Jump to content

ପୋଲାଣ୍ଡ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ପୋଲାଣ୍ଡ ସିଣ୍ଡ୍ରୋମ (Poland syndrome)
ପୋଲାଣ୍ଡ ସିଣ୍ଡ୍ରୋମ, ପୋଲାଣ୍ଡ ସିଣ୍ଡାକ୍ଟିଲି (Poland's syndactyly), ପୋଲାଣ୍ଡ ସିକ୍ୟୁଏନ୍ସ (Poland sequence), ପୋଲାଣ୍ଡ ଆନୋମାଲି (Poland's anomaly), ପେକ୍ଟୋରାଲିସ ମେଜର ମାଂସପେଶୀର ଏକପାଖିଆ ତୃଟି ଓ ପାପୁଲିର ସିନ‌ଡାକ୍ଟିଲି []
ପୋଲାଣ୍ଡ ସିଣ୍ଡ୍ରୋମ ରୋଗରେ ଡାହାନ ସ୍ତନ ଓ ଡାହାଣ ପେକ୍ଟୋରାଲିସ ମେଜର ମାଂସପେଶୀର ଅଭାବ []
ବିଭାଗଭେଷଜ ଜେନେଟିକ (Medical genetics)
ଲକ୍ଷଣଅପବିକଶିତ ପେକ୍ଟୋରାଲିସ ମେଜର ମାଂସପେଶୀ (chest muscle) ଓ ଏକ ପାଖିଆ ସିମ୍ବ୍ରାକିଡାକ୍ଟିଲି (short webbed fingers) [][]
ଆକ୍ରାନ୍ତ ସମୟଜନ୍ମରୁ[]
କାରଣଅଜ୍ଞାତ[]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁସାରେ []
ସଠିକ ରୋଗ ନିର୍ଣ୍ଣୟମୋବିଅସ ସିଣ୍ଡ୍ରୋମ (Moebius syndrome), ହାନହାର୍ଟ ସିଣ୍ଡ୍ରୋମ (Hanhart syndrome)[]
ଚିକିତ୍ସାଅପରେଶନ କରି ସଠିକ କରାଯାଏ । Surgical correction[]
ପୁନଃପୌନିକ୨୦,୦୦୦ ନବଜାତରେ ଜଣେ[]

ପୋଲାଣ୍ଡ ସିଣ୍ଡ୍ରୋମ (ଇଂରାଜୀ ଭାଷାରେ Poland syndrome) ଏକ ଜନ୍ମ ତୃଟି ରୋଗ ଯେଉଁଥିରେ ଅପବିକଶିତ ପେକ୍ଟୋରାଲିସ ମେଜର ମାଂସପେଶୀ (chest muscle) ଓ ଏକ ପାଖିଆ ସିମ୍ବ୍ରାକିଡାକ୍ଟିଲି (short webbed fingers) ଥାଏ ।[][] ଛୋଟ ପଞ୍ଜରା ହାଡ଼, ଅଳ୍ପ ଚର୍ବି ଓ ସ୍ତାନ ତ‌ଥା ସ୍ତନାଗ୍ର ବିକାଶରେ ତୃଟି ଥାଏ । [] ଏହା ଡାହାଣ ପାଖାରେ ଦେଖାଯାଏ । [] ରୋଗୀମାନଙ୍କର ସ୍ୱାସ୍ଥ୍ୟ ଓ ଚଳପ୍ରଚଳ ଠିକ ଥାଏ ।[]

ଏହି ରୋଗର କାରଣ ଅଦ୍ୟାବଧି ଅଜ୍ଞାତ ଅଛି ।[] ଶିଶୁ ଜନ୍ମ ପୂର୍ବରୁ ବିକାଶ ହେବା (development before birth) ସମୟରେ ରକ୍ତ ସରବରାହ ବନ୍ଦ ହୋଇଗଲେ ଏହା ହୁଏ ବୋଲି ଏକ ଥିଓରୀ ଅଛି ।[] ଏହି ରୋଗ ସାଧାରଣତଃ ବଂଶାନୁଗତ (inherited from a person's parents) ନୁହେଁ ।[] କୌଣସି ଜିନ ମଧ୍ୟ ଏହି ରୋଗ କରୁଥିବାର ଚିହ୍ନଟ ହୋଇନାହିଁ ।[] ଲକ୍ଷଣ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ । [] ଯୌବନାରମ୍ଭ (puberty) ପୂର୍ବରୁ ଅନେକ ସମୟରେ ଚିହ୍ନଟ ହୋଇପାରେନାହିଁ । []

ପୋଲାଣ୍ଡ ସିଣ୍ଡ୍ରୋମ ରୋଗର ଚିକିତ୍ସା ନିମନ୍ତେ ଅପରେଶନ ଆବଶ୍ୟକ ହୁଏ ଯଦି ଅବସ୍ଥା ସାଂଘାତିକ ଥାଏ ।[] ପ୍ରତି ୨୦,୦୦୦ ହଜାରରେ ଜଣେ ନବଜାତ ଶିଶୁର ଏହି ରୋଗ ଥାଏ ।[] ଝିଅଙ୍କ ସଂଖ୍ୟା ଅପେକ୍ଷା ପୁଅମାନେ ୨ଗୁଣ ଅଧିକ ଥାଏ ।[] ଏହି ରୋଗର ବର୍ଣ୍ଣନା ପ୍ରଥମେ ଆଲଫ୍ରେଡ ପୋଲାଣ୍ଡ (Alfred Poland ସନ ୧୮୪୧ରେ କରିଥିଲେ । [][]

  1. 1 2 3 4 5 6 7 8 9 10 11 12 13 14 Reference, Genetics Home (9 October 2018). "Poland syndrome". Genetics Home Reference (in ଇଂରାଜୀ).
  2. Lizarraga, Karlo J; De Salles, Antonio AF (20 September 2011). "Multiple cavernous malformations presenting in a patient with Poland syndrome: A case report". Journal of Medical Case Reports. 5 (1). doi:10.1186/1752-1947-5-469.{{cite journal}}: CS1 maint: unflagged free DOI (link)
  3. 1 2 3 4 5 6 "Poland syndrome". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2016. Archived from the original on 16 October 2018. Retrieved 16 October 2018.
  4. 1 2 3 4 "Poland Syndrome". NORD (National Organization for Rare Disorders). 2007. Retrieved 16 October 2018.
  5. Weinzweig, Jeffrey (2010). Plastic Surgery Secrets Plus E-Book (in ଇଂରାଜୀ). Elsevier Health Sciences. p. 774. ISBN 0323085903.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ