ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚଡେଇପଙ୍କ

ଉଇକିପିଡ଼ିଆ‌ରୁ

ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଚଡେଇପଙ୍କ ଓଡ଼ିଶାର ସୁବର୍ଣ୍ଣପୁର ଜିଲ୍ଲାର ଉଲୁଣ୍ଡା ବ୍ଲକର ଚଡାଇପଙ୍କ ଗ୍ରାମଠାରେ ଅବସ୍ଥିତ ।[୧]ଏହି ବିଦ୍ୟାଳୟ ୧୯୮୩ ମସିହାରେ ସ୍ଥାପିତ ହୋଇଛି| ଏହି ବିଦ୍ୟାଳୟରେ ଅଷ୍ଠମରୁ ଦଶମ ଶ୍ରେଣୀ ଯାଏଁ ପିଲା ପାଠ ପଢନ୍ତି | ମାଧ୍ୟମିକ ଶିକ୍ଷା ପରିଷଦଦ୍ୱାରା ପ୍ରଚଳିତ ପାଠ୍ୟକ୍ରମ ଏଠାରେ ଅନୁସୃତ ହୁଏ | ଏହି ସ୍କୁଲରେ ଓଡ଼ିଆ ସାହିତ୍ୟ,ଇଂରାଜୀ,ହିନ୍ଦୀ,ସଂସ୍କୃତ,ଗଣିତ,ବିଜ୍ଞାନ,ସାମାଜିକ ବିଜ୍ଞାନ,କଳା,ଶାରୀରିକ ଶିକ୍ଷା,କର୍ମାନୁଭୂତି, ଓ କମ୍ପ୍ୟୁଟର ଶିକ୍ଷା ଦିଆଯାଏ |

କମ୍ପ୍ୟୁଟର ଶିକ୍ଷା- ବିଦ୍ୟାଳୟରେ ମୋଟ ୧୨ଟି କମ୍ପ୍ୟୁଟର ଅଛି| ଆଇ॰ସି॰ଟି॰ ସ୍କୁଲ ପୋଜେକ୍ଟ ମାଧ୍ୟମରେ ଏଠାରେ କମ୍ପ୍ୟୁଟର ଲାବ ଖୋଲାଯାଇଅଛି |ଏଠାରେ ଇ-ବିଷୟ ମାଧ୍ୟମରେ ଶିକ୍ଷା ଦିଆଯାଏ | ପିଲାମାନେ କମ୍ପ୍ୟୁଟର ସାହାଯ୍ୟରେ ଇ-ପରୀକ୍ଷା ମଧ୍ୟ ଲାବରେ ଦିଅନ୍ତି | ୨୦୧୬-୧୭ ଶିକ୍ଷାବର୍ଷରେ ଏହି ସ୍କୁଲରେ ମୋଟ ପିଲା ସଂଖ୍ୟା- ୨୭୦ | ତତ ମଧ୍ୟରୁ ବାଳକ-୧୨୯ ଓ ବାଳିକା-୧୪୧ ଅଟନ୍ତି| ବର୍ତ୍ତମାନର ପ୍ରଧାନଶିକ୍ଷକଙ୍କ ନାମ- ଡିଲେ ସାହୁ | ପିଲାମାନଙ୍କ ମନବୋଳ ବଢାଇବା ପାଇଁ ଏଠାରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇ ପିଲାମାନଙ୍କୁ ପୁରସ୍କୃତ କରାଯାଏ |ଏହି ସ୍କୁଲରେ କମ୍ପ୍ୟୁଟର ମାଧ୍ୟମରେ ମଧ୍ୟ ଶିକ୍ଷା ଦିଆଯାଇଥାଏ | ଶନିବାର ଦିନ ସାମୂହିକ ଡ୍ରିଲ ଏଠାରେ କରାଯାଏ || ଏହି ସ୍କୁଲରେ ଗୋଟିଏ ପୁସ୍ତକାଗାର ରହିଛି |

ଆଧାର[ସମ୍ପାଦନା]

  1. www.evidyalaya.org http://www.evidyalaya.org/listschool.php?d=sonepur. {{cite web}}: Missing or empty |title= (help)