ପାଦୁକାସ୍ଥାନ

Coordinates: 28°54′N 81°34′E / 28.90°N 81.56°E / 28.90; 81.56
ଉଇକିପିଡ଼ିଆ‌ରୁ
Padukasthan
Bishnu Paduka and Stone Pillars
Religion
ଅନୁବନ୍ଧଗୁଡ଼ିକହିନ୍ଦୁ ଧର୍ମ
DistrictDailekh
ଦେବାଦେବୀSati (Hindu goddess), Bishnu
FestivalsBada Dashain, Magha Purnima, Shrawn Purnima, Maha Shivaratri
Location
ସ୍ଥାନPadukasthan, Dullu Municipality
StateBheri
Country   Nepal
ପାଦୁକାସ୍ଥାନ is located in Nepal
ପାଦୁକାସ୍ଥାନ
Padukasthan in Nepal
ଭୌଗଳିକ ଅବସ୍ଥିତି28°54′N 81°34′E / 28.90°N 81.56°E / 28.90; 81.56
Architecture
TypePagoda Style
InscriptionsWritten in Stone

ପାଦୁକାସ୍ଥାନ (Nepali: पादुकास्थान) ଏକ ପବିତ୍ର ସ୍ଥାନ ଯାହା କର୍ଣ୍ଣାଲି ପ୍ରୋଭିନ୍ସର ଦଇଲେଖ ଜିଲ୍ଲାରେ ଅବସ୍ଥିତ । ଦଇଲେଖରେ ଥିବା ପଞ୍ଚକୋଶୀ ବା ପାଞ୍ଚଟି ପବିତ୍ର ସ୍ଥାନ ମଧ୍ୟରୁ ଏହା ଗୋଟିଏ । ଦୁଲୁ ମ୍ୟୁନିସିପାଲଟିରେ (Dullu Municipality) ଏହି ସ୍ଥାନ ଅଛି ଯାହାକୁ ପୂର୍ବେ ପାଦୁକାସ୍ଥାନ ଭିଡିସି (Padukasthan VDC)କୁହାଯାଉଥିଲା ।[୧] ଏହି ସ୍ଥାନରେ ସତୀଙ୍କର ମୃତ ଶରୀରର ପାଦ ପଡିଥିଲା, ତେଣୁ ସେହି ସ୍ଥାନକୁ ପାଦୁକା ଅର୍ଥ ପାଦ ଓ ସ୍ଥାନ ମିଶେଇ ପାଦୁକାସ୍ଥାନ କୁହାଯାଏ । ସେଠାରେ ବିଷ୍ଣୁଙ୍କ ପଦ ଚିହ୍ନରେ ଶିଳାଲେଖ ଥିବାରୁ ତାହାକୁ ବିଷ୍ଣୁ ପାଦୁକାସ୍ଥାନ ମଧ୍ୟ କୁହାଯାଏ । ପୂର୍ବରୁ ଶିରସ୍ଥାନ ଓ ନାଭିସ୍ଥାନ [୨] ଭଳି ସେହି ସ୍ଥାନରେ ଜଳ ଉପରେ ଅଗ୍ନି ଶିକ୍ଷା ଥିଲା । ଗୋଟିଏ ଅଗ୍ନିଶିଖା ଘର ମଧ୍ୟ ଥିଲା । ୨୦୨୮ ବିଏସରେ ପାଦୁକା ପୋଲରେ ବନ୍ୟା ଯୋଗୁ ଶିଖା ଲିଭିଗଲା। କେତେକ ଲୋକଙ୍କ ମତରେ ଏହା ତଳେ କିରାସିନି ଉତ୍ସ ଅଛି ।[୩] ଯୋଗୀ ନରହରିନାଥ (Yogi Naraharinath) ତାଙ୍କ ଅନୁଶୀଳନରେ ସେଠାରେ ୧୦୮ ନୀତି ଥିବା ଲେଖିଛନ୍ତି । published in his studies that there were more than 108 values.[୪][୫]

ମନ୍ଦିର ପରିସର[ସମ୍ପାଦନା]

ସେଠାରେ ଥିବା ଅନେକ ମୂର୍ତ୍ତି ନଷ୍ଟ ହୋଇଯାଇଛି । ଅଗ୍ନିଶିଖା ଗୃହର ନାଭି ମଣ୍ଡଳରେ ସ୍ବୟଂ ଶିଖା ପ୍ରଜ୍ୱଳିତ ହେଉଛି । ସେଠାରେ ଥିବା ଡାକ୍ତରଖାନା ନଷ୍ଟ ହୋଇଯାଇଛି । ପାଖର ଏକ ରୁଦ୍ରାକ୍ଷ ବୃକ୍ଷ ଅଛି । [୬] ଖାସ ରାଜ୍ୟର (Khas Empire) ଅନୁଶୀଳନ ନିମନ୍ତେ ପାଦୁକାସ୍ଥାନ ଏକ ପାଠାଗାର ସଦୃଶ । ୧୧୩୬ରୁ ୧୧୬୨ ପର୍ଯ୍ୟନ୍ତ ଶକ ଶମ୍ବତର କାର୍ଯ୍ୟକଳାପର ପ୍ରସ୍ତର ଶିଳାଲେଖ ସେଠାରେ ଅଛି । ଖାସ ରାଜାଙ୍କର ଶିଳାଲେଖ ଏଠାରେ ଅଛି ।[୪][୫]

ମୁଖ୍ୟ ପର୍ବପର୍ବାଣି[ସମ୍ପାଦନା]

ଏହି ମନ୍ଦିରକୁ ସାଧୁ ସନ୍ଥମାନେ ପୂଜାପାଠ କରିବାକୁ ନିୟମିତ ଭାବରେ ଆସନ୍ତି । ଜ୍ୟେଷ୍ଠ ମାସର ପ୍ରଥମ ମଙ୍ଗଳବାର ଦିନ ଓ ବିଜୟାଦଶମୀ ଦିନ ପବିତ୍ର ଅଗ୍ନିରେ ଉଦ୍ଭାସିତ କରାଯାଏ । ଶ୍ରାବଣ ମାସରେ ଶିବଙ୍କୁ ଖିର (Rice pudding (khir) ଅର୍ପଣ କରାଯାଏ । ଘଟସ୍ଥାପନା ଦିନ ପବିତ୍ର ଅଗ୍ନି ମାଧ୍ୟମରେ ପବିତ୍ର ଧୁଆଁ ସୃଷ୍ଟି କରାଯାଏ । ପ୍ରତି ମାଘ ପୂର୍ଣ୍ଣିମାରେ ଏକ ନୂଆ ରଥ ତିଆରି କରାଯାଏ । ମହାଶିବରାତ୍ରି ଦିନ ସେହି ସ୍ଥାନ ସମର୍ପିତ ହୋଇଥାଏ । ୨୦୪୩ ବିଏସ ସମୟରେ ସେହି ସ୍ଥାନ ନଷ୍ଟ ହେବାପରେ ୨୦୪୫ରେ ପୁନର୍ନିର୍ମାଣ କରାଯାଇଥିଲା । ଦଇଲେଖ ଡିଡିସି ସାହାଯ୍ୟରେ ସମସ୍ତ ଐତିହାସିକ ସଂରଚନା ଗୁଡିକର ପୁନର୍ନିମାଣ କରାଯାଇଥିଲା ।

ଆଧାର[ସମ୍ପାଦନା]

  1. Dolma, Tenzin. "Heritage of Surkhet, Dailekh at first glance". My City (in ଇଂରାଜୀ). Retrieved 2019-03-12.
  2. "Inseconline » Districts » Dailekh". inseconline.org. Retrieved 2019-03-12.
  3. Magazine, New Spolight. "Karnali: The Importance Of Local Voices In Nepal's hydropower Projects". SpotlightNepal (in ଇଂରାଜୀ). Retrieved 2019-03-12.
  4. ୪.୦ ୪.୧ के.सी. (पोखरेल), विश्व. Kittambam. 1st Edition Page. pp. 99–102.
  5. ୫.୦ ୫.୧ पूजारी अमृतनाथ योगी
  6. "Agent Locator | Branch Office Dungeshwor 6 Dailekh, Bheri | Western Union". locations.westernunion.com. Retrieved 2019-03-12.