ପଦ୍ଧତିରେ ଉର୍ବରତା ରକ୍ଷା କରିବାରେ ସକ୍ଷମ ହୋଇପାରେ | [୨] ଟ୍ରାନେକ୍ସାମିକ ଏସିଡ ବ୍ୟବ‌ହାର କରି ରକ୍ତ କ୍ଷୟ ହ୍ରାସ କରିବାକୁ ଚେଷ୍ଟା କରାଯାଇପାରେ। [୨] ପ୍ଲେସେଣ୍ଟା ଆକ୍ରେଟାର ହାର ୧୯୬୦ ଦଶକରୁ ୨୦୧୦ ଦଶକ ପର୍ଯ୍ୟନ୍ତ ବୃଦ୍ଧି ପାଇଛି | [୨] ୨୦୧୬ ସୁଦ୍ଧା ଏହି ରୋଗରେ ୨୭୨ ଗର୍ଭରେ ଆନୁମାନିକ ଜଣେ ପ୍ରଭାବିତ ହୁଅନ୍ତି | [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Society of Gynecologic Oncology; American College of Obstetricians and Gynecologists and the Society for Maternal–Fetal Medicine; Cahill, Alison G.; Beigi, Richard; Heine, R. Phillips; Silver, Robert M.; Wax, Joseph R. (2018-12-01). "Placenta Accreta Spectrum". American Journal of Obstetrics and Gynecology. 219 (6): B2–B16. doi:10.1016/j.ajog.2018.09.042. ISSN 1097-6868. PMID 30471891.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ Shepherd, Alexa M.; Mahdy, Heba (2020). "Placenta Accreta". StatPearls. StatPearls Publishing. PMID 33085435.
  3. "Placenta Accreta - Gynecology and Obstetrics". Merck Manuals Professional Edition. Archived from the original on 29 September 2020. Retrieved 23 October 2020.