ପାପକ୍ଷୟ ଘାଟ, ବିନିକା

ଉଇକିପିଡ଼ିଆ‌ରୁ
                                                               ===== ପାପକ୍ଷୟ ଘାଟ =====
    
       
ଫାଇଲ:ପାପକ୍ଷୟ ଘାଟ
ପାପକ୍ଷୟ ଘାଟ
       ପାପକ୍ଷୟ ଘାଟ :- ଓଡ଼ିଶା ରାଜ୍ୟର ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲାର ଏକ ପ୍ରସିଦ୍ଧ ଦର୍ଶନୀୟ ପୀଠ । ଏହା ସୁବର୍ଣ୍ଣପୁର (ସୋନପୁର) ଜିଲ୍ଲାର ବିନିକା ସହର (ଇତିହାସରେ ବିନିକା , ବିନୀତାଶ୍ୱପୁର ନାମରେ ନାମିତ )ଠାରୁ ୩ କି॰ମି ଦୂରରେ ମହାନଦୀ କୂଳରେ ଅବସ୍ଥିତ । ଏହି ପୀଠର ଐତିହାସିକ ଓ ଧାର୍ମିକ ଗୁରୁତ୍ୱ ରହିଛି । 


                  କିମ୍ବଦନ୍ତୀ ଅନୁସାରେ ଏହା ବିଶ୍ୱାସ କରାଯାଏ ଯେ, ରାଜା ଦ୍ୱିତୀୟ ଅନଙ୍ଗ ଭୀମଦେବ କୁଷ୍ଠ ରୋଗରେ ଆକ୍ରାନ୍ତ ଥିଲେ । ସମସ୍ତ ପ୍ରକାର ଚିକିତ୍ସା ବିଫଳ ହେଲା । ଶେଷରେ ଜଗତର ନାଥ ଜଗନ୍ନାଥ ତାଙ୍କର ସ୍ୱପ୍ନରେ ଆସି ତାଙ୍କୁ ସେହି ରୋଗର ଉପଚାର ବିଷୟରେ ପଥ ପ୍ରଦର୍ଶନ କରିଥିଲେ ।  ରାଜା  ଏହି ଘାଟରେ ସ୍ନାନ କରିବା ପରେ କୁଷ୍ଠ ରୋଗରୁ ଆରୋଗ୍ୟ ଲାଭ କରିଥିଲେ । ତେଣୁ ସେହି ଦିନଠାରୁ ଏହି ଘାଟକୁ ପାପକ୍ଷୟ ଘାଟରେ ନାମିତ କରାଗଲା । 


        ପାପକ୍ଷୟ ଘାଟରେ ରାଧାକୃଷ୍ଣ ମନ୍ଦିର,କପିଳେଶ୍ୱର ଶିବ ମନ୍ଦିର, ପାର୍ବତୀ ମନ୍ଦିର ସହ ହନୁମାନ ମନ୍ଦିର ରହିଛି । ସୂର୍ଯ୍ୟ ପରାଗ ଓ ଚନ୍ଦ୍ର ଗ୍ରହଣ ସମୟରେ ଏହି ଘାଟରେ ହଜାର ହଜାର ଭକ୍ତ ବୁଡ ପକାଇବା ସହ ନିକଟସ୍ଥ ପ୍ରାଚୀନ ବରଗଛର ସଂକୀର୍ଣ୍ଣ ସନ୍ଧିରେ ବେଢା ବୁଲନ୍ତି । ବରଗଛର ସନ୍ଧିର ଗୋଟିଏ ପାର୍ଶ୍ୱରୁ ପ୍ରବେଶ କରି ଅନ୍ୟ ପାର୍ଶ୍ୱରେ ବାହାରିଲେ ପାପକ୍ଷୟ ହୁଏ ବୋଲି ବିଶ୍ୱାସ କରାଯାଏ । 
                              ଏହାର ପ୍ରାକୃତିକ ପରିବେଶ ଅତି ମନୋହର ଏବଂ ଅତ୍ୟନ୍ତ ଚିତ୍ତାକର୍ଷକ  । ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ରାଜ୍ୟର ହଜାର ହଜାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରି ଏଠାକୁ ଟାଣି ଆଣିଥାଏ । ଏହି ପୀଠରେ ପିକନିକ କରିବା ପାଇଁ ସ୍ଥାନ ମଧ୍ୟ ଅଛି ।  ଏହାସହ ମହାନଦୀରେ ନୌକାବିହାର ଦର୍ଶକଙ୍କୁ ଅନେକ ଆନନ୍ଦ ଦେଇଥାଏ । ପାପକ୍ଷୟ ଘାଟକୁ  ଦ୍ୱିତୀୟ ଚନ୍ଦ୍ରଭାଗା ମଧ୍ୟ କୁହାଯାଏ । ଏହି ପୀଠକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ହାତକୁ ନେଇଛି । 


ଆଲୋକ କୁମାାର ପର୍ଡିଆ (ମୋ ଆଲୋଚନା) ୧୫:୦୫, ୩୦ ମାର୍ଚ୍ଚ ୨୦୧୭ (IST)ଆଲୋକ କୁମାର ପର୍ଡିଆ ALOK KUMAR PARDIA

         [୧]

[୨]

  1. ଗ୍ରାଉଣ୍ଡ ରିପୋର୍ଟ
  2. ଇଣ୍ଟରନେଟ