ପୁରିପଣ୍ଡା ଆପ୍ପାଲା ସ୍ୱାମୀ

ଉଇକିପିଡ଼ିଆ‌ରୁ
ପୁରିପଣ୍ଡା ଆପ୍ପାଲା ସ୍ୱାମୀ
ଜନ୍ମ ଓ ଜନ୍ମସ୍ଥାନ୧୩ ନଭେମ୍ବର ୧୯୦୪
ସାଲୁର, ବିଜୟନଗରମ୍ ଜିଲ୍ଲା
ମୃତ୍ୟୁ୧୮ ନଭେମ୍ବର ୧୯୮୨(1982-11-18) (ବୟସ ୭୮)
ବୃତ୍ତିଲେଖକ, ସାମ୍ବାଦିକ

ପୁରିପଣ୍ଡା ଆପ୍ପାଲା ସ୍ୱାମୀ (୧୯୦୪-୧୯୮୨), ଜଣେ ଲେଖକ, ଅନୁବାଦକ, ସାମ୍ବାଦିକ ଏବଂ ସମ୍ପାଦକ ଥିଲେ ।[୧]

ପ୍ରାରମ୍ଭ ଜୀବନ[ସମ୍ପାଦନା]

ଆପ୍ପାଲା ସ୍ୱାମୀ ୧୩ ନଭେମ୍ବର ୧୯୦୪ ମସିହାରେ ବିଜୟନଗରମ୍ ଜିଲ୍ଲାର ସାଲୁରରେ ଜନ୍ମଗ୍ରହଣ କରିଥିଲେ । ପ୍ରାଥମିକ ଶିକ୍ଷା ପରେ ସେ ତେଲୁଗୁ, ସଂସ୍କୃତ, ଓଡ଼ିଆ, ହିନ୍ଦୀ, ବଙ୍ଗାଳୀ ଏବଂ ଇଂରାଜୀ ସମେତ ଅନ୍ୟାନ୍ୟ ଭାଷା ଶିଖିଥିଲେ ।

ଜୀବନ[ସମ୍ପାଦନା]

ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ବିଶେଷ ଭାବରେ ଅଣ-ସହଯୋଗୀ ଆନ୍ଦୋଳନ, ହରିଜନ ଉନ୍ନତି ଏବଂ ଖଦି ପ୍ରଚାର ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସେ ବିଶାଖାପାଟନମରେ ଅଲ ଇଣ୍ଡିଆ ଚରକା ସଙ୍ଗମରେ ସଂଗଠକ ଭାବେ କାର୍ଯ୍ୟ କରିଥିଲେ।

ଆପ୍ପାଲାଙ୍କର ସାମ୍ବାଦିକତା କ୍ଷେତ୍ରରେ ଦକ୍ଷତା ରହିଛି । ସେ ଏକ ଜାତୀୟ ଖବରକାଗଜ "ସ୍ୱସକ୍ତି" ପାଇଁ ସହଯୋଗୀ ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି। ସେ ୧୨ ବର୍ଷ ଧରି ଆନ୍ଧ୍ର ପତ୍ରିକାରେ ଫ୍ରିଲାନ୍ସ ସାମ୍ବାଦିକ ଭାବରେ ପ୍ରବନ୍ଧ ଲେଖୁଥିଲେ। ସେ 'ସତ୍ୟବାଣୀ' ପତ୍ରିକାର ଆୟୋଜକ ଥିଲେ । ସେ ସାହିତ୍ୟିକ ଜନସାଧାରଣଙ୍କ ପ୍ରଶଂସା ପାଇଁ ମାସିକ ପତ୍ରିକା "ବୈଶାଖୀ" ପ୍ରକାଶ କରିଥିଲେ ।

ମହାକବୀ ଶ୍ରୀ ଶ୍ରୀ ଆବିଷ୍କାର କରିବାର ଶ୍ରେୟ ପୁରିପଣ୍ଡାଙ୍କୁ ଯିବା ଉଚିତ୍ ।[୨]

ସେ ଆନ୍ଧ୍ରପ୍ରଦେଶର ଲାଇବ୍ରେରୀ ଆନ୍ଦୋଳନରେ ସକ୍ରିୟ ଭାବରେ ଜଡିତ ଥିଲେ। ସେ ପାର୍ବତୀପୁରମର ଶ୍ରୀରାମଭରମରେ ଲାଇବ୍ରେରୀ ଗୁଡ଼ିକର ବିକାଶ କରିଥିଲେ ଏବଂ ମରକମରେ ଏକ ଲାଇବ୍ରେରୀର ପ୍ରତିଷ୍ଠା କରିଥିଲେ । ସେ ଆନ୍ଧ୍ରପ୍ରଦେଶ ଲାଇବ୍ରେରୀ ସୋସାଇଟିର ଜଣେ ସଦସ୍ୟ ଥିଲେ ।

ସେ ବିଶାଖା ଲେଖକ ସଂଘର ସଭାପତି ତଥା ଆନ୍ଧ୍ରପ୍ରଦେଶର ଲଳିତ କଳା ଏକାଡେମୀ ଏବଂ ସାହିତ୍ୟ ଏକାଡେମୀର ସଦସ୍ୟ ଥିଲେ । ଭାରତୀୟ ସାହିତ୍ୟରେ ଅବଦାନ ପାଇଁ ତାଙ୍କୁ ୧୯୭୩ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟଦ୍ୱାରା "କଳା ପ୍ରପୂର୍ଣ୍ଣ" ପୁରସ୍କାର ପ୍ରଦାନ କରାଯାଇଥିଲା।

ଦେହାନ୍ତ[ସମ୍ପାଦନା]

ସେ ୧୮ ନଭେମ୍ବର ୧୯୮୨ ମସିହାରେ ମୃତ୍ୟୁ ବରଣ କରିଥିଲେ ।

ସମ୍ମାନ[ସମ୍ପାଦନା]

ବିଶାଖାପାଟନମର ସମୁଦ୍ର କୂଳ ରାସ୍ତାରେ ଆପ୍ପାଲା ସ୍ୱାମୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଥିଲା।

ସାହିତ୍ୟିକ କାର୍ଯ୍ୟ[ସମ୍ପାଦନା]

  • ମହାଭାରତମ
  • ଶ୍ରୀଦେବୀ ଭାଗବତମ
  • ଶ୍ରୀମଦ ଭାଗବତମ (୧୯୭୯)[୩]
  • ବାଲ୍ମୀକି ରାମାୟଣମ
  • ଓଡ଼ିଆ ସାହିତ୍ୟ ଚରିତ୍ର
  • ହିଷ୍ଟ୍ରି ଅଫ ବେଙ୍ଗଲୀ ଲିଟ୍ରେଚର
  • ମହମ୍ମଦ ଚରିତ୍ର
  • ସୌଦାମିନୀ
  • ଓଡ଼ିଆ ଗୀତ
  • ଜଗତଗୁରୁ ଶଙ୍କରାଚାର୍ଯ୍ୟ
  • ବିଶ୍ୱକଳା ବେଦୀ
  • ଅମୃତା ସନ୍ତନମ
  • ମାଟି ମାନୁସୁଲୁ

ଆଧାର[ସମ୍ପାଦନା]

  1. "Litterateur's statue to be installed in city". The Hindu. 14 November 2005. Archived from the original on 8 February 2008. Retrieved 2 August 2013.
  2. Mahakavi Srisri: Life and Works of Srirangam Srinivasa Rao by Būdarāju Rādhākr̥ṣṇa.
  3. Full text of Puripanda Bhagavatam at Internet archive.