ପରିସଙ୍ଖ୍ୟନବିଦ

ଉଇକିପିଡ଼ିଆ‌ରୁ

 ପରିସଙ୍ଖ୍ୟନବିଦ, ଜଣେ ଏପରି ବ୍ୟକ୍ତି ଯିଏ ତଥ୍ୟାମୂଳକ ଓ ବ୍ୟବହାରିକ ପରିସଂଖ୍ୟାନ ଉପରେ କାର୍ଯ୍ୟ କରିଥାଏ । ଏହି ବୃତ୍ତି ଉଭୟ ବେସରକାରୀ ଓ ସରକାରୀ କ୍ଷେତ୍ରରେ ରହିଥାଏ । ପରିସଙ୍ଖ୍ୟାନଗତ ଜ୍ଞାନକୁ ଅନନ୍ୟ ବଐସେୟିକ ଜ୍ଞାନରେ ବ୍ୟବହାର ବହୁଳ ଭାବରେ ପ୍ରୟୋଗ ହେଇଥାଏ । 

କାର୍ଯ୍ୟ ବିଧି [ସମ୍ପାଦନା]

ଯୁକ୍ତରାଷ୍ଟ୍ର ଆମେରିକା ର"ବ୍ୟୁରୋ ଅଫ ଲେବର ଷ୍ଟାଟିଷ୍ଟିକ "ର ଆକଳନ ଅନୁସାରେ ୨୦୧୪ ମସିହା ଶୁଧହା୨୬,୬୯୦ ପ୍ରକାର ବୃତ୍ତିକୁ ଆମେରିକୀୟ ରାଜ୍ୟ ସମୂହରେ ପରିସଙ୍ଖ୍ୟନବିଦ ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି । [୧] ଏହା ମଧ୍ୟରୁ ୩୦ % ଲୋକ ସରକାରୀ କ୍ଷେତ୍ରରେ କାର୍ଯ୍ୟ କରିଥାନ୍ତି । ଏହା ସମେତ ନହୁଳ ସଂଖ୍ୟାର ଲୋକ ତାଙ୍କ କର୍ମନିବେଶରେ ପରିସଙ୍ଖ୍ୟାନକୁ ବ୍ୟବହାର କରିଥାନ୍ତି , କିନ୍ତୁ ତାଙ୍କର ବୃତ୍ତି ଷ୍ଟଟିଷ୍ଟିସିଆନ ନ ହେଇ ଅନନ୍ୟ ଶ୍ରେଣୀର ରହିଥାଏ । ,[୨] ଏହି ଶ୍ରେଣୀରେ ପ୍ରାୟୋଗିକ ଗଣିତ , ବିତ୍ତୀୟ ସମୀକ୍ଷ୍ୟା  ,ବାସ୍ତବିକ ମନୋବିଜ୍ଞାନ, ଅର୍ଥନୀତି ସମୀକ୍ଷ୍ୟା , ସମାଜ ବିଜ୍ଞାନ ଆଦି ଅନ୍ତର୍ଭୁକ୍ତ । [୩] ଷ୍ଟଟିଷ୍ଟିସିଆନ କାର୍ଯ୍ୟ ଏକକ ଭାବରେ ଏକ ବୃତ୍ତି । ପରିସଙ୍ଖ୍ୟନବିଦମାନେ ଅଫଫିସରେ କାର୍ଯ୍ୟ କରନ୍ତି ଓ ତାଙ୍କର ନିର୍ଦ୍ଧିଷ୍ଟ କାର୍ଯ୍ୟ ସମୟ ରହିଥାଏ । ତେଣୁ ସେମାନଙ୍କୁ " white-collar " କର୍ମଚାରୀ ଶ୍ରେଣୀରେ ନିଆ ଯାଇଥାଏ । କିଛି ସଂଖ୍ୟକ ପରିସଙ୍ଖ୍ୟନବିଦ ସ୍ୱାଧୀନ ଭାବରେ ପରିସଙ୍ଖ୍ୟନ ପରମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥାନ୍ତି ।  ସେମାନେ ବିଭିନ୍ନ ବେସରକାରୀ ବା ସରକାରୀ ପ୍ରତିଷ୍ଠାନମାନଙ୍କୁ ଚୁକ୍ତି ଭିତ୍ତିରେ ପରିସଙ୍ଖ୍ୟନ  ତଥ୍ୟ ଯୋଗାଇ ଥାନ୍ତି , ଯାହା ସେହି ପ୍ରତିଷ୍ଠାନର କାର୍ଯ୍ୟରେ ସୁପରିଚାଳନା ଓ ଉନ୍ନତ ପ୍ରଣାଳୀର ପ୍ରୟୋଗ ପାଇଁ ହେଇଥାଏ । [୪]

ଶିକ୍ଷା ଓ ବୃତ୍ତିଗତ କାର୍ଯ୍ୟ ବିଧି[ସମ୍ପାଦନା]

ଅଧିକାଂଶ ପରିସଙ୍ଖ୍ୟନବିଦ ବୃତ୍ତିରେ ନିଯୁକ୍ତି ପାଇଁ ପରିସଙ୍ଖ୍ୟନ ବିଦ୍ୟାରେ ସ୍ନାତକୋତ୍ତର ଡିଗ୍ରୀ ବା ସମତୂଲ୍ୟ ଡିଗ୍ରୀ ହାସଲ କରିବା ଦରକାର ହୁଏ । କେତେକ ବୃତ୍ତିଗତ ପରିସଙ୍ଖ୍ୟନବିଦ Ph.D. ଡିଗ୍ରୀ ହାସଲ କରିଥାନ୍ତି । ପରିସଙ୍ଖ୍ୟାନର ମୁଖ୍ୟ କାର୍ଯ୍ୟ ମଧ୍ୟରେ ବୈଜ୍ଞାନିକଙ୍କ କାର୍ଯ୍ୟରେ ସହଭାଗିତା , ଗାଣିତିକ ମଡେଲ ତିଆରି , ବିକ୍ଷିପ୍ତ ବିବରଣୀ ସଂଗ୍ରହ ଓ ତର୍ଜମା , ସର୍ଭେ , ତଥା ଚଳିତ ଧାରାର ତର୍ଜମା କରି ଭବିଷ୍ୟତ ପାଇଁ ପୂର୍ବନୁମାନ କରିବା ଆଦି ରହିଥାଏ । 

ଭାରତରେ ପରିଶଙ୍ଖୟାନ ବିଦ୍ୟା ଶିକ୍ଷା କେନ୍ଦ୍ର ସମୂହ[ସମ୍ପାଦନା]

ଭରତରେ କେନ୍ଦ୍ର ସରକାରଙ୍କଦ୍ୱାରା ପ୍ରତିଷ୍ଠିତ " ଭାରତୀୟ ପରିସଙ୍ଖ୍ୟନ ପ୍ରତିଷ୍ଠାନ " ( Indian Institute Of Statistic ) ଏହି ବିଦ୍ୟା ପାଇଁ ଏକ ପ୍ରତିଷ୍ଠିତ ଅନୁଷ୍ଠାନ । ଭରତର ସମସ୍ତ ବୃହତ ସହରରେ ଏହାର ସଖା ମାନ ଖୋଲିଛି [୫]। ଏହା ବ୍ୟତୀତ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟ ମାନଙ୍କରେ ଷ୍ଟାଟିଷ୍ଟିକ ବିଷୟରେ ଉପଧ୍ଯୋତ୍ତର ଶିକ୍ଷୟାର ବ୍ୟବସ୍ଥା ରହିଛି ।[୬]

ଅଧିକ ପଠନ [ସମ୍ପାଦନା]

  • List of statisticians

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]