ପାରାବାଇ ମୁନିୟାମ୍ମା

ଉଇକିପିଡ଼ିଆ‌ରୁ
ମୁନିୟାମ୍ମା
Born
Muniyamma

(1937-06-25)ଜୁନ ୨୫, ୧୯୩୭
Died୨୯ ମାର୍ଚ୍ଚ ୨୦୨୦(2020-03-29) (ବୟସ ୮୨)
AwardsKalaimamani (2019)

ପାରାବାଇ ମୁନିୟାମ୍ମା (୨୫ଜୁନ ୧୯୩୭ - ୨୯ ମାର୍ଚ୍ଚ ୨୦୨୦)[୧] ଜଣେ ଭାରତୀୟ ଲୋକ ସଙ୍ଗୀତ ଗାୟିକା ଓ ଅଭିନେତ୍ରୀ ଥିଲେ । ମଦୁରାଇର ପାରାବାଇ ଗ୍ରାମରେ ଜନ୍ମ ଗ୍ରହଣ କରିଥିବାର ତାଙ୍କର ନାମ ପୂର୍ବରୁ ପାରାବାଇ ବିଶେଷଣ ଲାଗିଛି । ଅନେକ ତାମିଳ ଚଳଚ୍ଚିତ୍ରରେ ସେ ସ‌ହକଳାକାର ଭାବରେ କାମ କରିଥିବା ସ‌ହିତ ପ୍ରଚ୍ଛଦପଟ ଗାୟିକା ଥିଲେ ।[୨][୩][୧][୪] ପାରାବାଇଙ୍କର କଲାଇଗନାର ଟିଭିରେ (Kalaignar TV) ନିଜସ୍ୱ ଏକ 'ରୋଷେଇ ପ୍ରଦର୍ଶନ' ସିରିଆଲ ଥିଲା । [୫] କଲିଉଡ (Kollywood) ଚଳଚ୍ଚିତ୍ର ଉଦ୍ୟୋଗକୁ ସଙ୍ଗୀତ ନିର୍ଦ୍ଦେଶକ ବିଦ୍ୟାସାଗର ତାଙ୍କ ଆଣିଥିଲେ ଓ ପରିଚିତ କରେଇଥିଲେ ।

ବୃତ୍ତି[ସମ୍ପାଦନା]

ମୁନିୟାମ୍ମା‌ ଗାୟିକା ଭାବରେ ତାଙ୍କର ପେଷା ଆରମ୍ଭ କରି ସାଂସ୍କୃତିକ ମନ୍ଦିର ଉତ୍ସାବମାନଙ୍କରେ ପ୍ରଦର୍ଶନ କରିବାକୁ ଲାଗିଲେ ଓ ତାଙ୍କୁ ୬୦ ବର୍ଷ ବୟସ ହେବା ବେଳକୁ ସେ ୨,୦୦୦ ମଞ୍ଚରେ ଲୋକଗୀତ ପ୍ରଦର୍ଶନ କରିଥିଲେ ଓ ଏହା ମଧ୍ୟରେ ଲକ୍ଷ୍ଣଣ ସ୍ମୃତି (Lakshman Sruthi) ସଂସ୍ଥା ତରଫରୁ ଲଣ୍ଡନ, ସିଙ୍ଗାପୁର ଓ ମାଲୟେସିଆକୁ ଯାଇ ସେଠାରେ ପ୍ରଦର୍ଶନ କରିଥିଲେ ।[୬] ଦି ହିନ୍ଦୁ ଖରବକାଗଜରେ ଏକ ଇଣ୍ଟରଭିଉରେ ସେ ଦର୍ଶେଇଥିଲେ, ପୁରାତନ ଲୋକ ସଙ୍ଗୀତ ଓ ନୃତ୍ୟ ସମ୍ପର୍କୀୟ ପ୍ରଦର୍ଶନକୁ ବିଦେଶରେ ମଧ୍ୟ ମାନବ ଜାତି ଆଦର କରୁଛନ୍ତି ଓ ସମ୍ମାନ ଦେଉଛନ୍ତି ।[୭]

ପାରାବାଇ ଜୀବନରେ ଶିର୍ଷରେ ଥିବା ବେଳେ ଅନେକ ସଙ୍ଗୀତ ନିର୍ଦ୍ଦେଶକ ଯେପରିକି ଏ ଆର ରହମନ ତାଙ୍କୁ ୧୯୯୫ରେ ନିର୍ମିତ 'ମୁଥୁ' ଚଳଚ୍ଚିତ୍ରରେ ଗାଇବାକୁ ନିମନ୍ତ୍ରଣ ଦେଇଥିଲେ କିନ୍ତୁ ସେ କୌଣସି ଅଜ୍ଞାତ କାରଣରୁ ବିନୟର ସ‌ହିତ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ ।[୮] ଆଉ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶକ ବିଦ୍ୟାସାଗାର ତାଙ୍କୁ ୨୦୦୩ରେ ଧୁଲ ନାମକ ଚଳଚ୍ଚିତ୍ରେ ଗାଇବାକୁ ଅନୁରୋଧ କରିଥିଲେ ଓ ସେ ତାହାକୁ ସ୍ୱୀକାର କରିଥିଲେ । ଧୁଲ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ପ୍ରଚ୍ଛଦପଟ ଗାୟିକା ଭାବରେ କାମ କରି ପ୍ରଥମ ଚଳଚ୍ଚିତ୍ର ଗୀତ ସିଙ୍ଗମ ପୋଲା ନ‌ଦନ୍ତୁ ବାରନ ଗାଇଥିଲେ ଓ ଲଢ଼େଇ ସୁଟିଙ୍ଗ ସମୟରେ ହୋଇଥିବା ସେହି ଗୀତ ବ‌ହୁଳ ଭାବରେ ଆଦର ଲାଭ କରିଥିଲା ।[୯] ଅବଶେଷରେ ତାଙ୍କୁ ୬୦ ବର୍ଷ ହୋଇଥିବା ବେଳେ ସେହି ଚଳଚ୍ଚିତ୍ରରେ ସେହି ନିର୍ଦ୍ଦେଶକ ତାଙ୍କୁ ଗୋଟିଏ ପାର୍ଶ ଭୂମିକାରେ ଅଭିନୟ କରିବାକୁ ସୁଯୋଗ ଦେଇଥିଲେ ଯାହା ତାଙ୍କର ପ୍ରଥମ ଚଳଚ୍ଚିତ୍ର ଅଭିବୟ ଥିଲା ।[୧୦] ଏହା ପରେ ସେ ୫୦ରୁ ଉର୍ଦ୍ଧ୍ୱ ଚଳଚ୍ଚିତ୍ରରେ ଜେଜେମା ବା ଆଇ ଭୂମିକାରେ ଅଭିନୟ କରିଥିଲେ ।[୧୧] ସେହି ଚଳଚ୍ଚିତ୍ରର ସଫଳତା ଯୋଗୁ ମୁନିୟାମ୍ମାଙ୍କୁ ଚଳଚ୍ଚିତ୍ର ଉଦ୍ୟୋଗରେ ଆହୁରି ଅନେକ ପ୍ରସ୍ତାବ ମିଳିଥିଲା ।[୧୨]

ନଭେମ୍ବର ୨୦୧୯ ମସିହାର ସେ ସମ୍ପୁର୍ଣ୍ଣ ଅସୁସ୍ଥତା ହେତୁ ମୃତ୍ୟ ବରଣ କରିବା ଖବର ଗୁଜବ ହୋଇ ବୁଲୁଥିଲା ।[୧୩] ଫେବୃଆରୀ ୨୦୨୦ରେ ମାୟନ‌ଧି ଚଳଚ୍ଚିତ୍ରକୁ ଉତ୍ସାହିତ କରିବା ପାଇଁ ସେ ଅଭିନେତା ଅବି ଶ୍ରବଣନଙ୍କ ଅନୁରୋଧ କ୍ରମେ ଅନେକ ବର୍ଷାର ଅସୁସ୍ଥତା ସତ୍ତ୍ୱେ ଥିଏଟରକୁ ଯାଇଥିଲେ ।[୧୪][୧୫][୧୬] ତାମିଲନାଡ଼ୁ ସରକାର ୨୦୧୯ ମସିହାରେ ତାଙ୍କୁ ତାଙ୍କର ଅବଦାନ ନିମନ୍ତେ କଲାଇମଣି (Kalaimamani) ପୁରସ୍କାର ଦେଇ ସମ୍ମାନିତ କରିଥିଲେ । [୧୭]

ମୃତ୍ୟୁ[ସମ୍ପାଦନା]

ମୁନିୟାମ୍ମା ୨୦୨୦ ମସିହାର ୨୯ ତାରିଖ ଦିନ ୮୨ ବର୍ଷ ବୟସରେ ବେମାରୀରେ ପିଡ଼ିତ ଇହଲୀଳା ସମ୍ଭରଣ କରିଥିଲେ ।[୭]


ଆଧାର[ସମ୍ପାଦନା]

  1. ୧.୦ ୧.୧ "Popular folk singer and actress Paravai Muniyamma has passed away". 2020-03-29. Archived from the original on 2020-03-29. Retrieved 2020-03-29.
  2. "Paravai Muniyaama is back". Behindwoods. 2005-03-28. Retrieved 2016-12-01.
  3. "Metro Plus Tiruchirapalli / Personality : Ruling with RUSTIC ragas". The Hindu. 2004-12-04. Archived from the original on 2005-02-08. Retrieved 2016-12-01.
  4. "Tamil Folk Singer and Actress Paravai Muniyamma Passes Away". News18. 29 March 2020.
  5. "Cooking up a smile Nuggets from Aatha". The Hindu (in Indian English). 2007-07-30. ISSN 0971-751X. Retrieved 2020-06-02.
  6. "Archive News". The Hindu. Archived from the original on 2009-08-15. Retrieved 2016-12-01.
  7. ୭.୦ ୭.୧ Staff Reporter (2020-03-29). "Tamil folk singer, actress Paravai Muniyamma no more". The Hindu (in Indian English). ISSN 0971-751X. Retrieved 2020-06-02.
  8. "Veteran folk artiste, actor-singer Paravai Muniyamma passes away". The New Indian Express. Retrieved 2020-06-02.
  9. "Actor-singer Paravai Muniyamma passes away". The New Indian Express. Retrieved 2020-06-02.
  10. "Dhool paati Paravai Muniyamma dies aged 83". www.thenewsminute.com. 29 March 2020. Retrieved 2020-06-02.
  11. "Throaty treat". The Hindu. 2004-01-21. Archived from the original on 2004-03-04. Retrieved 2016-12-01.
  12. "Archived copy". sify.com. Archived from the original on 3 May 2003. Retrieved 12 January 2022.{{cite web}}: CS1 maint: archived copy as title (link)
  13. Kumar, Pradeep (2019-11-01). "Hospitalisation stirs up false news on Paravai Muniyamma's health". The Hindu (in Indian English). ISSN 0971-751X. Retrieved 2020-06-02.
  14. Subramanian, Anupama (2020-02-08). "Abi Saravanan takes Paravai Muniyamma to watch Maayanadhi". Deccan Chronicle (in ଇଂରାଜୀ). Retrieved 2020-06-02.
  15. "நடக்க முடியாத நிலையிலும் பிரபல நடிகருக்காக திரையரங்கம் வந்த பரவை முனியம்மா! பார்த்த கடைசி படம் இதுதான்!". Asianet News Network Pvt Ltd (in ତାମିଲ୍). Retrieved 2020-06-02.
  16. "பரவை முனியம்மா பற்றி பேஸ்புக்கில் பகிர்ந்த அபிசரவணன்". Samayam Tamil (in ତାମିଲ୍). Retrieved 2020-06-02.
  17. "Kalaimamani awards after 8 years: 201 artistes get awards". Deccan Chronicle (in ଇଂରାଜୀ). 2019-03-01. Retrieved 2020-06-02.