ପୋଲାଣ୍ଡ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ପୋଲାଣ୍ଡ ସିଣ୍ଡ୍ରୋମ (Poland syndrome)
ପୋଲାଣ୍ଡ ସିଣ୍ଡ୍ରୋମ, ପୋଲାଣ୍ଡ ସିଣ୍ଡାକ୍ଟିଲି (Poland's syndactyly), ପୋଲାଣ୍ଡ ସିକ୍ୟୁଏନ୍ସ (Poland sequence), ପୋଲାଣ୍ଡ ଆନୋମାଲି (Poland's anomaly), ପେକ୍ଟୋରାଲିସ ମେଜର ମାଂସପେଶୀର ଏକପାଖିଆ ତୃଟି ଓ ପାପୁଲିର ସିନ‌ଡାକ୍ଟିଲି [୧]
ପୋଲାଣ୍ଡ ସିଣ୍ଡ୍ରୋମ ରୋଗରେ ଡାହାନ ସ୍ତନ ଓ ଡାହାଣ ପେକ୍ଟୋରାଲିସ ମେଜର ମାଂସପେଶୀର ଅଭାବ [୨]
ବିଭାଗଭେଷଜ ଜେନେଟିକ (Medical genetics)
ଲକ୍ଷଣଅପବିକଶିତ ପେକ୍ଟୋରାଲିସ ମେଜର ମାଂସପେଶୀ (chest muscle) ଓ ଏକ ପାଖିଆ ସିମ୍ବ୍ରାକିଡାକ୍ଟିଲି (short webbed fingers) [୩][୧]
ଆକ୍ରାନ୍ତ ସମୟଜନ୍ମରୁ[୧]
କାରଣଅଜ୍ଞାତ[୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ [୪]
ସଠିକ ରୋଗ ନିର୍ଣ୍ଣୟମୋବିଅସ ସିଣ୍ଡ୍ରୋମ (Moebius syndrome), ହାନହାର୍ଟ ସିଣ୍ଡ୍ରୋମ (Hanhart syndrome)[୪]
ଚିକିତ୍ସାଅପରେଶନ କରି ସଠିକ କରାଯାଏ । Surgical correction[୩]
ପୁନଃପୌନିକ୨୦,୦୦୦ ନବଜାତରେ ଜଣେ[୧]

ପୋଲାଣ୍ଡ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Poland syndrome) ଏକ ଜନ୍ମ ତୃଟି ରୋଗ ଯେଉଁଥିରେ ଅପବିକଶିତ ପେକ୍ଟୋରାଲିସ ମେଜର ମାଂସପେଶୀ (chest muscle) ଓ ଏକ ପାଖିଆ ସିମ୍ବ୍ରାକିଡାକ୍ଟିଲି (short webbed fingers) ଥାଏ ।[୩][୧] ଛୋଟ ପଞ୍ଜରା ହାଡ଼, ଅଳ୍ପ ଚର୍ବି ଓ ସ୍ତାନ ତ‌ଥା ସ୍ତନାଗ୍ର ବିକାଶରେ ତୃଟି ଥାଏ । [୧] ଏହା ଡାହାଣ ପାଖାରେ ଦେଖାଯାଏ । [୩] ରୋଗୀମାନଙ୍କର ସ୍ୱାସ୍ଥ୍ୟ ଓ ଚଳପ୍ରଚଳ ଠିକ ଥାଏ ।[୧]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[୧] ଶିଶୁ ଜନ୍ମ ପୂର୍ବରୁ ବିକାଶ ହେବା (development before birth) ସମୟରେ ରକ୍ତ ସରବରାହ ବନ୍ଦ ହୋଇଗଲେ ଏହା ହୁଏ ବୋଲି ଏକ ଥିଓରୀ ଅଛି ।[୧] ଏହି ରୋଗ ସାଧାରଣତଃ ବଂଶାନୁଗତ (inherited from a person's parents) ନୁହେଁ ।[୧] କୌଣସି ଜିନ ମଧ୍ୟ ଏହି ରୋଗ କରୁଥିବାର ଚିହ୍ନଟ ହୋଇନାହିଁ ।[୧] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ । [୪] ଯୌବନାରମ୍ଭ (puberty) ପୂର୍ବରୁ ଅନେକ ସମୟରେ ଚିହ୍ନଟ ହୋଇପାରେନାହିଁ । [୩]

ପୋଲାଣ୍ଡ ସିଣ୍ଡ୍ରୋମ ରୋଗର ଚିକିତ୍ସା ନିମନ୍ତେ ଅପରେଶନ ଆବଶ୍ୟକ ହୁଏ ଯଦି ଅବସ୍ଥା ସାଂଘାତିକ ଥାଏ ।[୩] ପ୍ରତି ୨୦,୦୦୦ ହଜାରରେ ଜଣେ ନବଜାତ ଶିଶୁର ଏହି ରୋଗ ଥାଏ ।[୧] ଝିଅଙ୍କ ସଂଖ୍ୟା ଅପେକ୍ଷା ପୁଅମାନେ ୨ଗୁଣ ଅଧିକ ଥାଏ ।[୧] ଏହି ରୋଗର ବର୍ଣ୍ଣନା ପ୍ରଥମେ ଆଲଫ୍ରେଡ ପୋଲାଣ୍ଡ (Alfred Poland ସନ ୧୮୪୧ରେ କରିଥିଲେ । [୪][୫]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Reference, Genetics Home (9 October 2018). "Poland syndrome". Genetics Home Reference (in ଇଂରାଜୀ).
  2. Lizarraga, Karlo J; De Salles, Antonio AF (20 September 2011). "Multiple cavernous malformations presenting in a patient with Poland syndrome: A case report". Journal of Medical Case Reports. 5 (1). doi:10.1186/1752-1947-5-469.{{cite journal}}: CS1 maint: unflagged free DOI (link)
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Poland syndrome". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2016. Retrieved 16 October 2018.
  4. ୪.୦ ୪.୧ ୪.୨ ୪.୩ "Poland Syndrome". NORD (National Organization for Rare Disorders). 2007. Retrieved 16 October 2018.
  5. Weinzweig, Jeffrey (2010). Plastic Surgery Secrets Plus E-Book (in ଇଂରାଜୀ). Elsevier Health Sciences. p. 774. ISBN 0323085903.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ