Jump to content

ପ୍ରିୟଙ୍କା ବସ୍ସି

ଉଇକିପିଡ଼ିଆ‌ରୁ
ପ୍ରିୟଙ୍କା ବସ୍ସି
ଜନ୍ମ
ପେଷାsଅଭିନେତ୍ରୀ, ମଡେଲ୍
କାର୍ଯ୍ୟକାଳ୨୦୦୫–ଏବେଯାଏଁ

ପ୍ରିୟଙ୍କା ବସ୍ସି ଜଣେ ଭାରତୀୟ ଅଭିନେତ୍ରୀ, ଯିଏକି ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି । ଲୋକପ୍ରିୟ ହିନ୍ଦୀ ଧାରାବାହିକ ଲେଫ୍ଟ ରାଇଟ୍ ଲେଫ୍‌ରେ କ୍ୟାଡେଟ୍ ନୈନା ସିଂହ ଆଲୁୱାଲିଆ ଭୂମିକା ପାଇଁ ସେ ଜଣାଶୁଣା । ସେ ବେରୀ ଜନ୍‌ଙ୍କ ଥିଏଟର୍ ଗ୍ରୁପ୍‌ରୁ ଅଭିନୟ ଯାତ୍ର ଆରମ୍ଭ କରିଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ପ୍ରିୟଙ୍କା ୨୦୦୫ ମସିହାରେ, ଭାରତର ଦ୍ୱିତୀୟ ଇଂରାଜୀ-ଭାଷୀ ଅପେରା ବମ୍ବେ ଟକିଂ ଜରିଆରେ ଅଭିନୟ ଆରମ୍ଭ କରିଥିଲେ ।[୧][୨] ସେ ଶୀନା ମଲ୍ଲିକ ଭୂମିକାରେ ଏଥିରେ ଅଭିନୟ କରିଥିଲେ । ତାଙ୍କ ଅଭିନୟ ପ୍ରସଂଶିତ ହେବା ସହିତ ୨୦୦୬ ମସିହାରେ, ତାଙ୍କୁ ଇଣ୍ଡିଆନ୍ ଟେଲୀ ଆୱାର୍ଡ଼ସ୍ ପାଇଁ ମନୋନୀତ କରାଯାଇଥିଲା ।[୨]

୨୦୦୬ ମସିହାରେ, ସେ ଲେଫ୍ଟ ରାଇଟ୍ ଲେଫ୍‌ରେ ନୈନା ସିଂହ ଆଲୁୱାଲିଆ ଭୂମିକାରେ ଅଭିନୟ କରିଥିଲେ । ଏହି ଚରିତ୍ର ପାଇଁ ତାଙ୍କୁ ଆଇଟିଏରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା ଓ ୨୦୦୭ ମସିହାରେ, ସେ ଆଇଡିଆ ଗ୍ଲାମର୍ ଷ୍ଟାର୍ ଅଫ୍ ଦି ଇଅର୍ ପୁରସ୍କାର ପାଇଥିଲେ ।[୩] ୨୦୦୮ ମସିହାରେ, ସେ ସୋନୀ ଟିଭିରେ ପ୍ରସାରିତ ରିଆଲିଟି ଶୋ' ମିଷ୍ଟର୍ ଆଣ୍ଡ୍ ମିସେସ୍ ଟିଭିରେ ଅଂଶଗ୍ରହଣ କରିଥିଲେ । ଡିସେମ୍ବର ୨୦୧୦ରେ, ସେ ଷ୍ଟାର୍ ୱାନ୍‌ରେ ପ୍ରସାରିତ ହୋଇଥିବା ରଙ୍ଗ୍ ବଦଲ୍‌ତି ଓଢ଼ନୀରେ କାମ କରିଥିଲେ ।[୪]

ଅପ୍ରେଲ ୨୦୧୧ରେ, ସେ ସୋନୀ ଏଣ୍ଟରଟେନ୍‌ମେଣ୍ଟ ଟେଲିଭିଜନ୍‌ରେ ପ୍ରସାରିତ ସୂର୍ଯ୍ୟ ଦି ସୁପର୍ କପ୍‌ରେ କାୟା ସେହଗଲ୍ ଭୂମିକାରେ କାମ କରିଥିଲେ ।[୫] ୨୦୧୨ ମସିହାରେ, ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ କାର୍ଯ୍ୟକ୍ରମ ସର୍ଭାଇବର୍‌ରେ ସେ କାମ କରିଥିଲେ ।[୬] ସେ ପଞ୍ଚମ ଏପିସୋଡ଼୍‌ରେ ବାହାରିଯାଇଥିଲେ । ସେହିବର୍ଷ ସେ, ଜୀ ଟିଭିରେ ପ୍ରସାରିତ ଫିଅର୍ ଫାଇଲ୍ସରେ କାମ କରିଥିଲେ ।

୨୦୧୩ ମସିହାରେ, ସେ ଜୀଶାନ କାଦ୍ରିଙ୍କ ସହ ମିଶି ଏକ ଫିଲ୍ମ ଓ ଟେଲିଭିଜନ୍ ପ୍ରଡ଼କ୍ସନ ଆରମ୍ଭ କରିଥିଲେ ।[୭] ୨୦୧୫ ମସିହାରେ, ତାଙ୍କ ପ୍ରଯୋଜନାରେ ପ୍ରଥମ କଥାଚିତ୍ର ମୀରୁଥିୟା ଗ୍ୟାଙ୍ଗଷ୍ଟାର୍ ନିର୍ମିତ ହୋଇଥିଲେ । ୨୦୧୯ ମସିହାରେ, ଜୀ୫ରେ ଷ୍ଟ୍ରିମିଂ ପାଇଁ ୱେବ୍ ସିରିଜ୍ ଭୂତ ପୂର୍ବ ନିର୍ମାଣ କରିଥିଲେ ।[୮]

ରିଆଲିଟି ଶୋ'

[ସମ୍ପାଦନା]
  • ୨୦୧୨: ସୂର୍‌ବୀର୍ ଇଣ୍ଡିଆ (ପ୍ରତିଯୋଗୀ)

ମଡେଲିଂ

[ସମ୍ପାଦନା]

ଅଭିନୟ ବ୍ୟତୀତ ସେ ଜଣେ ମଡେଲ୍ ଭାବରେ ସନ୍ତୁର୍ ଓ ବିଏସ୍ଏଲ୍ ସୁଇଟିଂ ଭଳି କିଛି ବ୍ରାଣ୍ଡ୍ ପାଇଁ ବିଜ୍ଞାପନରେ କାମ କରିଛନ୍ତି । ସେ କିଛି ମ୍ୟୁଜିକ୍ ଭିଡିଓରେ ମଧ୍ୟ କାମ କରିଛନ୍ତି ।

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
ବର୍ଷ ପୁରସ୍କାର ବର୍ଗ ସିରିଜ୍ ଫଳାଫଳ
୨୦୧୫ ଇଣ୍ଡିଆନ୍ ଟେଲି ଆୱାର୍ଡ଼ସ୍ ଫ୍ରସ୍ ନ୍ୟୁ ଫେସ୍ (ଫିମେଲ୍) ବମ୍ବେ ଟକିଂ ମନୋନୀତ
  1. ↑ "Zee Café ready with 'Bombay Talking' | Televisionpoint.com News". Televisionpoint.com. 9 November 2005. Archived from the original on 7 March 2012. Retrieved 26 December 2010.
  2. 1 2 "Interview >"I always knew I could make it big in the industry"". Tellychakkar.com. 17 November 2005. Archived from the original on 22 March 2012. Retrieved 26 December 2010.
  3. ↑ "ITA Awards Winners List – Bollywood Movie News". IndiaGlitz. Archived from the original on 11 December 2007. Retrieved 26 December 2010.
  4. ↑ "Priyanka Bassi to make her comeback". Tellychakkar.com. 18 November 2010. Archived from the original on 21 November 2010. Retrieved 26 December 2010.
  5. ↑ "Priyanka Bassi tough Cookie". Archived from the original on 30 April 2011. Retrieved 26 December 2010.
  6. ↑ "Survivor goes on floor". Archived from the original on 4 September 2012. Retrieved 11 June 2011.
  7. ↑ "Actor Priyanka Bassi and Writer Zeishan Quadri team up as Producers". Tellychakkar. 27 February 2015.
  8. ↑ Paharia, Rashmi (2019-05-11). "Review of Zee5's Bhoot Purva- A horrendously bad horror comedy". IWMBuzz (in ଆମେରିକୀୟ ଇଂରାଜୀ). Retrieved 2021-06-09.

ବାହାର ଲିଙ୍କ୍

[ସମ୍ପାଦନା]