ବ୍ରତୋପନୟନ

ଉଇକିପିଡ଼ିଆ‌ରୁ
(ପଇତାରୁ ଲେଉଟି ଆସିଛି)
ଉପନୟନ ସଂସ୍କାର ହେଉଥିବା ଏକ ବ୍ରାହ୍ମଣ ବାଳକ

ବ୍ରତୋପନୟନ (ସଂସ୍କୃତ: उपनयन; ପଇତାଘର, ବ୍ରତଘର, ଉପନୟନ, ଜନେଉ, ଯଜ୍ଞୋପବିତ ଓ ବ୍ରତବନ୍ଧା ମଧ୍ୟ କୁହାଯାଏ) ଏକ ପାରମ୍ପାରିକ ସଂସ୍କାର । ଏହା ଜଣେ ଗୁରୁଙ୍କଦ୍ୱାରା ହିନ୍ଦୁ ଧର୍ମ ଶିକ୍ଷା ପାଇଁ ଜଣେ ବାଳକର ପ୍ରବେଶକୁ ଚିହ୍ନିତ କରିଥାଏ । ହିନ୍ଦୁ ଧର୍ମର ପ୍ରାଚୀନ ସଂସ୍କୃତ ଗ୍ରନ୍ଥରେ ଏହି ପରମ୍ପରା ଉପରେ ବ୍ୟାପକ ଆଲୋଚନା କରାଯାଇଛି ଏବଂ ଆଞ୍ଚଳିକତା ଅନୁସାରେ ଏହା ଭିନ୍ନ ଭିନ୍ନ ହୋଇଥାଏ ।[୧] ଏହି ପ୍ରଥାରେ ଏକ ବାଳକ ପଇତା (ଯଜ୍ଞୋପବିତ) ଗ୍ରହଣ କରେ ଓ ତାହାକୁ ବାମ କାନ୍ଧରୁ ଡାହାଣ ପାର୍ଶ୍ୱକୁ ଛାତି ଅତିକ୍ରମ କରି ପିନ୍ଧେ । ସାଧାରଣତଃ ଏହି ସମାରୋହ ୧୬ ବର୍ଷ ବୟସ ପୂର୍ବରୁ କରାଯିବାର ବିଧି ରହିଛି ।

ବୌଧାୟନ ଗୃହସୂତ୍ର ଭଳି ବୈଦିକ ଗ୍ରନ୍ଥଗୁଡ଼ିକରେ ସମାଜର ତିନୋଟି ବର୍ଣ୍ଣ ଯଥା ବ୍ରାହ୍ମଣ, କ୍ଷତ୍ରିୟ ଏବଂ ବୈଶ୍ୟମାନଙ୍କୁ ଉପନୟନ ପ୍ରଥା ପାଇଁ ଉତ୍ସାହିତ କରିଛି ।

ଆଧାର[ସମ୍ପାଦନା]

  1. P. V. Kane, Samskara, Chapter VII, History of Dharmasastras, Vol II, Part I, Bhandarkar Oriental Research Institute, pages 268–287