ପାଟଣା ମିଉଜିଅମ

ଉଇକିପିଡ଼ିଆ‌ରୁ
ପାଟଣା ମିଉଜିଅମ
ପାଟଣା ମିଉଜିଅମ is located in Bihar
ପାଟଣା ମିଉଜିଅମ
Patna Museum
ସ୍ଥାପିତ1917 (1917)
ଅବସ୍ଥାନBuddha Marg, Patna, Bihar
ଦିଗବାରେଣୀ25°36′40″N 85°8′38″E / 25.61111°N 85.14389°E / 25.61111; 85.14389
ପ୍ରକାରArchaeological & Natural[୧]
ପର୍ଯ୍ୟଟକ800,119 (2007)
ନିର୍ଦେଶକJPN Singh[୨]

ପାଟଣା ମିଉଜିଅମ, ଭାରତୀୟ ରାଜ୍ୟ ବିହାରର ପାଟଣାଠାରେ ଅବସ୍ଥିତ । ଏହା 1917 ମସିହାରେ ବ୍ରିଟିଶ ରାଜ ସମୟରେ ବିହାର[୩] ଅଚଳର ପ୍ରାଚୀନ ଏଇତିହାସିକ ବସ୍ତୁ ସବୁକୁ ସଂଗ୍ରହ ଓ ପ୍ରଦର୍ଶନ ପାଇଁ ସ୍ଥାପିତ ହେଇଥିଲା। ଏହି ମିଉଜିଅମ ମୋଗଲ ଓ ରାଜପୁତ ଶୈଳୀରେ ନିର୍ମିତ ହେଇଥିଲା ଓ ପ୍ରଥମେ ଏହାକୁ ସ୍ଥାନୀୟ ଲୋକେ "ଜାଦୁଘର" କହୁଥିଲେ । 

ଇତିହାସ [ସମ୍ପାଦନା]

ବ୍ରିଟିଶ ରାଜ ସମୟରେ ବିହାର ଅଚଳର ପ୍ରାଚୀନ ଏଇତିହାସିକ ବସ୍ତୁ ସବୁକୁ ସଂଗ୍ରହ ଓ ପ୍ରଦର୍ଶନ ପାଇଁ ସ୍ଥାପିତ ହେଇଥିଲା । 1912 ମସିହାରେ ବିହାର ଓ ବଙ୍ଗ ଭଙ୍ଗ ହେଲା ସମୟରେ ଏହାର ପରିକଳ୍ପନା କରାଯାଇଥିଲା । 1915 ମସିହାରେ ଏହାର କାର୍ଯ୍ୟାରମ୍ଭ ହେଇଥିଲା । ପ୍ରଥମେ ଏହା A . N . ସିହ୍ନା ପ୍ରତିଷ୍ଠାନ ପରିସରରେ ଥିବା କମିଶନର ଭବନରେ ଆରମ୍ଭ ହେଇଥିଲା । 

ପରେ ଏହାର ଦ୍ରବ୍ଯ ସବୁକୁ ପାଟଣା ହାଇ କୋଟ ଭାବନାର ନୂତନ ପ୍ରକୋଷ୍ଠ ଗୁଡିକୁ ନିଆଯାଇ ପରେ ବର୍ତ୍ତମାନର ଭବନକୁ 1929 ମସିହାରେ ସ୍ଥାନାନ୍ତର ହେଇଥିଲା । ବର୍ତ୍ତମାନର ଭାବନା ପାଟଣା -ଗଯା ରାସ୍ତାରେ ରହିଛି ଓ ଏହାର ନିର୍ମାଣ 1928 .[୪]ମସିହାରେ ସମାପ୍ତ ହେଇଥିଲା । ବିହାର -ଓଡ଼ିଶା ପ୍ରଭିନ୍ସର ଗଭରଣର ସାର ହୁଗ ଷ୍ଟେଫେନସନ ଏହାକୁ ଉଦ୍ଘାଟନ କରିଥିଲେ । 

ସଂଗ୍ରହ ସବୁ [ସମ୍ପାଦନା]

Didarganj Yakshi in the Patna Museum.

ଏଠାରେ ପ୍ରଦର୍ଶିତ ଦ୍ରବ୍ଯ ସମୂହ ଭିତରେ ପ୍ରାଚୀନ ମୁଦ୍ରା , କଳାକୃତି , ବିଭିନ୍ନ ପ୍ରାଚୀନ ଯନ୍ତ୍ରପାତି , ପ୍ରତ୍ନତତ୍ତ୍ୱିକ ମୂଲ୍ଯବାନ ଦ୍ରବ୍ଯ , ପ୍ରାଚୀନ ବସ୍ତ୍ର , ବ୍ରୋଞ୍ଜ ପ୍ରତିକୃତି ସମୂହ , ଟେରାକୋତ୍ତା ଦ୍ରବ୍ଯ , ବୁଦ୍ଧ ଙ୍କ[୧] ପ୍ରତିମୂର୍ତି ରହିଛି । ଏଠାରେ ବ୍ରିଟିଶ ସମୟର ତୈଳ ଚିତ୍ର ସହ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ସ୍ମାରକୀ ସବୁ ମଧ୍ୟ ରହିଛି । ଏଠାରେ ବିଶେଷ ଆକର୍ଷଣ ଭାବେ ବିଶ୍ୱଯୁଦ୍ଧ Iରେ ବ୍ୟବହାର ହେଇଥିବା କମାଣ ରହିଛି ।[୫]

ଏଠାରେ ଏକ ଅତି ପ୍ରାଚୀନ ବୃକ୍ଷର ଫୋସିଲ[୧] ରହିଛି ଯାହାକୁ 200 ମିଲିୟନ ବର୍ଷ ପ୍ରାଚୀନ ବୋଲି କୁହାଯାଇଥାଏ । ଏହାକୁ ବୈଶାଳୀର ସ୍ତୂପ ନିକଟରେ ପୁରାତତ୍ତ୍ୱ ବିଦ S.ଅଲତେକରଙ୍କଦ୍ୱାରା ଚିହ୍ନଟ କରାଯାଇଥିଲା । ଏଥିରେ ଗୌତମ ବୁଦ୍ଧ ଙ୍କ[୬] ପବିତ୍ର ଭସ୍ମ ରହିଥିବା ଜଣାଜାଏ । [୭]

2009 ମସିହାରୁ ଏକ ବୃହତ୍ତର ମିଉଜିଅମ ନିର୍ମାଣ ପାଇଁ ଯୋଜନା କରାଯାଉଛି । 

ନୂତନ ପାଟଣା ସଂଗ୍ରହାଳୟ[ସମ୍ପାଦନା]

ପାଟଣାଠାରେ ନିର୍ମିତ ହଉଥିବା ନୂତନ ସଂଗ୍ରହାଳୟ ଭାରତରେ ଅନନ୍ନ ଧରଣ ରସଂଗ୍ରହାଳୟ ହେବ ।[୮] ଏହର ଡିଜାଇନ ଜାପାନ ଦେଶର " ମାକି & ଆସୋସିଏଟ " କରିଥିବା ସହ ଏହା ପାଟଣାର ବଇଲି ରୋଡଠାରେ ନିର୍ମିତ ହଉଛି । ଏଥିରେ ବିହାରର ଗୌରବମୟ ଇତିହାସ ଓ ଭାରତର ସଂସ୍କୃତିକୁ ଅବଦାନ ବିଷୟର ପ୍ରତିଫଳନ ହେବ । ଏଠାରେ ଭାରତର ଏକ ମୁଖ୍ୟ ତଥା ସବପ୍ରାଚୀନ ସ୍ଥାପତ୍ୟ ଚାରୁ କଳା ବିଶିଷ୍ଟ ମୂର୍ତି 2000 ବର୍ଷ ପ୍ରାଚୀନ "ଦିଡାରଗଞ୍ଜ ଯକ୍ଷୀ ", ଜୈନ କଳାର ଉତ୍କୃଷ୍ଟ ନିଦର୍ଶନ ଥିବା " ଲୋହନିପୁର ତୀର୍ଥଙ୍କର " ,ମୌର୍ଜ ସମୟର ସିଂହ ମସ୍ତକ , ନାଳନ୍ଦାରୁ ମିଳିଥିବା ବ୍ରୋଞ୍ଜ ବୁଦ୍ଧ , ବୋଧଗୟାର ଟେରାକୋତ୍ତା ପରି ଅନେକ ବିରଳ ଦ୍ରବ୍ୟ ପ୍ରଦର୍ଶନ ହେବ ।[୯]

ଗ୍ୟାଲେରି [ସମ୍ପାଦନା]

ପୁନଶ୍ଚ ଦେଖଣା [ସମ୍ପାଦନା]

  • Bihar Museum
  • Jalan Museum

ଆଧାର [ସମ୍ପାଦନା]

  1. ୧.୦ ୧.୧ ୧.୨ "Patna Museum". patna.bih.nic.in. Archived from the original on December 29, 2006. Retrieved July 23, 2016.
  2. "Museum fun plan to woo kids". Telegraphindia.com. 2014-02-10. Retrieved 2014-03-06.
  3. "Archived copy". Archived from the original on May 9, 2008. Retrieved November 29, 2008.{{cite web}}: CS1 maint: archived copy as title (link)
  4. Abhay Kumar, Patna, Dec 21, 2013: (2013-12-21). "Museum artefacts find place in Belgium festival". Deccanherald.com. Retrieved 2014-03-06.{{cite web}}: CS1 maint: extra punctuation (link) CS1 maint: multiple names: authors list (link) CS1 maint: numeric names: authors list (link)
  5. "Destinations :: Patna ::Bihar State Tourism Development Corporation". Bstdc.bih.nic.in. Archived from the original on September 18, 2014. Retrieved July 23, 2016.
  6. Pranava K. Chaudhary, "Holy ashes fail to attract pilgrims" Archived 2013-09-10 at the Wayback Machine. in Times of India, March 1, 2003.
  7. Pranava K. Chaudhary, "Holy ashes fail to attract pilgrims" Archived 2013-09-10 at the Wayback Machine. in Times of India, March 1, 2003.
  8. http://www.speakpatna.com/viewtopic.php?t=228[permanent dead link]
  9. the 2,000-year-old Deedarganj Yakshi - one of the most iconic sculptures in India, the Lohanipur Tirthankara - the surviving example of Jain art, the Mauryan lion head, Buddhist bronzes from Nalanda, terracottas from Bodh Gaya, and more.