ପଗ୍ (କୁକୁର ପ୍ରଜାତି)

ଉଇକିପିଡ଼ିଆ‌ରୁ

ପଗ୍ ଏକପ୍ରକାର ଛୋଟ-କୁକୁର ପ୍ରଜାତି ଯେଉଁମାନେ ନିଜର ଲୋକକୋଚା ଓ ଛୋଟ ଚେପଟାନାକିଆ ମୁହଁ ଏବଂ ବଙ୍କା ଲାଞ୍ଜରୁ ଚିହ୍ନା ପଡ଼ିଥାନ୍ତି I ଏହି ପ୍ରଜାତି ମୁଖ୍ୟତଃ କଳା କିମ୍ବା ଇଷତ୍ ହଳଦିଆ ରଙ୍ଗରେ ଦେଖାଯାନ୍ତି I

ଅନୁମାନ କରାଯାଏ ପଗ‌ମାନେ ଷୋଡଶ ଶତାବ୍ଦୀରେ ପ୍ରଥମେ ଚାଇନାରୁ ଇଉରୋପ ମହାଦେଶ ଆସିଥିଲେ ଏବଂ ପଶ୍ଚିମ ଇଉରୋପରେ ଧୀରେ ଧୀରେ ନିଜର ସଂଖ୍ୟା ବୃଦ୍ଧି କରିଥିଲେ I ତା'ପରେ ସଂଯୁକ୍ତ ରାଷ୍ଟ୍ରର ମହାରାଣୀ ଭିକ୍ଟୋରିଆ ପଗ୍ ପ୍ରଜାତିର କୁକୁରମାନଙ୍କୁ ଗୃହପାଳିତ କୁକୁର ଭାବେ ରଖିବା ଆରମ୍ଭ କଲେ, ଯାହା ଏବେ ତାଙ୍କର ପରବର୍ତ୍ତୀ ବଂଶଧରମାନେ ମଧ୍ୟ କରିଆସୁଛନ୍ତି I ପଗମାନଙ୍କର ଜୀବନସୀମା ସାଧାରଣତଃ ୧୨ରୁ ୧୫ ବର୍ଷ I

ପଗମାନେ ଅତି ସାମାଜିକ ଏବଂ ନମ୍ର ସ୍ୱଭାବର କୁକୁର ହୋଇଥିବାରୁ ଆମେରିକୀୟ କୁକୁର ସଂଘ ଏମାନଙ୍କୁ ଭଲ ସ୍ୱଭାବ ଏବଂ ସୁନ୍ଦର କୁକୁର ଭାବେ ବର୍ଣ୍ଣନା କରିଛି I ଏପରିକି ୨୦୦୪ ମସିହାରେ ଆୟୋଜିତ ବିଶ୍ୱ କୁକୁର ପ୍ରଦର୍ଶିନୀରେ ଏକ ପଗ୍ ବିଜୟୀ କୁକୁରଭାବେ ନିର୍ବାଚିତ ହୋଇଥିଲା I

ଶାରୀରିକ ଗଠନ[ସମ୍ପାଦନା]

A fawn Pug puppy.
କୁକୁରମାନଙ୍କର ପ୍ରତିଯୋଗିତାରେ ଜିତିଥିବା ଏକ ପଗ୍ ପ୍ରଜାତିର କୁକୁର ଛୁଆ

ଅଷ୍ଟଦଶ ଶତାବ୍ଦୀରେ ପଗମାନଙ୍କୁ ଲମ୍ବା ଏବଂ କ୍ଷୀଣ ଶରୀରବିଶିଷ୍ଟ ଭାବେ ବର୍ଣ୍ଣନା କରାଯାଇଥିଲା,[୧] ମାତ୍ର ଏବେ ହୃଷ୍ଟପୃଷ୍ଟ ଶରୀର ଏବଂ ଉନ୍ନତ ମାଂସପେଶୀ ଏହି ପ୍ରଜାତିର ବିଶେଷ ଶାରୀରିକ ଲକ୍ଷଣ I ଏମାନଙ୍କର ଚମଡ଼ା ଖୁବ ନରମ ଏବଂ ରଙ୍ଗ ପ୍ରାୟ କଳା କିମ୍ବା ଇଷତ ହଳଦିଆ ରଙ୍ଗର I[୨]ଲାଞ୍ଜଟି ସବୁବେଳେ ମୋଡ଼ି ହୋଇ ରହିଥାଏ I

ସେମାନଙ୍କର ଗୋଡ ଚାରୋଟି ମଧ୍ୟ ସୃଦୃଢ଼ ଏବଂ ସିଧା I 

ଇତିହାସରେ ସ୍ଥାନ[ସମ୍ପାଦନା]

୧୭୪୫ ମସିହାରେ ଉଇଲିଅମ ହୋଗାର୍ଥ ନିଜ ପଗ୍ ସହିତ
ପୁସକିନ ମ୍ୟୁଜିଅମରେ ସ୍ଥାନିତ ରାଜକୁମାରୀ ଏକାଟେରିନାଙ୍କ ଚିତ୍ର

ଚିନୀୟ ଇତିହାସରେ ପଗ୍[ସମ୍ପାଦନା]

ପୁରାତନ ସମୟରେ ପଗମାନେ ଚିନୀୟ ରାଜାରାଜୁଡ଼ା କିମ୍ବା ସମ୍ଭ୍ରାନ୍ତ ଶ୍ରେଣୀର ଲୋକମାନଙ୍କ ସହିତ ରହିଆସୁଥିଲେ ଏପରିକି ପଗମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ସୈନ୍ୟମାନେ ନିଯୁକ୍ତ ହେଉଥିଲେ I ତାପରେ ଧୀରେ ଧୀରେ ଏଇ ପ୍ରଜାତି ଏସିଆର ଅନ୍ୟ ସ୍ଥାନକୁ ବ୍ୟାପିବାରେ ଲାଗିଲେ I ବୌଦ୍ଧ ଧର୍ମାବଲମ୍ବୀମାନେ ମଧ୍ୟ ପଗମାନଙ୍କୁ ଗୃହପାଳିତ ପଶୁଭାବେ ନିଜ ସହିତ ରଖିଲେ I

ଷୋଡଶ ଏବଂ ସପ୍ତଦଶ ଶତାବ୍ଦୀରେ[ସମ୍ପାଦନା]

ପଗମାନେ ଇଉରୋପୀୟ ବିଚାରାଳୟମାନଙ୍କରେ ବହୁ ଜଣାଶୁଣା ଥିଲେ ପମ୍ପପି ନାମକ ପଗଟିଏ ରାଜକୁମାରଙ୍କର ଜୀବନ ରକ୍ଷା କରିବା ପରେ ୧୫୭୨ ମସିହାରେ ହାଉସ ଅଫ ଅରେଞ୍ଜର ସରକାରୀ କୁକୁରଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ I

ଏମାନେ ଅନ୍ୟ ଇଉରୋପୀୟ ଦେଶମାନଙ୍କରେ ମଧ୍ୟ କ୍ରମେ ପରିଚିତ ହେଲେ I ପଗମାନଙ୍କୁ ସୁରକ୍ଷା କୁକୁର ଭାବେ ମଧ୍ୟ ନିୟୋଜିତ କରାଗଲା I

ଶତାବ୍ଦୀରୁ ଆଜି ପର୍ଯ୍ୟନ୍ତ[ସମ୍ପାଦନା]

ଅଷ୍ଟାଦଶ ଶତାବ୍ଦୀର ପ୍ରସିଦ୍ଧ ଚିତ୍ରକାର ଉଇଲିଅମ ହୋଗାର୍ଥ ଅନେକ ପଗଙ୍କୁ ପାଳିଥିଲେ, ସେଥିମଧ୍ୟରୁ ଗୋଟିଏ ଲଣ୍ଡନସ୍ଥିତ ଟାଟେ ଗ୍ୟାଲେରୀରେ ତାଙ୍କ ନିଜର ଆତ୍ମଚିତ୍ର ଚିତ୍ରିତ ହୋଇଛି I[୩]

ଊନବିଂଶ ଶତାବ୍ଦୀରେ ମଧ୍ୟ ରାଣୀ ଭିକ୍ଟୋରିୟା ଏହି ପ୍ରଜାତିକୁ ନିଜ ସହିତ ରଖିଥିଲେ I ସମୟକ୍ରମେ ତାଙ୍କର ଏହି ରୁଚି ପରମ୍ପରାପରି ପରପିଢ଼ିକୁ ମଧ୍ୟ ବ୍ୟାପିଯାଇଛି I ଉଲ୍ଲେଖନୀୟଯୋଗ୍ୟ ଯେ ଅଷ୍ଟଦଶ ଓ ଊନବିଂଶ ଶତାବ୍ଦୀରେ ଅଙ୍କାଯାଇଥିବା ଚିତ୍ରଗୁଡିକରେ ଏହି ପ୍ରଜାତିକୁ ଲମ୍ବା ଗୋଡ଼ ଏବଂ ନାକ ସହ ଦର୍ଶାଯାଇଛି, ଯାହାକି ସେମାନଙ୍କର ବର୍ତ୍ତମାନର ଶାରୀରିକ ରୂପଠାରୁ ଭିନ୍ନ I

ଇତିହାସ ପୃଷ୍ଠାରୁ କେତୋଟି ଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. Farr, Kendall; Montague, Sarah (1999). Pugs in Public. New York: Stewart, Tabori & Chang, a division of U.S. Media Holdings. ISBN 1-55670-939-0.
  2. Color: The colors are fawn or black. The fawn color should be decided so as to make the contrast complete between the color and the trace and mask.
  3. William Hogarth. The Painter and his Pug, 1745. Tate Gallery, London, England. www.tate.org.uk. Retrieved 9 April 2013.

ବାହ୍ୟ ଆଧାର[ସମ୍ପାଦନା]