ପ୍ରେଟି ଗୁଡ ପ୍ରାଇଭେସି

ଉଇକିପିଡ଼ିଆ‌ରୁ

ପ୍ରେଟି ଗୁଡ ପ୍ରାଇଭେସି (ଇଂରାଜୀ: Pretty Good Privacy - PGP/ପିଜିପି) ତଥ୍ୟ ଯୋଗାଯୋଗ ପାଇଁ କ୍ରିପ୍ଟୋଗ୍ରାଫିକ ଗୋପନୀୟତା ଏବଂ ବୈଧିକରଣ ପ୍ରଦାନ କରୁଥିବା ଏକ ଏନକ୍ରିପସନ ପ୍ରୋଗ୍ରାମ । ପାଠ୍ୟ, ଇ-ମେଲ, ଫାଇଲ, ଡାଇରେକ୍ଟୋରୀ ଏବଂ ସମ୍ପୂର୍ଣ୍ଣ ଡିସ୍କ ବିଭାଜନକୁ ଦସ୍ତଖତ, ଏନକ୍ରିପ୍ଟ କରିବା ଏବଂ ଡିକ୍ରିପ୍ଟ କରିବା ତଥା ଇ-ମେଲ ଯୋଗାଯୋଗର ସୁରକ୍ଷା ବୃଦ୍ଧି କରିବା ପାଇଁ ପିଜିପି ବ୍ୟବହୃତ ହୁଏ । ଫିଲ ଜିମରମ୍ୟାନ ୧୯୯୧ ମସିହାରେ ପିଜିପି ତିଆରି କରିଥିଲେ । [୧]

ପିଜିପି ଏବଂ ସମାନ ସଫ୍ଟୱାର ତଥ୍ୟକୁ ଏନକ୍ରିପ୍ଟ ଏବଂ ଡିକ୍ରିପ୍ଟ କରିବା ପାଇଁ PGP ଏନକ୍ରିପ୍ସନ ସଫ୍ଟୱେର ଷ୍ଟାଣ୍ଡାର୍ଡର (RFC 4880) ଏକ ଖୋଲା ମାନକ OpenPGP (ଓପନପିଜିପି) ବ୍ୟବହାର କରନ୍ତି ।

ଡିଜାଇନ[ସମ୍ପାଦନା]

ପିଜିପି ଏନକ୍ରିପସନ କିପରି କାମ କରେ ତାହା ଚିତ୍ରରେ ଦର୍ଶାଯାଇଛି ।

ପିଜିପି ଏନକ୍ରିପସନ ହ୍ୟାସିଂ, ଡାଟା କମ୍ପ୍ରେସନ, ସିମେଟ୍ରିକ-କି କ୍ରିପ୍ଟୋଗ୍ରାଫି ଏବଂ ପରିଶେଷରେ ପବ୍ଲିକ-କି କ୍ରିପ୍ଟୋଗ୍ରାଫିର ଏକ କ୍ରମିକ ମିଶ୍ରଣ ବ୍ୟବହାର କରିଥାଏ । ପ୍ରତ୍ୟେକ ସୋପାନ ଅନେକ ସମର୍ଥିତ ଆଲଗରିଦିମ ମଧ୍ୟରୁ ଗୋଟିଏ ବ୍ୟବହାର କରିଥାଏ । ପ୍ରତ୍ୟେକ ସାର୍ବଜନୀନ କି (key) ଗୋଟିଏ ବ୍ୟବହାରକାରୀ ନାମ (username) କିମ୍ବା ଗୋଟିଏ ଇ-ମେଲ ଠିକଣା ସହିତ ସମ୍ବନ୍ଧିତ । ଏହି ବ୍ୟବସ୍ଥାର ପ୍ରଥମ ସଂସ୍କରଣକୁ ସାଧାରଣତଃ X.509 ସିଷ୍ଟମର (ଏହା ସାର୍ଟିଫିକେଟ କର୍ତ୍ତୃତ୍ୱ ଆଧାରିତ ଏକ କ୍ରମିକ ଦୃଷ୍ଟିକୋଣ ବ୍ୟବହାର କରେ) ବିପରୀତ କରିବା ପାଇଁ ୱେବ ଅଫ ଟ୍ରଷ୍ଟ ଭାବେ ଜଣାଶୁଣା ଥିଲା ଏବଂ ଏହା ପରେ ପିଜିପିକୁ କାମରେ ଲଗାଇବା ବେଳେ ଯୋଡ଼ାଯାଇଥିଲା । ପିଜିପି ଏନକ୍ରିପସନର ସାମ୍ପ୍ରତିକ ସଂସ୍କରଣଗୁଡ଼ିକରେ ଏକ ସ୍ୱୟଂଚାଳିତ କି ମ୍ୟାନେଜମେଣ୍ଟ ସର୍ଭର (automated key management server) ଦେଇ ବିକଳ୍ପସବୁ ରହିଛି ।

ଆଧାର[ସମ୍ପାଦନା]

  1. Zimmermann, Philip R. (1999). "Why I Wrote PGP". Essays on PGP. Phil Zimmermann & Associates LLC.{{cite web}}: CS1 maint: url-status (link)