ପଟୌଦି ମହଲ

ଉଇକିପିଡ଼ିଆ‌ରୁ
ପଟୌଦି ରାଜମହଲ

ପଟୌଦି ରାଜମହଲ "ଇବ୍ରାହିମ କୋଠି" ନାମରେ ମଧ୍ୟ ପରିଚିତ , ଭାରତୀୟ ରାଜ୍ୟ ହରିୟଣାରେ ଥିବା ପଟୌଦିର ନୱାବଙ୍କ ରାଜମହଲ ।

ଇତିହାସ[ସମ୍ପାଦନା]

ଏହି ରାଜମହଲ ପଟୌଦି ରାଜ୍ୟର ୮ମ ନବାବ ଇଫ୍ତିଖର ଅଲି ଖାନ (1910-1952)(ଉଭୟ ଭାରତଇଂଲଣ୍ଡ ଜାତୀୟ ଦଳରେ କ୍ରିକେଟ ଖେଳିଥିବା ଏକ ମାତ୍ର ଭାରତୀୟ ଓ ଭାରତୀୟ ଜାତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ) [୧]ଙ୍କଦ୍ୱାରା ପୁନର୍ନିର୍ମିତ ହେଇଥିଲା । ଏହି ମହଲ ଉପନିବେଶୀୟ ସ୍ଥାପତ୍ୟ ଶୈଳୀରେ ଦିଲ୍ଲୀ ସହରରେ ଥିବା ରାଜକୀୟ ମହଲର ନକଲ ଅନୁସାରେ ରବର୍ଟ ଟର ରସେଲଙ୍କଦ୍ୱାରା ନିର୍ମିତ ନକ୍ସା ଅନୁସାରେ ଅଷ୍ଟ୍ରିଆନ ସ୍ଥାପତ୍ୟବିଦ କାର୍ଲ ମୋଲ୍ଟ ଭନ ହାଇଞ୍ଜ[୨][୩]ଙ୍କଦ୍ୱାରା ନିର୍ମିତ ହେଇଥିଲା । ପୂର୍ବରୁ ସେଠାରେ ଥିବା ପୁରାତନ ମହଲ "ଗୋଥିକ" ଶୈଳୀର । ଏଠାରେ ଉଲ୍ଲେଖନୀୟ ଯେ ରୋବର୍ଟ ଟର ରସେଲ ଭାରତରେ ମୁଖ୍ୟ ସ୍ଥପତି ଓ ନୂଆଦିଲ୍ଲୀର କନ୍ନଟ ପାଲେସ ଓ ତିନ ମୂର୍ତି ଭବନ ପରି ପ୍ରସିଦ୍ଧ ପ୍ରାସାଦସବୁର ଡିଜାଇନ ପ୍ରସ୍ତୁତ କରିଥିଲେ । ଏହାକୁ ପଟୌଦିର 9 ତମ ନୱାବ ମନସୁର ଅଲି ଖାନ (ପୂର୍ବତନ ଭାରତୀୟ ଜାତୀୟ କ୍ରିକେଟ ଦଳର ଅଧିନାୟକ[୪])ଏକ ବିଳାସପୂର୍ଣ୍ଣ ହୋଟେଲ ପାଇଁ ବେସରକାରୀ ସଂସ୍ଥାକୁ ପ୍ରଦାନ କରିଥିଲେ । ତେଣୁ ରାଜମହଲରେ ଅନେକ ପରିବର୍ତ୍ତନ ହେବା ସହ ଏହା ଏକ ହୋଟେଲ ଭାବରେ ପ୍ରଖ୍ୟାତ ହେଇଥିଲା ।

ଫିଲ୍ମରେ ପଟୌଦି ରାଜମହଲ[ସମ୍ପାଦନା]

ଏହି ରାଜା ମହଲରେ ୨୦୦୪ ମସିହାରେ ହିନ୍ଦୀ ଫିଲ୍ମ "ବୀର ଜାରା"ର ସୁଟିଂ ହେଇଥିଲା ଓ ଅନାନ୍ୟ କେତେକ ହିନ୍ଦୀ ଫିଲ୍ମ ମଧ୍ୟ ଏଠାରେ ନିର୍ମିତ ହେଇଥିଲା ।[୫] 

ମହଲର ପୁନର୍ନିର୍ମାଣ[ସମ୍ପାଦନା]

ମନସୁର ଅଲି ଖାନ ପଟୌଦିଙ୍କ ପୁତ୍ର ସୈଫ ଅଲି ଖାନ[୬] (ହିନ୍ଦୀ ଫିଲ୍ମ ଅଭିନେତା) ଏହାକୁ ପୁଣି ନିଜ ଅକ୍ତିଆରକୁ ନେଇ ତାହାର ପୁନର୍ନିର୍ମାଣ କରାଉଛନ୍ତି । ତାକୁ ପୁଣି ସେହି ପୂର୍ବ ପରି ଉପନିବେଶ ଶୈଳୀର ସ୍ଥାପତ୍ୟକୁ ଅଣାଯିବ । ତାଙ୍କ ଭାଷାରେ ଏହା ପୂର୍ବ ଐତିହ୍ୟ ବଜାୟ ରଖିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଆକର୍ଷକ ହେବ । ଏହି ନିର୍ମାଣ କାର୍ଯ୍ୟ ଯୋଗୁଁ ଏହି ହୋଟେଲ ବର୍ତ୍ତମାନ ବନ୍ଦ ରହିଛି ।[୭]

ଆଧାର [ସମ୍ପାଦନା]

  1. "He also played Test cricket for the England team in 1932 and 1934, making him one of the few cricketers to have played Test cricket for two countries and the only Test cricketer to have played for both India and England. He played in six Tests in all, three as captain of India and three for England." https://en.wikipedia.org/wiki/Iftikhar_Ali_Khan_Pataudi
  2. ["When in CP, think of Robert Tor Russell"], Times of India, 27 August 2011.
  3. Anuradha Chaturvedi; Dharmendar Kanwar (2 August 2010). DK Eyewitness Travel Guide: Delhi, Agra and Jaipur. DK Publishing. pp. 238–. ISBN 978-0-7566-7418-2. Retrieved 5 September 2013.
  4. https://en.wikipedia.org/wiki/Mansoor_Ali_Khan_Pataudi
  5. Veer Zaara (2004) | Pataudi Palace immortalised in Bollywood, http://ramadaneemrana.com/neemrana-times/the-pataudi-palace-in-neemrana-is-getting-a-heritage-make-over/
  6. "Pictures: Interiors of Pataudi Palace, Saif Ali Khan-Kareena Kapoor's wedding venue" Archived 2013-05-25 at the Wayback Machine., OneIndia Entertainment.
  7. "The Pataudi Palace in Neemrana is getting a 'Heritage Make-Over'". Ramada Hotels. June 7, 2014. Retrieved July 7, 2015.