ପ୍ରାରମ୍ଭିକ ତ୍ରୈମାସିକ ରକ୍ତସ୍ରାବ
ପ୍ରାରମ୍ଭିକ ଗର୍ଭାବସ୍ଥା ରକ୍ତସ୍ରାବ | |
---|---|
First trimester bleeding, hemorrhage in early pregnancy, second trimester bleeding | |
ବିଭାଗ | ପ୍ରସୂତୀ ବିଜ୍ଞାନ (Obstetrics) |
କାରଣ | ଏକ୍ଟୋପିକ ଗର୍ଭ (Ectopic pregnancy), ଥ୍ରେଟନ୍ଡ ମିସକ୍ୟାରେଜ (threatened miscarriage), ଇମ୍ପ୍ଲାଣ୍ଟେସନ ରକ୍ତସ୍ରାବ (implantation bleeding), ଜେସ୍ଟେସନାଲ ଟ୍ରୋଗୋବ୍ଲାସ୍ଟିକ ଡିଜିଜ (gestational trophoblastic disease), ସର୍ଭିକାଲ ପଲିପ (polyps), ସର୍ଭିକାଲ କର୍କଟ (cervical cancer)[୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ସ୍ପେକୁଲମ ପରୀକ୍ଷା (speculum examination), ଅଲଟ୍ରାସାଉଣ୍ଡ (ultrasound), ହ୍ୟୁମାନ କୋରିଓନିକ ଗୋନାଡୋଟ୍ରଫିନ (hCG)[୧] |
ଚିକିତ୍ସା | ଅନ୍ତର୍ନିହିତ କାରଣ ଅନୁସାରେ [୧] |
ପୁନଃପୌନିକ | ~ ସମୁଦାୟ ଗର୍ଭାବସ୍ଥାର ୩୦% [୧] |
ପ୍ରାରମ୍ଭିକ ତ୍ରୈମାସିକ ରକ୍ତସ୍ରାବ (ଇଂରାଜୀ ଭାଷାରେ Early pregnancy bleeding) ଗର୍ଭର୨୪ ସପ୍ତାହ (gestational age) ପୂର୍ବରୁ ହେଉଥିବା ରକ୍ତସ୍ରାବକୁ (bleeding) ବୁଝାଏ ।[୨] ଅବସ୍ଥା ଜଟିଳ ହେଲେ ହେମୋରେଜିକ ସକ୍ (Hemorrhagic shock) ହୋଇପାରେ ।[୧] ରୋଗୀର ସିଙ୍କୋପି ଚେତନାହାନୀ ହେଲେ (loss of consciousness), ଅଣନିଶ୍ୱାସୀ (short of breath) ବା କାନ୍ଧ ଯନ୍ତ୍ରଣା ହେଲେ ଚିନ୍ତାଜନକ ହୋଇଯାଏ । [୧]
ଏହି ବେମାରୀର ସାଧାରଣ କାରଣ ମଧ୍ୟରେ ଏକ୍ଟୋପିକ ଗର୍ଭ (Ectopic pregnancy) ଓ ଥ୍ରେଟନ୍ଡ ଗର୍ଭପାତ ବା ମିସକ୍ୟାରେଜ (threatened miscarriage) ଦୁଇଟି ଉଲ୍ଲେଖଯୋଗ୍ୟ । [୧][୨] ଅଧିକାଂଶ ଗର୍ଭପାତ ୧୨ ସପ୍ତାହ ଗର୍ଭ ପୂର୍ବରୁ ହୁଏ ।[୨] ଏହା ବ୍ୟତୀତ ଇମ୍ପ୍ଲାଣ୍ଟେସନ ରକ୍ତସ୍ରାବ (implantation bleeding), ଜେସ୍ଟେସନାଲ ଟ୍ରୋଗୋବ୍ଲାସ୍ଟିକ ଡିଜିଜ (gestational trophoblastic disease), ସର୍ଭିକାଲ ପଲିପ (polyps), ସର୍ଭିକାଲ କର୍କଟ (cervical cancer) ଇତ୍ୟାଦି କାରଣମାନଙ୍କ ଯୋଗୁ ମଧ୍ୟ ହୁଏ ।[୧][୨] ଅନ୍ତର୍ନିହିତ କାରଣମାନ ଜାଣିବାନିମନ୍ତେ ସ୍ପେକୁଲମ ପରୀକ୍ଷା (speculum examination), ଅଲଟ୍ରାସାଉଣ୍ଡ (ultrasound), ହ୍ୟୁମାନ କୋରିଓନିକ ଗୋନାଡୋଟ୍ରଫିନ (hCG) ପରୀକ୍ଷାମାନ କରାଯାଏ । [୧]
ଅନ୍ତର୍ନିହିତ କାରଣ ଅନୁସାରେ ଚିକିତ୍ସା କରାଯାଏ ।[୧] ଜରାୟୁଗ୍ରୀବା ଦ୍ୱାରଦେଶରେ (cervical opening) ତନ୍ତୁ ଦେଖାଗଲା ବାହାର କରିଦିଆଯାଏ । [୧] ଜରାୟୁ ଭିତରେ ଗର୍ଭ ଥିଲେ ଓ ଶିଶୁର ହୃତ୍ପିଣ୍ଡ (fetal heart sounds) ଶବ୍ଦ ଶୁଣାଯାଉଥିଲେ ସଜାଗ ଅପେକ୍ଷଆ (watchful waiting) ଆବଶ୍ୟକ ହୁଏ ।[୩] ରୋଗୀଣୀର ରକ୍ତ ଆରଏଚ-ନେଗେଟିଭ (Rh-negative) ଥିଲେ, ଆଣ୍ଟି-ଡି ଇମ୍ମ୍ୟୁନ୍ ଗ୍ଲୋବ୍ୟୁଲିନ (Anti-D immune globulin) ଦିଆଯାଏ ।[୪] ବେଳେବେଳେ ଅପରେଶନ କରାଯାଏ । [୧]
ଗର୍ଭାବସ୍ଥାର ୦ରୁ ୧୨ ସପ୍ତାହ (first trimester) ମଧ୍ୟରେ ୩୦% ମହିଳାଙ୍କର ରକ୍ତସ୍ରାବ ହୁଏ ।[୧] ବାରରୁ ଚବିଶ ମାସ ମଧ୍ୟରେ ବିଶେଷ ରକ୍ତସ୍ରାବ ହୁଏନାହିଁ ।[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ Breeze, C (May 2016). "Early pregnancy bleeding". Australian Family Physician. 45 (5): 283–6. PMID 27166462.
- ↑ ୨.୦ ୨.୧ ୨.୨ ୨.୩ ୨.୪ Stables, Dorothy; Rankin, Jean (2010). Physiology in Childbearing: With Anatomy and Related Biosciences (in ଇଂରାଜୀ). Elsevier Health Sciences. p. 423. ISBN 978-0702044113.
- ↑ Deutchman, M; Tubay, AT; Turok, D (1 June 2009). "First trimester bleeding". American Family Physician. 79 (11): 985–94. PMID 19514696.
- ↑ Coppola, PT; Coppola, M (August 2003). "Vaginal bleeding in the first 20 weeks of pregnancy". Emergency Medicine Clinics of North America. 21 (3): 667–77. PMID 12962352.
- ↑ Beebe, Richard; Myers, Jeffrey (2010). Professional Paramedic, Volume II: Medical Emergencies, Maternal Health & Pediatrics (in ଇଂରାଜୀ). Cengage Learning. p. 704. ISBN 9781285224909.