ପ୍ରତୀକ୍ଷା ବକ୍ସି

ଉଇକିପିଡ଼ିଆ‌ରୁ


ପ୍ରତୀକ୍ଷା ବକ୍ସି (ଜନ୍ମ: ୧୯୭୦) ଜଣେ ଭାରତୀୟ ସାମାଜିକ ବିଜ୍ଞାନୀ ଏବଂ ନାରୀବାଦୀ ଆଇନଜ୍ଞ ତଥା ଗବେଷିକା । ସେ ଅଦାଲତାର ପ୍ରକ୍ରିୟା, ମାନବ ସଭ୍ୟତାର ବିସ୍ତାର ଏବଂ ମହିଳାଙ୍କ ଉପରେ ହେଉଥିବା ଯୌନ ହିଂସା ଉପରେ ଗବେଷଣା କରନ୍ତି ।[୧] ସେ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଜଣେ ଅଧ୍ୟାପିକା ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଶିକ୍ଷା ଓ ପେଷା[ସମ୍ପାଦନା]

ପ୍ରତୀକ୍ଷା ଦିଲ୍ଲୀ ସ୍କୁଲ୍ ଅଫ୍ ଇକୋନୋମିକ୍ସରୁ ସାମାଜିକ ବିଜ୍ଞାନରେ ଡକ୍ଟରେଟ୍ ଡିଗ୍ରୀ କରିବା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଲ ଆଣ୍ଡ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ ନେଟୱାର୍କର ପ୍ରତିଷ୍ଠା କରିଥିଲେ । ଏହି ସଂସ୍ଥା ଆଇନ ଏବଂ ସାମାଜିକ ବିଜ୍ଞାନ ଅନୁସନ୍ଧାନ ଉପରେ ବାର୍ଷିକ ସମ୍ମିଳନୀ ଆୟୋଜନ କରୁଛି ।[୨] ବନ୍‌ଠାରେ ଥିବା କାଟେ ହମ୍‌ବର୍ଗର୍ ସେଣ୍ଟର, ୱାର୍‌ୱିକ୍ ବିଶ୍ୱବିଦ୍ୟାଳୟ ଏବଂ ଭାରତରେ ଥିବା ଗ୍ରାଣ୍ଟ କମିଶନ୍ ବିଶ୍ୱବିଦ୍ୟାଳୟଦ୍ୱାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।[୩][୨]

୨୦୧୪ ମସିହାରେ, ଅକ୍ସଫୋର୍ଡ଼ ୟୁନିଭର୍ସିଟି ପ୍ରେସ‌ଦ୍ୱାରା ତାଙ୍କର ଏକ ଗବେଷଣାତ୍ମକ ପୁସ୍ତକ ପବ୍ଲିକ୍ ସିକ୍ରେଟ୍‌ସ୍ ଅପ୍ ଲ: ରେପ୍ ଟ୍ରାଏଲ୍‌ସ୍ ଇନ୍ ଇଣ୍ଡିଆ ପ୍ରକାଶିତ ହୋଇଥିଲା ।[୪] ଏହି ପୁସ୍ତକଟି ଅନେକ ସକାରାତ୍ମକ ସମୀକ୍ଷା ପାଇବା ସହିତ ଅନେକଙ୍କଦ୍ୱାରା ପ୍ରସଂଶିତ ହୋଇଥିଲା ।[୫][୬] ସେ ଦି ଇଣ୍ଡିଆନ୍ ଏକ୍ସପ୍ରେସ, ଏକୋନୋମିକ୍ ଆଣ୍ଡ ପଲିଟିକାଲ୍ ଉଇକ୍‌ଲି, ଏବଂ ଆଉଟ୍‌ଲୁକ୍ ଇଣ୍ଡିଆ ଭଳି ଖବରକାଗଜରେ ଯୌନ ହିଂସା ଭଳି ବିଷୟରେ ଅନେକ ସ୍ତମ୍ଭ ପ୍ରକାଶ କରିଛନ୍ତି ।[୭] ଏହା ସହିତ ସେ ଅନେକ ଶିକ୍ଷାଗତ ପତ୍ରିକାରେ ମଧ୍ୟ ସ୍ତମ୍ଭ ରଚନା କରନ୍ତି ।[୮][୯]

ପୁରସ୍କାର[ସମ୍ପାଦନା]

୨୦୨୧ ମସିହାରେ, ତାଙ୍କୁ ତାଙ୍କର କାର୍ଯ୍ୟ ଯୌନ ହିଂସା ଏବଂ ନାୟଶାସ୍ତ୍ର ଉପରେ କାର୍ଯ୍ୟ ପାଇଁ ଇନ୍‌ଫୋସିସ୍ ପ୍ରାଇଜ୍ ମିଳିଥିଲା ।[୧୦][୧୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Faculty: Pratiksha Baxi". Jawaharlal Nehru University, Center for the Study of Law and Governance.{{cite web}}: CS1 maint: url-status (link)
  2. ୨.୦ ୨.୧ "Pratiksha Baxi, Associate Professor, Centre for the Study of Law and Governance, JNU". Jawaharlal Nehru University.{{cite web}}: CS1 maint: url-status (link)
  3. "Faculty: Pratiksha Baxi". Jawaharlal Nehru University, Center for the Study of Law and Governance.{{cite web}}: CS1 maint: url-status (link)
  4. Baxi, Pratiksha (2013). "Public Secrets of Law: Rape Trials in India - Oxford Scholarship". oxford.universitypressscholarship.com. doi:10.1093/acprof:oso/9780198089568.001.0001. ISBN 9780198089568. Retrieved 2020-11-26.
  5. Mitra, Durba (2015). "Review of Public Secrets of Law: Rape Trials in India". Law & Society Review. 49 (2): 535–537. doi:10.1111/lasr.12142. ISSN 0023-9216. JSTOR 43670485.
  6. Tellis, Ashley (2015). "Review of PUBLIC SECRETS OF LAW: RAPE TRIALS IN INDIA". Journal of the Indian Law Institute. 57 (1): 117–120. ISSN 0019-5731. JSTOR 44782493.
  7. "Articles by Pratiksha Baxi". outlookindia.com/. Retrieved 2020-11-26.
  8. "Faculty: Pratiksha Baxi". Jawaharlal Nehru University, Center for the Study of Law and Governance.{{cite web}}: CS1 maint: url-status (link)
  9. Baxi, Pratiksha (2014). "Sexual Violence and Its Discontents". Annual Review of Anthropology. 43: 139–154. doi:10.1146/annurev-anthro-102313-030247. ISSN 0084-6570. JSTOR 43049567.
  10. "ISF announces Infosys Prize 2021 winners". @businessline (in ଇଂରାଜୀ). Retrieved 2021-12-03.
  11. "Six achievers bag Infosys Science Awards". The New Indian Express. Retrieved 2021-12-03.