ପାମ୍ପା ସରୋବର

Coordinates: 15°21′13.55″N 76°28′38.55″E / 15.3537639°N 76.4773750°E / 15.3537639; 76.4773750
ଉଇକିପିଡ଼ିଆ‌ରୁ
Pampa Sarovar
ଅବସ୍ଥାନKarnataka
ଦିଗବାରେଣି15°21′13.55″N 76°28′38.55″E / 15.3537639°N 76.4773750°E / 15.3537639; 76.4773750
ନିଷ୍କାସନ କ୍ଷେତ୍ରସ୍ଥ  ଦେଶIndia

ପାମ୍ପା ସରୋବର ଭାରତୀୟ ରାଜ୍ୟ କର୍ଣାତକର କୋପ୍ପଳ ଜିଲ୍ଲାରେ ଥିବା ଏକ ହ୍ରଦ । ଏହା ତୁଙ୍ଗଭଦ୍ରା ନଦୀ ନିକଟରେ ଅବସ୍ଥିତ ଓ ଏହାକୁ ହିନ୍ଦୁ ଧର୍ମରେ ଏକ ମହତ୍ୱପୂର୍ଣ ହ୍ରଦ କୁହାଯାଇଥାଏ ।  ପୁରାଣ ଅନୁସାରେ ଭଗବାନ ଶିବଙ୍କ ପତ୍ନୀ  ଦେବୀ ପାର୍ବତୀଙ୍କ ଅନନ୍ୟ ରୂପ ପାମ୍ପା ସେଠାରେ ଶିବ[୧]ଙ୍କୁ ସନ୍ତୁଷ୍ଟ କରିବାକୁ  ତପସ୍ୟା କରିଥିଲେ ।ଏହି ସରୋବର ବିଷୟରେ ମହାପୁରାଣ ରାମାୟଣରେ ମଧ୍ୟ ଉଲ୍ଲେଖ ରହିଛି । ଏହିଠାରେ ଭଗବାନ ରାମଙ୍କ ଭକ୍ତ ଶାବରୀ  ରାମାଙ୍କୁ ପ୍ରତିକ୍ଷ୍ୟା କରିଥିଲେ । 

ବର୍ଣ୍ଣନା [ସମ୍ପାଦନା]

ଅନେଗୁଣ୍ଡିରୁ ହସପେତ ଯାଇଥିବା ରାସ୍ତାରେ ପର୍ବତ ସମୂହ ମଧ୍ୟରେ ଥିବା ଉପତ୍ୟକାରେ ଏହି ହ୍ରଦ ଲୁଳକାୟିତ ଅବସ୍ଥାରେ ରହିଛି । ହନୁମାନ ପର୍ବତର ନିମ୍ମ ଦେଶରୁ ଏହା 1 କିଲୋମିଟର ଦୂରରେ ଅବସ୍ଥିତ । ଏହି ହ୍ରଦ ପଦ୍ମା ଫୁଲରେ ଭର୍ତି ରହି ଖୁବ ଦର୍ଶନୀୟ ହେଇଥାଏ । ଏହାର ତଟରେ ଏକ ଶିବ ମନ୍ଦିର ଓ ଏକ ଲକ୍ଷ୍ମୀ ମନ୍ଦିର ରହିଛି । ଏହା ନିକଟରେ ଏକ କ୍ଷୁଦ୍ର ଗଣେଶ ମନ୍ଦିର ମଧ୍ୟ ରହିଛି । [୨]

ପୁରାଣ ସମ୍ପର୍କ [ସମ୍ପାଦନା]

ରାମାୟଣରେ ଏହି ହ୍ରଦ ସମ୍ପର୍କରେ ଉଲ୍ଲେଖ ରହିଛି । ଏଠାରେ ଭଗବାନ ରାମଙ୍କ ଭକ୍ତ ଶାବରୀ ରାମ ସିତାଙ୍କୁ ଉଦ୍ଧାର କରିବାକୁ ଗଲା ବେଳେ ଏଠାରେ ଭେଟିଥିଲେ । ଶାବରୀ ତାଙ୍କର ଗୁରୁ ମାତୁଙ୍ଗାଙ୍କ ଆଶ୍ରମରେ ରହୁଥିଲେ । ତାଙ୍କ ଗୁରୁଙ୍କ ପରଲୋକ ପରେ ଶାବରୀ ସେହି ଆଶ୍ରମରେ ରହିଲେ । ରାମ ଓ ଲକ୍ଷ୍ମଣ ସେହି ସ୍ଥାନକୁ ଆସିବା ପରେ ଶାବରୀ ସେମାନଙ୍କୁ ଭୋଜନ ଦେଇ ଅତିଥ୍ୟା ଦେଇଥିଲେ । ରାମାଙ୍କଠାରୁ ସୀତା ହରଣର ସବୁ ଶୁଣିବା ପରେ ସେ ଭଗବାନ ରାମଙ୍କୁ ହନୁମାନ ଓ ସୁଗ୍ରୀବଙ୍କ ସହାୟତା ନେବାକୁ ପରାମର୍ଶ ଦେଇଥିଲେ । 

ପୁନଶ୍ଚ ଦେଖଣା [ସମ୍ପାଦନା]

ଟୀକା [ସମ୍ପାଦନା]

  1. "Mythology of Hampi". hampi.in. Archived from the original on 2007-12-31. Retrieved 2016-12-22.
  2. "Pampa Sarovar". hampi.in. Archived from the original on 2011-03-01. Retrieved 2016-12-22.