ପୁଷ୍କର ହ୍ରଦ

ଉଇକିପିଡ଼ିଆ ରୁ
Jump to navigation Jump to search
ପୁଷ୍କର ହ୍ରଦ
Pushkar Lake
Evening lights by the Pushkar Lake, Pushkar.jpg
ଅବସ୍ଥାନପୁଷ୍କର, ରାଜସ୍ଥାନ
ଦିଗବାରେଣି26°29′14″N 74°33′15″E / 26.48722°N 74.55417°E / 26.48722; 74.55417Coordinates: 26°29′14″N 74°33′15″E / 26.48722°N 74.55417°E / 26.48722; 74.55417
ହ୍ରଦର ପ୍ରକାରକୃତ୍ରିମ ହ୍ରଦ
ପ୍ରାଥମିକ ଭିତରଧାରାଲୁଣି ନଦୀ
ପ୍ରାଥମିକ ବାହାରଧାରାଲୁଣି ନଦୀ
ଅବବାହିକା22 km2 (8.5 sq mi)
ନିଷ୍କାସନ କ୍ଷେତ୍ରସ୍ଥ  ଦେଶଭାରତ
Surface area22 km2 (8.5 sq mi)
ହାରାହାରି ଗଭୀରତା8 m (26 ft)
ସର୍ବାଧିକ ଗଭୀରତା10 m (33 ft)
Water volume790,000 cubic metres (28,000,000 cu ft)
ଭୂମି ଉଚ୍ଚତା530 m (1,740 ft)
ଜନବସତିପୁଷ୍କର

ପୁଷ୍କର ହ୍ରଦ କିମ୍ବା ପୁଷ୍କର ସରୋବର (Sanskrit: ପୁଷ୍କର-ସରୋବର) ରାଜସ୍ଥାନ ସ୍ଥିତ ଅଜମେର ଜିଲ୍ଲାର ପବିତ୍ର ହିନ୍ଦୁ ମାନଙ୍କ ହ୍ରଦ ଅଟେ । ଏହା ଏକ ତୀର୍ଥ ସ୍ଥାନ ଅଟେ । ପୌରାଣିକ ଦୃଷ୍ଟି କୋଣରୁ ଏହି ହ୍ରଦର ନିର୍ମାଣ ଭଗବାନ ବ୍ରହ୍ମା କରିଥିଲେ । ଏହି କାରଣରୁ ହ୍ରଦ ନିକଟରେ ବ୍ରହ୍ମାଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି ।

ପୁଷ୍କର ହ୍ରଦରେ କାର୍ତ୍ତିକ ପୂର୍ଣ୍ଣିମା (ଅକ୍ଟୋବର-ନଭେମ୍ବର) ମାସରେ ପୁଷ୍କର ମେଳା ହୋଇଥାଏ ଯେଉଁଠାକୁ ହଜାରରୁ ଅଧିକ ତୀର୍ଥ ଯାତ୍ରୀ ମାନେ ଆସିଥାନ୍ତି ତଥା ସ୍ନାନ କରନ୍ତି । ଏହି ହ୍ରଦରେ ସ୍ନାନ କରିବାଦ୍ୱାରା ଶରୀର ଚର୍ମର ସମସ୍ତ ରୋଗ ଦୂର ହୋଇଯାଏ ଏବଂ ତ୍ୱଚା ସଫା ସୁତୁରା ହୋଇଯାଏ ।

ହ୍ରଦ ପାଖାପାଖି ୫୦୦ ହିନ୍ଦୁ ମନ୍ଦିର ସ୍ଥିତ ହୋହିଛି । ଏହି ହ୍ରଦ ରାଜସ୍ଥାନର ଅଜମେର ନଗରଠାରୁ ୧୧ କିମି ଉତ୍ତରରେ ସ୍ଥିତ ରହିଛି । ପୌରାଣିକ ମାନ୍ୟତା ଅନୁସାରେ ପୁଷ୍କର ହ୍ରଦର ନିର୍ମାଣ ଭଗବାନ ବ୍ରହ୍ମା କରିଥିଲେ । ଏଥିରେ ୫୨ଟି ସ୍ନାନ ଘାଟ ରହିଛି । ଏହି ଘାଟି ମାନଙ୍କ ମଧ୍ୟରେ ବରାହ, ବ୍ରହ୍ମା ଓ ଗବ ଘାଟ ମହତ୍ତ୍ୱପୂର୍ଣ୍ଣ ଅଟେ । ପ୍ରାଚୀନ କାଳରୁ ଲୋକମାନେ ସେଠାରେ ପ୍ରତିବର୍ଷ କାର୍ତ୍ତିକ ମାସରେ ଏକତ୍ରିତ ହୋଇ ଭଗବାନ ବ୍ରହ୍ମାଙ୍କ ଉପାସନା କରନ୍ତି । ପୁଷ୍କରକୁ ଆସୁଥିବା ଲୋକ ନିଜକୁ ପବିତ୍ର କରିବା ପାଇଁ ପୁଷ୍କର ହ୍ରଦରେ ସ୍ନାନ କରିଥାନ୍ତି ।

ଭୂଗୋଳ[ସମ୍ପାଦନା]

ପୁଷ୍କର ହ୍ରଦ, ଯାହାର ଚାରିପଟେ ପୁଷ୍କର ସହର ବିକଶିତ ହୋଇଛି, ରାଜସ୍ଥାନର ଅରାବେଳୀ ଶ୍ରେଣୀ ପାହାଡ଼ ମାନଙ୍କ ମଧ୍ୟରେ ଭାରତର ଅଜମେର ଜିଲ୍ଲାରେ ଉପସ୍ଥିତ ରହିଛି । "ନାଗ ପର୍ବତ" (ସର୍ପ ପର୍ବତ) ନାମରେ ଜଣାଯାଉଥିବା ପର୍ବତ ଶୃଙ୍ଖଳ ହ୍ରଦକୁ ଅଜମେର ଠାରୁ ଅଲଗା କରିଅଛି । ଘାଟୀ ଅରାବଳୀ ପର୍ବତର ଦୁଇ ସମାନନ୍ତର ପର୍ବତମାଳା 650–856 metres (2,133–2,808 ft)ର ଦକ୍ଷିଣ-ପଶ୍ଚିମ ଓ ଉତ୍ତର-ପୂର୍ବରେ ଚାଲୁଅଛି । 14 kilometres (8.7 mi) ଅଜମେରଠାରୁ ଉତ୍ତର-ପଶ୍ଚିମରେ ସୃଷ୍ଟି ହୋଇଥିବା କୃତିମ ପୁଷ୍କର ହ୍ରଦ ତିନି ଆଡୁ ମରୁଭୂମି ଓ ପାହାଡ଼ଦ୍ୱାରା ଘେରି ରହିଛି ।[୧][୨] ଏହି ହ୍ରଦକୁ ଭାରତରେ ହ୍ରଦର ବର୍ଗିକରଣ ସୂଚୀ ପରି "ପବିତ୍ର ହ୍ରଦ" ରୂପେ ବର୍ଗୀକୃତ କରାଯାଇଛି ।[୩]

ଇତିହାସ[ସମ୍ପାଦନା]

ପୁଷ୍କର ହ୍ରଦର ଇତିହାସ ବିସି ଚତୁର୍ଥ ଶତାବ୍ଦୀର ଅଟେ । (Numismatics) , ଛିଦ୍ରକ ରୂପେ ଗ୍ରୀସ ଓ କୃଷଣ ପଇସା ଏହି ସମୟ ପର୍ଯ୍ୟନ୍ତ ହ୍ରଦରେ ମିଶି ଯାଇଥିଲା । ସାଞ୍ଚୀରେ ମିଳିଥିବା ଶିଳାଲେଖ ହ୍ରଦର ଅସ୍ତିତ୍ବରେ ସମ୍ବନ୍ଧିତ ହୋଇଛି ଯାହା ବିସି ପୂର୍ବ ଦ୍ୱିତୀୟ ଶତାବ୍ଦୀର ହୋଇଥିଲା । ଏଥିରୁ ଜଣାଯାଏ ଯେ, ପୁଷ୍କର ଏକ ତୀର୍ଥ ସ୍ଥଳ ଅଟେ । ପଞ୍ଚମ ଶତାବ୍ଦୀ ବିସିରେ ଚୀନ ଯାତ୍ରୀ "ଫା ଜିୟାନ", ପୁଷ୍କର ହ୍ରଦରେ ଆଗନ୍ତୁକ ସଂଖ୍ୟାର ସନ୍ଦର୍ଭ ଦେଇଥିଲେ ।[୪]

ସଂସ୍କୃତି[ସମ୍ପାଦନା]

ପୁଷ୍କର ହ୍ରଦ ଓ ଏହାର ପୂର୍ବବର୍ତ୍ତୀ ରାଷ୍ଟ୍ରୀୟ ମହତ୍ତ୍ୱର ସ୍ମାରକ, ଯଥା: ପୁଷ୍କର ସହର, ବ୍ରହ୍ମା ମନ୍ଦିର ଏବଂ ହ୍ରଦର ପରିଧିରେ ଘାଟିର ପ୍ରଦର୍ଶନ କରିଥାନ୍ତି । ଏହି ସହରରେ ଦେଖାଯାଉଥିବା ସମସ୍ତ ସ୍ମାରକ ଏବଂ ସେଠାରେ ଆୟୋଜିତ ହେଉଥିବା ମେଳାର ଲୋକପ୍ରିୟତାର କେନ୍ଦ୍ରୀୟ ଦିବ୍ୟ ବିଷୟ ଅଟେ ।

ପବିତ୍ର ହ୍ରଦ ବ୍ୟତୀତ, ପୁଷ୍କରରେ ୫୦୦ରୁ ଅଧିକ ମନ୍ଦିର (୮୦ଟି ବଡ଼ ଆଉ ବାକି ଛୋଟ ମନ୍ଦିର) ରହିଛି ; ଏହି ପ୍ରକାରରେ ପୁରୁଣା ମନ୍ଦିରକୁ ଔରଙ୍ଗଜେବଙ୍କ ଶାସନ (1658-1707) ଅନୁସାରେ ମୁସଲମାନ ବିଦ୍ରୋହୀ ମାନଙ୍କଦ୍ୱାରା ନଷ୍ଟ କରିଦିଆ ଯାଇଥିଲା , କିନ୍ତୁ ପରେ ପୁନଶ୍ଚ ତିଆରି କରାଗଲା । ଏଥିରେ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ବ୍ରହ୍ମା ମନ୍ଦିର ଅଟେ , ହୁଏତ ବର୍ତ୍ତମାନର ସରଞ୍ଚନା ୧୪ବିଂ ଶତାବ୍ଦୀର ହୋଇଥାଉ କିନ୍ତୁ ମୂଳ ମନ୍ଦିର ୨୦୦୦ ବର୍ଷ ପୁରୁଣା ଅଟେ । ପୁଷ୍କରକୁ ପ୍ରାୟତଃ ଶାସ୍ତ୍ରରେ ଦୁନିଆର ଏକମାତ୍ର ବ୍ରହ୍ମା ମନ୍ଦିର ରୂପେ ବର୍ଣ୍ଣିତ କରାଯାଇଛି ଯାହା ସାବିତ୍ରୀଙ୍କ ଅଭିଶାପ କାରଣରୁ ହୋଇଛି କିନ୍ତୁ ହିନ୍ଦୁ ମାନଙ୍କ ପବିତ୍ର ସ୍ଥାନର ରାଜା ରୂପେ ମଧ୍ୟ ଏହା ବର୍ଣ୍ଣିତ ହୋଇଛି ।[୫]

ପୁଷ୍କର ହ୍ରଦର ଏକ ପାନୋରମା ଫଟୋ

ଆଧାର[ସମ୍ପାଦନା]

  1. "Pushkar Lake". Eco India. Retrieved 2010-01-23.
  2. City Development Plan for Ajmer and Pushkar p. 196
  3. M.S.Reddy and N.V.V.Char. "Management of Lakes in India" (pdf). Annex 2 Classification of Lakes in India. World Lakes Org. p. 20.
  4. Bradnock, Roma (2004). Footprint India. Pushkar: Sights. Footprint Travel Guides. pp. 354–355. ISBN 1904777007. Retrieved 2010-01-26.
  5. "Travel and Geography:Pushkar". Encyclopædia Britannica. Retrieved 2010-01-24.