ପିମ୍ପୁଡି

ଉଇକିପିଡ଼ିଆ‌ରୁ

ପିମ୍ପୁଡି ଏକ ସାମାଜିକ କୀଟ ଅଟେ, ଯେଉଁମାନେ ଫୋରମିସିଡାଏ ନାମକ ଜୀବବିଜ୍ଞାନ କୂଳରେ ବର୍ଗୀକୃତ ହୋଇଛନ୍ତି । ଏହି କୂଳରେ ୧୨,୦୦୦ରୁ ଅଧିକ ଜାତୀର ବର୍ଗୀକରଣ କରାଯାଇଛି ଏବଂ ଅନୁମାନ ରହିଛି ଯେ, ଏଥିରେ ପାଖାପାଖି ୧୦,୦୦୦ ଅଧିକ ପ୍ରଜାତି ରହିଛନ୍ତି । ଏମାନଙ୍କ ବିଶ୍ୱର ପର୍ଯ୍ୟାବରଣରେ ଭାରୀ ପ୍ରଭାବ ରହିଛି, ଯାହାର ପିପୀଳିକାଶାସ୍ତ୍ରୀ ଗଭୀର ଅଧ୍ୟୟନ କରିଥାନ୍ତି ।[୧][୨]

ବର୍ଗୀକରଣ ଓ କ୍ରମବିକାଶ[ସମ୍ପାଦନା]

Ants fossilised in Baltic amber

ପିମ୍ପୁଡି ଫୋରମିସିଡାଏ କୂଳ ଏବଂ ହାଇମେନୋପ୍ଟେରା ଜୀବବିଜ୍ଞାନ ଗଣ ଅନ୍ତର୍ଗତରେ ଆସିଥାନ୍ତି । ଏଥିରେ ମହୁମାଛି ମଧ୍ୟ ସାମିଲ ରହିଛନ୍ତି । ଏଣ୍ଟିୟଲ ବାଶିପ ଭିତରେ ଏକ ବଂଶରୁ ପିମ୍ପୁଡିମାନଙ୍କ କ୍ରମବିକାଶ ହୋଇଥିଲା ଏବଂ ୨୦୧୩ ମସିହାରେ ଏକ ଅଧ୍ୟୟନରୁ ଜଣା ପଡିଲା ଯେ, ସେମାନେ ଏପୋଇଡିୟାର ଏକ ଭଉଣୀ ସମୂହ ଅଟନ୍ତି । ୧୯୬୬ ମସିହାରେ ବିଲସନ ଏବଂ ତାଙ୍କ ସହଯୋଗୀମାନେ ଚାକମୟ କଳ୍ପ (କ୍ରୀଟେଶିୟମ)ରେ ରହୁଥିବା ଏକ ପିମ୍ପୁଡି (ସ୍କେକେମାର୍ମା)ର ଜୀବାଷ୍ମ ଅବଶେଷର ଚିହ୍ନଟ କରିଥିଲେ । ଆଜିଠାରୁ ୯.୨ କୋଟି ବର୍ଷ ପୂର୍ବ ଏମ୍ବର (ଗହଣା ତିଆରିରେ ବ୍ୟବହୃତ ହଳଦିଆ ଅଠା ପଦାର୍ଥ)ରେ ଫସିରହିଥିବା ନମୂନାରେ କିଛି ଅପଚୟରେ ମିଳିଛି । କିନ୍ତୁ ଆଧୁନିକ ପିମ୍ପୁଡି ମାନଙ୍କ ମଧ୍ୟରେ ଏହିସବୁ ଜିନିଷ ମିଳିନାହିଁ । ସ୍ପେକୋମିମା ସମ୍ଭବତଃ ଏକ ବାଦାମୀ ଥିଲା, ହେମୀମିରମେକ୍ସ ଓ ହେଡୋମିରମୋଡ୍ସ, ପରିବର୍ଗରେ ସମ୍ବନ୍ଧିତ ପିଢି, ସକ୍ରିୟ ଗଛର ଶୀକାର ରୂପେ ପୁନଃନିର୍ମିତ ହୋଇଥିଲା ।

ଜୀନସ ସ୍ପାଇକୋମିରେଡ୍ସରେ ପୁରୁଣା ପିମୁଡିମାନଙ୍କୁ ମିଆଁମାରରୁ ୯.୯ କୋଟି ବର୍ଷୀୟ ବ୍ୟାପକ ଧ୍ୱଂସରେ ମିଳିଥିଲା ।ପଖାପାଖି ୧୦ କୋଟି ବର୍ଷ ପୂର୍ବେ ଫୁଲ ଯୁକ୍ତ ଗଛର ଶୃଷ୍ଟି ପରେ, ସେମାନେ ପାଖାପାଖି ୬କୋଟି ବର୍ଷ ପୂର୍ବ ପରିସ୍ଥିତିକ ପ୍ରଭୁତ୍ତ୍ୱକୁ ବିବିଧ ଓ ଗ୍ରହଣ କରିସାରିଥିଲେ । କିଛି ସମୂହ, ଯେପରି ଲପଟାନିଲିନେ ଏବଂ ମାର୍ଶୀଆନୀକୁ ପ୍ରାରମ୍ଭ ଆଦିମ ପିମ୍ପୁଡି ମାନଙ୍କଠାରୁ ଅଲଗା କରିବା ପାଇଁ ସୂଚନା ଦିଆଯାଇଥାଏ, ଯିଏ ମାଟିର ଅତି ଗଭିର ତଳେ ଶିକାରୀର ସମ୍ଭାବନା ଥିଲା । (Chasmay) ଅବଧି ଅନୁସାରେ, ଆଦୀମ ପିମ୍ପୁଡିମାନଙ୍କର କିଛି ପ୍ରଜାତୀ ଲୌରାସୀୟନ ଅତିମହାଦ୍ୱୀପ (ଉତ୍ତର ଗୋଲାର୍ଦ୍ଧ)ରେ ବ୍ୟାପକ ଋପେ ରହିଥିଲେ । ସେମାନେ ଅନ୍ୟ କୀଟ ମାନଙ୍କ ଜନସଂଖ୍ୟା ତୁଳନାରେ ଦୁର୍ଲଭ ଥିଲେ ଏବଂ ସମ୍ପୂର୍ଣ୍ଣ କୀଟ ଜନସଂଖ୍ୟାର କେବଳ ୧%ର ପ୍ରତିନିଧିତ୍ତ୍ୱ କରିଥିଲେ । ପେଲୋଜେନ କାଳର ଆରମ୍ଭରେ ଅନୁକୂଳ ବିକରଣ ପରେ ପିମ୍ପୁଡି ମାନଙ୍କ ପ୍ରଭାବ ବଢିଯାଇଥିଲା । ଓଲିଗୋସୀନ ଓ ମାଓସିନଦ୍ୱାରା ପିମ୍ପୁଡି ମାନଙ୍କର ପ୍ରମୁଖ ଜୀବାଷ୍ମ ଭଣ୍ଡାରରୁ ମିଳିଛି । ସମସ୍ତ କୀଟର ୨୦-୪୦% ପ୍ରତିନିଧିତ୍ତ୍ୱ କରିବା ପାଇଁ ଆସିଯାଇଥିଲା । ପ୍ରଜାତୀ ମାନଙ୍କ ମଧ୍ୟରୁ ଯେଉଁମାନେ ଇଓସୀନ ଯୁଗରେ ରହୁଥିଲେ, ବର୍ତ୍ତମାନ ସମୟରେ ୧୦ ପ୍ରଜାତୀ ମାନଙ୍କ ମଧ୍ୟରୁ ଜଣେ ଜୀବିତ ରହନ୍ତି । ଆଜି ଜିବନ୍ତରେ ବାଲ୍ଟିକ ଏମ୍ବର ଜୀବାଷ୍ମ (ପ୍ରାରମ୍ଭିକ ଓଲିଗୋସୀନ)ରେ ୫୬% ପିଢୀ ଓ ଡେମିନିକନ ଏମ୍ବର ଜୀବାଷ୍ମରେ ୯୨% ପ୍ରଜାତୀ ସାମିଲ ରହିଛନ୍ତି । ଦୀମକ, ସେମାନଙ୍କୁ କେବେକେବେ "ଧଳା ପିମ୍ପୁଡି" ବୋଲି କୁହାଯାଏ, ଜୀବବିଜ୍ଞାନ ଦୃଷ୍ଟିରେ ପିମ୍ପୁଡି ନୁହେଁ ।

ଆକ୍ୟୁଲେଟା

Chrysidoidea


 
 

Vespidae



Rhopalosomatidae



 
 

Pompilidae



Tiphiidae



 

Scolioidea


 

Apoidea



Formicidae







Phylogenetic position of the Formicidae.[୩]

ବ୍ୟବହାର[ସମ୍ପାଦନା]

ଏହା ଅଦ୍ଭୁତ ଅଟେଯେ, ପିମ୍ପୁଡି ମାନଙ୍କର ବ୍ୟାବହାର କରାଯାଏ କିନ୍ତୁ ବହୁ କମ ପିମ୍ପୁଡିର ବ୍ୟବହାର କରାଯାଏ । କିଛି ଲୋକ ପିମ୍ପୁଡିର ବ୍ୟବହାର ଖାଦ୍ୟ, ଚିକିତ୍ସା ଓ ଅନୁଷ୍ଠାନ ଋପେ କରିଥାନ୍ତି । ଏହାର କିଛି ପ୍ରଜାତୀର ବ୍ୟବହାର କୀଟ ନିୟନ୍ତ୍ରଣ ପାଇଁ କରାଯାଏ ;(ସେମାନେ ମନୁଷ୍ୟ ମାନଙ୍କ ପାଇଁ ଭୋଜନକୁ ନଷ୍ଟ କରୁଥିବା କୀଟକୁ ଖାଇଥାନ୍ତି) । ସେମାନେ ଫସଲକୁ କ୍ଷତି ପହଞ୍ଚେଇ ପାରନ୍ତି ଓ ବାସ ଭବନରେ ପର୍ବେଶ କରିପାରନ୍ତି, ହୁଏତ ଲାଲ ଅଗ୍ନିଶିଖା ଯୁକ୍ତ ପିମ୍ପୁଡି ପରି କିଛି ପ୍ରଜାତୀ ସେହି ଯାଗାରେ ରହନ୍ତି, ଯେଉଁଠାରେ ସେମାନେ ପୂର୍ଣ୍ଣ ଦୁର୍ଘଟଣା କାରଣରୁ ଆସିଥିଲେ ।

ଆଧାର[ସମ୍ପାଦନା]

  1. Deborah Gordon (2010). Ant Encounters Interaction Networks and Colony Behavior. New Jersey: Princeton University Press. p. 143. ISBN 978-0691138794.
  2. Sleigh, Charlotte (2007) Six legs better : a cultural history of myrmecology. The Johns Hopkins University Press. ISBN 0-8018-8445-4
  3. Johnson BR, Borowiec ML, Chiu JC, Lee EK, Atallah J, Ward PS (October 2013). "Phylogenomics resolves evolutionary relationships among ants, bees, and wasps". Current Biology. 23 (20): 2058–62. Bibcode:1996CBio....6.1213A. doi:10.1016/j.cub.2013.08.050. PMID 24094856.