ପାକିସ୍ତାନୀ ଭୋଜନ

ଉଇକିପିଡ଼ିଆ‌ରୁ
Lahori Beef Karahi, usually served with freshly made tandoori naan

ପାକିସ୍ତାନୀ ଭୋଜନ ଦକ୍ଷିଣ ଏସିଆର ବିଭିନ୍ନ ଭାଗର ଭୋଜନର ଏକ ମିଶ୍ରିତ ପ୍ରକାର ଅଟେ ।[୧] ଏମିତି ଭି ପାକିସ୍ତାନୀ ଖାଦ୍ୟ ପ୍ରଣାଳୀ ଉତ୍ତର ଭାରତୀୟ ଖାଦ୍ୟ ପ୍ରଣାଳୀ ଉପରେ ଆଧାରିତ ଅଟେ କିନ୍ତୁ ଏହା ଉପରେ ମଧ୍ୟ ଏସିଆ ଏବଂ ପଶ୍ଚିମ ଏସିଆର ଭୋଜନ ବ୍ୟବସ୍ଥାର ମଧ୍ୟ ପ୍ରଭାବ ରହିଛି ଓ ଏହା ମାଂସ ଉପରେ ଆଧାରିତ ହୋଇଥାଏ ।[୨][୩] ମୋଗଲ ଭୋଜନ ଶୈଳୀ ମଧ୍ୟ ପାକିସ୍ତାନ ରେଷ୍ଟୁରାଣ୍ଟରେ ବହୁମାତ୍ରାରେ ଲୋକପ୍ରିୟ ଅଟେ ।

ପାକିସ୍ତାନର ଭୋଜନ ଶୈଳୀ ଏହି କ୍ଷେତ୍ର ଆଧାରରେ ଅଲଗା-ଅଲଗା ହୋଇଥାଏ ଏବଂ ଏହି ଦେଶର ସାଂସ୍କୃତିକ ଏବଂ ସଂଜତୀୟ ବିବିଧତାକୁ ରେଖାଙ୍କିତ କରିଥାଏ । ଏହାର ପୂର୍ବଭାଗ - ସିନ୍ଧ ଏବଂ ପଞ୍ଜାବର ବ୍ୟଞ୍ଜନ ଅଧିକ ମସଲାଯୁକ୍ତ ହୋଇଥାଏ ଏବଂ ସେଥିରେ ଦକ୍ଷିଣ ଭାରତୀୟ ପାକବିଧିର ପ୍ରଭାବ ଦେଖାଯାଇଥାଏ ।

ବଡ଼ ସହରରେ ଅନ୍ତରାଷ୍ଟ୍ରୀୟ ବ୍ୟଞ୍ଜନ ଏବଂ ଫାଷ୍ଟଫୁଡ଼କୁ ମଧ୍ୟ ଖୁବ ପସନ୍ଦ କରାଯାଇଥାଏ । ସ୍ଥାନୀୟ ଏବଂ ବିଦେଶୀ ଭୋଜନର ସମିଶ୍ରଣରେ ତିଆରି ଫୁଇଜନ (ପାକିସ୍ତାନୀ ଚାଇନିଜ) ବଡ଼ ସହରରେ ପ୍ରାୟତଃ ଦେଖିବାକୁ ମିଳିଥାଏ । ତା'ସହିତ ଜୀବନଶୈଳିରେ ହେଉଥିବା ପରିବର୍ତ୍ତନ କାରଣରୁ ଅଡିନାରି ମସଲା ମିଶ୍ରଣର ଲୋକପ୍ରିୟତା ମଧ୍ୟ ବଢ଼ିବାରେ ଲାଗିଛି । ଏହାସତ୍ତ୍ୱେ ପାକିସ୍ତାନର ବିବିଧତା ହେତୁ ପ୍ରତ୍ୟେକ ଘରେ ପ୍ରସ୍ତୁତ ବ୍ୟଞ୍ଜନ ଏକା ନାମରେ ହୋଇଥିଲେ ମଧ୍ୟ ତାହାର ସ୍ୱାଦ ଏବଂ ଗଠଣି ଅଲଗା ହୋଇଥାଏ ।

ହଲାଲ[ସମ୍ପାଦନା]

ମୁସଲମାନ ଦେଶରେ ଇସଲାମୀୟ ଆଇନର ପାଳନ କରାଯାଇଥାଏ ଯେଉଁଠାରେ କେବଳ ' ହଲାଲ (ଧାର୍ମିକ ମାନ୍ୟତା ପ୍ରାପ୍ତ) ବସ୍ତୁ ଖାଇବା-ପିଇବାର ମାନ୍ୟତା ଦିଆଯାଇଥାଏ । ଏହି ଆଇନ ପରି ଖାଇବା-ପିଇବା ଯୋଗ୍ୟ ପଦାର୍ଥ ଛଡା ତାହାକୁ ତିଆରି କରିବାର ପ୍ରଣାଳୀ ମଧ୍ୟ ସାମିଲ ହୋଇଥାଏ । ଏହି ଆଇନ ଖାସ ରୂପେ ବିଭିନ୍ନ ପ୍ରକାର ମାଂସ ଉପରେ ଲାଗୁ ହୋଇଥାଏ ।

ଐତିହାସିକ ପ୍ରଭାବ[ସମ୍ପାଦନା]

ପାକିସ୍ତାନର ରାଷ୍ଟ୍ରୀୟ ଭୋଜନ ଶୈଳୀ ଇଣ୍ଡୋ-ଆର୍ଯ୍ୟନ ସଂସ୍କୃତି ଏବଂ ମୁସଲିମ ଭୋଜନ ପରମ୍ପରାର ବଂଶ ପରମ୍ପରା ଗତ ହୋଇଥାଏ । ଏହି ଭୂ ଭାଗର ପ୍ରାଚୀନତମ ସଭ୍ୟତାର ମୋହନ-ଜୋ-ଦରୋ ଏବଂ ହରପ୍ପା ସଭ୍ୟତା ସାମିଲ ହୋଇଛି ।[୪] ୩୦୦ ବର୍ଷ ପୂର୍ବ କାଳରେ ବହୁ ପ୍ରକାର ପଶୁ-ପକ୍ଷୀ ଉପରେ ଆଧାରିତ ଭୋଜନ ବିଧି ପ୍ରଚଳିତ ଥିଲା । ତା'ସହିତ ହଳଦୀ, ଅଳେଇଚ, କଳା ମରିଚ ଏବଂ ସୋରିଷ ପରି ମସଲା ଉତ୍ପାଦନ କରାଯାଉଥିଲା ଏବଂ ଖାଦ୍ୟରୂପେ ଗ୍ରହଣ କରାଯାଉ ଥିଲା ।[୫] ପାଖାପାଖି ୧୦୦୦ ବର୍ଷ ପର୍ଯ୍ୟନ୍ତ, ଗହମ ଏବଂ ଚାଉଳ ହିଁ ସିନ୍ଧୁ ଘାଟି ସଭ୍ୟତା ମାଧ୍ୟମରେ ଖାଦ୍ୟ ପଦାର୍ଥରେ ସାମିଲ ଥାଏ। [୬]

ବର୍ତ୍ତମାନ ପାକିସ୍ତାନର ରାସ୍ତାରେ ଦକ୍ଷିଣ ଏସିଆରେ ଇସ୍ଲାମର ଆଗମନ ଏହି ଭୂଭାଗର ଭୋଜନ ଉପରେ ବଡ଼ ପ୍ରଭାବ ପକାଇଥିଲେ । ଇସଲାମୀୟ ଭୋଜନ ଆଇନ ଅନୁସାରେ ଘୁଷୁରୀର ମାଂସ ଏବଂ ମଦର ସେବନ ସମ୍ପୂର୍ଣ୍ଣ ରୂପେ ମନା କରାଯାଇଥାଏ । ଏହି ପ୍ରକାରେ ପାକିସ୍ତାନୀ ଭୋଜନ ଶୈଳୀରେ ଅନ୍ୟପ୍ରକାର ମାଂସ ଯେପରି, ଗୋମାଂସ, ମାଛ ଏବଂ କୁକୁଡ଼ାର ପ୍ରୟୋଗ ହୋଇଥାଏ । ଏହାସହିତ ପରିବା ଏବଂ ପ୍ରାକୃତିକ ରୂପେ ମିଳୁଥିବା ଫଳ ଏବଂ କ୍ଷୀର ପଦାର୍ଥର ଉପଯୋଗ କରାଯାଇଥାଏ ।

ମୂଳ ଅବୟବ[ସମ୍ପାଦନା]

ପାକିସ୍ତାନୀ ଖାଦ୍ୟ ସାଧାରଣତଃ ମହକ ଏବଂ ଅଧିକ ମସଲା ଯୁକ୍ତ ପାଇଁ ବିଖ୍ୟାତ । କେବେକେବେ କିଛି ଖାଦ୍ୟରେ ତେଲର ବହୁ ମାତ୍ରାରେ ବ୍ୟବହାର କରାଯାଇଥାଏ । ସମଗ୍ର ପାକିସ୍ତାନରେ ବନାଉଥିବା ଭୋଜନରେ କଳା ମରିଚ, ଜାୟିତ୍ରୀ, ଅଳେଇଚ, ଡାଲଚିନି, ଲବଙ୍ଗ, ଜାଇଫଳକୁ ମସଲା ରୂପେ ବ୍ୟବହାର କରାଯାଏ । ଜିରା , ଲଙ୍କା ପାଉଡର ବ୍ୟବହାରରେ ଭୋଜନକୁ ଅଳ୍ପ ରାଗ କରାଯାଏ । ବହୁ ପ୍ରକାର ସୁଗନ୍ଧ ଯୁକ୍ତ ମିଶ୍ରଣ ମସଲା ପାଉଡ଼ରରେ ପ୍ରସ୍ତୁତ ଗରମ ମସଲା ମଧ୍ୟ ବହୁ ଭୋଜନରେ ବ୍ୟବହୃତ ହୋଇଥାଏ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. Taus-Bolstad, S (2003), Pakistan in Pictures. Lerner Publishing Group. ISBN 978-0-8225-4682-5
  2. "Wine Brands: Success Strategies For New Markets, New Customers, and New Trends". Retrieved 25 February 2015.
  3. "Food and Drink of Pakistan". Archived from the original on 25 February 2015. Retrieved 25 February 2015.
  4. Diamond 1997, p. 100
  5. "Curry, Spice & All Things Nice: Dawn of History". Menumagazine.co.uk. Retrieved 7 February 2011.
  6. Great Silk Road: Pakistani National Cuisine

ବାହାର ଲିଙ୍କ[ସମ୍ପାଦନା]