ପାଟେଲୋଫେମେରାଲ୍ ଯନ୍ତ୍ରଣା ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
Patellofemoral pain syndrome
Patellar overload syndrome, runner's knee,[୧] retropatellar pain syndrome[୧]
Diagram of the bones of the lower extremity. Rough distribution of areas affected by PFPS highlighted in red: patella and distal femur.
ବିଭାଗOrthopedics, sports medicine
ଲକ୍ଷଣPain in the front of the knee[୧]
ଆକ୍ରାନ୍ତ ସମୟGradual[୨]
କାରଣUnclear[୧]
ବିପଦ କାରକTrauma, increased training, weak quadriceps muscle[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and examination[୩]
ସଠିକ ରୋଗ ନିର୍ଣ୍ଣୟPatellar tendinopathy, infrapatellar bursitis, infrapatellar fat pad syndrome, chondromalacia patellae[୨]
ଚିକିତ୍ସାRest, physical therapy[୩]
PrognosisMay last for years[୩]
ପୁନଃପୌନିକRelatively common[୨]

ପାଟେଲୋଫେମେରାଲ୍ ଯନ୍ତ୍ରଣା ସିଣ୍ଡ୍ରୋମ ( PFPS ), ଅନ୍ୟ ନାମ 'ରନର ଆଣ୍ଠୁ', ନାମ ଦିଆଯାଏ ଯେତେବେଳେ ଫିମର ଓ ପାଟେଲା ମଧ୍ୟରେ ସମସ୍ୟା ହେତୁ ଆଣ୍ଠୁଗଣ୍ଠି ଯନ୍ତ୍ରଣା ହୁଏ | [୪] ଯନ୍ତ୍ରଣା ସାଧାରଣତଃ ଆଣ୍ଠୁର ସାମନା ଭାବରେ ଥାଏ ଏବଂ ଧୀରେ ଧୀରେ ଆସେ | [୫] [୬] ବସିବା, ଅତ୍ୟଧିକ ବ୍ୟବହାର କିମ୍ବା ପାହାଚ ଚଢ଼ିବା ଏବଂ ଓହ୍ଲେଇବାଦ୍ୱାରା ଯନ୍ତ୍ରଣା ଆହୁରି ଖରାପ ହୋଇପାରେ | [୭]

ଏହାର ପ୍ରକୃତ କାରଣ ଅସ୍ପଷ୍ଟ ଥିବାବେଳେ ଅତ୍ୟଧିକ ବ୍ୟବହାର ହେତୁ ସୃଷ୍ଟି ହେଉଥିବା ବିଶ୍ୱାସ କରାଯାଏ | [୭] [୫] ଆଘାତ, ଅତ୍ୟଧିକ ତାଲିମ ଏବଂ ଏକ ଦୁର୍ବଳ କ୍ୱାଡ୍ରିସେପସ ମାଂସପେଶୀ ଯୋଗୁ ଏହି ରୋଗ ହୋଇପାରେ | [୧] ଦୌଡ଼ାଳିଙ୍କ ମଧ୍ୟରେ ଏହା ବିଶେଷ ଦେଖାଯାଏ |[୮] ଲକ୍ଷଣ ଏବଂ ପରୀକ୍ଷା ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ | [୩] ଯଦି ପାଟେଲାକୁ ଫିମର ଦେହକୁ ଠେଲିଦେଲେ ଯନ୍ତ୍ରଣା ବଢ଼ିଯାଏ, ତେବେ ରୋଗ ନିର୍ଣ୍ଣୟ ହେବାର ସମ୍ଭାବନା ଅଧିକ | [୧] [୩]

ଚିକିତ୍ସାରେ ସାଧାରଣତଃ ବିଶ୍ରାମ ଏବଂ ଶାରୀରିକ ଥେରାପି କରିବାକୁ ଉପଦେଶ ଦିଆଯାଏ | [୮] ଦୌଡ଼ାଳିମାନେ ଦୌଡ଼ିବା ବଦଳରେ ସାଇକେଲ ଚଲାଇବା କିମ୍ବା ପହଁରିବା ଭଳି କାର୍ଯ୍ୟକଳାପକୁ ପରିବର୍ତ୍ତନ କରିବାକୁ ପଡ଼ିପାରେ | [୩] ଯୋତାର ସୋଲ ପରିବର୍ତ୍ତନ କଲେ କିଛି ଲୋକଙ୍କୁ ସାହାଯ୍ୟ ହୋଇପାରେ |[୩] ଚିକିତ୍ସା ସତ୍ତ୍ୱେ ଲକ୍ଷଣ ବର୍ଷ ବର୍ଷ ଧରି ରହିପାରେ | [୩] ଆଣ୍ଠୁଗଣ୍ଠି ଯନ୍ତ୍ରଣା ହେବାର ସବୁଠାରୁ ସାଧାରଣ କାରଣ ପାଟେଲୋଫେମୋରାଲ ଯନ୍ତ୍ରଣା ସିଣ୍ଡ୍ରୋମ ଯାହା ଯୁବକ ବୟସ୍କ ମଧ୍ୟରୁ ୨୦%ରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥାଏ | [୭] [୫] ଏହା ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ପ୍ରାୟ ୨.୫ ଗୁଣ ଅଧିକ ହୋଇଥାଏ। [୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 936.e6. ISBN 9780323448383. Archived from the original on 2020-07-01. Retrieved 2020-06-03.
  2. ୨.୦ ୨.୧ ୨.୨ ୨.୩ Dutton, RA; Khadavi, MJ; Fredericson, M (February 2016). "Patellofemoral Pain". Physical Medicine and Rehabilitation Clinics of North America. 27 (1): 31–52. doi:10.1016/j.pmr.2015.08.002. PMID 26616176.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ Dixit S, DiFiori JP, Burton M, Mines B (January 2007). "Management of patellofemoral pain syndrome". American Family Physician. 75 (2): 194–202. PMID 17263214. Archived from the original on 2019-08-09. Retrieved 2014-09-26.
  4. Callaghan MJ, Selfe J (April 2012). "Patellar taping for patellofemoral pain syndrome in adults". The Cochrane Database of Systematic Reviews. 4 (4): CD006717. doi:10.1002/14651858.CD006717.pub2. PMID 22513943.
  5. ୫.୦ ୫.୧ ୫.୨ Dutton, RA; Khadavi, MJ; Fredericson, M (February 2016). "Patellofemoral Pain". Physical Medicine and Rehabilitation Clinics of North America. 27 (1): 31–52. doi:10.1016/j.pmr.2015.08.002. PMID 26616176.
  6. Callaghan MJ, Selfe J (April 2012). "Patellar taping for patellofemoral pain syndrome in adults". The Cochrane Database of Systematic Reviews. 4 (4): CD006717. doi:10.1002/14651858.CD006717.pub2. PMID 22513943.
  7. ୭.୦ ୭.୧ ୭.୨ Ferri, Fred F. (2016). Ferri's Clinical Advisor 2017 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 936.e6. ISBN 9780323448383. Archived from the original on 2020-07-01. Retrieved 2020-06-03.
  8. ୮.୦ ୮.୧ Dixit S, DiFiori JP, Burton M, Mines B (January 2007). "Management of patellofemoral pain syndrome". American Family Physician. 75 (2): 194–202. PMID 17263214. Archived from the original on 2019-08-09. Retrieved 2014-09-26.