ପଦ୍ମଜା ନାଇଡୁ

ଉଇକିପିଡ଼ିଆ‌ରୁ

ପଦ୍ମଜା ନାଇଡୁ (୧୯୦୦-୧୯୭୫ ମେ ୨ [୧]) ଭାରତର ପ୍ରସିଦ୍ଧ ମହିଳା ତଥା ଭାରତର ନାଇଟିଙ୍ଗଲ ନାମରେ ପରିଚିତ   ସରୋଜିନୀ ନାଇଡୁଙ୍କ କନ୍ୟା । ତାଙ୍କର ଜନ୍ମ ହାଇଦରାବାଦ ସହରରେ ହେଇଥିଲା । .[୨]

ପଦ୍ମଜା ମାତ୍ର ୨୧ ବର୍ଷ ବୟସରେ ଭାରତୀୟ ଜାତୀୟ କଂଗ୍ରେସରେ ହାଇଦରାବାଦ ସହରରେ ଯୋଗଦାନ କରିଥିଲେ । ସେ ୧୯୪୨ ମସିହାରେ "ଭାରତ ଛାଡ଼ " ଆନ୍ଦୋଳନରେ ଅଂଶ ଗ୍ରହଣ କରି ଜେଲ ଯାଇଥିଲେ । ସ୍ୱାଧୀନତା ପରେ ତାଙ୍କୁ ପଶ୍ଚିମ ବଙ୍ଗ ରାଜ୍ୟର ରାଜ୍ୟପାଳ ଭାବରେ ନିଯୁକ୍ତି ଦିଆ ଯାଇଥିଲା । ସେ ଭାରତୀୟ ରେଡକ୍ରସ ସହ ସମ୍ପୃକ୍ତ ରହି ଏଥିପାଇଁ ଅନେକ କାର୍ଯ୍ୟ କରିଥିଲେ ଓ ୧୯୭୧ରୁ ୧୯୭୨ ମସିହା ଯାଇ ଏହାର ମୁଖ୍ୟ ଭାବରେ କାର୍ଯ୍ୟ ନିର୍ବାହ କରିଥିଲେ ।ନୂଆ ଦିଲ୍ଲୀଠାରେ ପଦ୍ମଜା ନାଇଡୁଙ୍କ ୭୫ ବର୍ଷ ବୟସରେ ନିଧନ ହେଇଥିଲା ।  [୩]

ତାଙ୍କ ସମ୍ମାନରେ ଦାର୍ଜିଲିଂର ହିମାଳୟାନ ଜୁଲୋଜିକାଲ ପାର୍କକୁ ନାମିତ  କରାଯାଇଛି । .

ଆଧାର [ସମ୍ପାଦନା]

  1. Bhargava, Gopal (2005). [ପଦ୍ମଜା ନାଇଡୁ at Google Books Land and People of Indian States and Union Territories]. p. 521. Retrieved 2013-05-06. {{cite book}}: Check |url= value (help)
  2. "Biography". Archived from the original on 2013-10-29. Retrieved 2017-03-02.
  3. Gandhi, Sonia (2004). [ପଦ୍ମଜା ନାଇଡୁ at Google Books Two Alone, Two Together]. p. 18. ISBN 0-14-303245-3. {{cite book}}: Check |url= value (help)

ପୁନଶ୍ଚ ପଠନ [ସମ୍ପାଦନା]