Jump to content

ପରୀ ବେୱା

ଉଇକିପିଡ଼ିଆ‌ରୁ
ପରୀ ବେୱା
ଜନ୍ମ
ପରୀ ବେୱା

ମୃତ୍ୟୁ୨୮ ସେପ୍ଟେମ୍ବର ୧୯୪୨
ଇରମ
ଜାତୀୟତାଭାରତୀୟ
ପ୍ରସିଦ୍ଧିଭାରତ ଛାଡ଼ ଆନ୍ଦୋଳନରେ ସହିଦ ହୋଇଥିବା ସଂଗ୍ରାମୀ

ପରୀ ବେୱା ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ଇରମରେ ଜନ୍ମିତ[] ସ୍ୱାଧୀନତା ସଂଗ୍ରାମରେ ସହିଦ ହୋଇଥିବା ଓଡ଼ିଆ ସଂଗ୍ରାମୀମାନଙ୍କ ଭିତରୁ ସେ ଏକମାତ୍ର ମହିଳା ସଂଗ୍ରାମୀ ।[]

ସେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ଭାଗନେଇ[] "ମେଳା ଆମ୍ବ ଗଛ" ମୂଳରେ ହେଉଥିବା ସଭାରେ ପୁଲିସ ଗୁଳିରେ ବାଲେଶ୍ୱରର (ଏବେର ଭଦ୍ରକ) ଇରମରଠାରେ ବାକି ୨୮ ଜଣଙ୍କ ସମେତ ନିହତ ହୋଇଥିଲେ ।[][][][]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ବେୱା ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ଏବେର ଭଦ୍ରକସ୍ଥିତ ଇରମଠାରେ ଜନ୍ମଗ୍ରହଣ କରିଥିଲେ ।[] ସେ କୌଣସି ବିଧିବଦ୍ଧ ଶିକ୍ଷାଲାଭ କରିନଥିଲେ ।[] ସେ ନାରାୟଣ ସାହୁଙ୍କୁ ବିବାହ କରିଥିଲେ ।[୧୦]

ଭାରତଛାଡ଼ ଆନ୍ଦୋଳନ

[ସମ୍ପାଦନା]

ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନେକ ସଂଗ୍ରାମୀ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା "ମେଳା ଆମ୍ବ ଗଛ" ମୂଳେ ଏକାଠି ହୋଇଥିଲେ । ସେମାନେ ଏଠାରେ ସମ୍ପୁର୍ଣ୍ଣ ଅହିଂସ ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିଲେ । ଏହି ସଂଗ୍ରାମୀମାନେ ପୁଲିସକୁ ତାର କାମ କରାଇ ଦେଉନଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଇଂରେଜ ପୁଲିସ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ହଠାତ ସେଠାରେ ପହଞ୍ଚି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକାଠି ହୋଇଥିବା ଲୋକେ କେଉଁ ଆଡେ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ବେୱାଙ୍କ[] ସମେତ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ[] ଓ ୫୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଇଂରେଜ ପୁଲିସର କାର୍ଯ୍ୟାଳୟ "ପାଢ଼ୀ ଆବାସ"ର ଛାତ ଉପରୁ ପୁଲିସ ଗୁଳି ଚାଳନା କରିଥିବା ସେହି କୋଠାଟି ଏବେ ମଧ୍ୟ ସେଠାରେ ରହିଛି ।

  1. Orissa Review. Home Department, Government of Orissa. August 1998.
  2. ତାନେଜା, ଅନୂପ (2005). Gandhi, Women, and the National Movement, 1920-47. Har-Anand Publications. ISBN 9788124110768.
  3. ୩.୦ ୩.୧ Mahatma Gandhi (1964). The Role of Women. Bharatiya Vidya Bhavan.
  4. ୪.୦ ୪.୧ Anup Taneja (2005). Gandhi, Women, and the National Movement, 1920-47. Har-Anand Publications. pp. 203–. ISBN 978-81-241-1076-8.
  5. Sasmita Tripathy Sarangi (1998). Role of Women in the History of Modern Orissa, 1900-1947. Jagannath Ratha Publishers & Book-sellers.
  6. Jagannātha Paṭṭanāẏaka; Amiya Kumar Pattanayak (1 January 2008). History with a difference: reflections on the works of Jagannath Patnaik. Indian Publishers' Distributors. ISBN 978-81-7341-451-0.
  7. Reflections on the National Movement in Orissa. Orissa State Archives. 1997.
  8. Bijay Chandra Rath (1994). Quit India movement in Orissa. Arya Prakashan. ISBN 978-81-7412-032-8.
  9. Snehalata Panda (1992). Women and Social Change in India. Ashish Publishing House. ISBN 978-81-7024-423-3.
  10. ପଟ୍ଟନାୟକ, ଡକ୍ଟର ଜଗନ୍ନାଥ. ରକ୍ତ‌ତୀର୍ଥ ଇରମ. ନାଲନ୍ଦା. Retrieved 13 August 2018.