ପିତମପୁରା ଟିଭି ଟାୱାର

ଉଇକିପିଡ଼ିଆ‌ରୁ
ଦିଲ୍ଲୀ ହାଟ, ପିତମପୁରା, ନୂଆଦିଲ୍ଲୀରୁ ଦେଖାଯାଉଥିବା ପିତମପୁରା ଟିଭି ଟାୱାର

ପିତମପୁରା ଟିଭି ଟାୱାର‌ ଏକ ୨୩୫ ମିଟର (୭୭୧ ଫୁଟ) ଉଚ୍ଚ ଟେଲିଭିଜନ ଟାୱାର, ଯାହା ୧୯୮୮ ମସିହାରେ ନିର୍ମିତ ହୋଇଥିଲା । ଏହା ଦିଲ୍ଲୀର ପିତମପୁରାରେ ଅବସ୍ଥିତ ।

ଟିଭି ଟାୱାର ନିକଟରେ ଦିଲ୍ଲୀ ହାଟ ପିତମପୁରା ମଧ୍ୟ ଅବସ୍ଥିତ ।[୧] ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଜିତ କୁମାର ପଞ୍ଜଙ୍କଦ୍ୱାରା ୧୦ ଏପ୍ରିଲ ୧୯୯୨ ମସିହାରେ ଡ଼ଃ. ବି. ଆର. ଆମ୍ବେଦକର ଟେଲିଭିଜନ ଟାୱାର ଭାବରେ ଏହି ଟାୱାର ଦେଶ ପାଇଁ ଉତ୍ସର୍ଗ କରାଯାଇଥିଲା ।

ଇତିହାସ[ସମ୍ପାଦନା]

ପିତମପୁରା ଟିଭି ଟାୱାର

ଟିଭି ଟାୱାର ୧୯୮୮ ମସିହାରେ ନୂଆ ଦିଲ୍ଲୀର ଏକ ବୃହତ ବାଣିଜ୍ୟିକ / ବ୍ୟବସାୟ ଜିଲ୍ଲାରେ ନିର୍ମିତ ହୋଇଥିଲା । ପିତମପୁରାରେ ଅବସ୍ଥିତ ନେତାଜୀ ସୁଭାଷ ସ୍ଥାନ ଦିଲ୍ଲୀବାସୀଙ୍କ ପାଇଁ ଏକ ପ୍ରମୁଖ ସ୍ଥାନୀୟ ପର୍ଯ୍ୟଟନ ସ୍ଥଳୀ ଅଟେ । ଦିଲ୍ଲୀର ଦ୍ୱିତୀୟ ଦିଲ୍ଲୀ ହାଟ, ପାରମ୍ପାରିକ ଖାଦ୍ୟ ଏବଂ ହସ୍ତଶିଳ୍ପ ବଜାର, ଦିଲ୍ଲୀ ପର୍ଯ୍ୟଟନ ଏବଂ ପରିବହନ ବିକାଶ ନିଗମ (DTTDC)ଦ୍ୱାରା ପିତମପୁରାରେ ବିକଶିତ ହୋଇଥିଲା । ଏହା ଟିଭି ଟାୱାର ନିକଟରେ ପ୍ରତିଷ୍ଠିତ ହୋଇଥିଲା ଏବଂ ଏପ୍ରିଲ ୨୦୦୮ ମସିହାରେ ହାଟ ୭.୨ ହେକ୍ଟର ପର୍ଯ୍ୟନ୍ତ ବ୍ୟାପିଥିଲା ।[୨] ଏହାର ପାର୍ଶ୍ୱରେ ପିତମପୁରା ସ୍ପୋର୍ଟସ କମ୍ପ୍ଲେକ୍ସ ମଧ୍ୟ ରହିଛି ।

ଅକ୍ଟୋବର ୨୦୧୦ ମସିହାରେ, ଭାରତୀୟ ସେନା ସ୍ପୋର୍ଟସ ସ୍କାଏ ଡାଇଭିଂ ଦଳର ଜଣେ ଅଧିକାରୀ ସତ୍ୟନ୍ଦ୍ର ବର୍ମା ୨୩୫ ମିଟର ଉଚ୍ଚତା ବିଶିଷ୍ଟ ଟାୱାରରୁ ଭାରତର ପ୍ରଥମ BASE ଜମ୍ପକୁ ସଫଳତାର ସହ ପ୍ରଦର୍ଶନ କରିଥିଲେ ।[୩][୪][୫] ୫ ଜାନୁୟାରୀ ୨୦୧୩ ମସିହାରେ ରାତି ପ୍ରାୟ ୧୦:୩୦ ମଧ୍ୟରେ ୨୦୦ ମିଟର ଉଚ୍ଚ ଟାୱାର ମଧ୍ୟରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡକୁ ୧୫ ଜଣ ଅଗ୍ନିଶମ କର୍ମଚାରୀ ନିୟନ୍ତ୍ରଣ କରିଥିଲେ ।

ଜନସାଧାରଣ ପ୍ରବେଶ[ସମ୍ପାଦନା]

ସୁରକ୍ଷାକୁ ଦୃଷ୍ଟିରେ ରଖି, ଏହି ଟାୱାର ଆଉ ଜନସାଧାରଣଙ୍କ ପାଇଁ ଖୋଲା ନାହିଁ ।

ଉପଲବ୍ଧତା[ସମ୍ପାଦନା]

ଏହା ଦିଲ୍ଲୀ ମେଟ୍ରୋ ରେଡ ଲାଇନର ନେତାଜୀ ସୁଭାଷ ସ୍ଥାନ ମେଟ୍ରୋ ଷ୍ଟେସନରେ ଅବସ୍ଥିତ । ଏହି ଟାୱାରର ନାମ ପିତମପୁରା ଅଞ୍ଚଳ ନାମରେ ରଖାଗଲା ଏବଂ ଏହା ନୂଆ ଦିଲ୍ଲୀର ପିତମପୁରା ଦିଲ୍ଲୀ ହାଟ ନିକଟରେ ଅବସ୍ଥିତ । ଏହା ଶ୍ରୀ ଗୁରୁ ଗୋବିନ୍ଦ ସିଂ କଲେଜ ଅଫ କମର୍ସ ସମ୍ମୁଖରେ ଅବସ୍ଥିତ ।

ଆଧାର[ସମ୍ପାଦନା]

  1. "Dilli Haat". delhitourism.nic.in. Archived from the original on 1 August 2013. Retrieved 1 August 2013.{{cite web}}: CS1 maint: bot: original URL status unknown (link)
  2. "CM inaugurates Pitampura Haat". Indian Express. 14 Apr 2008. Archived from the original on 30 July 2012.
  3. "Armyman dares country's first BASE jump". The Hindu. 30 October 2010. Archived from the original on 21 April 2013.
  4. "Fall and rise of India's first BASE jumper". Indian Express. 30 October 2010.
  5. "Pitampura Haat to be opened in November". The Hindu. 3 June 2007. Archived from the original on 21 September 2008.