ପୋଲିଓଭୂତାଣୁ

ଉଇକିପିଡ଼ିଆ ରୁ
Jump to navigation Jump to search
ପୋଲିଓଭୂତାଣୁ
TEM micrograph of poliovirus virions. Scale bar, 50 nm.
TEM micrograph of poliovirus virions. Scale bar, 50 nm.
A type 3 poliovirus capsid coloured by chains
A type 3 poliovirus capsid coloured by chains
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ

ପୋଲିଓଭୂତାଣୁ (ଇଂରାଜୀ ଭାଷାରେ Poliovirus) ଏକ ପ୍ରକାର ଭୂତାଣୁ ଯାହା ପୋଲିଓ ରୋଗର କାରଣ ରୂପେ ଜ୍ଞାତ ଓ ଏହି ଭୂତାଣୁ ପିକୋର୍ନାଭିରିଡି (Picornaviridae) ପରିବାରର ଏଣ୍ଟେରୋଭାଇରସ ସି (Enterovirus C)ର ଏକ ସଦସ୍ୟ ଭୂତାଣୂ ।[୧]

ପୋଲିଓଭୂତାଣୁରେ ଆରଏନଏ ଜେନୋମ (genome) ଓ ଏକ ପ୍ରୋଟିନ କାପସିଡ ଥାଏ । ଏଥିରେ ଏକ‌କ-ସ୍ଟ୍ରାଣ୍ଡେଡ ପଜିଟିଭ-ସେନ୍ସ ମୋଲିକ୍ୟୁଲାର ବାୟୋଲୋଜି (sense) ଆରଏନଏ ଜେନୋମ ଥାଏ ଓ ଲମ୍ବ ୭୫୦୦ ନ୍ୟୁକ୍ଲିଓଟାଇଡ (nucleotide) ଥାଏ । [୨] ଏହି ଭୂତାଣୁ ପାର୍ଟିକ୍ଲର ଓସାର ପ୍ରାୟ ୩୦ ଏନ:ଏମ: (nm) ଓ ଆଇସୋହେଡ୍ରାଲ ସିମେଟ୍ରି (icosahedral symmetry) ଥାଏ । ଛୋଟ ଜେନୋମ, ସାଧାରଣ-ରଚନା କେବଳ ଆରଏନଏ ଓ ଭାଇରାଲ ଏନଭଲପ (nonenveloped) ଆଇସୋହେଡ୍ରାଲ ପ୍ରୋଟିନ କୋଟ କାପସିଡ (encapsulates) ଗଠନ ଯୋଗୁ ଏହାକୁ ସରଳ ଉଲ୍ଲେଖନୀୟ ଭୂତାଣୁ କୁହାଯାଏ । [୩]

ସନ ୧୯୦୯ରେ କାର୍ଲ ଲ୍ୟାଣ୍ଡସ୍ଟେନର (Karl Landsteiner) ଓ ଏର‌ୱିନ ପେପ୍ପର (Erwin Popper) ପ୍ରଥମେ ପୋଲିଓଭୂତାଣୁ ପୃଥକୀକରଣ କରିଥିଲେ । [୪] ଏକ୍ସ‌-ରେ ଡିଫ୍ରାକସନ ଉପାୟରେ ଏହି ଭୂତାଣୁର ଗଠନ ପ୍ରଥମେ ରୋଜାଲିଣ୍ଡ ଫ୍ରଙ୍କଲିନ ନେତୃତ୍ୱରେ ଏକ ଦଳ ବିର୍କବେକ କୋଲେଜଠାରେ ପ୍ରଥମେ ସ୍ପଷ୍ଟ କରିଥିଲେ,[୫][୬] ଓ ପୋଲିଓର ଇକୋସାହେଡ୍ରାଲ ସିମେଟ୍ରି ଥିବା ଦେଖେଇଥିଲେ । [୭]

ସନ ୧୯୮୧ରେ ମାସାଚୁସେଟ ଇନସ୍ଟିଚ୍ୟୁଟ ଅଫ ଟେକନୋଲୋଜି (MIT) ଅନୁଷ୍ଟାନରେ ଏକ ଦଳ ଗବେଷକ ଭିନସେଣ୍ଟ ରାକାନିଏଲ୍ଲୋ ଓ ଡେଭଡ ବାଲ୍ଟିମୋର ନେତୃତ୍ୱରେ, [୮] ଓ ଅନ୍ୟ ଏକ ଦଳ ନାଓମି କିଟାମୁରା ତ‌ଥା ଏକାର୍ଡ଼ ୱିମରଙ୍କ ନେତୃତ୍ୱରେ ସ୍ଟୋନି ବୃକ ୟୁନିଭରସିଟିରେ ପୋଲିଓଭୂତାଣୁ ଜେନୋମ ବିଷୟ ପ୍ରକାଶିତ କରିଥିଲେ ।[୯] ଆରଏନଏ ଜୀବବିଜ୍ଞାନ ବିଷୟ ବୁଝିବାକୁ ପୋଲିଓ ଭୂତାଣୁ ଅତି ଆବଶ୍ୟକୀୟ ମଡେଲ ବିବେଚିତ ହୋଇଛି ।

ରୋଗ ସୃଷ୍ଟି[ସମ୍ପାଦନା]

Electron micrograph of poliovirus

ଯେ କୌଣସି ଭୂତାଣୁ ସଂକ୍ରମଣ ନିମନ୍ତେ ଜୀବକୋଷ ଭିତରକୁ ଭୂତାଣୁ ପଶିବାର ଓ ଅଧିକ ସଂକ୍ରାମକ ପାର୍ଟିକ୍ଲ ପ୍ରସ୍ତୁତ କରିବାର ଶକ୍ତି ଥିବା ଆବଶ୍ୟକ । ପଶୁ ଓ ତନ୍ତୁମାନଙ୍କୁ ପୋଲିଓଭୂତାଣୁ ସଂକ୍ରମଣ କରିବାକୁ ସିଡି୧୫୫ର ଉପସ୍ଥିତି ଯୋଗୁ ହୋଇଥାଏ । ପରୀକ୍ଷାଗାର ବାହାରେ କେବଳ ମାନବ, ମାନବ ସଦୃଶ ପ୍ରାଣୀ ଓ ପୁରାତନ ପୃଥ୍ୱୀ ମର୍କଟମାନଙ୍କର ଜୀବକୋଷରେ ଦେଖାଯାଏ । ପୋଲିଓଭୂତାଣୁ କେବଳ ମାନବ ଦେହରେ ରୋଗ ସୃଷ୍ଟି କରେ ଯଦିଓ ସିମ୍ପାଞ୍ଜି ଓ ପୁରାତନ ପୃଥ୍ୱୀ ମର୍କଟଙ୍କ ଦେହରେ ପରୀକ୍ଷାମୂଳକ ସଂକ୍ରମଣ କରାଯାଇପାରେ ।[୧୦]

ସିଡି୧୫୫ ଜିନ ଯୁକ୍ତାତ୍ମକ ଚୟନ କରିବା ଜଣାଯାଏ ।[୧୧] ଏହି ପ୍ରୋଟିନର କେତେକ କ୍ଷେତ୍ର ଥାଏ ଓ ସେମାନଙ୍କ ମଧ୍ୟରୁ ପୋଲିଓ ଭୂତାଣୁ ବନ୍ଧିତ ହେବା ସ୍ଥାନ ଗୋଟିଏ । ଏହି କ୍ଷେତ୍ରରେ ଭୁତାଣୁକୁ ବାନ୍ଧିବା ନିମନ୍ତ ୩୭ଟି ଆମିନୋଏସିଡ ଦାୟୀ ।

ପୋଲିଓଭୂତାଣୁ ଏକ ଏଣ୍ଟେରୋଭାଇରସ ବା ଖାଦ୍ୟନଳୀ ଭୂତାଣୁ । ସଂକ୍ରମଣ ମଳ-ମୁଖ ରାସ୍ତାରେ ହୁଏ, ଅର୍ଥ ଭୂତାଣୁ ଖାଇବା ପରେ ଖାଦ୍ୟନଳୀରେ ଭିତରେ ରେପ୍ଲିକେସନ ହୁଏ ।[୧୨] ସଂକ୍ରମିତ ବ୍ୟକ୍ତିର ମଳରେ ଭୁତାଣୁ ଥାଏ । ପ୍ରାୟ ୯୫% ଲୋକଙ୍କର ରକ୍ତରେ ସାମୟିକ ଭୂତାଣୁ ଉପସ୍ଥିତ ରହନ୍ତି ଯାହାକୁ ଭାଇରେମିଆ କୁହାଯାଏ ଓ ଏହି ସଂକ୍ରମଣ ସମୟରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ । ପ୍ରାୟ ୫% କ୍ଷେତ୍ରରେ ଭୂତାଣୁ ବ୍ୟାପେ ଓ ମାଟିଆ ଚର୍ବି , ରେଟିକୁଲୋଏଣ୍ଡୋଥେଲିଆଲ ତନ୍ତୁ ଓ ମାଂସପେଶୀରେ ରେପ୍ଲିକେଟ କରେ । ଏହି ନିରନ୍ତର ରେପ୍ଲିକେସନ ସମୟରେ ସେକେଣ୍ଡାରି ଭାଇରେମିଆ ହୋଇ ସାମାନ୍ୟ ଜ୍ୱର, ମୁଣ୍ଡବିନ୍ଧା ଓ ଗଳା ଘାଆ ହୋଇପାରେ । [୧୩] ପ୍ରାୟ ୧%ରୁ କମ୍ ସଂକ୍ରମଣରେ ପୋଲିଓମାୟେଲାଇଟିସ ପାରାଲିସିସ ହୁଏ । କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳରେ ଭୁତାଣୁ ପ୍ରବେଶ କରି ମେରୁଦଣ୍ଡରେ, ବ୍ରେନ ସ୍ଟେମ ବା ମୋଟୋର କର୍ଟେକ୍ସରେ ରେପ୍ଲିକେଟ କରିବା ଫଳରେ ଚୟନାତ୍ମକ ମୋଟୋର ନିଉରନ ପାରାଲିସିସ ରୋଗ ହୁଏ ଓ ଏହା ଅସ୍ଥାୟୀ ବା ସ୍ଥାୟୀ ହୋଇପାରେ । କ୍ୱଚିତ ଏହି ରୋଗେ ଶ୍ୱାସକ୍ରିୟା ବନ୍ଦ ହୋଇ ମୃତ୍ୟୁ ହୁଏ । ଦୁର୍ବଳ ବା ପାରାଲିସିସ ହେବା ପୂର୍ବରୁ ମାଂସପେଶୀ ଯନ୍ତ୍ରଣା ଓ ସ୍ପାଜ୍ମ ହେବା ଦେଖାଯାଏ । କିଛି ଦିନ ବା କିଛି ସପ୍ତାହ ପାରାଲିସିସ ରହି ଆରୋଗ୍ୟ ହୋଇପାରେ । [୧୪]

ଆଧାର[ସମ୍ପାଦନା]

  1. Ryan KJ, Ray CG, eds. (2004). Sherris Medical Microbiology (4th ed.). McGraw Hill. ISBN 978-0-8385-8529-0.
  2. Hogle J (2002). "Poliovirus cell entry: common structural themes in viral cell entry pathways". Annu Rev Microbiol. 56: 677–702. doi:10.1146/annurev.micro.56.012302.160757. PMC 1500891. PMID 12142481.
  3. Goodsell DS (1998). The machinery of life. New York: Copernicus. ISBN 978-0-387-98273-1.
  4. Paul JR (1971). A History of Poliomyelitis. (Yale studies in the history of science and medicine). New Haven, Conn: Yale University Press. ISBN 978-0-300-01324-5.
  5. "Behind the picture: Rosalind Franklin and the polio model". Medical Research Council. 2019-03-14. Retrieved 4 September 2019.
  6. Maddox, Brenda (2003). Rosalind Franklin: The Dark Lady of DNA. London: Harper Collins. p. 296. ISBN 0-00-655211-0.
  7. Brown, Andrew (2007). J.D. Bernal: The Sage of Science. New York: Oxford University Press. pp. 359–361. ISBN 978-0-19-920565-3.
  8. Racaniello and Baltimore; Baltimore, D (1981). "Molecular cloning of poliovirus cDNA and determination of the complete nucleotide sequence of the viral genome". Proc. Natl. Acad. Sci. U.S.A. 78 (8): 4887–91. Bibcode:1981PNAS...78.4887R. doi:10.1073/pnas.78.8.4887. PMC 320284. PMID 6272282.
  9. Kitamura N, Semler B, Rothberg P, et al. (1981). "Primary structure, gene organization and polypeptide expression of poliovirus RNA". Nature. 291 (5816): 547–53. Bibcode:1981Natur.291..547K. doi:10.1038/291547a0. PMID 6264310.
  10. Mueller S, Wimmer E (2003). "Recruitment of nectin-3 to cell-cell junctions through trans-heterophilic interaction with CD155, a vitronectin and poliovirus receptor that localizes to alpha(v)beta3 integrin-containing membrane microdomains". J Biol Chem. 278 (33): 31251–60. doi:10.1074/jbc.M304166200. PMID 12759359.
  11. Suzuki Y (2006). "Ancient positive selection on CD155 as a possible cause for susceptibility to poliovirus infection in simians". Gene. 373: 16–22. doi:10.1016/j.gene.2005.12.016. PMID 16500041.
  12. Bodian D, Horstmann DH (1969). Polioviruse. Philadelphia, Penn: Lippincott. pp. 430–73.
  13. Sabin A (1956). "Pathogenesis of poliomyelitis; reappraisal in the light of new data". Science. 123 (3209): 1151–7. Bibcode:1956Sci...123.1151S. doi:10.1126/science.123.3209.1151. PMID 13337331.
  14. Acute Poliomyelitis at eMedicine
    Pediatric Poliomyelitis at eMedicine