ପମି ବାଇ

ଉଇକିପିଡ଼ିଆ‌ରୁ
Pami Bai
ਪੰਮੀ ਬਾਈ
ଜନ୍ମ ସମୟରେ ନାମParamjit Singh Sidhu
Also known asBhangre Da Sher
ଜନ୍ମJakhepal, Sangrur, Punjab, India
ଶୈଳୀPunjabi
Bhangra
Folk
ପେଷାSinger
musician
choreographer – bhangra
କାର୍ଯ୍ୟକାଳ1980–present
ଲେବଲFolk Studio
ୱେବସାଇଟhttp://www.pammibai.com

ପରମଜିତ ସିଂହ ସିଧୁ (ପଞ୍ଜାବୀ: ਪਰਮਜੀਤ ਸਿੰਘ ਸਿੱਧੂ), ଜଣେ ପାତିଆଲାର ଲୋକ ଯିଏ ବ୍ୟବସାୟରେ ପମି ବାଇ ନାମରେ ପରିଚିତ, ଓ ଭାରତୀୟ ଗାୟକ, ଗୀତ ଲେଖକ ଓ ଭାଙ୍ଗରା ନର୍ତ୍ତକ ।[୧]

ପଞ୍ଜାବର ପାରମ୍ପରିକ ଲୋକ ନୃତ୍ୟ ଭାଙ୍ଗରା ସ‌ହିତ ପଞ୍ଜାବୀ ସଙ୍ଗୀତ ଦୁନିଆରେ ତାଙ୍କୁ ଜଣେ ପ୍ରସିଦ୍ଧ ସଙ୍ଗୀତକାର ଭାବରେ ଚର୍ଚ୍ଚା କରାଯାଏ ।[୨] ୧୯୮୭ରେ ଅଶକେ ଗୀତ ଗାଇବା ପରଠାରୁ ସେ ଜାତୀୟ ଧ୍ୟାନ ପାଇବା ପରେ ସେ ୧୨ଟି ଆଲବମ ରେକର୍ଡ଼ କରିଛନ୍ତି[୩] ଓ ତାଙ୍କ ବ୍ୟାଣ୍ଡ ସ‌ହିତ ସାରା ପୃଥିବୀରେ ପ୍ରଦର୍ଶନ କରିଛନ୍ତି । [୪][୫] ପଞ୍ଜାବୀ ଲୋକ ସଙ୍ଗୀତକୁ ତାଙ୍କର ଅବଦାନ ନିମନ୍ତେ ଦିଲ୍ଲୀର ରାଷ୍ଟ୍ରପତି ଭବନଠାରେ ଭାରତର ପ୍ରେସିଡେଣ୍ଟ ପ୍ରଣବ ମୁଖର୍ଜୀ ତାଙ୍କୁ ୪ ଅକ୍ଟୋବର ୨୦୧୬ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରିଥିଲେ ।[୬]

ପ୍ରାକ୍ ଜୀବନ[ସମ୍ପାଦନା]

ସର୍ଦ୍ଦାର ପରତାପ ସିଂହ ବାଘିଙ୍କ ପୁତ୍ର ଥିଲେ ଓ ସଙ୍ଗରୁର ଜିଲ୍ଲା, ପଞ୍ଜାବ, ଭାରତର ଜଖେପାଲରେ ଜନ୍ମ ଗ୍ରହଣ କରିଥିଲେ । ବାଲ୍ୟ କାଳରେ ପଞ୍ଜାବର ଲୋକ ନୃତ୍ୟ ଭାଙ୍ଗରା ପ୍ରତି ସେ ସମୟକ୍ରମେ ଆକର୍ଷିତ ହୋଇଥିଲେ ଓ ବିଭିନ୍ନ ବିଦ୍ୟାଳ‌ୟ ଉତ୍ସବରେ ଭାଗ ନେବାକୁ ଆରମ୍ଭ କଲେ । ପରବର୍ତ୍ତୀ କାଳରେ କଲେଜ ଜୀବନରେ ଆନ୍ତର୍ବିଶ୍ୱବିଦୟାଳୟ ଉତ୍ସବମାନଙ୍କରେ ଭାଗ ନେଲେ ଓ ଅବଶେଷରେ ଭାଙ୍ଗରାର ନୃତ୍ୟ ନିର୍ଦ୍ଦେଶକରେ ପରିଣତ ହେଲେ ।[୭] ଏମଏ ପଢ଼ୁଥିବା ବେଳେ ସେ ସୌଖୀନ ଭାବରେ ଗୀତ ଗାଇବାକୁ ଆରମ୍ଭ କରିଥିଲେ । ୧୯୮୨ ମସିହାରେ ସେ 'ନାଚଦି ଜ‌ୱାନୀ' ନାମକ ତାଙ୍କର ପ୍ରଥମ ଗୀତ ରେକର୍ଡ଼ କରିଥିଲେ । ପରବର୍ତ୍ତୀ କାଳରେ ସେ ୨୦ଟି ଦେଶରେ ଭ୍ରମଣ କରି ସେହି ସ୍ଥାନମାନଙ୍କରେ ଭାଙ୍ଗରା ନୃତ୍ୟ ଓ ଲୋକ ସଙ୍ଗୀତ ପ୍ରଦର୍ଶନ କରିଥିଲେ ।[୪][୮] ଖାଲି ସମୟରେ ସେ ଥିଏଟରର ହାସ୍ୟ କଳାକାର ଭାବରେ ରାମ ଲୀଳା ସ୍ଟେଜରେ କାମ କରିଥିଲେ ।

ସଙ୍ଗୀତ ଜୀବନ[ସମ୍ପାଦନା]

ନରିନ୍ଦର ବିବାଙ୍କ ସ‌ହିତ ପମି ବାଇ ତାଙ୍କର ପ୍ରଥମ କାସେଟ ୧୯୮୭ ମସିହାର ରେକର୍ଡ଼ କରିଥିଲେ । ତା'ପରେ ସେ ବିଖ୍ୟାତ ଟିଭି ଓ ରେଡିଓ କଳାକାର ସୁରିନ୍ଦର କୌରଙ୍କ ସ‌ହିତ ଅଡିଓ କ୍ୟାସେଟ ରେକର୍ଡ଼ କରିଥିଲେ । ୧୯୯୧ ମସିହାରେ ରିଲିଗ ହୋଇଥିବା ଜଗଜିତ ସିଂହଙ୍କର ଏକ ଅଡିଓ କ୍ୟାସେଟରେ ପମି ବାଇଙ୍କର ଏକ ଗୀତ ରେକର୍ଡ଼ କରିଥିଲେ । ମିଉଜିକ ଟୁଡେ ତାଙ୍କର ଦୁଇଟି ଗୀତ ରେକର୍ଡ଼ କରିଥିଲେ । ସୁରିନ୍ଦର ବଚନ, ଚରଣଜିତ ଅହୁଜା, କୁଲଜିତ ସିଂହ, ପଣ୍ଡିତ ଜ୍ୱାଲା ପ୍ରସାଦ ଓ ବେଦ ସେଠି ଭଳି ସଙ୍ଗୀତ ନିର୍ଦ୍ଦେଶକଙ୍କ ସ‌ହିତ କାମ କରିଛନ୍ତି । ତାଙ୍କର ସୁଅବସର ଆସିଲା ଯେତେବେଳେ ସେ ସଙ୍ଗୀତ ନିର୍ଦ୍ଦେଶକ କୁଲଜିତ ସିଂହଙ୍କର "ଜି ନେ ଜାନ ନୁ କରଦା" ଓ "ରଙ୍କଲି ଦୁନିଆ ଟୋନ" ରେକର୍ଡ଼ ରିଲିଜ ହେଲା । ତାଙ୍କର ଆଲବନ "ନାଚ ପଉନି ଧମାଲ" ୨୦୦୫ ମସିହାରେ ରିଲିଜ ହେଲା ଓ ତାହା ପରେ ୨୦୦୯ ମସିହାରେ ଅମନ ହାୟେର ପ୍ର‌ଯୋଜିତ "ପଞ୍ଜାବନ" ରିଲିଜ ହେଲା । "ପଞ୍ଜାବିଅନ ଦି ବଲ୍ଲେ ବଲ୍ଲେ" ଶିର୍ଷକ ଗୀତ ପଞ୍ଜାବରେ ଏକ ଭିଡିଓରେ ରିଲିଜ ହୋଇଥିଲା ।[୯] ଏହା ପରେ ତାଙ୍କର "ଜୁଗନି" ଓ "ଡାଏମଣ୍ଡ ସୋହନିୟେ" ଆଲବମ ୨୦୧୫ରେ ରିଲିଜ ହୋଇଥିଲା ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Desi Beats". The Indian Express. 5 March 2012. Retrieved 2 June 2015.
  2. Singh, Jasmine (2012). "Singer of the soil". The Tribune. Retrieved 2 June 2015.
  3. "Revival of boliyan". Hindustan Times. 26 July 2012. Retrieved 2 June 2015.[dead link]ଛାଞ୍ଚ:Cbignore
  4. ୪.୦ ୪.୧ Chaudhry, Amrita (5 June 2007). "Singer Pammi Bai recently returned from a tour of 14 American cities". Express India. Retrieved 2 December 2010.[permanent dead link]
  5. "Pammi Bai-Bhangre da Sher". pammibai.com. Archived from the original on 4 March 2016. Retrieved 2 June 2015.
  6. "Singer Pammi Bai conferred Sangeet Natak Akademi Award".
  7. "The Tribune, Chandigarh, India – The Tribune Lifestyle". The Tribune. Retrieved 2 June 2015.
  8. "World Punjabi Conference from today". sikhmatrimonials.com. Retrieved 2 June 2015.
  9. "Gravesham mayor in Punjabi pop video". BBC News. Retrieved 2 June 2015.