ପୁଲ୍‌ଡ ଏଲବୋ

ଉଇକିପିଡ଼ିଆ‌ରୁ
ପୁଲ୍‌ଡ ଏଲବୋ (Pulled elbow)
ରାଡିଆଲ ହେଡ ସବଲକ୍ସେସନ (Radial head subluxation), ଆନୁଲାର ଲିଗାମେଣ୍ଟ ଡିସପ୍ଲେସମେଣ୍ଟ (annular ligament displacement),[୧] ନର୍ସମେଡ ଏଲବୋ (nursemaid's elbow), ବେବିସିଟର ଏଲବୋ (babysitter's elbow)
କ‌ହୁଣୀ ଗଣ୍ଠିର କ୍ୟାପସୁଲ ଫୁଲିଯାଇଛି । ପୁଲ୍‌ଡ ଏଲବୋର ସମ୍ମୁଖ ଭାଗ - ରାଡିଅସ ମୁଣ୍ଡ (head of radius) ଆନୁଲାର ଲିଗାମେଣ୍ଟରୁ (anular ligament of radius) ବାହାରିଯାଇଛି ।
ବିଭାଗଆଶୁ ଚିକିତ୍ସା Emergency medicine
ଲକ୍ଷଣବାହୁ ଚାଳନା ନିମନ୍ତେ ଅନିଚ୍ଛା [୨]
ଆକ୍ରାନ୍ତ ସମୟ୧ରୁ ୪ ବର୍ଷ ବୟସ [୨]
କାରଣସିଧା ବାହୁକୁ ଟାଣିବା ଯୋଗୁ ହୁଏ । [୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଓ ଏକ୍ସ-ରେ (Xrays)[୨]
ସଠିକ ରୋଗ ନିର୍ଣ୍ଣୟଏଲବୋ ଭଙ୍ଗା (Elbow fracture)[୩]
ଚିକିତ୍ସାରିଡକ୍ସନ (Reduction) ଅଧ ବଙ୍କା କ‌ହୁଣି ସ‌ହିତ ହାତ ତଳକୁ (ଫ୍ଲେକ୍ସନ) ଓ ବାହୁ ତଳମୁହାଁ (ପ୍ରନେସନ) କରି ଧିରେ ଅବୟବକୁ ସିଧା କଲେ ରିଡକ୍ସନ ହୋଇଯାଏ ।[୨][୧]
Prognosisକିଛି ମିନିଟ ମଧ୍ୟରେ ଉପଶମ ହୋଇଯାଏ । [୧]
ପୁନଃପୌନିକସାଧାରଣ[୨]

ପୁଲ୍‌ଡ ଏଲବୋ (ଇଂରାଜୀ ଭାଷାରେ pulled elbow, ଅନ୍ୟ ନାମ ରାଡିଆଲ ହେଡ (radial head) ସବଲକ୍ସେସନ radial head subluxation)[୪] ନାମ ଦିଆଯାଏ ଯେତେବେଳେ ଆନୁଲାର ଲିଗାମେଣ୍ଟରୁ (ligament) ରାଡିଆଲ ହେଡ ବାହାରକୁ ଚାଲିଯାଏ । [୧] ସାଧାରଣତଃ ପ୍ରଭାବିତ ପିଲା ନିଜର ହାତକୁ ସାମାନ୍ୟ ବଙ୍କା ରଖି ନିଜ ଦେହ ପାଖରେ ଜାକିରଖେ ।[୧] ବାହୁକୁ ଚାଳନା କଲେ କଷ୍ଟ ହେଉଥିବାରୁ ସେମାନେ ଆଦୌ ଚାଳନା କରନ୍ତି ନାହିଁ ।[୨] ଚାଳନା ନ କରି କେବଳ ସ୍ପର୍ଶ କଲେ କଷ୍ଟ ହୁଏନି । [୧]

ସିଧା ରଖିଥିବା ବାହୁ ଉପରେ ପଡ଼ିଗଲେ ପୁଲ୍‌ଡ ଏଲବୋ ହୁଏ । [୨] ପିଲାଙ୍କୁ ଉପରକୁ ଉଠେଇବା ବେଳେ ବା ଝୁଲେଇବା ବେଳେ ଏହିପରି ଅବସ୍ଥା ଉପୁଜେ । [୨] ରାଡିଅସ ହେଡ ଆନୁଲାର ଲିଗାମେଣ୍ଟରୁ (ligament) ବାହାରି ଯାଏ ଓ ହେଡ ତ‌ଥା ହ୍ୟୁମରସ(humerus) ଅସ୍ଥି ମଧ୍ୟରେ ରହିଯାଏ ।[୧] ଲକ୍ଷଣ ଉପରେ ରୋଗ ନିର୍ଣ୍ଣୟ ନିର୍ଭର କରେ ।[୨] ଏକ୍ସ-ରେ ସାହାଯ୍ୟରେ ଅନ୍ୟ କିଛି ଅସୁବିଧା ଥିବା ସମସ୍ୟା ଦୂର କରାଯାଏ ।[୨]

ସମ୍ଭାବ୍ୟ କାରଣମାନଙ୍କଠାରୁ ଦୂରେଇ ରହିଲେ ଏହି ଅବସ୍ଥା ହୁଏନାହିଁ ।[୨] ରିଡକ୍ସନ (reduction) କରି ଏହାର ଚିକିତ୍ସା କରାଯାଏ ।[୨] (Reduction) ଅଧ ବଙ୍କା କ‌ହୁଣି ସ‌ହିତ ହାତ ତଳକୁ (ଫ୍ଲେକ୍ସନ) ଓ ବାହୁ ତଳମୁହାଁ (ପ୍ରନେସନ) (palms down position| କରି ଧିରେ ଅବୟବକୁ ସିଧା କଲେ ରିଡକ୍ସନ ହୋଇଯାଏ ଓ ଏହା ସୁପିନେସନ କରି ଧୀରେ ଫ୍ଲେକ୍ସନ କରିବା ପଦ୍ଧତି ଅପେକ୍ଷା ଅଧିକ ପ୍ରଭାବଶାଳୀ ହୁଏ । [୪][୫][୧] ଉପ‌ଯୁକ୍ତ ରିଡକ୍ସନ ହୋଇଗଲେ କିଛି ମିନିଟ ମଧ୍ୟରେ ପିଲା ସାଧାରଣ ଅବସ୍ଥାକୁ ଆସିଯାଏ ।[୧] ଏହା ଏକ ସାଧାରଣ ବେମାରୀ ।[୨] ପ୍ରାୟ ୧ରୁ ୪ ବର୍ଷ ବୟସ ମଧ୍ୟରେ ଏହା ହେଲେ ମଧ୍ୟ ୭ ବର୍ଷ ବୟସ ପର୍ଯ୍ୟନ୍ତ ହୋଇପାରେ । [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ Browner, EA (August 2013). "Nursemaid's Elbow (Annular Ligament Displacement)". Pediatrics in review. 34 (8): 366–7, discussion 367. doi:10.1542/pir.34-8-366. PMID 23908364.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ "Nursemaid's Elbow". OrthoInfo - AAOS. February 2014. Retrieved 4 December 2017.
  3. Cohen-Rosenblum, A; Bielski, RJ (1 June 2016). "Elbow Pain After a Fall: Nursemaid's Elbow or Fracture?". Pediatric annals. 45 (6): e214-7. doi:10.3928/00904481-20160506-01. PMID 27294496.
  4. ୪.୦ ୪.୧ Krul, M; van der Wouden, JC; Kruithof, EJ; van Suijlekom-Smit, LW; Koes, BW (28 July 2017). "Manipulative interventions for reducing pulled elbow in young children". The Cochrane Database of Systematic Reviews. 7: CD007759. doi:10.1002/14651858.CD007759.pub4. PMID 28753234.
  5. Bexkens, R; Washburn, FJ; Eygendaal, D; van den Bekerom, MP; Oh, LS (January 2017). "Effectiveness of reduction maneuvers in the treatment of nursemaid's elbow: A systematic review and meta-analysis". The American journal of emergency medicine. 35 (1): 159–163. doi:10.1016/j.ajem.2016.10.059. PMID 27836316.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ