ପାନ୍ନା ରାଜ୍ୟ

ଉଇକିପିଡ଼ିଆ‌ରୁ
Panna State
पन्ना रियासत
Princely State of British India
1731–1950
Flag Coat of arms
Flag Coat of arms
Location of Panna
Location of Panna
Panna State in the Imperial Gazetteer of India
Capital Panna
History
 •  Established 1731
 •  Independence of India 1950
Area
 •  1931 ୬,୭୨୪ km2 (୨,୫୯୬ sq mi)
Population
 •  1931 ୨,୧୨,୧୩୦ 
Density ୩୧.୫ /km2  (୮୧.୭ /sq mi)
[୧]
ପାନ୍ନା ରାଜ୍ୟର ପ୍ରତିଷ୍ଠାତା ଛତ୍ରସାଲ, ମହାରାଜା ଶିବାଜୀଙ୍କ ସହ 
 ପାନ୍ନା ରାଜ୍ୟର ରାଜା ତ୍ରିପୁରା ବୀର ବିକ୍ରମ କିଶୋର ଦେବ ବର୍ମନଙ୍କ ମହାରାଣୀ କାଞ୍ଚନ ପ୍ରଭା ଦେବୀ 

ପାନ୍ନା ବ୍ରିଟିଶ ଅଧୀନ ଭାରତର ଏକ ରାଜକୀୟ ରାଜ୍ୟ । ଏହା ମଧ୍ୟପ୍ରଦେଶ ରାଜ୍ୟର ପାନ୍ନା ଜିଲ୍ଲା ଭାବେ ସ୍ୱାଧୀନତା ପରେ ପରିଚିତ ହେଲା । 

ବୁନ୍ଦେଲଖଣ୍ଡ ଅଞ୍ଚଳ ଧୀନରେ ଥିବା ପାନ୍ନା ରାଜ୍ୟର ଆୟତନ 6724 ବର୍ଗ କିଲୋମିଟର ଏବଂ ଏଥିରେ 1,008ଟି ଗ୍ରାମ ରହିଥିଲା । ଏହାର ମୁଖ୍ୟ ସହର ପାନ୍ନା  ଏହାର ରାଜଧାନୀ ଥିଲା । 

ଇତିହାସ[ସମ୍ପାଦନା]

ଏହି ଅଞ୍ଚଳରେ 1450[୨] ମସିହାରେ ଏକ ରାଜ ଗଣ୍ଡ ଜନଜାତି ମୁଖ୍ୟଙ୍କଦ୍ୱାରା ଏକ ରାଜ୍ୟ ଗଠିତ ହୋଇଥିଲା । ଏହାର ପ୍ରାୟ 3 ଶତାବ୍ଦୀ ପରେ ପାନ୍ନା ସହରକୁ ବୁନ୍ଦେଲାର ରାଜପୁତ ମୁଖ୍ୟ ଛତ୍ରସାଲଙ୍କଦ୍ୱାରା ରାଜଧାନୀ ଘୋଷିତ ହେଇ ପାନ୍ନା ରାଜ୍ୟର ଅନୁସ୍ଥାନିକ ସ୍ଥାପନ ହେଲା । ଏହା ପୂର୍ବରୁ ଛତ୍ରସାଲ ମୋଗଲ ସମ୍ବ୍ରାଜ୍ୟ ବିରୁଦ୍ଧରେ ବିଦ୍ରୋହ କରି ଚାଲିଆସିଥିଲେ । ସେ ମରଠା ପେଶୱାଙ୍କ ସହିତ ସନ୍ଧି ସ୍ଥାପନ କରି ଏହି ରାଜ୍ୟ ସ୍ଥାପନ କରିପାରିଥିଲେ । ସେ ଏହା ପରେ 1680 ମସିହାରେ ମହୋବା ରାଜ୍ୟ ବିଜୟ କରି ତାଙ୍କ ରାଜ୍ୟରେ ମିଶେଇ ଦେବା ପରେ ବୁନ୍ଦେଳଖଣ୍ଡ ଅଞ୍ଚଳର ସର୍ବାଧିକ ଅଞ୍ଚଳକୁ ଶାସନ କରିଥିଲେ । 1732 ମସିହାରେ ଛତ୍ରସାଲଙ୍କ ମୃତ୍ୟୁ ପରେ ରାଜ୍ୟ ତିନି ଭାଗ ହେଇ ଏକ ଭାଗ ତାଙ୍କର ଜାମାତା ପେଶୱା ବାଜି ରାଓଙ୍କୁ ମିଳିଥିଲା ।[୩]  

ଆଉ ଏକ ଭାଗ ପାନ୍ନାରେ ରାଜଧାନୀ ଥାଇ ତାଙ୍କର ଜେଷ୍ଠ ପୁତ୍ର ହାରଦେ ସାହଙ୍କୁ ମିଳିଲା । 19 ଶ ଶତାବ୍ଦୀର ପ୍ରାରମ୍ଭରେ ପାନ୍ନା ବ୍ରିଟିଶ ଅଧୀନ ରାଜକୀୟ ରାଜ୍ୟରେ ପରିଣତ ହେଲା । ଏହା ହାତରେ ନାଗଡ ଓ ସୋହାୱାଲ ରାଜ୍ୟ ମଧ୍ୟ ରହିଲା । ଏହାର ରାଜା ନିପତ ସିଂହ 1857 ସିପାହୀ ବିଦ୍ରୋହ ସମୟରେ ବ୍ରିଟିଶମାନଙ୍କୁ ସାହାଯ୍ୟ କରିଥିଲେ । ଏହାର ପ୍ରତିଦାନରେ ବ୍ରିଟିଶମାନେ ତାଙ୍କୁ ମହାରାଜା ଉପାଧି ପ୍ରଦାନ କରିଥିଲେ । .

1902 ମସିହାରେ ତତ୍କାଳୀନ ବ୍ରିଟିଶ  ଭାଇସରାୟ ମହାରାଜା ମାଧୋ ସିଂହଙ୍କୁ ତାଙ୍କ କାକା ରାଓ ରାଜା ଖୁମାନ ସିଂହଙ୍କୁ ହତ୍ୟା କରିଥିବାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି  ପ୍ରାଣଦଣ୍ଡ ଦେଇଥିଲେ । [୪]

1950 ମସିହା ଜାନୁଆରୀ 1 ତାରିଖ ଦିନ ମହାରାଜା ମହେନ୍ଦ୍ର ଯାଦୁବେନ୍ଦ୍ର ସିଂହ ଏହି ରାଜ୍ୟକୁ ସ୍ୱାଧୀନ ଭାରତୀୟ ରାଜ୍ୟ ସମୂହରେ ମିଶ୍ରଣ କରିଥିଲେ । ଏହା ପ୍ରଥମେ ତତ୍ କାଳୀନ ବିନ୍ଧ୍ୟ ପ୍ରଦେଶରେ ରହିବା ପରେ ନଭେମ୍ବର 1 , 1956ରୁ  ପୁନର୍ଗଠନ ହେଇଥିବା ମଧ୍ୟପ୍ରଦେଶର ପାନ୍ନା ଜିଲ୍ଲା ଭାବରେ ରହିଲା । 

ଶାସକ ବୃନ୍ଦ [ସମ୍ପାଦନା]

ଶାସକମାନେ ବୁନ୍ଦେଲା ରାଜପୁତ ବଂଶର ଥିଲେ ଓ ବ୍ରିଟିଶ ଅଧୀନରେ 11 ତୋପ ସମ୍ମାନର ଅଧୀନତାରେ ଥିଲେ । .[୫]

ରାଜା [ସମ୍ପାଦନା]

  • 1675 - 1731 Bundela Rajput Raja Chhatrasal
  • 1731 - 1739 Hardesah Singh (d. 1739)
  • 1739 - 1752 Sabha Singh (d. 1752)
  • 1752 - 1758 Aman Singh (d. 1758)
  • 1758 - 1777 Hindupat Singh (d. 1777)
  • 1777 - 1779 Anirudh Singh (d. 1779)
  • 1779 - 1785 interregnum
  • 1785 - 1798 Dhokal Singh
  • 1798 - 1834 Kishor Singh (d. 1834)
  • 1834 - 1849 Harbans Rai
  • 1849 - 1869 Nirpat Singh (d. 1870)

ମହାରାଜା [ସମ୍ପାଦନା]

ପାନ୍ନା ଜାତୀୟ ଉଦ୍ୟାନ

ଆଧାର [ସମ୍ପାଦନା]

  1. Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)
  2. Princely States of India
  3. Rajput Provinces of India - Bijawar Princely State
  4. "An Indian Rajah deposed".
  5. Panna Princely State - (11 gun salute)

ବାହ୍ୟ ଆଧାର [ସମ୍ପାଦନା]