ପବନ

ଉଇକିପିଡ଼ିଆ‌ରୁ
ଚେରି ବୃକ୍ଷ ପବନ ବୋହିବା ଯୋଗୁ ୨୨ମି/ସେକଣ୍ଡ ବା ସେକେଣ୍ଡ ପ୍ରତି ୪୯ମାଇଲ ବେଗରେ ହଲୁଛି ।

ବାୟୁ ଓ ତା ମଧ୍ୟରେ ଥିବା ଗ୍ୟାସର (gases) ଅଧିକ ପରିମାଣର ପ୍ରବାହକୁ ପବନ କୁହାଯାଏ । ପୃଥିବୀର ଭୁପୃଷ୍ଠରେ ପବନ ବୋହିବା ଅର୍ଥ ବାୟୁର ଅଧିକ ପରିମାଣର ଚଳନ‌କୁ ବୁଝାଏ । ଅନ୍ତରୀକ୍ଷରେ (outer space) ସୋଲାର ପବନ ଅର୍ଥ ଗ୍ୟାସ ବା ସୂର୍ଯ୍ୟରୁ ଆସୁଥିବା ଚାର୍ଜ ହୋଇଥିବା କଣିକା, ପ୍ଲାନେଟାରୀ ପବନ ଅର୍ଥ ଗ୍ରହର ବାୟୁମଣ୍ଡଳରୁ ହାଲୁକା ରାସାୟନିକ ଏଲିମେଣ୍ଟର ଅନ୍ତରୀକ୍ଷକୁ ପ୍ରବାହ । ପବନର ସ୍ପାସିଆଲ ସ୍କେଲ (spatial scale), ବେଗ, ତାକୁ ସୃଷ୍ଟିକରୁଥିବା ବଳ, ସୃଷ୍ଟିର ସ୍ଥାନ ଓ ପ୍ରଭାବ ଇତ୍ୟାଦିକୁ ନେଇ ପବନର ବର୍ଗୀକରଣ କରାଯାଏ । ସୌର ମଣ୍ଡଳରେ ନେପଚ୍ୟୁନ (Neptune) ଓ ଶନି (Saturn) ଗ୍ରହରେ ସର୍ବାଧିକ ଜୋରରେ ପବନ ପ୍ରବାହିତ ହୁଏ । ପବନ ବୋହୁଥିଲେ ତାହାର ଭେଲୋସିଟି ପବନ ବେଗ (velocity (wind speed)), ସେଥିରେ ଥିବା ଗ୍ୟାସମାନଙ୍କର ଘନତ୍ୱ ଓ ପବନର ଶକ୍ତି (wind energy) ପରିମାଣ ହିସାବକୁ ଆସେ । ପବନ ମାଧମରେ ମଞ୍ଜି ଓ ଛୋଟ ପକ୍ଷୀମାନେ ହଜାର ହଜାର ମାଇଲ ପର୍ଯ୍ୟନ୍ତ ସ୍ଥାନାନ୍ତର ହୋଇପାଅନ୍ତି ।

ମେଟେରିଓଲୋଜି (meteorology) ବିଜ୍ଞାନରେ ପବନ‌କୁ ତାର ବଳ, ପ୍ରବାହର ଦିଗ ଅନୁସାରେ ସୂଚନା ଦିଆଯାଏ । ଇଂରାଜୀରେ ଉଚ୍ଚବେଗ ଓ ସ୍ୱଳ୍ପ ସମୟର ପବନ‌କୁ ଗସ୍ଟ, ବଳଶାଳୀ ଓ ପ୍ରାୟ ଏକ ମିନିଟର ପବନ‌କୁ ସ୍କ୍ୱାଲ (squall) କୁହାଯାଏ । ଅଧିକ ସମୟବ୍ୟାପୀ ଓ ସାଧାରଣ ବଳଥିବା ପବନ‌କୁ ବ୍ରିଜ (breeze), ଗେଲ (gale) ଓ ଅଧିକ ବଳଶାଳୀ ପବନ‌କୁ ସ୍ଟର୍ମ (storm) ଓ ହରିକେନ (hurricane) ନାମ ଦିଆଯାଏ । ବଡ଼ ପରିମାଣର ବାୟୁମଣ୍ଡଳର ସଞ୍ଚାଳନର ଦୁଇଟି କାରଣ ଥାଏ ଯଥା:- ମେରୁ ଓ ଭୁମଧ୍ୟ ଅଞ୍ଚଳର ତାପ ଅନ୍ତର ଓ ଗ୍ରହର ଘୁର୍ଣ୍ଣନ ଯାହାକୁ କୋରିଓଲିସ ପ୍ରଭାବ (Coriolis effect) କୁହାଯାଏ । ଭୂମଧ୍ୟ ଅଞ୍ଚଳରେ ଉଚ୍ଚ ଶୃଙ୍ଗ ଓ ଭୂଭାଗ ମଧ୍ୟରେ ତାପ ସଞ୍ଚାଳନ ଯୋଗୁ ମୌସୁମୀ ବାୟୁ ପ୍ରବାହିତ ହୁଏ । ସାଗର କୂଳରେ ସ୍ଥଳ ଓ ଜଳ ଭାଗର ତାପ ପାର୍ଥକ୍ୟ ଯୋଗୁ ସ୍ଥାନୀୟ ପବନ ବୁହେ; ସେହିଭଳି ଅସମାନ ପାହାଡ଼ିଆ ଅଞ୍ଚଳରେ ସ୍ଥାନୀୟ ପବନ ବୁହେ । ଭୂପୃଷ୍ଠର ବାୟୁ ଘର୍ଷଣ ଯୋଗୁ ପବନ ନିମ୍ନ-ଚାପ ସ୍ଥାନ‌କୁ ସଞ୍ଚାଳିତ ହୁଏ । [୧][୨]

ମାନବ ସଭ୍ୟତାରେ ପୁରଣମାନଙ୍କରେ (mythology) ପବନର ବିଷୟରେ ସବିଶେଷ ଅନ୍ୱେଷଣ କରାଯାଇଥିଲା; ଏହା ଇତିହାସର ଘଟଣାବଳୀକୁ ପ୍ରଭାବିତ କରିଥିଲା, ପରିବ‌ହନ ଓ ଯୁଦ୍ଧକୁ ପ୍ରସାରିତ କରିଥିଲା ଓ ଯାନ୍ତ୍ରିକ କାମ, ବିଦ୍ୟୁତ ଶକ୍ତି ଓ ଆମୋଦ ପ୍ରମୋଦକୁ ଶକ୍ତି ଯୋଗେଇବାରେ ସାହାଯ୍ୟ କରୁଥିଲା । ଧରିତ୍ରୀର ସମୁଦ୍ରରେ ପାଲଟଣା ଜାହଜ ଚଲେଇବାରେ ପବନ ଶକ୍ତିକୁ ବ୍ୟବ‌ହୃତ କରାଯାଉଥିଲା । ଅଳ୍ପ ଦୂର ଯିବା ଆସିବା ନିମନ୍ତେ ଗରମ ପବନ ବେଲୁନରେ (Hot air balloon) ପବନ ପ୍ରୟୋଗ କରାଯାଏ, ଉଡ଼ାଜାହଜ ଉପରକୁ ଉଠିବା ନମନ୍ତେ ଏହାକୁ ବ୍ୟବ‌ହାର କରି ଶକ୍ତି ସଞ୍ଚୟ କରେ । ଶକ୍ତ ପବନ ପ୍ରବାହ ହେଲେ ମାନବ ତିଆରି ଘରଦ୍ୱାର ଓ ବୃକ୍ଷ ଇତ୍ୟାଦି ଭାଙ୍ଗିଯାଏ ।

ପବନର ଅନେକ ପ୍ରକାରର ପ୍ରକ୍ରିୟରେ ଉର୍ବର ମୃତ୍ତିକା ତିଆରି ହୁଏ ଓ ବିନଷ୍ଟ ବି ହୁଏ । ପବନ ଯୋଗୁ ମରୁଭୂମିର ଧୁଳି ବ‌ହୁତ ଦୂର ପର୍ଯ୍ୟନ୍ତ ଉଡ଼ିଯାଇପାରେ । ଏହା ଯୋଗୁ ମଞ୍ଜି ବିକ୍ଷେପ ସ‌ହଜସାଧ୍ୟ ହୁଏ । ଅଗ୍ନି ମଧ୍ୟ ଦୂରଦୂରାନ୍ତକୁ ବ୍ୟାପିଯାଏ ।

ଆଧାର[ସମ୍ପାଦନା]

  1. JetStream (2008). "Origin of Wind". National Weather Service Southern Region Headquarters. Retrieved 2009-02-16.
  2. Makarieva, Anastassia; V. G. Gorshkov, D. Sheil, A. D. Nobre, B.-L. Li (February 2013). "Where do winds come from? A new theory on how water vapor condensation influences atmospheric pressure and dynamics". Atmospheric Chemistry and Physics. 13 (2): 1039–1056. arXiv:1004.0355. Bibcode:2013ACP....13.1039M. doi:10.5194/acp-13-1039-2013. Retrieved 2013-02-01.{{cite journal}}: CS1 maint: multiple names: authors list (link) CS1 maint: unflagged free DOI (link)