ପଞ୍ଚତନ୍ତ୍ର

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
The first page of oldest surviving Panchatantra manuscript in Sanskrit.[୧]
An 18th century Pancatantra manuscript page (The Talkative Turtle).
A 'Panchatantra' relief at the Mendut temple, Central Java, Indonesia.

ପୃଥିବୀରେ ଅନେକ କାହାଣୀ ଗ୍ରନ୍ଥ ରହିଅଛି ତନ୍ମଧ୍ୟରୁ ପଞ୍ଚତନ୍ତ୍ର ଗ୍ରନ୍ଥଟି ଅନ୍ୟତମ । ସଂସ୍କୃତ ନୀତିକଥା ଗୁଡିକରେ ଏବେ ମଧ୍ୟ ପଞ୍ଚତନ୍ତ୍ରର ସ୍ଥାନ ପ୍ରଥମ ଅଟେ । ଏହି ଗ୍ରନ୍ଥଟି ଅନେକ ଗୁଡ଼ିଏ ଶିକ୍ଷଣୀୟ ତଥା ଉଦାହରଣ ବିଶିଷ୍ଟ କାହାଣୀ ରହିଅଛି। ଏହି ଗଳ୍ପ ବହୁ ଉଦାହରଣକୁ ନ୍ୟାୟ ବିଚାରକୁ ନେଇ ଲିଖିତ । [୨] ଯଦ୍ୟପି ଏହି ପୁସ୍ତକ ଏବେ ନିଜ ମୂଳ ରୂପରେ ନାହିଁ ତ‌ଥାପି ବି ଉପଲବ୍ଧ ଅନୁବାଦ ଗୁଡିକ ଅନୁସାରେ ଏହା ତୃତୀୟ ଶତାବ୍ଦୀରେ ଲେଖାଯାଇଥିଲା । [୩][୪]ଏହି ଗ୍ରନ୍ଥକୁ ପଣ୍ଡିତ ବିଷ୍ଣୁ ଶର୍ମା ରଚନା କରିଛନ୍ତି । ପଣ୍ଡିତ ବିଷ୍ଣୁ ଶର୍ମା ଏହି ପଞ୍ଚତନ୍ତ୍ର ପୁସ୍ତକଟିରେ ପଶୁପକ୍ଷୀମାନଙ୍କର ଚରିତ୍ରକୁ ଏଭଳି ଭାବରେ ବର୍ଣ୍ଣନା କରିଅଛନ୍ତି ଯେ ଯେଉଁଥିରେ କି ସେଥି ମଧ୍ୟରୁ ଜୀବନ ଗଠନ କରିବାର ପ୍ରଣାଳୀର ସଠିକ୍ ପଥଟିକୁ ଆହରଣ କରାଯାଇ ପାରିବ। ପଞ୍ଚତନ୍ତ୍ର କେବଳ ମାତ୍ର ପଶୁପକ୍ଷୀମାନଙ୍କର ଚରିତ୍ର ଉପରେ ଲେଖାଯାଇଥିଲେ ମଧ୍ୟ ସେଥିରେ ବେଦ ଉପନିଷଦ ପରି ମହାପୂଣ୍ୟ ପୁସ୍ତକମାନଙ୍କରେ ମିଳୁଥିବା ଜ୍ଞାନମଧ୍ୟ ଏହି ପୁସ୍ତକରେ ସ୍ଥାନପାଇଛି ।[୫] ଯେତେବେଳେ ଏହି ଗ୍ରନ୍ଥଟି ସମାପ୍ତ ହେଲା ସେତେବେଳେ ପଣ୍ଡିତ ବିଷ୍ଣୁ ଶର୍ମାଙ୍କ ବୟସ ୮୦ ବର୍ଷ ଥିଲା ।ଏହି ପଞ୍ଚତନ୍ତ୍ର ପଲ୍ଲବୀ ଭାଷାରେ ସିରିଆ,ପାର୍ସୀ,[୬]'[୭], ତୁର୍କୀ[୮][୯],ଜାଭାନିସ୍ [୧୦][୧୧]ଆରବୀ ଭାଷାରେ ପୈଶାଚୀ ଭାଷାରେ ନେପାଳୀ ପ୍ରଭୃତି ବହୁ ଭାଷାରେ ଅନୁବାଦିତ ବୋଲି ଶାସ୍ତ୍ରମତରେ କୁହାଯାଇଅଛି । ପଞ୍ଚତନ୍ତ୍ରକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି ।

  1. ମିତ୍ରଭେଦ(ବନ୍ଧୁ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା)
  2. ମିତ୍ରଲାଭ(ମିତ୍ର ପ୍ରାପ୍ତି ଓ ତାହାର ଲାଭ)
  3. କାକୋଲୁକୀୟମ(କାଉ ଏବଂ ପେଚାର କଥା)
  4. ଲବ୍ଧପ୍ରଣାସ(ପାଇଥିବା ଜିନିଷକୁ ହରାଇବା)
  5. ଅପରିକ୍ଷିତକାରକ(ପରଖା ଯାଇନଥିବା କାମ କରିବା ଆଗରୁ ସାବଧାନ)

ପଣ୍ଡିତ ବିଷ୍ଣୁ ଶର୍ମା[ସମ୍ପାଦନା]

ପଣ୍ଡିତ ବିଷ୍ଣୁଶର୍ମା, ବାସ୍ତବ ଭାବରେ ସମାନଷ୍ପଦ ଜ୍ଞାନୀ ଓ ଜ୍ଞାନରେ ସର୍ବୋତ୍ତମ ଭାବେ ବିଶ୍ୱରେ ସମ୍ମାନିତ । ପଣ୍ଡିତ ବିଷ୍ଣୁଶର୍ମା ଏହି ‘ପଞ୍ଚତନ୍ତ୍ର’ର କାହାଣୀଗୁଡ଼ିକ ସୃଷ୍ଟି କରିବା ସମୟରେ ତାହାଙ୍କର ମୁଖ୍ୟ ଉଦ୍ଧେଶ୍ୟ ଥିଲା ଯେ, ଏଥିରେ କେବଳ ସଦାଚାର ତଥା ନିତ୍ୟ ଶିକ୍ଷାକଥା ହିଁ ଆଲୋଚ୍ୟ ବିଷୟବସ୍ତୁ ହେବ । ଶାସ୍ତ୍ର ଅନୁସାରେ ପଣ୍ଡିତ ବିଷ୍ଣୁଶର୍ମା ଜଗତରେ ଥିବା ସମସ୍ତ ନୀତିଶାସ୍ତ୍ରଗୁଡ଼ିକ ଅଧ୍ୟୟନ ପୂର୍ବକ ସେଥିରୁ ସମସ୍ତ ସାର ରସତକ ସଂଗ୍ରହ କରି ଏପରି ଏକ ପୁସ୍ତକ ପ୍ରଣୟନ କଲେ ଯେଉଁ ପୁସ୍ତକର ନାମ ହେଉଛି ପଞ୍ଚତନ୍ତ୍ର । ଏପରି ଶାସ୍ତ୍ରର ଭାଷା ସମ୍ପୂର୍ଣ୍ଣ ସରଳ ଏବଂ ନୀତି ଆଦର୍ଶନଦ୍ୱାରା ସମୃଦ୍ଧ ହୋଇଛି । ଏଥିରେ ରାଜନୀତି, ଲୋକନୀତି ସମ୍ପର୍କରେ ଏପରି ଆଲୋଚନା ହୋଇଛି । ବିଷ୍ଣୁଶର୍ମା ଜଣେ ଚାରିବର୍ଣ୍ଣ ଶ୍ରେଷ୍ଠ ବ୍ରାହ୍ମଣ କୂଳରେ ଜାତ ହୋଇଥିଲେ । ସେ ସମୟରେ ବ୍ରାହ୍ମଣମାନଙ୍କର ଲାଗି ସମାଜରେ ବହୁ ଉଚ୍ଚସ୍ଥାନ ଥିଲା । ଆଉ ମଧ୍ୟ ବୈଶ୍ୟ, ଶୂଦ୍ର, କ୍ଷତ୍ରିମାନ ଯେପରି ନିଜ ନିଜର ସେବା ଓ କର୍ମକୁ କରିବା ନିମନ୍ତେ ଏ ସମାଜରେ ଅଗ୍ରାଧିକାର ପାଇଥିଲେ ସେହିପରି ବ୍ରାହ୍ମଣମାନେ ମଧ୍ୟ ସମାଜରେ ଶ୍ରେଷ୍ଠ ବର୍ଣ୍ଣ ଭାବରେ ବିବେଚିତ ହେବାର କାରଣ ଥିଲା ଯେ, ସେମାନେ ଥିଲେ ବେଦବିତ୍ତ ପଣ୍ଡିତ । କାରଣ ବ୍ରାହ୍ମଣମାନେ ସେତେବେଳେ ପାଣ୍ଡିତ୍ୟ ଗୁଣ ନିମନ୍ତେ ପୂଜା ପାଉଥିଲେ । ପଣ୍ଡିତ ବିଷ୍ଣୁ ଶର୍ମା ଜଣେ ସଂସ୍କୃତ ବିଷାରଦ ଥିଲେ ।[୧୨][୧୩] ସେ ଜଣେ ହିନ୍ଦୁ ଥିଲେ । ସେ ଜଣେ ବୈଷ୍ଣବ ଧର୍ମୀ ଥିଲେ। [୧୪][୧୫] ନିଜକୁ ଜଣେ ସର୍ବଶାସ୍ତ୍ରର ପାଣ୍ଡିତ୍ୟ ଆଣିବାର ଯୋଗ୍ୟତା ନିମନ୍ତେ ସେ ମଧ୍ୟ ଚାଣକ୍ୟ, ବ୍ୟାସ, ବାଚସ୍ପତି ଏବଂ ମନୁଙ୍କ ପରି ବହୁ ପଣ୍ଡିତଙ୍କୁ ଅନ୍ୱେଷଣ କରିଛନ୍ତି ଏବଂ ସେମାନଙ୍କ ପ୍ରଣିତ ଶାସ୍ତ୍ରକୁ ପଠନ କରି ପାଣ୍ଡିତ୍ୟ ଅର୍ଜନ କରିଥିଲେ ।

ପଞ୍ଚତନ୍ତ୍ରର ସ୍ୱରୂପ[ସମ୍ପାଦନା]

ପଞ୍ଚତନ୍ତ୍ରରେ ପାଞ୍ଚଟି ତନ୍ତ୍ର ବା ବିଭାଗ ଅଛି ।(ପାଞ୍ଚଟି ତନ୍ତ୍ରର ସମାହାର :- ଦ୍ୱିଗସମାସ)ଏହି ବିଭାଗ ମାନଙ୍କରେ ନୈତ୍ତିକତାପୂର୍ଣ ଶାସନର ବିଧି [୧୬] ଲେଖାଯାଇଥିବାରୁ ଏହାକୁ ତନ୍ତ୍ର ବୋଲି କୁହା ଯାଏ ।[୧୭] ଏହି ତନ୍ତ୍ରରେ ମିତ୍ରଭେଦ(ବନ୍ଧୁ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା),ମିତ୍ରଲାଭ(ମିତ୍ର ପ୍ରାପ୍ତି ଓ ତାହାର ଲାଭ),କାକୋଲୁକୀୟମ(କାଉ ଏବଂ ପେଚାର କଥା),ଲବ୍ଧପ୍ରଣାସ(ପାଇଥିବା ଜିନିଷକୁ ହରାଇବା),ଅପରିକ୍ଷିତକାରକ(ପରଖା ଯାଇନଥିବା କାମ କରିବା ଆଗରୁ ସାବଧାନ) ରହିଅଛି ।[୧୮]

ପଞ୍ଚତନ୍ତ୍ର
Book subtitle Ryder's translation Olivelle's translation[୧୯]
1. ମିତ୍ରଭେଦ ବନ୍ଧୁ ମାନଙ୍କ ମଧ୍ୟରେ ଭୁଲ ବୁଝାମଣା On Causing Dissension among Allies
2. ମିତ୍ରଲାଭ ମିତ୍ର ପ୍ରାପ୍ତି ଓ ତାହାର ଲାଭ On Securing Allies
3. କାକୋଲୁକୀୟମ କାଉ ଏବଂ ପେଚାର କଥା On War and Peace: The story of the crows and the owls
4. ଲବ୍ଧପ୍ରଣାସ ପାଇଥିବା ଜିନିଷକୁ ହରାଇବା On Losing What You have Gained
5. ଅପରିକ୍ଷିତକାରକ ପରଖା ଯାଇନଥିବା କାମ କରିବା ଆଗରୁ ସାବଧାନ On Hasty Actions


ସଂକ୍ଷେପରେ ଏହି ତନ୍ତ୍ରର ବିଷୟବସ୍ତୁ ନିମ୍ନ ପ୍ରକାରର:-

ପ୍ରଥମ ତନ୍ତ୍ର :ମିତ୍ରଭେଦ[ସମ୍ପାଦନା]

If loving kindness be not shown,
to friends and souls in pain,
to teachers, servants, and one's self,
what use in life, what gain?

Panchatantra, Book 1
Translator: Arthur William Ryder[୨୦]

ନୀତିକଥାଗୁଡିକରେ କିଛି ମୁଖ୍ୟ କଥା ଥାଏ ଏବଂ କିଛି ଗୌଣ କଥା ଥାଏ । ସେହିଭଳି ଭାବରେ "ମିତ୍ରଭେଦ" ନାମକ ଏହି ପ୍ରଥମ ତନ୍ତ୍ରରେରେ ରାଜା ଅମରଶକ୍ତିଙ୍କ ବିଷୟରେ କୁହା ଯାଇଅଛି। ଯେଉଁଥିରେ ଏହା କୁହା ଯାଇଅଛି ଯେ ସେ ନିଜ ମୂର୍ଖ ପୂତ୍ର ମାନଙ୍କ ପାଇଁ ଚିନ୍ତିତ ରହୁଥିଲେ ଏବଂ ଏଥିପାଇଁ ସେ ବିଷ୍ଣୁଶର୍ମା ନାମକ ବିଦ୍ୱାନଙ୍କୁ ନିଜ ପୂତ୍ର ମାନଙ୍କୁ ଶିଖିତ କରାଇବା ପାଇଁ କାର୍ଯ୍ୟ ପ୍ରଦାନ କରନ୍ତି । ବିଷ୍ଣୁଶର୍ମା ସେମାନଙ୍କୁ ୬ ମାସରେ ହିଁ ନୀତିକଥା(ଗଳ୍ପ) ମାଧ୍ୟମରେ ଶିଖିତ କରାଇବାରେ ସଫଳ ହେଲେ । ମିତ୍ରଭେଦ ନାମକ ଭାଗର ଅଙ୍ଗୀକଥାରେ ଏକ ଦୁଷ୍ଟ ବିଲୁଆଦ୍ୱାରା ପିଙ୍ଗଳକ ନାମକ ଏକ ସିଂହ ସ‌ହିତ ସଂଜୀବକ ନାମକ ଏକ ଷଣ୍ଢର ଶତୃତା ଉତ୍ପତିର ବର୍ଣ୍ଣନା ରହିଅଛି ।[୨୧] ଯାହାକୁ ସିଂହ ଆପତ୍ତିରୁ ବଞ୍ଚାଇଥିଲା ଏବଂ ନିଜର ଦୁଇ ମନ୍ତ୍ରୀ କରକଟ ଏବଂ ଦମନ‌କଙ୍କ ବିରୋଧ କରିବା ସତ୍ତ୍ୱେବି ନିଜର ମିତ୍ରା ବନାଇଥିଲା । ଏହି ତନ୍ତ୍ରରେ ଅନେକ ପ୍ରକାରର ଶିକ୍ଷଣୀୟ କଥା ଦିଆ ଯାଇଅଛି ଯେପରିକି ଧର୍ଯ୍ୟଦ୍ୱାରା ମଣିଷ କଠିନରୁ କଠିନତମ ପରିସ୍ଥିତିର ମଧ୍ୟ ମୁକାବିଲା କରିପାରିବ । ଏହି ଭାଗଟି ୫ଟି ଭାଗ ମଧ୍ୟରେ ବଡ ଭାଗ ଅଟେ ।[୨୨]

ଦ୍ୱିତୀୟ ତନ୍ତ୍ର :ମିତ୍ରଲାଭ[ସମ୍ପାଦନା]

ଏହି ତନ୍ତ୍ରରେ ମିତ୍ରଲାଭର ପ୍ରାପ୍ତିରୁ କେତେ ସୁଖ ଏବଂ ଆନନ୍ଦ ମିଳିଥାଏ ତାହା କପୋତରାଜ ଚିତ୍ରଗ୍ରୀବଙ୍କ କଥା ମାଧ୍ୟମରେ ବର୍ଣ୍ଣନା କରାଯାଇଛି । ଏଥିରେ କୁହାଯାଇଛି ଯେ ମିତ୍ର ହିଁ ସ‌ହାୟତା କରେ ।ଏଥିରେ କୁହାଯାଇଛି ଯେ ମିତ୍ର ଘରକୁ ଆସିଲେ ଏହା ସ୍ୱର୍ଗର ସୁଖ ଦେଇଥାଏ ।ଏହି ତନ୍ତ୍ରରେ ଉପଦେଶ ଦିଆ ଯାଇଛି ଯେ ଉପଯୋଗୀ ମିତ୍ରଙ୍କ ସ‌ହିତ ସାଙ୍ଗ ହେବା ଦରକାର ଯେପରି ଏହି ତନ୍ତ୍ରରେ କାଉ, କଇଁଛ,ହରିଣ ଏବଂ ମୂଷା ମିତ୍ରତାର ବଳରେ ହିଁ ସୁଖରେ ଥିଲେ ।[୨୩] ଦ୍ୱିତୀୟ ତନ୍ତ୍ରଟି ସମ୍ପୁର୍ଣ ପୁସ୍ତକର ୨୨ ପ୍ରତିଶତ ଅଂଶ ଅଟେ ।[୨୪]

ତୃତୀୟ ତନ୍ତ୍ର :କାକୋଲୁକୀୟମ[ସମ୍ପାଦନା]

A Panchatantra manuscript page.

ଚତୁର୍ଥ ତନ୍ତ୍ର :ଲବ୍ଧପ୍ରଣାସ[ସମ୍ପାଦନା]

ପଞ୍ଚମ ତନ୍ତ୍ର :ଅପରିକ୍ଷିତକାରକ[ସମ୍ପାଦନା]

The Book 5 of Panchatantra includes the mongoose and snake story, an inspiration for the "Rikki-Tikki-Tavi" story by Rudyard Kipling.[୨୫]

ଆଧାର[ସମ୍ପାଦନା]

  1. Johannes Hertel (1915), The Panchatantra : a collection of ancient Hindu tales in its oldest recension, the Kashmirian, entitled Tantrakhyayika, Harvard University Press, page 1
  2. Panchatantra: Indian Literature, Encyclopaedia Britannica
  3. Jacobs 1888, Introduction, page xv; Ryder 1925, अनुवादक अपनी प्रस्तावना में, हर्टेल को उद्धृत करते हुए: "that the original work was composed in Kashmir, about 200 B.C. At this date, however, many of the individual stories were already ancient."
  4. Jacobs 1888, Introduction, page xv; Ryder 1925, Translator's introduction, quoting Hertel: "the original work was composed in Kashmir, about 200 B.C. At this date, however, many of the individual stories were already ancient."
  5. Doris Lessing, Problems, Myths and Stories, London: Institute for Cultural Research Monograph Series No. 36, 1999, p 13
  6. Knatchbull 1819
  7. Eastwick 1854, Wollaston 1877, Wilkinson 1930,
  8. Jacobs 1888
  9. The Fables of Pilpay, facsimile reprint of the 1775 edition, Darf Publishers, London 1987
  10. Anthony Kennedy Warder (୧୯୯୨). Indian Kāvya Literature: The art of storytelling. Motilal Banarsidass. pp. ୭୭–୮୪. ISBN ୯୭୮-୮୧-୨୦୮-୦୬୧୫-୩. 
  11. Francisca Cho (୨୦୧୭). Seeing Like the Buddha: Enlightenment through Film. State University of New York Press. pp. ୫୩–୫୪. ISBN ୯୭୮-୧-୪୩୮୪-୬୪୪୦-୪.  , Quote: "(...) the Thai collection of stories called the Nang Tantrai features, which are based on the third century BCE Indian collection of animal fables known as the Pancatantra (...)"
  12. Patrick Olivelle (୧୯୯୯). Pañcatantra: The Book of India's Folk Wisdom. Oxford University Press. pp. xii–xiii. ISBN ୯୭୮-୦-୧୯-୨୮୩୯୮୮-୬. 
  13. Konrad Meisig (୨୦୦୬). Vera Alexander, ed. Peripheral Centres, Central Peripheries: India and Its Diaspora(s). LIT Verlag Münster. pp. ୧୫୭–୧୬୧. ISBN ୯୭୮-୩-୮୨୫୮-୯୨୧୦-୪. 
  14. Patrick Olivelle (୧୯୯୯). Pañcatantra: The Book of India's Folk Wisdom. Oxford University Press. pp. xii–xiii, ୫–୬, ୫୪, ୧୨୨–୧୨୩, ୧୩୫, ୧୬୬–୧୬୭. ISBN ୯୭୮-୦-୧୯-୨୮୩୯୮୮-୬. 
  15. Johannes Hertel (1915), The Panchatantra, Harvard University Press, Editor: Charles Lanman (Harvard Oriental Series Vol. 14), page ix, Quote: "This volume contains the Sanskrit text of the Tantrakhyayika or Panchatantra, a collection of ancient Hindu tales in its oldest extant form. (...) The Panchatantra, he adds, is not only the oldest extant work of Hindu artistic fiction, but it is (...)".
  16. For this reason, Ramsay Wood considers it an early precursor of the mirrors for princes genre.
  17. Ryder 1925, Translator's introduction: "Thus, the lion is strong but dull of wit, the jackal crafty, the heron stupid, the cat a hypocrite. The animal actors present, far more vividly and more urbanely than men could do, the view of life here recommended—a view shrewd, undeceived, and free of all sentimentality; a view that, piercing the humbug of every false ideal, reveals with incomparable wit the sources of lasting joy." See also Olivelle 2006, pp. 26–31
  18. Ryder 1925, Translator's introduction: "These verses are for the most part quoted from sacred writings or other sources of dignity and authority. It is as if the animals in some English beast-fable were to justify their actions by quotations from Shakespeare and the Bible. These wise verses it is which make the real character of the Panchatantra. The stories, indeed, are charming when regarded as pure narrative; but it is the beauty, wisdom, and wit of the verses which lift the Panchatantra far above the level of the best story-books."
  19. Patrick Olivelle (୨୦୦୯). Pañcatantra: The Book of India's Folk Wisdom. Oxford University Press. pp. vii–viii. ISBN ୯୭୮-୦-୧୯-୯୫୫୫୭୫-୮. 
  20. Arthur William Ryder (1925), The Panchatantra, University of Chicago Press, page 26
  21. Patrick Olivelle (୨୦୦୯). Pañcatantra: The Book of India's Folk Wisdom. Oxford University Press. pp. xviii–xix. ISBN ୯୭୮-୦-୧୯-୯୫୫୫୭୫-୮. 
  22. Arthur Ryder (1925), The Panchatantra, Columbia University archives, Book 1
  23. Patrick Olivelle (୨୦୦୯). Pañcatantra: The Book of India's Folk Wisdom. Oxford University Press. p. xix, ୭୧-୧୦୪. ISBN ୯୭୮-୦-୧୯-୯୫୫୫୭୫-୮. 
  24. Olivelle 2006, p. 23
  25. Jan Montefiore (୨୦୧୩). In Time's Eye: Essays on Rudyard Kipling. Manchester University Press. pp. ୧୩୨–୧୩୪. ISBN ୯୭୮-୧-୫୨୬୧-୧୧୨୯-୬. 

ବାହାର ଆଧାର[ସମ୍ପାଦନା]

ପଣ୍ଡିତ ବିଷ୍ଣୁ ଶର୍ମା