ପୂର୍ଣ୍ଣ ଦାସ ବାଉଲ
ପୂର୍ଣ୍ଣ ଦାସ ବାଉଲ ସମ୍ରାଟ | |
---|---|
ଜନ୍ମ | Birbhum district, West Bengal, India | ୧୮ ମାର୍ଚ୍ଚ ୧୯୩୩
ପେଷା | Baul, bard, minstrel, sacred singer, prayer leader, musician, actor |
ୱେବସାଇଟ | www |
ପୂର୍ଣ୍ଣ ଦାସ ବାଉଲ[୧] (ଜଣାଶୁଣା ନାମ ପୂର୍ଣ୍ଣ ଦାସ ବାଉଲ ସମ୍ରାଟ; ଜନ୍ମ ୧୮ ମାର୍ଚ୍ଚ ୧୯୩୩) ଜଣେ ଭାରତୀୟ ସଙ୍ଗୀତଜ୍ଞ ଓ ଗାୟକ ଥିଲେ ଏବଂ ସେ ବାଉଲ ପରମ୍ପରାର ଗୀତ ଗାଉଥିଲେ ।[୨] କେହି କେହି ତାଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦାସ ନାମରେ ଡାକୁଥିଲେ କିନ୍ତୁ ସେହି ନାମରେ ଅନେକ ଲୋକ ଥିବାରୁ ଦ୍ୱନ୍ଦ୍ୱ ଏଡ଼େଇବା ପାଇଁ ପୂର୍ଣ୍ଣ ଦାସ ବାଉଲ ନାମ ଦିଆଯାଇଥିଲା । ସେ ୧୪୦ ଦେଶ ଭ୍ରମଣ କରି ବାଉଲ ପରମ୍ପରାରେ ପ୍ରଦର୍ଶନ କରିଥିଲେ ।
ପରିବାର ଓ ପୃଷ୍ଠଭୂମି
[ସମ୍ପାଦନା]ବେଙ୍ଗଲରେ ଏକଦା ଭ୍ରମଣକାରୀ ଚାରଣ କବିଙ୍କର ପରବର୍ତ୍ତୀ ଅଧ୍ୟାୟରେ ବାଉଲ ପରମ୍ପରା ସୃଷ୍ଟି ହୋଇଥିଲେ ଯେଉଁମାନେ ଐତିହାସିକ ବେଙ୍ଗଲରେ ଭ୍ରମଣ କରୁଥିଲେ ଯାହା ଆଜି ଦୁଇ ଭାଗରେ ବିଭକ୍ତ ହୋଇ ବଙ୍ଗଳାଦେଶ (ପୂର୍ବତନ 'ପୂର୍ବ ପାକିସ୍ଥାନ') ଓ ଭାରତରେ ପରିବର୍ତ୍ତୀତ ହୋଇଛି । ଏହି ବାଉଲ ଇଲାକାରେ ପଶ୍ଚିମ ବଙ୍ଗ, ବିହାର, ଆସାମ ଓ ଓଡ଼ିଶା ଅଛି । ବାଉଲ ଗୋଷ୍ଠୀରେ ଓ ଏହି ଅଞ୍ଚଳରେ ଦାସ ସାଙ୍ଗିଆ ଏକ ପାରମ୍ପରିକ ସାଙ୍ଗିଆ ।
ଭାରତର ପଶ୍ଚିମ ବଙ୍ଗରେ ଥିବା ବୀରଭୁମ ଜିଲ୍ଲା ନିବାସୀ ନଳିନୀ ଦାସ କଫ ବାଉଲଙ୍କର ସନ୍ତାନ ରୂପେ ବିରଭୁମ ନିକଟରେ ଥିବା ରାମପୁରହାଟ ନିକଟରେ ଥିବା ଏକଛକ ଗ୍ରାମରେ ୧୯୩୩ ମସିହାରେ ପୂର୍ଣ୍ଣ ଦାସ ବାଇଲ ସମ୍ରାଟ ଜନ୍ମଗ୍ରହଣ କରିଥିଲେ ।[୩] ପୂର୍ଣ୍ଣ ଦାସ ବାଉଲଙ୍କ ପତ୍ନୀ ମଞ୍ଜୁ ଦାସ ବାଉଲ ମଧ୍ୟ ଜଣେ ବାଉଲ ଗାୟୀକା ଥିଲେ ଯିଏ ଭାରତୀୟ ଲୋକ ସଙ୍ଗୀତ ଓ ବଙ୍ଗଳା ଲୋକ ଗୀତ ଗାୟୀକା ଥିଲେ ଓ ତାହା ସହିତ ସେ ଅଣ-ଇଂରାଜୀ ଭାଷାରେ ସଙ୍ଗୀତ ଲେଖିକା ଥିଲେ । ପୂର୍ଣ୍ଣ ଦାସଙ୍କର ତିନି ପୁଅ ମଧ୍ୟରୁ ସୁଭେନ୍ଦୁ (ସୁନ୍ଦର ଚନ୍ଦ୍ର) ବା ବାପି ଦାସ ବାଉଲ ମଧ୍ୟ ଜଣେ ସଙ୍ଗୀତକାର ଥିଲେ ଯିଏ ଅଧୁନା ତାଙ୍କର ସଙ୍ଗୀତକୁ ଜାଗତିକ ମିଶ୍ରଣ ରୂପ ଦେଉଛନ୍ତି ଓ ଫ୍ରାନସରେ ଅନେକ ବର୍ଷ ଧରି ବାସ କରୁଛନ୍ତି । ପୂର୍ଣ୍ଣ ଦାସ ବାଇଲ ସମ୍ରାଟଙ୍କର ଏକ ପୁଅ ଦିବ୍ୟେନ୍ଦୁ ଦାସ ବାଇଲ ପିତାଙ୍କ ସହିତ ମିଶି ବାଉଲ ସମ୍ରାଟ ସଙ୍ଗୀତ ମରଣୋତ୍ତର ଦଳ ଗଠନ କରିଛନ୍ତି । ପୂର୍ଣ୍ଣ ଦାସ ବାଇଲ ସମ୍ରାଟଙ୍କର ବଡ଼ ପୁଅ କୃଷ୍ଣେନ୍ଦୁ ଦାସ ବାଉଲ ମଧ୍ୟ ନିଜେ ଜଣେ ବାଉଲ ଓ ପିତାଙ୍କ ସାଥିରେ ମିଶି ସମସ୍ତ ମହାଦେଶ ଭ୍ରମଣ କରି ସାରିବା ପରେ କାନାଡ଼ାରେ ବାସ କରୁଛନ୍ତି ।
ପ୍ରଦର୍ଶନ
[ସମ୍ପାଦନା]- ୨୦୧୩: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଇସ୍ତାନବୁଲ, କୋନ୍ୟା ଓ ତୁର୍କୀରେ ।
- ୨୦୧୨: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଦକ୍ଷିଣ କୋରିଆରେ ସିଓଲରେ ।
- ୨୦୦୯: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଅମେରିକାର କାଲିଫର୍ଣ୍ଣିଆରେ ।
- ୨୦୦୬: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଚୀନର ସାଙ୍ଘାଇରେ ।
- ୨୦୦୫: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଆମେରିକାରେ ।
- ୨୦୦୪: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଅଷ୍ଟ୍ରେଲିଆର ଆଡିଲେଡରେ ।
- ୨୦୦୩: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ନିୟୁ ୟୋର୍କ, ୱାସିଙ୍ଗଟନ, ଟେକ୍ସାସ, କାଲିଫର୍ଣ୍ଣିଆ, ଓଣ୍ଟାରିଓ ।
- ୨୦୦୩: ବାଉଲ ସମ୍ରାଟ ଦଳ ପ୍ରଦର୍ଶନ କଲେ ଆରିଜୋନା, କାଲିଫର୍ଣ୍ଣିଆର ସାନ ଡିଏଗୋ ବିଶ୍ୱବିଦ୍ୟାଳୟରେ ।
ସମ୍ମାନ
[ସମ୍ପାଦନା]- ୨୦୧୩ ପଦ୍ମଶ୍ରୀ ସମ୍ମାନ ।[୪]
- ୧୯୯୯ ଶ୍ରୀ କେ ଆର ନାରାୟନଙ୍କ ପ୍ରଦତ୍ତ ଭାରତୀୟ ପ୍ରେସିଡେଣ୍ଡ ପୁରସ୍କାର ।[୨]
- ୧୯୮୮ ପୁରୀ ବଡ଼ ଦେଉଳରେ ନାଦମଣି ସମ୍ମାନ ।
- ୧୯୮୬ ପୁରୀ ଭଜନ ଉତ୍ସବରେ ନାଦବ୍ରହ୍ମ ସମ୍ମାନ ବାଉଲ ସମ୍ରାଟଙ୍କ ଦଳକୁ ଦିଆଯାଇଥିଲା ।
- ୧୯୭୯ ସିସିଆଇ ସମ୍ମାନ ନୂଆ ଦିଲ୍ଲୀରେ ବାଉଲ ସମ୍ରାଟଙ୍କ ଦଳକୁ ଦିଆଯାଇଥିଲା ।
- ୧୯୭୩ ବେଙ୍ଗାଲୁରୁର ସତ୍ୟ ସାଇବାବା ଅନୁଷ୍ଠାନ ତରଫରୁ ସ୍ୱର୍ଣ୍ଣ ପଦକ ।
- ୧୯୬୭ ଭାରତର ପ୍ରେସିଡେଣ୍ଟ ଡକ୍ଟର ରାଜେନ୍ଦ୍ର ପ୍ରସାଦ ତାଙ୍କୁ ବାଉଲ ସମ୍ରାଟ ଉପାଧି ଦେଇଥିଲେ ।
- ୧୯୫୮ ଆଲ୍ଲାହାବାଦ ସଙ୍ଗୀତ ମେଳା ତରଫରୁ ବାଉଲ ସମ୍ରାଟ ଦଳକୁ ବାଉଲ ଶିରୋମଣୀ ଉପାଧି ଦେଇଥିଲେ ।
- ୧୯୫୨ ବନାରସ ସଙ୍ଗୀତ ସମ୍ମେଳନ ତରଫରୁ ବାଉଲ ରତ୍ନ ପୁରସ୍କାର ।
- ୧୯୪୫ ଗାନ୍ଧିନଗର କଂଗ୍ରେସ ଅଧିବେଶନରେ ବାଉଲ ସମ୍ରାଟଙ୍କ ଦଳରୁ ସ୍ୱର୍ଣ୍ଣ ପଦକ ଦିଆଯାଇଥିଲା ।[୫]
ଆଧାର
[ସମ୍ପାଦନା]- ↑ "Padma Awards Announced" (Press release). Ministry of Home Affairs. 25 January 2013. Retrieved 27 January 2013.
- ↑ ୨.୦ ୨.୧ Hunt, Ken. "Purna Chandra Das Baul". AllMusic. Retrieved 15 October 2011.
- ↑ "Interview with Purna Das Baul". Beatofindia.com. Retrieved 15 October 2011.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on October 15, 2015. Retrieved July 21, 2015.
- ↑ "Purnadas Baul & Dibeyendu das Baul". Baulsamrat.com. Archived from the original on 17 September 2011. Retrieved 15 October 2011.