ପାନିଟୁମୁମାବ

ଉଇକିପିଡ଼ିଆ‌ରୁ
ପାନିଟୁମୁମାବ
Monoclonal antibody
TypeWhole antibody
SourceHuman
TargetEGFR
Clinical data
Trade namesVectibix
SynonymsABX-EGF
AHFS/Drugs.commonograph
MedlinePlusa607066
data
Routes of
administration
intravenous
Legal status
Legal status
  • ℞ (Prescription only)
Pharmacokinetic data
Elimination half-life∼9.4 days (range: 4-11 days)
Chemical and physical data
FormulaC6398H9878N1694O2016S48
Molar mass୧,୪୪,୩୨୪.୧୨ g·mol−1
  (verify)

ପାନିଟୁମୁମାବ (ଇଂରାଜୀ ଭାଷାରେ Panitumumab), ଭେକ୍ଟିବିକ୍ସ ଏହାର ବେପାର ନାମ, ହେଉଛି କଲୋରେକ୍ଟାଲ୍ କର୍କଟ ପାଇଁ ବ୍ୟବହୃତ ଏକ ଔଷଧ ଯାହା ଶରୀରର ଅନ୍ୟ ଅଂଶରେ ବ୍ୟାପିଥାଏ ।[୧] ଏହା ଏକାକୀ ବ୍ୟବ‌ହୃତ ହୁଏ କିମ୍ବା ଅନ୍ୟାନ୍ୟ ଔଷଧ ସହିତ ସାଧାରଣ ଆରଏଏସ (RAS) ଜିନ୍ ଥିବା ଅର୍ବୁଦ ପାଇଁ ବ୍ୟବହାର କରାଯାଇପାରେ ।[୧] ଅନ୍ୟାନ୍ୟ ଚିକିତ୍ସା ବିଫଳ ହେଲେ ଏହା ବ୍ୟବହୃତ ହୁଏ ।[୨] ଏହାକୁ ଧୀରେ ଧୀରେ ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ପେଟ ଯନ୍ତ୍ରଣା, ଥକାପଣ, ଜ୍ୱର, ରାସ, ଗଲୁ ଏବଂ ଶୁଷ୍କ ଚର୍ମ ହୋଇପାରେ ।[୧] ଅନ୍ୟାନ୍ୟ ଚିନ୍ତା ମଧ୍ୟରେ ଫୁସ୍‌ଫୁସ୍ ଫାଇବ୍ରୋସିସ୍ ଅନୁର୍ବରତା ଏବଂ ସେପ୍ସିସ୍ ହୋଇପାରେ ।[୨] [୩] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଏପିଡର୍ମାଲ୍ ଅଭିବୃଦ୍ଧି ଫ୍ୟାକ୍ଟର୍ ରିସେପ୍ଟର (EGFR) କୁ ସଂଲଗ୍ନ ତ‌ଥା ଅବରୋଧ କରେ ।[୧]

୨୦୦୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ପାନିମୁଟୁମାବ ଅନୁମୋଦିତ ହୋଇଥିଲା ।[୨] ଏହା ୨୦୦୭ ରେ ୟୁରୋପରେ ସର୍ତ୍ତମୂଳକ ଭାବରେ ଅନୁମୋଦିତ ହୋଇଥିଲା ଏବଂ ୨୦୧୫ରେ ସମ୍ପୂର୍ଣ୍ଣ ଅନୁମୋଦିତ ହୋଇଥିଲା ।[୧] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ପ୍ରତି ୪୦୦ ମିଗ୍ରା ପିଛା ୧୫୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୭୦୦ ଡଲାର ଅଟେ ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Vectibix". Archived from the original on 13 August 2021. Retrieved 26 October 2021.
  2. ୨.୦ ୨.୧ ୨.୨ "Panitumumab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2016. Retrieved 26 October 2021.
  3. ୩.୦ ୩.୧ "Panitumumab (Vectibix) Use During Pregnancy". Drugs.com (in ଇଂରାଜୀ). Archived from the original on 1 December 2020. Retrieved 26 October 2021.
  4. BNF 81: March-September 2021. BMJ Group and the Pharmaceutical Press. 2021. p. 923. ISBN 978-0857114105.
  5. "Vectibix Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 10 February 2018. Retrieved 26 October 2021.