ପେକ୍ସିଡାର୍ଟିନିବ

ଉଇକିପିଡ଼ିଆ‌ରୁ
ପେକ୍ସିଡାର୍ଟିନିବ
Clinical data
Trade namesTuralio
SynonymsPLX-3397
AHFS/Drugs.commonograph
MedlinePlusa619050
data
Routes of
administration
By mouth
Legal status
Legal status
Identifiers
  • 5-[(5-Chloro-1H-pyrrolo[2,3-b]pyridin-3-yl)methyl]-N-{[6-(trifluoromethyl)-3-pyridinyl]methyl}-2-pyridinamine
Chemical and physical data
FormulaC20H15ClF3N5
Molar mass୪୧୭.୮୨ g·mol−1
3D model (JSmol)
  • ClC=1C=C2C(=NC1)NC=C2CC=2C=CC(=NC2)NCC=2C=NC(=CC2)C(F)(F)F
  • InChI=1S/C20H15ClF3N5/c21-15-6-16-14(10-28-19(16)29-11-15)5-12-2-4-18(26-7-12)27-9-13-1-3-17(25-8-13)20(22,23)24/h1-4,6-8,10-11H,5,9H2,(H,26,27)(H,28,29)
  • Key:JGWRKYUXBBNENE-UHFFFAOYSA-N

ପେକ୍ସିଡାର୍ଟିନିବ (ଇଂରାଜୀ ଭାଷାରେ Pexidartinib), ତୁରାଲିଓ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ଟେନୋସାଇନୋଭିଆଲ୍ ଅତିକାୟ ଜୀବକୋଷ ଅର୍ବୁଦ (TGCT) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଏପରି କ୍ଷେତ୍ରରେ ବ୍ୟବହୃତ ହୁଏ ଯେତେବେଳେ ଗୁରୁତ୍ୱ ପୂର୍ଣ୍ଣ ସମସ୍ୟା ସୃଷ୍ଟି କରେ ଏବଂ ଅସ୍ତ୍ରୋପଚାର ଦ୍ୱାରା ଚିକିତ୍ସା ସମ୍ଭବ ହୋଇପାରିବ ନାହିଁ ।[୧] ଏହା ପାଟିରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା, କେଶର ରଙ୍ଗ ହ୍ରାସ, ଥକାପଣ, କମ୍ ରକ୍ତ ନିଉଟ୍ରୋଫିଲ୍, ଉଚ୍ଚ ରକ୍ତ କୋଲେଷ୍ଟେରଲ, ଆଖି ଫୁଲିଯିବା ଏବଂ ରାସ ଦେଖାଯାଏ ।[୨] ଯକୃତ ସମସ୍ୟା ଯୋଗୁ ମୃତ୍ୟୁ ହୋଇପାରେ ।[୨] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୧] ଏହା ଏକ କାଇନେଜ ଇନହିବିଟର ଏବଂ କଲୋନୀ-ଉତ୍ତେଜକ ଫ୍ୟାକ୍ଟର୍-1 ରିସେପ୍ଟରକୁ (CSF-1R) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]

୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପେକ୍ସିଡାର୍ଟିନିବ ଅନୁମୋଦିତ ହୋଇଥିଲା ।[୧] ସ୍ୱଳ୍ପ ଉପକାର ଓ ପାର୍ଶ୍ୱ ପ୍ରତିକ୍ରିୟା ଚିନ୍ତା ଯୋଗୁ ୨୦୨୦ରେ ୟୁରୋପରେ ଏହାର ଅନୁମୋଦନ ମନା କରାଯାଇଥିଲା ।[୩] ଯୁକ୍ତରାଜ୍ୟରେ ଏହା ଅନୁମୋଦିତ ନୁହେଁ ।[୪] ଯୁକ୍ତରାଷ୍ଟ୍ରରେ ଏହା ପିଛା ମାସକୁ ପ୍ରାୟ ୨୧,୨୦୦ ଡଲାର ଖର୍ଚ୍ଚ ହୁଏ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Pexidartinib Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 27 October 2021.
  2. ୨.୦ ୨.୧ "DailyMed - TURALIO- pexidartinib capsule". dailymed.nlm.nih.gov. Archived from the original on 24 October 2020. Retrieved 27 October 2021.
  3. "Turalio". Archived from the original on 27 October 2021. Retrieved 27 October 2021.
  4. "Pexidartinib". SPS - Specialist Pharmacy Service. 12 January 2016. Archived from the original on 27 October 2021. Retrieved 27 October 2021.
  5. "Turalio Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 16 January 2021. Retrieved 27 October 2021.